Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2412332

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
 
1. ରାଜସ୍ଥାନର ବାରମର ଜିଲ୍ଲାରେ ଭାରତୀୟ ବାୟୁସେନାର ଏକ ମିଗ୍‍ ୨୯ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଠାରେ କହି ମୃତାହତ ହୋଇ ନାହାନ୍ତି। ଯାନ୍ତ୍ରିକ ତ୍ରୁଟି କାରଣରୁ ଉଡ଼ାଣ ସମୟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାକୁ କେନ୍ଦ୍ରକରି ତଦନ୍ତ ଆଦେଶ ଦିଆଯାଇଛି। ଭାରତୀୟ ବାୟୁସେନା ପକ୍ଷରୁ ଟ୍ୱିରରେ ଏ ନେଇ ସୂଚନା ଦିଆଯାଇଛି।
 
2.ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ଏହାସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମଧ୍ୟ ଜାରି ରହିବ। ଏହାଦ୍ୱାରା ହିତାଧିକାରୀମାନେ ଦେଶର ୨୭ ହଜାର ତାଲିକାଭୁକ୍ତ ହସ୍‍ପିଟାଲ୍‍ ଭିତରୁ ଯେ କୌଣସି ହସ୍‍ପିଟାଲ୍‍ରୁ ଚିକିତ୍ସା ସୁବିଧା ପାଇପାରିବେ। ସ୍ୱାସ୍ଥ୍ୟ ବିଭାଗ ଖର୍ଚ୍ଚଦାବି ଆଲୋଚନା ଅବସରରେ ସ୍‍ୱାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। 
 
3.କୋରାପୁଟର ସୁନାବେଢ଼ାଠାରେ ଥିବା ମିଗ୍‍ ବିମାନ କାରଖାନା ପୁଣିଥରେ ଚଳଚଞ୍ଚଳ ହେବ। ଭାରତୀୟ ବାୟୁସେନା ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସାଜିଥିବା ଲଢ଼ୁଆ ସୁଖୋଇ ବିମାନ ‘ସୁ ୩୦-ଏମକେଆଇ’ର ୫୪ % ଯନ୍ତ୍ରାଂଶ ଏଠାରେ ପ୍ରସ୍ତୁତି ସାଙ୍ଗକୁ ଖଞ୍ଜା ହେବ।  ପୂର୍ବରୁ ନାଶିକଠାରେ ଏହି ବିମାନ ଖଞ୍ଜା ଯାଉଥିଲା। କେନ୍ଦ୍ର କ୍ୟାବିନେଟ୍‍ ଏନେଇ ନିଷ୍ପତ୍ତି ଗ୍ରହଣ କରିଛନ୍ତି। 
 
4. ଆସନ୍ତା ୫ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ଏହା ପ୍ରଭାବରେ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ବଢ଼ିବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ସମ୍ଭାବ୍ୟ ଲଘୁଚାପ ଯୋଗୁଁ ଦକ୍ଷିଣ ଓଡ଼ିଶାରୁ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ବର୍ଷାର ପ୍ରଭାବ ବୃଦ୍ଧି ପାଇବ । ବର୍ଷା ଆଗାମୀ ୮ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ।  ୫ ତାରିଖରେ ପାଗରେ ପରିବର୍ତ୍ତନ ଆସିବା ସହ ସେହିଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଅନୁଭୂତ ହେବ ।
 
5. ନୂଆଖାଇଦିନ ମିଳିବ ସିଏମ୍‍ କିସାନ ଯୋଜନା ଅର୍ଥ। ପୂର୍ବରୁ ଏହା କାଳିଆ ଯୋଜନା ଭାବେ ପରିଚିତ ହେଉଥିଲା। ଏହି ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୪ ହଜାର ଟଙ୍କା ଏବଂ ଭୂମିହୀନ ଚାଷୀଙ୍କୁ ବର୍ଷକୁ ୧୨ ହଜାର ୫୦୦ ଟଙ୍କା ପ୍ରଦାନର ବ୍ୟବସ୍ଥା ରହିଛି। ଉପମୁଖ୍ୟମନ୍ତ୍ରୀ ଏ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। 
 
6. ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ। ଜନ୍ମଦିନ ଅବସରରେ ସେ ଓଡ଼ିଶାର ସ୍ୱଥନ୍ତ୍ର ମହିଳା ସଶକ୍ତି କରଣ ଯୋଜନା ‘ସୁଭଦ୍ରା’କୁ ଶୁଭାରମ୍ଭ କରିବେ। ଏଥିପାଇଁ ସରକାରୀ ସସ୍ତରରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏନେଇ ସୂଚନା ଦେଇଛନ୍ତି।  ଜନତା ମଇଦାନରେ ଏନେଇ ସ୍ୱଥନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସେ କହିଛନ୍ତି। ୧ କୋଟି ୮ ଲକ୍ଷ ମହିଳାଙ୍କୁ ୫ ବର୍ଷରେ ୫୦ ହଜାର ଟଙ୍କା ପ୍ରଦାନ ବ୍ୟବସ୍ଥା ଏହି ଯୋଜନାରେ ରହିଛି। 
 
7. ଚିକିଟି ମଦମୃତ୍ୟୁ ସଂଖ୍ୟା ୫ ଛୁଇଛି। ଅପମିଶ୍ରିତ ମଦ ପିଇ ଗଞ୍ଜାମ ଜିଲ୍ଲା ଚିକିଟିର ମାଉଦ ପୁର ଗା:ର ୨୫ ଜଣ ଗତ ୧୯ ତାରିଖରେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ। ଗିତାଲି ପ୍ରଦୀପ ବେହେରାଙ୍କ ମୃତ୍ୟୁ ହୋଇଛି। 
 
8. ଓଡ଼ିଶାର କୌଈସି ସ୍ଥାନରେ ହାଇକୋର୍ଟଙ୍କ ବେଞ୍ଚ ସ୍ଥାପନ କରାଯାଇପାରିବ ନାହିଁ ।ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ଏହିପରି କୌଣସି ବେଞ୍ଚର ଯଥାର୍ଥତା ନାହିଁ। ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଶ୍ନର ଉତ୍ତର ରଖି ମୁଖ୍ୟମଦନ୍ତ୍ରୀ ମୋହନ ଚରଣ ମାଝି ଏହି ସୂଚନା ଦେଇଛନ୍ତି। 
 
9. ଗତ ଦୁଇମାସ ଭିତରେ ରାଜ୍ୟର ବିଭିନ୍ନ ଅଧିକାରୀଙ୍କ ବିରୁଦ୍ଧରେ ଆସିଥିବା ମାମଲାର ତଦନ୍ତ କରିବାକୁ ଯାଇ ଭିଜିଲାନ୍ସ ୩୯ ଅଧିକାରୀଙ୍କ ଠିକଣା ଉପରେ ଚଢ଼ଉ କରିଛି। ଏହି ଚଢ଼ଉ ଦ୍ୱାରା ୪୯ କୋଟି ୩୫ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ ହୋଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୂଚନା ଦେଇଛନ୍ତି। ୨୦୨୩ ଅଗଷ୍ଟ ପହିଲାରୁ ୨୦୨୪ ଅଗଷ୍ଟ ୨୫ ତାରିଖ ସୁଦ୍ଧା ରାଜ୍ୟରେ ଭିଜିଲାନ୍ସ ଚଢ଼ଉ ଦ୍ୱାରା ୧୧୫ କୋଟି ୭୫ ଲକ୍ଷ ୯୬୫ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଜବତ ହୋଇଥିବା ସେ ସୂଚନା ଦେଇଛନ୍ତି। 
 
10. ରାଜ୍ୟରେ ୧୫୭୭୪ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ରହିଛି । ତନ୍ମଧ୍ୟରୁ ପ୍ରାୟ ୫୬୦୦ ଡାକ୍ତର ପଦବୀ ଖାଲି ପଡ଼ିଛି । ଏହିକ୍ରମରେ ଚଳିତ ଆର୍ଥିକ ବର୍ଷରେ ୩୦୦୦ ଡାକ୍ତର, ପାରା ମେଡିକାଲ ଷ୍ଟାଫ୍ ନିଯୁକ୍ତି ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ରାଜ୍ୟରେ ମେଡିକାଲ ଶିକ୍ଷା କ୍ଷେତ୍ରରେ ୨୫୨୫ ୟୁଜି ସିଟ୍ ଥିବା ବେଳେ ୧୧୦୭ ପିଜି ସିଟ୍ ରହିଛି । ଏହି ସିଟ୍ ଆହୁରି ବୃଦ୍ଧି ହେବାର ଆବଶ୍ୟକତା ଥିବା ନେଇ ସେ କହିଛନ୍ତି ।