Top 10 News: କେରଳ ଓ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କଲେ ସିଏମ୍ ମାଝୀ, ତ୍ରିପୁରାରେ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର, ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2415309

Top 10 News: କେରଳ ଓ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କଲେ ସିଏମ୍ ମାଝୀ, ତ୍ରିପୁରାରେ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର, ଅନ୍ୟାନ୍ୟ ଖବର

Top 10 News Headlines: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  ଆଜି ସଂଧ୍ୟାରେ କେରଳର ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାଇ ବିଜୟନ ଓ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଶ୍ରୀ ମାନିକ ଶାହାଙ୍କ ସହିତ ଫୋନ ଯୋଗେ ଆଲୋଚନା କରି ଉଭୟ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଘଟିଥିବା କ୍ଷୟକ୍ଷତି ପାଇଁ ସମବେଦନା ପ୍ରକାଶ କରିଛନ୍ତି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

 

Top 10 News Headlines 4 September 2024

Top 10 News Headlines 4 September 2024: H1. CM Majhi discussed with the CM of Kerala and Tripura: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  ଆଜି ସଂଧ୍ୟାରେ କେରଳର ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାଇ ବିଜୟନ ଓ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଶ୍ରୀ ମାନିକ ଶାହାଙ୍କ ସହିତ ଫୋନ ଯୋଗେ ଆଲୋଚନା କରି ଉଭୟ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଘଟିଥିବା କ୍ଷୟକ୍ଷତି ପାଇଁ ସମବେଦନା ପ୍ରକାଶ କରିଛନ୍ତି । ଏଥିପାଇଁ ଉଭୟ କେରଳ ଓ ତ୍ରିପୁରାକୁ ୫ କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ। 

H2. Odisha Ration Card Update: ରାସନ କାର୍ଡ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଛି। ପୂର୍ବ ସରକାର ସମୟରେ ଏପରି ହୋଇଥିବା ଅଭିଯୋଗ ଆସିବାରୁ ଏବେ ହିତାଧିକାରୀଙ୍କ କେଓ୍ୱାସି କରାଯାଉଛି। ଏହା ଆଧାର ଭିତ୍ତିକ ଇ କେଓ୍ୱାସି ଯୋଜନା। ଏହି କେଓ୍ୱାଇସି କାର୍ଯ୍ୟ ଶେଷ ହେବା ପରେ ରାଜ୍ୟରେ ନୂଆ ରାସନ କାର୍ଡ ଆବେଦନ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି  ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। 

H3. IIT BBSR girl student dies after falling off 5th floor: ଅରୁଗୁଳର ସ୍ଥିତ ଆଇଆଇଟି– ଭୁବନେଶ୍ୱରର ଛାତରୁ ପଡ଼ି ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ସେ ବିଟେକ୍‍ ୩ୟ ବର୍ଷର ଛାତ୍ରୀ ଏବଂ ତାଙ୍କର ଘର ଦିଲ୍ଲୀରେ ବୋଲି ଜଣାପଡ଼ିଛି। କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ଏ ବାବଦରେ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ କ୍ରିତିକା ରାଜ ନାମକ ଜଣେ ଛାତ୍ରୀ ଗତକାଲି ରାତି ପ୍ରାୟ ସାଢ଼େ ବାରଟା ସମୟରେ ହଷ୍ଟେଲର ୫ମ ମହଲା ଛାତରୁ ତଳକୁ ଡେଇଁ ପଡ଼ିଥିଲେ। ଡେଇଁବା ପରେ ଶବ୍ଦ ଶୁଣି ତାଙ୍କ ସହଯୋଗୀମାନେ ତାଙ୍କୁ କ୍ୟାପିଟାଲ୍‍ ହସ୍‍ପିଟାଲ୍‍କୁ ଚିକିତ୍ସା ପାଇଁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

H4. Congress alleges 5-T used to promote Migration: ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଲୋକଙ୍କୁ ୫-ଟି ଲେଖାଥିବା ବ୍ୟାଗ୍‍ ବଣ୍ଟନ ଲାଗି ରାଜକୋଷରୁ ୨୪୭ କୋଟି ୩୬ ଲକ୍ଷ ୬୪ ହଜାର ୯୪୭ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହାବାଦ୍‍ ଲୋକଙ୍କ ପାଖରେ ନଗଦ ଟଙ୍କା ପହଞ୍ଚାଇବା ଲାଗି ୧ହଜାର ଟଙ୍କା ବଣ୍ଟନର ଯେଉଁ ବ୍ୟବସ୍ଥା କରାଯାଇଥିଲା ସେଥିରେ ୯୫୯କୋଟି ୫ ଲକ୍ଷ ୨୬ ହଜାର ଟଙ୍କା ଖର୍ଚ୍ଚ କରିଥିଲେ ବୋଲି ସାଧରଣ ବଣ୍ଟନ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। 

H5. SEBI-Sahara Case: ସେହି ନିବେଶକମାନଙ୍କ ପାଇଁ ଏକ ଖୁସି ଖବର ଅଛି ଯାହାର ଟଙ୍କା ସାହାରାରେ ଅଟକି ରହିଛି। ବୁଧବାର ଦିନ ସାହାରା ଗ୍ରୁପକୁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ଅଧିକାରୀ ଓ ବିଦ୍ୟମାନ ସେୟାର ହୋଲ୍ଡର ମାନଙ୍କ ସହିତ ସମ୍ପତ୍ତିର ତାଲିକା ପ୍ରଦାନ କରିବାକୁ କୋର୍ଟ କହିଛନ୍ତି। ଏହି ସମ୍ପତ୍ତି ବିକ୍ରୟ କରି ୧୦ ହଜାର କୋଟି ଟଙ୍କା ସଂଗ୍ରହ କରାଯାଇପାରିବ ବୋଲି କୋର୍ଟ କହିଛନ୍ତି।

H6. Tripura Peace Pact: ବୁଧବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଭାରତ ସରକାର, ତ୍ରିପୁରା ସରକାର, ନ୍ୟାସନାଲ ଲିବରେସନ୍ ଫ୍ରଣ୍ଟ ଅଫ୍ ତ୍ରିପୁରା (NLFT) ଏବଂ ଅଲ୍ ତ୍ରିପୁରା ଟାଇଗର ଫୋର୍ସ (ATF) ପ୍ରତିନିଧୀମାନେ ବୁଧବାର ଦିନ ତ୍ରିପୁରା ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତି ପରେ NLFT କହିଛନ୍ତି ଯେ ଆମେ ସରକାରଙ୍କୁ ବିଶ୍ୱାସ କରିଛୁ। ତେଣୁ, ଆମେ ୩୦ ବର୍ଷର ସଶସ୍ତ୍ର ସଂଗ୍ରାମକୁ ସମାପ୍ତ କରୁଛୁ। ଆମେ ଆମର ସର୍ତ୍ତାବଳୀ ସେୟାର କରିଛୁ। ଗୃହମନ୍ତ୍ରୀଙ୍କ ଉପରେ ଆମର ବିଶ୍ୱାସ ଅଛି।

H7. Pension rules: ଦେଶରେ ଇପିଏସ୍ ପେନସନ୍‌ଭୋଗୀଙ୍କ ପାଇଁ ଏକ ବଡ଼ ଖବର ଆସିଛି। ବର୍ତ୍ତମାନ ପେନସନଭୋଗୀମାନଙ୍କୁ ପେନସନ୍‌ ପାଇଁ ଏଠାକୁ ସେଠାକୁ ଯିବାକୁ ପଡ଼ିବ ନାହିଁ। ବର୍ତ୍ତମାନ ସେମାନେ ଦେଶର ଯେକୌଣସି ବ୍ୟାଙ୍କକୁ ଯାଇ ପେନସନ୍ ଟଙ୍କା ନେଇପାରିବେ। ବୁଧବାର ମୋଦୀ ସରକାର ଏ ସମ୍ପର୍କରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନା ଆସନ୍ତା ବର୍ଷ ୧ ଜାନୁୟାରୀ ୨୦୨୫ ରୁ କାର୍ଯ୍ୟକାରୀ ହେବ। ସରକାରଙ୍କ ଏହି ନିଷ୍ପତ୍ତି ଦେଶର ୭୮ ଲକ୍ଷ ଇପିଏସ୍ ପେନସନ୍‌ଭୋଗୀଙ୍କୁ ଉପକୃତ କରିବ।

H8. High court On Emergency Film: ବମ୍ବେ ହାଇକୋର୍ଟ ବୁଧବାର ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସେନ୍ସର ବୋର୍ଡ) କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେ ଏମରଜେନ୍ସି ସହ ଜଡିତ ସମସ୍ତ ଆବେଦନ ଉପରେ ନିଷ୍ପତି ନିଅନ୍ତୁ ଏବଂ ଫିଲ୍ମକୁ ୧୫ ସେପ୍ଟେମ୍ବର ସୁଦ୍ଧା ପ୍ରମାଣପତ୍ର ପ୍ରଦାନ କରନ୍ତୁ।

H9. Rahul Dravid Rajasthan Royals Head Coach: ଟି-୨୦ ବିଶ୍ୱକପ ଜିତିବା ପାଇଁ ଭାରତୀୟ ଦଳର ନେତୃତ୍ୱ ନେଇଥିବା ପୂର୍ବତନ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କୁ ରାଜସ୍ଥାନ ରୟାଲ୍ସ ଆଇପିଏଲ ୨୦୨୫ ପାଇଁ ନିଜର ହେଡ୍ କୋଚ୍ ଭାବରେ ନିଯୁକ୍ତ କରିଛି। ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱ ଜିତିବା ପରେ ହିଁ ଦ୍ରାବିଡ଼ ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଥିଲେ, ଏହା ପରେ ସେ କୌଣସି ଆଇପିଏଲ ଦଳରେ ଯୋଗଦେବେ ବୋଲି ଆଶା କରାଯାଉଥିଲା।

H10. Paris Paralympics 2024: ପ୍ୟାରିସ୍ ପାରାଅଲିମ୍ପିକ୍ସରେ ଭାରତୀୟ ଆଥଲେଟମାନେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଖେଳାଳିମାନେ ପ୍ୟାରିସ୍ ପାରାଅଲିମ୍ପିକ୍ସରେ ୨୧ଟି ପଦକ ଜିତି ସାରିଛନ୍ତି। ଯେଉଁଥିରେ ୩ଟି ସ୍ୱର୍ଣ୍ଣ ପଦକ ବ୍ୟତୀତ ୮ଟି ରୌପ୍ୟ ପଦକ ଓ ୧୦ଟି ବ୍ରୋଞ୍ଜ ପଦକ ସାମିଲ ରହିଛି। ଏଥି ସହିତ ପଦକ ତାଲିକାରେ ଭାରତ ୨୦ ତମ ସ୍ଥାନ ଅଧିକାର କରିଛି।