ପୋଲିସ ନିକଟରେ ଆତ୍ମସମର୍ପଣ କଲେ ମାଓ ଦମ୍ପତି
Advertisement
Article Detail0/zeeodisha/odisha2418211

ପୋଲିସ ନିକଟରେ ଆତ୍ମସମର୍ପଣ କଲେ ମାଓ ଦମ୍ପତି

ସୂଚନା ମୁତାବକ, କୁତୁଲ ଏରିଆ କମିଟିର ମାଓ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ ସୋନବା ଏବଂ ତାଙ୍କ ପତ୍ନୀ ଆରତୀ ପଦ୍ନୀ ଜନତାନା ସରକାର ସଦସ୍ୟା ଥିଲେ ।

ପୋଲିସ ନିକଟରେ ଆତ୍ମସମର୍ପଣ କଲେ ମାଓ ଦମ୍ପତି

ମାଲକାନଗିରି: ସୀମାନ୍ତ ଛତିଶଗଡ ଅଞ୍ଚଳରେ ଦିନକୁ ଦିନ ମାଓ କାର୍ଯ୍ୟକଳାପ ବଢୁଥିବା ସମୟରେ ମାଓ ଦମ୍ପତ୍ତି ଆଜି ନାରାୟଣପୁର ଜିଲ୍ଲା ପୋଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ସ୍ୱାମୀଙ୍କ ନାମ ସୋନବା ଅରଫ ହୋଇଥିବା ସମୟରେ ତାଙ୍କ ପତ୍ନୀଙ୍କ ନାମ ଆରତୀ ସଲାମ ବୋଲି ଜଣାପଡିଛି ।

ସୂଚନା ମୁତାବକ, କୁତୁଲ ଏରିଆ କମିଟିର ମାଓ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ ସୋନବା ଏବଂ ତାଙ୍କ ପତ୍ନୀ ଆରତୀ ପଦ୍ନୀ ଜନତାନା ସରକାର ସଦସ୍ୟା ଥିଲେ । ସୋନବାଙ୍କ ପ୍ରକୃତ ନାମ ଡୋସେଲ ସଲାମ ବୋଲି ଜଣାପଡିଛି । ଡୋସେଲ ଦୀର୍ଘ ୧୩ ବର୍ଷ ଧରି ସକ୍ରିୟ ଭାବେ ମାଓ କାର୍ଯ୍ୟକଳାପ ସହ ଜଡିତ ଥିଲେ । ଡୋସେଲଙ୍କ ପତ୍ନୀ ଆରତୀ ୯ ବର୍ଷ ଧରି ମାଓ ସଂଗଠନରେ କାର୍ଯ୍ୟ କରୁଥିଲେ । ଉଭୟଙ୍କ ନାମରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଉଭୟେ ଏସପି ପ୍ରଭାତ କୁମାରଙ୍କ ନିକଟରେ ପହଞ୍ଚି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ନିବେଦନ କରିଥିଲେ । ପୋଲିସ ବିଭାଗ ପକ୍ଷରୁ ଉଭୟଙ୍କୁ ଆର୍ଥିକ ସହାୟତା ସ୍ୱରୁପ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ଏଥିସହ ଦୁହେଁ କିପରି ସମାଜରେ ଆତ୍ମନିର୍ଭରଶୀଳ ହୋଇ ଜୀବୀକା ନିର୍ବାହ କରିବେ ସେଥିପ୍ରତି ବ୍ୟବସ୍ଥା କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Also Read- Grah Gochar 2024: ଷଡାଷ୍ଟକ ଯୋଗ ପ୍ରଭାବ, ୧୧ ସେପ୍ଟେମ୍ୱରରୁ ୩ ରାଶିକୁ ଆର୍ଥିକ ଲାଭ

Also Read- Fire Accident: ସ୍କୁଲ ଘରେ ନିଆଁ, ୧୭ ଛାତ୍ରଛାତ୍ରୀ ମୃତ