Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକିରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1. ଆଜି ଦୋଳ ପୂର୍ଣ୍ଣିମା
ଆଜି ପବିତ୍ର ଦୋଳ ପୂର୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପବିତ୍ର ଦୋଳ ଉତ୍ସବ ପାଳିତ ହେଉଛି । ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ ,ଭୂଦେବୀ ଓ ଶ୍ରୀଦେବୀ ମଣି ବିମାନରେ ବସି ଦୋଳବେଦୀକୁ ବିଜେ କରିବା ସହ ଭକ୍ତ ଓ ସେବାୟତ ମାନଙ୍କ ସହ ମିଶି ଫଗୁ  ଓ ଅବିରରେ ହୋଲି  ଖେଳିବେ । ପରମ୍ପରା ଅନୁସାରେ ଆଜି ଦୋଳବେଦୀରେ ମହାପ୍ରଭୁ ଭକ୍ତ ମାନଙ୍କୁ ଦର୍ଶନ ଦେବେ। ଅନ୍ୟପଟେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଅନୁଷ୍ଠିତ ହେଇଛି  । ରତ୍ନ ସିଂହାସନ ଉପରେ ସକାଳୁ ମହାପ୍ରଭୁ ସୁନାବେଶରେ ସଜିତ ହୋଇ ଭକ୍ତଗଣଙ୍କୁ ଦର୍ଶନ ଦେଉଛନ୍ତି। ଅନ୍ୟପଟେ ଗତକାଲି ରାତିରେ ଦୋଳବେଦୀରେ ମହାପ୍ରଭୁଙ୍କ ମେଣ୍ଢାପୋଡି ନୀତି ଶେଷ ହୋଇଛି ।  

H2. ଭାରତ ସହିତ ବ୍ୟବସାୟ କରିବ ପାକିସ୍ତାନ !
ଭାରତ ସହିତ ପୁନର୍ବାର ବ୍ୟବସାୟିକ ସମ୍ପର୍କ ସ୍ଥାପନ କରିବାକୁ ପାକିସ୍ତାନରେ ସ୍ୱର ତେଜିବାରେ ଲାଗିଛି। ନିକଟରେ ପାକିସ୍ତାନର ନୂତନ ସରକାର ସୂଚାଇ ଦେଇଛନ୍ତି ଯେ ଭାରତ ସହ ବାଣିଜ୍ୟ ପୁନଃ ଆରମ୍ଭ ହୋଇପାରିବ। ତେବେ ସମ୍ପର୍କ କେବେ ସ୍ୱାଭାବିକ ହେବ କିମ୍ବା ବାଣିଜ୍ୟ ମାର୍ଗ କେବେ ଖୋଲିବ ସେନେଇ ପରିସ୍ଥିତି ସ୍ପଷ୍ଟ ହୋଇନାହିଁ। ୨୦୧୯ରେ ପାକିସ୍ତାନ ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କ ସମାପ୍ତ କରିଥିଲା। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇଶାକ୍ ଦାର ସୂଚିତ କରିଛନ୍ତି ଯେ ଭାରତ ସହିତ ବାଣିଜ୍ୟ ପୁଣି ଆରମ୍ଭ ହୋଇପାରିବ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶନିବାର ସେ କହିଛନ୍ତି, 'ପାକିସ୍ତାନୀ ବ୍ୟବସାୟୀମାନେ ଭାରତ ସହିତ ବ୍ୟବସାୟ କରିବାକୁ ଚାହୁଁଛନ୍ତି। ସରକାର ସମସ୍ତ ହିତାଧିକାରୀଙ୍କ ସହିତ କଥାବାର୍ତ୍ତା କରି ଏହାର ସମ୍ଭାବ୍ୟତା ଅନୁସନ୍ଧାନ କରିବେ।

H3. ଓଡ଼ିଶା ପାଇଁ ବିଜେପି ଘୋଷଣା କଲା ପ୍ରାର୍ଥୀ
ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି। ପଞ୍ଚମ ପର୍ଯ୍ୟାୟ ତାଲିକାରେ ଓଡ଼ିଶା ପାଇଁ ୧୮ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି। ହେଲେ କଟକ, ଯାଜପୁର ଓ କନ୍ଧମାଳ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନି। ଏଥର ସମ୍ୱଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ, ପୁରୀରୁ ସମ୍ୱିତ ପାତ୍ର, ବାଲେଶ୍ୱରରୁ ପ୍ରତାପ ଷଡଙ୍ଗୀ ପ୍ରାର୍ଥୀ ହୋଇଛନ୍ତି।

H4. ମିରଟରୁ ଅରୁଣ ଗୋଭିଲ, ମଣ୍ତିରୁ ଲଢିବେ କଙ୍ଗନା
ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି । ଓଡ଼ିଶାର ୧୮ ଜଣ ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା ହୋଇଛି । ଏହି ତାଲିକାରେ ନିର୍ବାଚନ ଲଢ଼ିବେ ଲୋକପ୍ରିୟ ଧାରାବାହିକ ରାମାୟଣର ରାମ । ଅରୁଣ ଗୋଭିଲଙ୍କୁ ମିରଟ ଲୋକସଭା ସିଟ୍‌ରୁ ପ୍ରାର୍ଥୀ କରିଛି ବିଜେପି । ନବୀନ ଜିନ୍ଦଲଙ୍କୁ ହରିୟାଣାର କୁରୁକ୍ଷେତ୍ରରୁ ଟିକେଟ ଦେଇଛି ବିଜେପି । ଜିତୁ ପ୍ରସାଦଙ୍କୁ ପିଲିଭିଟ୍‌ରୁ ବରୁଣ ଗାନ୍ଧିଙ୍କ ଟିକେଟ୍ କାଟି ପ୍ରାର୍ଥୀ କରାଯାଇଛି । ସେହିପରି ମଣ୍ତିରୁ ଲଢିବେ ଅଭିନେତ୍ରୀ କଙ୍ଗାନ ରଣାୱତ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକର ବସିଥିଲା । ଏହି ବୈଠକରେ ଉପସ୍ଥିତି ଥିଲେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସିଂ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

H5. କଟିଲା ୪ ସାଂସଦଙ୍କ ଟିକଟ
ବିଜେପିର ୪ ସାଂସଦଙ୍କୁ ମିଳିଲାନି ସଂସଦ ଟିକେଟ୍ । ଏପରିକି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କର ମଧ୍ଯ ଟିକେଟ୍ କଟିଛି । ଓଡ଼ିଶାର ମୋଟ ୨୧ ଲୋକସଭା ଆସନରୁ ପ୍ରଥମ ପର୍ଯ୍ୟାୟରେ ଯାଜପୁର, କଟକ ଓ କନ୍ଧମାଳ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେପି । ବରଗଡ଼ ସାଂସଦ ସୁରେଶ ପୂଜାରୀ, ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଟିକେଟରୁ ବାଦ ପଡିଛନ୍ତି । ସେହିପରି ଆଉ ଦୁଇଟି ଆସନରେ ମଧ୍ଯ ଦଳ ପ୍ରାର୍ଥୀ ବଦଳାଇଛି । କୋରାପୁଟ ଓ ବ୍ରହ୍ମପୁର ଆସନରେ ନୂଆ ପ୍ରାର୍ଥୀ ଦେଇଛି ଭାରତୀୟ ଜନତା ପାର୍ଟି ।

H6. ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଓ ସମ୍ବିତ ପାତ୍ର
ନିର୍ବାଚନ ପାଇଁ ନାଁ ଘୋଷଣା ହେବା ପରେ ଆଜି ସକାଳୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ  ସମ୍ବିତ ପାତ୍ର। ଧର୍ମେନ୍ଦ୍ର ପ୍ରଧାନ ଧର୍ମପତ୍ନୀ ମୃଦୁଳା ଠାକୁରଙ୍କ ସହିତ ଆଜି ସକାଳୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହା ସହିତ ତାଙ୍କ ସହିତ ସମ୍ବିତ ପାତ୍ର ମଧ୍ୟ ଶ୍ରୀମନ୍ଦିର ଆସିଥିଲେ। ପଶ୍ଚିମ ଓଡ଼ିଶାର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଲୋକସଭା ଆସନ ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଥିବା ବେଳେ ପୁରୀରୁ ସମ୍ବିତ ପାତ୍ର ପ୍ରାର୍ଥୀ ହୋଇଛନ୍ତି। 

H7. ହୀରାକୁଦରେ ଡରାଉଛି ଡାଇରିଆ
ଡରାଉଛି ଡାଇରିଆ । ହୀରାକୁଦ ସହରରେ ବ୍ୟାପିଥିବା ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ ଟପିଥିବା ବେଳେ ଏପର୍ଯ୍ୟନ୍ତ ୨ ଜଣଙ୍କ ମୃତ୍ୟୁ ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ୍ରମେ ୨ ଜଣିଆ ଟିମ୍ ହୀରାକୁଦରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ ହୀରାକୁଦରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍ ନିୟୋଜିତ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

H8. ମହାକାଳ ମନ୍ଦିରରେ ଅଘଟଣ, ପୋଡିଗଲେ ୧୩ ସେବାୟତ
ସୋମବାର ସକାଳେ ମଧ୍ୟପ୍ରଦେଶ ଉଜୈନରେ ଅବସ୍ଥିତ ମହାକାଳ ମନ୍ଦିରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହୋଲି ଦିନ ପବିତ୍ର ଭସ୍ମ ଆରତୀ ଅନୁଷ୍ଠିତ ହେଉଥିବା ବେଳେ ଅବିର ଫୋପାଡିବା କାରଣରୁ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ୧୩ ଜଣ ଜଳି ଯାଇଛନ୍ତି। ପୋଡ଼ି ଯାଇଥିବା ଲୋକମାନଙ୍କ ମଧ୍ୟରେ ଅଧିକାଂଶ ସେବକ ଅଛନ୍ତି। ସମସ୍ତ ଆହତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମହାକାଳ ମନ୍ଦିରରେ ମୁଖ୍ୟ ପୁରୋହିତ ସଞ୍ଜୟ ଗୁରୁ, ବିକାଶ ପୂଜାରୀ, ମନୋଜ ପୂଜାରୀ, ଅନଶ ପୁରୋହିତ, ସେବକ ମହେଶ ଶର୍ମା ଏବଂ ଚିଣ୍ଟମାନ ଗେହଲୋଟ୍ ଆହତ ହୋଇଛନ୍ତି।

H9. ସେନାଙ୍କ ସହିତ ହୋଲି ପାଳିଲେ ପ୍ରତିରକ୍ଷା ମନ୍ତ୍ରୀ
ସେନାବାହିନୀର ଯବାନମାନଙ୍କ ସହ ହୋଲି ପାଳନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଲେହ ମିଲିଟାରୀ କ୍ୟାମ୍ପରେ ପହଞ୍ଚି ଯବାନମାନଙ୍କୁ ହୋଲିର ଶୁଭେଚ୍ଛା ଜଣାଇବା ଯବାନଙ୍କୁ ଅବିର ଲଗାଇଥିବା ଦେଖିବାକୁ ମିଳିଛି । ହୋଲି ପାଳନ ସମୟର ଫଟୋକୁ ପ୍ରତିରକ୍ଷା ମନ୍ତ୍ରୀ ନିଜ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ପ୍ରତିକ୍ରିୟାରେ ରାଜନାଥ କହିଥିଲେ ଯେ, ଯବାନମାନେ ଆମ ଦେଶକୁ ସର୍ବଦା ସୁରକ୍ଷା ଦେଇ ଆସୁଛନ୍ତି ତେଣୁ ସେମାନଙ୍କ ସାଥିରେ ସବୁବେଳେ ସରକାର ଅଛନ୍ତି ।

H10. RR ବନାମ LSG
ରାଜସ୍ଥାନ ରୟାଲ୍ସ (RR) ଆଇପିଏଲ୍ ୨୦୨୪ ରେ ଏକ ବିଜୟ ସହ ନିଜ ଅଭିଯାନ ଆରମ୍ଭ କରିଛି। ଆରଆର ପ୍ରଥମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (LSG) କୁ ୨୦ ରନରେ ପରାସ୍ତ କରିଛି। ଅଧିନାୟକ ସଞ୍ଜୁ ସାସମାନ (୮୨ ନଟ୍ ଆଉଟ୍) ଓ ରିୟାନ୍ ପରାଗ (୪୩) ଙ୍କ ଶ୍ରେଷ୍ଠ ବ୍ୟାଟିଂ ଆଧାରରେ ରାଜସ୍ଥାନ ୧୯୩/୪ ସ୍କୋର କରିଥିଲା। ଏହାର ଜବାବରେ ଲକ୍ଷ୍ନୌ ଦଳ ଧାର୍ଯ୍ୟ ୨୦ ଓଭରରେ ୬ ୱିକେଟ୍ ହରାଇ ମାତ୍ର ୧୭୩ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା।