Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2484214

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1-ଓଡି଼ଶାକୁ ବାତ୍ୟା ଭୟ!  ମଝି ରାତିରେ ଶୋଇଥିବା ବେଳେ ଠିକ୍ ସେତିକି ବେକଲୁ ମାଡ଼ ହେବ ବାତ୍ୟା। ୧୦୦ ରୁ ୧୨୦ କିମି ବେଗରେ ପବନ ବହିବ। ତା ସାଙ୍ଗକୁ ମୂଷଳ ଧାରାରେ ବର୍ଷା ହେବ।  କଚା ଘର ଉଡିଯିବ ବଡ଼ ବଡ଼ ଗଛ ଉପୁଡି ପଡିବ। ବିଜୁଳି ଖୁଣ୍ଟ ରାସ୍ତାରେ ଶୋଇପଡିବ।  ଗୁରୁବାର ରାତିରେ ଏମିତି ତାଣ୍ତବ  ରଚିବ ବାତ୍ୟା 'ଦାନା' ।  ଭୀଷଣ ରୂପ ନେଇ ବାତ୍ୟା ଭିତରକନିକା ଦେଇ ସ୍ଥଳଭାଗରେ ୨୪ ତାରିଖ ରାତି ସାଢେ ୧୧ଟାରୁ ସକାଳ ଭିତରେ ମାଡ଼ ହେବ । ପରେ ବାସୁଦେବପୁର-ସୋର ଦେଇ କୁଲଡିଆ ଦେଇ ଅଭୟାରଣ୍ୟ ଭିତରେ ପଶିବ।  

2-ଅଧିକ ମାତ୍ରା ପ୍ରଭାବିତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେ ଏହି ୯ଟି ଜିଲ୍ଲା ଉପରେ ବାତ୍ୟା ପରିଚାଳନା ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୯ ଜଣ ବରିଷ୍ଠ ମନ୍ତ୍ରୀଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି। ଏଙା ସହିତ ୬ଟି ଜିଲ୍ଲା ଉପରେ ସଚିବଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ଜିଲ୍ଲା ପ୍ରଶାସନକୁ ସମସ୍ତ ପ୍ରକାରର ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଓ ଆଇଏଏସଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। 

3-ବାତ୍ୟାରେ ସର୍ବାଧିକ ଜଗତସିଂହପୁର ଜିଲ୍ଲା ପ୍ରଭାବିତ ହେବ ବୋଲି କୁହାଯାଇଛି। ଜଗତସିଂହପୁର ଜିଲ୍ଲାରେ ପ୍ରଶାସନ ବାତ୍ୟା ପରିଚାଳନା ଉପରେ ନଜର ରଖିବେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ। ସେହିପରି ବାଲେଶ୍ୱର ଜିଲ୍ଲାରେ ରବିନାରାୟଣ ନାଏକ, ଭଦ୍ରକ ପାଇଁ କ୍ରୀଡା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ମୟୂରଭଞ୍ଜ ପାଇଁ କୃଷ୍ଣଚନ୍ଦ୍ର ମହାପାତ୍ର, ପୁରୀ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କେନ୍ଦ୍ରାପଡ଼ା ପାଇଁ କନକବର୍ଦ୍ଧନ ସିଂହଦେଓ, ଗଞ୍ଜାମ ପାଇଁ ବିଭୂତି ଭୂଷଣ ଜେନା, କେନ୍ଦୁଝର ପାଇଁ କୃଷ୍ଣଚନ୍ଦ୍ର ପାତ୍ର, କଟକ ପାଇଁ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ଲଘୁ ଖଣିଜ ନିର୍ଦ୍ଦେଶକ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ, ବଲୱନ୍ତ ସିଂହଙ୍କୁ ପୁରୀ, ବିନୀତ ଭରଦ୍ୱାଜଙ୍କୁ ମୟୂରଭଞ୍ଜ, ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର, ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡ଼ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି। 

4-ସାମୁଦ୍ରିକ ବାତ୍ୟା ଦାନାର ମୁକାବିଲା କରିବା ପାଇଁ ରାଜ୍ୟ ପୋଲିସ ବିଭାଗ ମଧ୍ୟ ଆଲର୍ଟରେ ରହିଛି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ଉପକୂଳ ଜିଲ୍ଲାର ସମସ୍ତ ଏସପିମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟ ପୁରଣ କରିବାରେ ପୋଲିସ ପକ୍ଷରୁ ଯେଭଳି କୌଣସି ଅବହେଳା ନ ହୁଏ ସେଥିପ୍ରତି ନଜର ରଖିବାକୁ ଡିଜିପି ଖୁରାନିଆ ଏସପି ମାନଙ୍କୁ ସତର୍କ କରିଛନ୍ତି। ଶ୍ରୀ ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବାତ୍ୟା ସମୟରେ ଓ ପରେ ପୋଲିସର ଭୂମିକା ସମ୍ପର୍କରେ ଅବଗତ କରାଯାଇଛି। ଉପକୂଳ ଜିଲ୍ଲା ଗୁଡିକର ସମସ୍ତ ଥାନା ଓ ଫାଣ୍ଡି ପୋଲିସ ସହିତ ଅଲଗା ୮୦ ପ୍ଲାଟୁନ ପୋଲିସ ବଳ ମୁତୟନ ହେବେ। ସମସ୍ତ ବାତ୍ୟା ଆଶ୍ରୟସ୍ଥରେ ପୋଲିସ ଫୋର୍ସ ଜଗି ରହିବେ। ବିଶେଷ କରି ମହିଳା ଓ ଶିଶୁଙ୍କ ସୁରକ୍ଷା ଦିଗରେ ପୋଲିସ ସଜାଗ ରହିବ। ଓଡ୍ରାଫ ଓ ଅଗ୍ନିଶମ ବାହିନୀ ସହ ସମ୍ପୂର୍ଣ୍ଣ ଯୋଗାଯୋଗ ରଖି ପୋଲିସ ଫୋର୍ସ କାମ କରିବେ ବୋଲି ବୈଠକରେ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। 

5-ବାତ୍ୟା ଦାନା ପାଇଁ ଆସନ୍ତା ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୪ଟି ଜିଲ୍ଲାରେ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ବନ୍ଦ ରହିବ। ସମ୍ଭାବ୍ୟ ବାତ୍ୟା ଦାନା ପାଇଁ ମଙ୍ଗଳବାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ସମ୍ଭାବ୍ୟ ବାତ୍ୟା ଦାନା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ନୟାଗଡ଼, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ବନ୍ଦ ରହିବ। ଏନେଇ ସମ୍ପୃକ୍ତ ଜିଲ୍ଲାର ଥିବା ସମସ୍ତ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଚେୟାରମ୍ୟାନମାନଙ୍କୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

6-ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ: ଜଗିଛନ୍ତି ୨୦ ଏନଡିଆରଏଫ, ୫୧ ଓଡ୍ରାଫ ଟିମ; ୧୭୮ ଅଗ୍ନିଶମ ଦଳ ମଧ୍ୟ କରିବେ ସାହାଯ୍ୟ ସମ୍ଭାବ୍ୟ ବାତ୍ୟା ଦାନା ମୁକାବିଲା ଦିଗରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଘନ ଘନ ବୈଠକ ସହିତ ବରିଷ୍ଠ ଅଧିକାରୀମାନଙ୍କୁ ଜିଲ୍ଲାଗୁଡ଼ିକୁ ପଠାଇ ଦିଆଯାଇଛି। ସେଠାରେ ବିପଦସଂକୁଳ ଅଞ୍ଚଳକୁ ଚିହ୍ନଟ କରାଯାଇଛି। ସେଠାରେ ବସବାସ କରୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇବା କାର୍ଯ୍ୟ ଆରମ୍ଭ ହୋଇଛି। ଆବଶ୍ୟକ ପଡିଲେ ସମ୍ବେଦନଶୀଳ ଅଞ୍ଚଳରୁ ଉଦ୍ଧାର କରି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଅଶ୍ରୟସ୍ଥଳୀ/ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ଓ ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନକୁ ଚିହ୍ନଟ ହୋଇଛି। ସ୍ଥାନାନ୍ତର କାର୍ଯ୍ୟପାଇଁ ୨୦ଟି ଏନଡିଆରଏଫ ନିୟୋଜିତ ହୋଇଛନ୍ତି।୫୧ ଟି ଓଡ୍ରାଫ ଓ ୧୭୮ଟି ଅଗ୍ନିଶମ ଟିମ ମୁତୟନ କରିବାକୁ ଆକ୍ସନ ପ୍ରାନ ପ୍ରସ୍ତୁତ ହୋଇଛି। ୪୦ଟି ଅଗ୍ନିଶମ ଟିମ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ ହୋଇଛନ୍ତି। ଭଟିଣ୍ଡାରୁ ୫ଟି ଏନଡିଆରଏଫ ଟିମ ଭୁବନେଶ୍ୱରରେ ହେଲିକପ୍ଟର ଯୋଗେ ପହଞ୍ଚିଛନ୍ତି।

7- ବାତ୍ୟା ଦାନାକୁକୁ ଦୃଷ୍ଟିରେ ରଖି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ପୁରୀ ସର୍କଲ ଅନ୍ତର୍ଗତ ସମସ୍ତ ସଂରକ୍ଷିତ ଐତିହ୍ୟ ସ୍ଥଳୀ ଓ ମ୍ୟୁଜିୟମ ଆଦି ୨ଦିନ ପାଇଁ ବନ୍ଦ ରହିବ । ଏନେଇ ଏଏସଆଇ ପୁରୀ ସର୍କଲର ସୁପରିଟେଣ୍ଡେଣ୍ଟଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । 

8- ରାଜ୍ୟବାସୀଙ୍କୁ ପୁଣି ଛାନିଆ କଲାଣି ବାତ୍ୟା । ଅବପାତରେ ପରିଣତ ହୋଇସାରିଛି ଓ୍ବେଲମାର୍କ ଲୋପ୍ରେସର । ଆଜି ସନ୍ଧ୍ୟା ସୁଦ୍ଧା ନେବ ଗଭୀର ଅବପାତର ରୂପ । ପାରାଦୀପ ଠାରୁ ୭୩୦ କିମି ଦକ୍ଷିଣ-ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହେବାରେ ଲାଗିଛି ଅବପାତ । ତେବେ ସାଗର ଦ୍ବୀପରୁ ୭୭୦ କିମି ଦକ୍ଷିଣ ଦକ୍ଷିଣ ପୂର୍ବ ରେ କେନ୍ଦ୍ରୀଭୂତ । ବର୍ତ୍ତମାନ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବା ଅବପାତ ଆସନ୍ତାକାଲି ସକାଳ ସୁଦ୍ଧା ନେବ ବାତ୍ୟାର ରୂପ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହେବ ବାତ୍ୟା । ପରେ ଉତ୍ତର ପଶ୍ଚିମ ଦିଗରେ ଗତିକରି ଭୀଷଣ ବାତ୍ୟାରେ ପରିଣତ ହେବାର ଆଶଙ୍କା କରାଯାଇଛି ।

9-କର୍ମଜୀବୀ ମହିଳାଙ୍କ ପାଇଁ ଖୁସି ଖବର।  ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀମାନଙ୍କ ପାଇଁ ବାର୍ଷିକ ଅତିରିକ୍ତ ସାମୟିକ ଛୁଟି ୧୨ଦିନକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବ ସରକାର ମହିଳାଙ୍କୁ ବର୍ଷକୁ ମାତ୍ର ୧୦ଦିନ ଅତିରିକ୍ତ ସାମୟିକ ଛୁଟି ପ୍ରଦାନ କରୁଥିଲେ ।

10- ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୧୫ ତାରିଖରେ ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଜନଜାତି ମନ୍ତ୍ରୀ ଜୁଏଲ ଓରାମ । ଜନଜାତି ଗୌରବ ଦିବସ ଅବସରରେ ରାଉରକେଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।