Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2413988

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
 
1. ପାରା ଅଲମ୍ପିକ୍ସ ୨୦୨୪ରେ ଭାରତ ଏହାର ସମସ୍ତ ପୂର୍ବ ରେକର୍ଡକୁ ଭାଙ୍ଗିଛି। ମେଡାଲ୍‍ ତାଲିକାରେ ୩ଟି ସ୍ୱର୍ଣ୍ଣ, ୭ ରୌପ୍ୟ ଏବଂ ୧୦ ବ୍ରୋଞ୍ଜ ସମେତ ୨୦ଟି ମେଡାଲ ହାସଲ କରିଛି ଭାରତ। ଏହା ସର୍ବକାଳୀନ ରେକର୍ଡ। ପୂର୍ବରୁ ଟୋକ୍ୟୋ ଅଲମ୍ପିକ୍ସରେ ଦେଶ ୧୯ଟି ପଦକ ଜିତିଥିଲା। ଆଗକୁ ଆହୁରି ପଦକ ଜିତିବା ଆଶା ରହିଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାରାଅଲମ୍ପିକ୍ସ ଖେଳାଳିଙ୍କୁ ଅଭିନ୍ଦନ ଜଣାଇଛନ୍ତି। ଖେଳାଳିଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି। 
 
2.   ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ବ୍ରୁନେଇ ଗସ୍ତରେ ଅଛନ୍ତି। ଦୁଇ ଦେଶ ଭିତରେ ଥିବା ୪୦ ବର୍ଷର କୂଟନୀତିକ ସମ୍ପର୍କକୁ ଏହା ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଦୁଇ ଦେଶ ଭିତରେ ଆଜି କିଛି ବୁଝାମଣା ସ୍ୱାକ୍ଷର ହେବା କାର୍ଯ୍ୟକ୍ରମ ରହିଛି। 
 
3. ଦୁଷ୍କର୍ମ ମାମଲାକୁ କଠୋର ଭାବେ ବିଚାର କରିବାକୁ ଯାଇ ପଶ୍ଚିମବଙ୍ଗ ପକ୍ଷରୁ ନୂଆ ଦଣ୍ଡ ବିଧାନ ସମ୍ବଳିତ ବିଧେୟକ ପାରିତ କରାଯାଇଛି। ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଲେ ଆଇନରେ ପରିଣତ ହେବ। ଏହି ନୂଆ ଆଇନ ଅନୁସାରେ ଦୁଷ୍କର୍ମ ପୀଡ଼ିତାଙ୍କର ଯଦି ମୃତ୍ୟୁ ହୁଏ ବା ସେ ନିଷ୍କ୍ରିୟ କୋମା ଅବସ୍ଥାକୁ ଚାଲି ଆସନ୍ତି ତେବେ ଦୋଷୀଙ୍କୁ  ୧୦ ଦିନ ଭିତରେ ମୃତ୍ୟୁ ଦଣ୍ତ ଶୁଣାଇବାକୁ ପଶ୍ଚିମବଙ୍ଗ ବିଧାନସଭା ସହମତ ହୋଇଛି। ଏହି ବିଧେୟକର ନାଁ ରହିଛି ଅପରାଜିତା ବିଧେୟକ। କିନ୍ତୁ ସଦ୍ୟ ପାରିତ ହୋଇଥିବା ଭାରତୀୟ ନ୍ୟାୟ ସଂହିତାରେ ଦିଆଯାଇଥିବା ବ୍ୟବସ୍ଥାଠାରୁ ଏହା ଅଲଗା ଥିବାରୁ ଏହି ବିଧେୟକ ଆଇନରେ ପରିଣତ ହେବା ନାଇ ସନ୍ଦେହ ଉପୁଜିଛି। 
 
4. ରାଜ୍ୟର ୬ ଜିଲ୍ଲାର ୧୮ ବ୍ଲକରେ ଭୂତଳଜଳ ଫ୍ଲୋରାଇଡ୍‍ ଯୁକ୍ତ। ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାଜ୍ର ସରକାର ଏହା କହିଛନ୍ତି। ଏହି ଜିଲ୍ଲାଗୁଡ଼ିକ ହେଉଛି ବଲାଙ୍ଗୀର, ମାଲକାନଗିରି, ମୟୁରଭଞ୍ଜ, ବୌଦ୍ଧ, କଳାହାଣ୍ଡି ନୟାଗଡ଼। ବଲାଙ୍ଗୀରର ସର୍ବାଧିକ ୮ଟି ବ୍ଲକ ଏହିପରି ସଙ୍କଟର ସମ୍ମୁଖୀନ ହୋଇଛି। ଏସବୁ  ଅଞ୍ଚଳରେ ସରକାର ପାନୀୟଜଳ ପ୍ଲାଣ୍ଟ ସ୍ଥାପନ କରି ପାନୀୟଜଳ ପ୍ରସ୍ତୁତ କରୁଥିବା କହିଛନ୍ତି ରାଜ୍ୟ ସରକାର। 
 
5. ରାଜ୍ୟର ୬ ଜିଲ୍ଲା ଉପଖଣ୍ଡରେ ୬ ନୂଆ ଆଇଏଏସ୍‍ ଅଧିକାରୀଙ୍କୁ ଉପଖଣ୍ଡୀୟ ମାଜିଷ୍ଟ୍ରେଟ ବା ଉପ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ଏହି ଉପଖଣ୍ଡଗୁଡ଼ିକ ହେଉଛି ବଣାଇ, ଆଠଗଡ଼, ପଦ୍ମପୁର, ଜୟପୁର, ତାଳଚେର ଏବଂ ରାଇରଙ୍ଗପୁର। ପୂର୍ବରୁ ଏଠାରେ ସାଧାରଣତଃ ଓଏଏସ୍‍ ଅଧିକାରୀ ଦାୟିତ୍ୱ ତୁଲାଉଥିଲେ। 
 
6. ଜନ୍ମାଷ୍ଟମୀ ପରଦିନଠାରୁ ଆରମ୍ଭ ହୋଇଥିବା କୃଷ୍ଣ ଲୀଳାର ଅନନ୍ୟ ପର୍ବ କ୍ରମରେ ଆଜି ଶ୍ରୀମନ୍ଦିରର ଅନୁଷ୍ଠିତ ହେବ ଦିବାଗ୍ନି ରାକ୍ଷାସ ବଧ। ଏହିକ୍ରମରେ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କୁ କୃଷ୍ଣ ବଳରାମ ଭାବେ ସଜ୍ଜିତ କରାଯିବ। ଶ୍ରୀ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ପରିଚିତ ରାମ କୃଷ୍ଣଙ୍କୁ ଦକ୍ଷିଣି ଘରୁ ନାଟ ମଣ୍ଡପକୁ ଅଣାଯିବ। ଆଉ ସେଠାରେ ମାଟିମଣ୍ଡପ ସାହି ଆଖଡ଼ାଙ୍କ ଦ୍ୱାରା ପାରମ୍ପରିକ ଭାବେ ଦିବାଗ୍ନି ରାଧାସ ବଧ ନୀତି ଅନୁଷ୍ଠିତ ହେବ। 
 
7. ଛତିଶଗଡ଼ର ଦାନ୍ତେଓ୍ୱାଡ଼ା ଏବଂ ବିଜାପୁର ଜିଲ୍ଲାରେ ପୁଲିସ ଓ କେନ୍ଦ୍ରୀୟ ବଳର ନକ୍ସଲ ବିରୋଧୀ ଅପରେସନ୍‍ ଓଡ଼ିଶା ପୁଲିସକୁ ଅଧିକ ସତର୍କ କରିଛି। ଏହି ଅପରେସନ୍‍ ଦ୍ୱାରା ଛତିଶଗଡ଼ ସଂଲକଗ୍ନ ଜିଲ୍ଲାଗୁଡ଼ିକୁ  ନକ୍ସଲ ପ୍ରବେଶ କରିପାରନ୍ତି ବୋଲି ଆଶଙ୍କର ଜନ୍ମିଛି। ଏଣୁ ଏସବୁ ଜିଲ୍ଲାର ଏସ୍‍ପି ଓ କେନ୍ଦ୍ରୀୟବଳକୁ ସଜାଗ କରିବାକୁ ପୁଲିସ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି।  କୋରାପୁଟ, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ବରଗଡ଼ ଏବଂ ସୁନ୍ଦରଗଡ଼ ପ୍ରଭୃତି ଜିଲ୍ଲାର ସୀମାନ୍ତ ଅଞ୍ଚଳକୁ ସିଲ କରାଯାଇଛି।
 
8. ଆସନ୍ତାକାଲି ପଶ୍ଚିମ, କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ଆଶଙ୍କା ରହିଛି। ଏହାର ପ୍ରଭାବରେ ଆଜିଠାରୁ ପାଗ ପରିବର୍ତ୍ତନ ଆଶଙ୍କା ରହିଛି। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଆଜିଠାରୁ ପାଗ ପରିବର୍ତନ ହେବା ଆଶଙ୍କା ରହିଛି। ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 
 
9. ଛାତ୍ର ସଂସଦ ନିର୍ବାଚନ ଦାବି କରି ଆଜି ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ ପାଇଁ ଆହ୍ୱାନ ଦିଆଯାଇଛି। ନିର୍ବରଚନ ବନ୍ଦ କରି ଛାତ୍ରମାନଙ୍କୁ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ କରାଯାଉଛି ବୋଲି ଅଭିଯୋଗ କରିଛି କଂଗ୍ରେସ ଏହା ସହ ଏ ସରକାର ପୂର୍ବ ବିଜେଡି ସରକାରରର ପଦାଘଙ୍କ ଅନୁସରଣ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଛରତ୍ର ସଂସଦ ଏଥର ନୁହେଁ ଆସନ୍ତାବର୍ଷ ହେବ ବୋଲି ଆଇନ ମନ୍ତ୍ରୀ ଏକ ମନ୍ତବ୍ୟରେ କହିଛନ୍ତି। 
 
10. ଗୋଟିକ ପରେ ଗୋଟିଏ ଏପରି ୧୪୪୩ ଦେଶୀ ମଦ ଭାଟିକୁ ସରକାର ମାଟିରେ ମିଶାଇଲାଣି। ଆଗକୁ ସମସ୍ତ ବେଆଇନ ମଦ କାରବାର ଉପରେ ସରକାର ଏପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଅଗଷ୍ଟ ୨୦ ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା।