Top 10 News: ଶ୍ରୀମନ୍ଦିର ଅବଢ଼ାର ମାନ ଯାଞ୍ଚ କରିବେ ସରକାର, ଭଦ୍ରକରେ ଟେନସନ୍, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2449651

Top 10 News: ଶ୍ରୀମନ୍ଦିର ଅବଢ଼ାର ମାନ ଯାଞ୍ଚ କରିବେ ସରକାର, ଭଦ୍ରକରେ ଟେନସନ୍, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ଶୁକ୍ରବାର ଦିନ ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟ ବିରୋଧରେ ରାଲିରେ ଭଦ୍ରକ ଜିଲ୍ଲାର ସନ୍ଥିଆ ନିକଟରେ ଉତ୍ତେଜନା ଦେଖାଦେଇଛି। ଅଭିଯୁକ୍ତଙ୍କ ଗିରଫ ଦାବି କରୁଥିବା ଲୋକ ପୋଲିସ୍ ଉପରକୁ ପଥର ମାଡ଼ କରିବାରୁ ତିନିଜଣ ବରିଷ୍ଠ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

 

Top 10 News Headlines 27 September 2024

Top 10 News Headlines 27 September 2024: H1.  Tension in Bhadrak over ‘controversial social media post: ଶୁକ୍ରବାର ଦିନ ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟ ବିରୋଧରେ ରାଲିରେ ଭଦ୍ରକ ଜିଲ୍ଲାର ସନ୍ଥିଆ ନିକଟରେ ଉତ୍ତେଜନା ଦେଖାଦେଇଛି। ଅଭିଯୁକ୍ତଙ୍କ ଗିରଫ ଦାବି କରୁଥିବା ଲୋକ ପୋଲିସ୍ ଉପରକୁ ପଥର ମାଡ଼ କରିବାରୁ ତିନିଜଣ ବରିଷ୍ଠ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଏହି ସମୟରେ ଭଦ୍ରକ ତହସିଲଦାରଙ୍କ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ କରିବା ସହ ସହରରେ ଫ୍ଲାଗମାର୍ଚ୍ଚ କରିଛି। ଏହା ସମେତ ଏଠାରେ ଭାରତୀୟ ନ୍ୟାୟ ସଂହିତାର ଧାରା-୧୬୩ ଲାଗୁ କରାଯାଇଛି ।

H2. Odisha Govt to test quality of Jagannath Temple Mahaprasad: ପୁରୀ ଶ୍ରୀମନ୍ଦିର ଅବଢ଼ାର ମାନ ଯାଞ୍ଚ ହେବ। କେବଳ ଅବଢ଼ା ନୁହେଁ, ଘିଅର ମଧ୍ୟ ମାନ ଯାଞ୍ଚ କରାଯିବ। ବାଲାଜୀ ମନ୍ଦିର ଭଳି ଘଟଣା ଘଟିବା ପୂର୍ବରୁ ସଜାଗ ହେବାକୁ ପଡ଼ିବ ବୋଲି ଆଜି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଅନ୍ୟପଟେ ଏହାପୂର୍ବରୁ ସେପ୍ଟେବରରେ ୨୪ରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୋଠ ଭୋଗ, ବରାଦି ଭୋଗ ଓ ଅନ୍ୟାନ୍ୟ ଭୋଗରେ ବ୍ୟବହୃତ ହେଉଥିବା ଘିଅର ମାନ ଯାଞ୍ଚ ହେବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମଙ୍ଗଳବାର ସୂଚନା ଦେଇଥିଲେ।

H3. National Forensic Science University campus: ଓଡିଶାରେ  ‘ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟି’ର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ଏହି କ୍ୟାମ୍ପସ ଓଡିଶାର ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ଶିକ୍ଷା ପ୍ରଦାନ କରିବ। ଏହି ଜାତୀୟ ବିଶ୍ବବିଦ୍ୟାଳୟର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଲୋକସେବା ଭବନରେ ସାକ୍ଷାତ କରି ଏହା ଉପରେ ଆଲୋଚନା କରିଛନ୍ତି।

H4. IPS Arun Kumar Sarangi appointed OPSC Chairman: ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଚେୟାରମ୍ୟାନ୍ ନିଯୁକ୍ତ କରିଛନ୍ତି ସରକାର। ଏହି ପଦବୀରେ ତାଙ୍କୁ ଆଗାମୀ ୬ ବର୍ଷ ପାଇଁ ନିଯୁକ୍ତ କରାଯାଇଛି। ଏବେ ସେ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀ ନିର୍ଦ୍ଦେଶକ ଅଛନ୍ତି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ପଦର ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ନେବା ପରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି। ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମିର ନିର୍ଦ୍ଦେଶକ ସହିତ ୨୦୨୩ ଡିସେମ୍ବର ୩୧ ରେ ସେ ପୁଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଥିଲେ।

H5. Best Tourism Villages Competition 2024: ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣରେ ୩୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ମୋଟ ୯୯୧ ଟି ଆବେଦନ ଗ୍ରହଣ କରାଯାଇଥିଲା, ସେଥିମଧ୍ୟରୁ ୩୬ଟି ଗ୍ରାମ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପ୍ରତିଯୋଗିତା ୨୦୨୪ ର ୮ଟି ବର୍ଗରେ ବିଜେତା ଭାବରେ ମାନ୍ୟତା ପାଇିଛି। ଓଡ଼ିଶାର ମାଣିଆବନ୍ଧ ଗ୍ରାମକୁ ମଧ୍ୟ ଏହି ପୁରସ୍କାର ମିଳିଛି।

H6. Odisha CM talks tough on corruption at collectors conference: ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଯାଇଛି । ସମ୍ମିଳନୀରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିଜ ଅନୁଭୁତି ଓ ଅଭିଜ୍ଞତାରୁ ପ୍ରଶାସନିକ ସ୍ତରରେ ପୂର୍ବରୁ ହେଉଥିବା ଅନେକ ତ୍ରୁଟି ବିଚ୍ୟୁତି ସମ୍ପର୍କରେ ମଧ୍ୟ ଜିଲ୍ଲାପାଳମାନଙ୍କୁ ସଚେତନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ସବୁ ଯୋଜନା ଠିକ୍‌ ସମୟରେ ଆରମ୍ଭ ହେବା ଓ ଠିକ୍‌ ସମୟରେ ଶେଷ ହେବା ହେଉଛି ଖୁବ୍ ଗୁରୁତ୍ୱପୂର୍ଣ୍ଣ। 

H7. Odisha Weather update: ରାଜ୍ୟର ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଅନ୍ୟପଟେ ୧୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଟ୍ୱିନ୍ ସିଟି ଭୁବନେଶ୍ବର ଓ କଟକ ସମେତ ୧୩ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ବର୍ଷା ସତର୍କତା ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଭଦ୍ରକ, ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ଅନୁଗୁଳ, ନୟାଗଡ଼, ଢେଙ୍କାନାଳ, ମୟୂରଭଂଜ ଓ ଗଂଜାମର ନାମ ରହିଛି ।

H8. India old population increased: ଭାରତ ଏକ ଯୁବା ଦେଶ। ପ୍ରଧାନମନ୍ତ୍ରୀ ଦେଶ ତଥା ବିଦେଶର ଅନେକ ପ୍ରତିଷ୍ଠିତ ଫୋରମରେ ଭାରତର ଯୁବା ଜନସଂଖ୍ୟା ଏବଂ ଏହାର ଗୁରୁତ୍ୱ ପ୍ରସଙ୍ଗ ଉଠାଇଛନ୍ତି। ଏହି ସମୟରେ ଏକ ସର୍ଭେ ରିପୋର୍ଟରେ କିଛି ଚିନ୍ତା ବଢ଼ାଇଛି। ଭାରତରେ ଯୁବାଙ୍କ ହାରାହାରି ବୟସ ଯାହାକି ପୂର୍ବରୁ ୨୪ ବର୍ଷ ଥିଲା ବର୍ତ୍ତମାନ ୨୯ କୁ ବୃଦ୍ଧି ପାଇଛି। ବୟସ୍କ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଏହି ଦର ବୃଦ୍ଧି ପାଇଛି।

H9. Dame Maggie Smith Death: ପ୍ରସିଦ୍ଧ ଅଭିନେତ୍ରୀ ଡେମ ମ୍ୟାଗି ସ୍ମିଥ ଦୁନିଆରୁ ବିଦାୟ ନେଇଛନ୍ତି। ଏହି ଅଭିନେତ୍ରୀ ୮୯ ବର୍ଷ ବୟସରେ ହସ୍ପିଟାଲରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବ୍ରିଟିଶ ମଞ୍ଚ ଏବଂ ସିନେମାର ଜଣେ ମହାନ ବ୍ୟକ୍ତିତ୍ୱ ଥିବା ଏହି ଅଭିନେତ୍ରୀ ନିଜ କ୍ୟାରିୟରରେ ଦୁଇଟି ଓସ୍କାର ଆୱାର୍ଡ ଜିତିଥିଲେ। 

H10. IND vs BAN 2nd Test: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନର ଖେଳ ଶେଷ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ନିର୍ଦ୍ଧାରିତ ସମୟ ପୂର୍ବରୁ ଖେଳ ବନ୍ଦ କରି ଦିଆଯାଇଥିଲା। ପ୍ରଥମ ଦିନରେ କେବଳ ୩୫ ଓଭର ଖେଳ ହୋଇପାରିଥିଲା, ଯେଉଁଥିରେ ବାଂଲାଦେଶ ୩ ୱିକେଟ୍ ହରାଇ ୧୦୭ ରନ୍ ସଂଗ୍ରହ କରିଥିଲା। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ମୋମିନୁଲ ହକ ୪୦ ମୁଶଫିକୁର ରହୀମ ୬ ରନ୍ କରି ଅପରାଜିତ ଅଛନ୍ତି।