Advertisement
Article Detail0/zeeodisha/odisha2458334
Zee OdishaTop 10 NewsTop 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1-4 districts Band: ଆଜି ଏକା ସାଙ୍ଗରେ  ୪ ଜିଲ୍ଲାରେ ବନ୍ଦ ପାଳନ କରାଯାଉଛି। ସେହି ଜିଲ୍ଲା ଗୁଡିକ ହେଲା କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା । ସକାଳ ୬ଟାରୁ ଆରମ୍ଭ ହୋଇଛି ବନ୍ଦ ପାଳନ। ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ମିଳିତ କ୍ରିୟାନୁଷ୍ଠାନ କମିଟି। ଫଳରେ ଶହ ଶହ ଗାଡି ମଟର ରାସ୍ତା ଉପରେ ଠିଆ ହୋଇଥିବା ଦେଖିବାକୁ ମିଳିଛି।

2- Rechest State List:ଜାତୀୟ ବିକାଶରେ ଓଡ଼ିଶାର ସ୍ଥାନ କେଉଁଠି? ଦିଲ୍ଲୀରେ ବିଭିନ୍ନ ଦେଶ ତଥା ଦେଶ ଭିତରର ନିବେଶକଙ୍କୁ ଆକୃଷ୍ଟି କରିବାକୁ ଓଡ଼ିଶା ରୋଡଶୋ’ ଆୟୋଜନ କରୁଥିବା ବେଳେ ଏ ପ୍ରଶ୍ନ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ପୁଣି ଆସନ୍ତା ଦିନମାନଙ୍କରେ ଦେଶର ବିକାଶରେ ଓଡ଼ିଶାର ଅବଦାନ କେତେ ରହିବ? କାରଣ ଭାରତକୁ ବିଶ୍ୱର ତୃତୀୟ ଆର୍ଥିକ ମହାଶକ୍ତି ତିଆରି କରିବାରେ ରାଜ୍ୟମାନଙ୍କର ଭୂମିକା ବେଶ୍‍ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହିକ୍ରମରେ ରାଜ୍ୟଗୁଡ଼ିକର ଏକ ପାହ୍ୟା ତାଲିକା ‘ଫୋର୍ବସ୍‍’ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ତାଲିକାରେ ଜିଡିପି ଏବଂ ମୁଣ୍ଡପିଛା ଜିଡିପିକୁ ଆଧାର କରି ରାଜ୍ୟମାନଙ୍କ ଭୂମିକାକୁ ନିର୍ଦ୍ଧାରଣ କରାଯାଇଛି। 

3-Weather Update: ଆସୁଛି ଆଉ ଏକ ଲଘୁଚାପ।  ଆଜି ସୃଷ୍ଟି ହୋଇପାରେ ଲଘୁଚାପ। ବାୟୁ ମଣ୍ତଳରେ  ଏକ ସାଇକ୍ଲୋନିକ୍ ସର୍କୁଲେସନ୍ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟରେ  ଏକାଧିକ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି। ବର୍ତ୍ତମାନ ସୁଧା ବାତ୍ୟା ଆଶଙ୍କା ନଥିବା ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଦକ୍ଷିଣ ପୂର୍ବ ବାଂଲାଦେଶ  ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।  କ୍ରମଶଃ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଏହାର ପ୍ରଭାବରେ ଆଜି ପଶ୍ଚିମବଙ୍ଗ ଏବଂ ଓଡିଶା ଉପକୂଳ  ନିକଟରେ ଏକ ଲଘୁଚାପ ସୃଷ୍ଟି ହେବ। 

Add Zee News as a Preferred Source

4-Odisha Cm return from delhi today: ଆଜି ଦିଲ୍ଲୀରୁ ଫେରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨ ଦିନିଆ ଦିଲ୍ଲୀଗସ୍ତ ସାରି ଓଡ଼ିଶା ଫେରିବେ। ଓଡ଼ିଶାକୁ ପୁଞ୍ଜି ଆଣିବା ପାଇଁ କାଲି ଦିଲ୍ଲୀରେ ଆମ୍ବାସାଡର୍ସ ମିଟ୍ ଅନୁଷ୍ଠିତ ହୋଇଥିଲା।

5-Strike: ପାରାଦୀପ ସ୍ଥିତ ଆର୍ସେଲର୍ ମିତ୍ତଲ୍ ନିପ୍ପନ୍ ଷ୍ଟିଲ୍ ( ଏ.ଏମ୍.ଏନ୍.ଏସ୍) କମ୍ପାନୀ ଫାଟକ ନିକଟରେ ଶାନ୍ତି ପୂର୍ଣ୍ଣ ଧାରଣାରେ ବସିଲେ ତିନୋଟି ଟ୍ରକ ମାଲିକ ସଂଘ (ଜେ.ସି.ସି )। ସ୍ଥାନୀୟ ଟ୍ରକ ମାଲିକ ସଂଘ ଦ୍ବାରା ମାଲ ପରିବହନ ନକରି ବାହାର ଗାଡିକୁ ନିୟୋଜିତ କରିଛି କମ୍ପାନୀ। ଯାହାକୁ ନେଇ ପାରାଦୀପ ର ତିନୋଟି ମାଲିକ ସଂଘ ତୀବ୍ର ବିରୋଧ କରିବା ସହିତ କମ୍ପାନୀ ଫାଟକ ନିକଟରେ ଧାରଣା ଦିଆଯାଇଛି।

6-HezbollahLeader:ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା ନେତା ସାଫିଦିନ ନିହତ ସୂଚନା। ବେରୁତରେ ବଙ୍କରରେ ଲୁଚିଥିବା ବେଳେ ଏୟାର ଷ୍ଟ୍ରାଇକରେ ନିହତ।
ନିହତ ହିଜବୁଲ୍ଲା ମୁଖ୍ୟ ନସରଲାର ଉତ୍ତରାଧିକାରୀ ହାସିମ ସାଫିଦିନ୍। ଦୁଇ ଦିନ ତଳେ ଇସ୍ରାଏଲ ଆକ୍ରମଣରେ ନସରଲାର ମୃତ୍ୟୁ ହୋଇଥିଲା।

7- Supreme Court on Isha Foundation: ସଦଗୁରୁଙ୍କ ଇଶା ଫାଉଣ୍ଡେସନକୁ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆରାମ ମିଳିଛି। ଇଶା ଫାଉଣ୍ଡେସନ ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଆଧ୍ୟାତ୍ମିକ ଗୁରୁ ଜାଗି ବାସୁଦେବଙ୍କ ଇଶା ଫାଉଣ୍ଡେସନ ବିରୋଧରେ ପଞ୍ଜୀକୃତ ହୋଇଥିବା ସମସ୍ତ ଅପରାଧିକ ମାମଲା ସମ୍ପର୍କରେ ସୂଚନା ଦେବାକୁ ସୋମବାର ଦିନ ମାଡ୍ରାସ ହାଇକୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। 

H8-PM Internship Scheme Started: ବେରୋଜଗାର ଯୁବବର୍ଗଙ୍କୁ ଚାକିରି ଯୋଗାଇବା ପାଇଁ ମୋଦୀ ସରକାର ଇଣ୍ଟରନସିପ୍ ସ୍କିମ୍ ଆଣିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟରେ ପ୍ରଧାନମନ୍ତ୍ରୀ ଇଣ୍ଟରନସିପ୍ ଯୋଜନା ଘୋଷଣା କରିଥିଲେ ଯେଉଁଥିରେ ଆସନ୍ତା ୫ ବର୍ଷ ମଧ୍ୟରେ ପ୍ରାୟ ୧ କୋଟି ଯୁବକ ଉପକୃତ ହେବେ। ଏହି କାର୍ଯ୍ୟକ୍ରମରେ ଇଣ୍ଟର୍ନ ମାନଙ୍କୁ ମାସିକ ୫୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ।

9-Center on Marital Rape: କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଜଣେ ସ୍ୱାମୀ ନିଜ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖଲେ ଯଦି ତାଙ୍କୁ ରେପ୍ ଭଳି ଦଣ୍ଡିତ କରାଯାଏ, ତେବେ ଏହା ବୈବାହିକ ଜୀବନ ଉପରେ ଗୁରୁତର ପ୍ରଭାବ ପକାଇପାରେ। ମେରିଟାଲ ରେପକୁ ଅପରାଧୀକ କରିବାକୁ ଚାହୁଁଥିବା ଅନେକ ଆବେଦନକୁ ବିରୋଧ କରି ସରକାର ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି। ଏଥିରେ ସରକାର କହିଛନ୍ତି ଯେ ମେରିଟାଲ ରେପକୁ ଅପରାଧ ବୋଲି ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଏହା ପୂର୍ବରୁ ଅନ୍ୟ 'ଦଣ୍ଡନୀୟ ପଦକ୍ଷେପ' ବିଦ୍ୟମାନ ଅଛି।

10-Marathi among 5 languages accorded classical language status: ଦେଶର ଆଉ ୫ଟି ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା। ମରାଠି, ପାଲି, ପ୍ରାକୃତି, ଅହମିୟା ଏବଂ ବେଙ୍ଗଲି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ନେଇ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଭାଷା ସଂଖ୍ୟା ୧୧କୁ ବୃଦ୍ଧି ପାଇଛି।

About the Author