Top 10 News: ପୁରୀ ବେଳାଭୂମିରେ ଖୋଲିବନି ମଦ ଦୋକାନ, କେଜ୍ରିୱାଲଙ୍କୁ ମିଳିଲା ଜାମିନ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2429047

Top 10 News: ପୁରୀ ବେଳାଭୂମିରେ ଖୋଲିବନି ମଦ ଦୋକାନ, କେଜ୍ରିୱାଲଙ୍କୁ ମିଳିଲା ଜାମିନ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines:ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର। ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

 

Top 10 News Headlines 13 September 2024

Top 10 News Headlines 13 September 2024: H1. No liquor cabin to be opened on Puri sea beach: ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର। ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦୃଷ୍ଟିରେ ରଖି ନୀତିରେ ପରିବର୍ତ୍ତନ କରାଯାଇଛି। ବେଳାଭୂମିରେ ମଦ କ୍ୟାବିନ ଖୋଲିବା ନେଇ ବିଭିନ୍ନ ମହଲରୁ ତୀବ୍ର ବିରୋଧ ହେବାପରେ ଅବକାରୀ ନୀତିରେ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର। ଧାର୍ମିକ ଅନୁଷ୍ଠାନର ୫ କି.ମି ପରିଧି ମଧ୍ୟରେ ଖୋଲିବନି ମଦ କ୍ୟାବିନ୍‌‌। ଏହାସହିତ ରାଜ୍ୟର ଅନ୍ୟ ଧାର୍ମିକ ଅନୁଷ୍ଠାନରେ ମଧ୍ୟ ମଦ ଦୋକାନ ଖୋଲିବନି ବୋଲି କୁହାଯାଇଛି। 

H2. 4 Students Drown During Ganesh Idol Immersion: ବାରିପଦାରେ ବଡ଼ ଅଘଟଣ। ଗଣେଶ ମୂର୍ତ୍ତି ଭସାଣି ବେଳେ ବୁଡ଼ିଗଲେ ୪ ଛାତ୍ର। ସେମାନଙ୍କ ମଧ୍ୟରୁ ସ୍ଥାନୀୟ ଲୋକଙ୍କ ଦ୍ଵାରା ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ଥିବା ବେଳେ ଆଉ ୨ ଜଣ ନିଖୋଜ ଅଛନ୍ତି। ବାରିପଦା ଲକ୍ଷ୍ମୀପୋଷି ଦେଇ ଯାଇଥିବା ସୁବର୍ଣ୍ଣରେଖା ନଦୀରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। ଖବର ପାଇ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ୪ଜଣ ଆଦର୍ଶ ବିଦ୍ୟାଳୟର +୨ ଛାତ୍ର ଓ ସେମାନେ ହଷ୍ଟେଲରେ ରୁହନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। 

H3. Poultry farming banned for 3 months: ପୁରୀ ଜିଲ୍ଲାରେ ଏବେ ବି ବାର୍ଡ ଫ୍ଲୁ ଆତଙ୍କ ଜାରି ରହିଛି। ତେଣୁ ସଂକ୍ରମିତ ଅଞ୍ଚଳରେ ୩ମାସ କୁକୁଡ଼ା ଚାଷ ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ୩ମାସ ଯାଏଁ କୁକୁଡ଼ା ଚାଷ ଉପରେ ପୁରୀ ପ୍ରଶାସନର କଟକଣା ଜାରି ହୋଇଛି। ଜିଲ୍ଲାର ପିପିଲି, ସତ୍ୟବାଦୀ, ନିମାପଡା ଓ ଡେଲାଙ୍ଗ ବ୍ଲକର ଚାରୋଟି ଗ୍ରାମରେ ବାର୍ଡ ଫ୍ଲୁ ଚିହ୍ନଟ କରାଯିବା ପରେ ତତ୍ପରତା ଦେଖାଇଛି ପ୍ରଶାସନ। 

H4. Weather Updates: ପଶ୍ଚିମରେ ହିମାଚଳ ରାଜ୍ୟରୁ ଉତ୍ତର-ପୂର୍ବ ଭାରତ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେଉଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ଓଡି଼ଶା ଓ ଝାଡଖଣ୍ଡ ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ଜନ ଜୀବନ ପ୍ରଭାବିତ ହୋଇଛି। ଗତ ୩୬ ଘଣ୍ଟା ମଧ୍ୟରେ ସାରା ଦେଶରେ ପ୍ରବଳ ବର୍ଷା ଯୋଗୁଁ ୪୭ ଜଣ ପ୍ରାଣ ହରାଇଛନ୍ତି, ସେଥିମଧ୍ୟରୁ ୩୨ ଜଣ ଉତ୍ତରପ୍ରଦେଶର, ୧୧ ଜଣ ମଧ୍ୟପ୍ରଦେଶର ଓ ୪ ଜଣ ରାଜସ୍ଥାନର ଅଛନ୍ତି।

H5. Centre renames Port Blair as Sri Vijaya Puram: କେନ୍ଦ୍ର ସରକାର ଆଣ୍ଡାମାନ ଆଣ୍ଡ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାରର ନାମକୁ 'ଶ୍ରୀ ବିଜୟ ପୁରମ'ନାମରେ ପରିବର୍ତ୍ତନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଦିନ ଏହା ଘୋଷଣା କରିଛନ୍ତି। ଶାହ କହିଛନ୍ତି ଯେ ପୋର୍ଟ ବ୍ଲେୟାର ନାମ ଉପନିବେଶ ଐତିହ୍ୟର ପ୍ରତୀକ ଅଟେ। ତେଣୁ ସରକାର ଏହାର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। 

H6. Two Soldiers Martyred: ଜମ୍ମୁ କାଶ୍ମୀରର କିସ୍ତୱାଡରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ସହ ତୀବ୍ର ଗୁଳିବିନିମୟ ବେଳେ ଦୁଇ ସୈନିକ ସହିଦ ହୋଇଛନ୍ତି ଏବଂ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। କିସ୍ତୱାଡର ଚଟ୍ରୁ ଅଞ୍ଚଳରେ ଏହି ଗୁଳିବନିମୟ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

H7. Arvind Kejriwal bail: ଦିଲ୍ଲୀ ଏକ୍ସାଇଜ୍ ପଲିସି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଅଛନ୍ତି, ତେଣୁ ସିବିଆଇ ମାମଲାରେ ଜାମିନ ପାଇବା ପରେ ତାଙ୍କୁ ଜେଲରୁ ବାହାରିବା ପାଇଁ ରାସ୍ତା ସଫା ହୋଇଥିଲା। ମନୀଷ ସିସୋଦିଆ, ସଞ୍ଜୟ ସିଂଙ୍କ ସମେତ ଆମ୍ ଆଦମୀ ପାର୍ଟିର ବହୁ ବଡ ନେତା ତାଙ୍କୁ ଜେଲ୍ ବାହେରେ ସ୍ୱାଗତ କରିଥିଲେ। ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଜେଲରୁ ବାହାରିବା ପରେ ମୋର ଶକ୍ତି ୧୦୦ ଗୁଣ ବୃଦ୍ଧି ପାଇଛି।

H8. WHO approves first Mpox vaccine: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) Mpox ପାଇଁ ପ୍ରଥମ ଟିକା ଅନୁମୋଦନ କରିଛି। WHO ଶୁକ୍ରବାର ଦିନ କହିଛି ଯେ ଆଫ୍ରିକା ଏବଂ ଅନ୍ୟାନ୍ୟ ସ୍ଥାନରେ ଏହି ରୋଗର ମୁକାବିଲା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସୂଚନା ଅନୁଯାୟୀ, ନୂତନ ଟିକା ସହିତ ଟିକାକରଣ ଅଭିଯାନ ପ୍ରଥମେ ଆଫ୍ରିକା ଏବଂ ଏହାର ଆଖପାଖ ଦେଶରେ ଆରମ୍ଭ ହେବ।

H9. Asian Champions Trophy 2024: ଭାରତ ଏବଂ ପାକିସ୍ତାନର ଦଳ ଯେତେବେଳେ ବି କୌଣସି ଖେଳରେ ମୁହାଁମୁହିଁ ହୁଅନ୍ତି, ପ୍ରତିଯୋଗିତାର ଉତ୍ସାହ ବଢ଼ିଯାଏ। ପ୍ରଶଂସକମାନେ ମଧ୍ୟ ଉତ୍ସାହର ସହିତ ଏହି ମ୍ୟାଚ୍ ପାଇଁ ଅପେକ୍ଷା କରନ୍ତି। ବର୍ତ୍ତମାନ ଚୀନରେ ଚାଲିଥିବା ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ୩୫୦ ଦିନ ପରେ ଭାରତ ଏବଂ ପାକିସ୍ତାନର ଦଳ ଆସନ୍ତାକାଲି ମୁହାଁମୁହିଁ ହେବାକୁ ଯାଉଛନ୍ତି।

H10. Morne Morkel joins India ahead of Bangladesh clash: ବାଂଲାଦେଶ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ନୂଆ ବୋଲିଂ କୋଚ୍ ଭାବରେ ମର୍ଣ୍ଣି ମର୍କେଲଙ୍କୁ ନିଯୁକ୍ତ କରାଯାଇଛି। ବିସିସିଆଇ ଏହାର ଏକ୍ସ ହ୍ୟାଣ୍ଡେଲ ସହିତ ଦଳର ଅଭ୍ୟାସ ଅଧିବେଶନର ଫଟୋ ସେୟାର କରିଛି, ଯେଉଁଥିରେ ପୂର୍ବତନ ଆଫ୍ରିକୀୟ ବୋଲର ମର୍ଣ୍ଣି ମର୍କେଲ ଦଳ ସହିତ ନଜର ଆସିଛନ୍ତି। ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ଭାବରେ ନିଯୁକ୍ତ ହେବା ପରେ ସେ ପ୍ରଥମ ଥର ପାଇଁ ଦଳ ସହ ଯୋଡି ହୋଇଛନ୍ତି।