Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ସଂକ୍ଷେପରେ ପଢ଼ିନିଅନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today:

01- ପୂର୍ବତନ ବାୟୁସେନା ମୁଖ୍ୟ (ଅବସରପ୍ରାପ୍ତ) ରାକେଶ କୁମାର ସିଂ ଭଦୌରିଆ ବିଜେପିରେ ଯୋଗ ଦେଇଛନ୍ତି। ଅକ୍ଟୋବର ୨୦୧୯ ରେ ସେ ବାୟୁସେନାର କମାଣ୍ଡ ନେଇଥିଲେ। ଏହାପୂର୍ବରୁ ସେ ବାୟୁସେନା ଉପ-ମୁଖ୍ୟ ଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଭଦୌରିଆଙ୍କ ସହ ପୂର୍ବତନ ସାଂସଦ ତିରୁପତି ଶ୍ରୀ ବାରାପ୍ରସାଦ ରାଓ ମଧ୍ୟ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ। ବିଶେଷଜ୍ଞମାନେ କହିଛନ୍ତି ଯେ ବିଜେପି ପରବର୍ତ୍ତୀ ପ୍ରାର୍ଥୀ ତାଲିକାରେ ଭଦୈରିଆଙ୍କ ନାମ ଅନ୍ତର୍ଭୁକ୍ତ ହୋଇପାରେ। ପୂର୍ବତନ ସେନା ମୁଖ୍ୟ ଭି.କେ ସିଂଙ୍କ ସ୍ଥାନରେ ତାଙ୍କୁ ଗାଜିଆବାଦ ଆସନରୁ ପ୍ରାର୍ଥୀ କରାଯାଇପାରେ ବୋଲି ଅନୁମାନ କରାଯାଉଛି।

02- ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ବର୍ତ୍ତମାନ ରାଜନୈତିକ ପାଣିପାଗ ଉଷ୍ଣତା ରହିଛି । କିନ୍ତୁ ଏହାରି ମଧ୍ୟରେ ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅବକାରୀ ନୀତି  ଅର୍ଥ ହେରଫେର ମାମଲାରେ କେଜ୍ରିୱାଲଙ୍କୁ ଗିରଫ କରିଛି ଇଡି। ଇଡିର କାର୍ଯ୍ୟାନୁଷ୍ଠାନକୁ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ କରିଛି ଆପ୍ । ଏବେ ଗିରଫଦାରୀ ବିରୁଦ୍ଧରେ ବାହାରିଛନ୍ତି ଇଣ୍ଡି ମେଣ୍ଟ। ମାର୍ଚ୍ଚ ୩୧ ତାରିଖରେ ଇଣ୍ଡି ମେଣ୍ଟ ଦଳ ଦିଲ୍ଲୀରେ ଏଅକ ବଡ ରାଲି କରିବା ନେଇ ଘୋଷଣା କରିଛି । ଆଜି ମେଣ୍ଟ ଦଳ ସହଯୋଗୀ ଆପ୍ ଏବଂ କଂଗ୍ରେସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଦିଲ୍ଲୀ ରାମ ରାମଲେଲା ମଇଦାନରେ ରାଲିର ଆୟୋଜନ ହେବ ବୋଲି କୁହାଯାଇଛି।

03- ଗତକାଲି ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଥିବା ସହିଦ ନଗର ଥାନା ସବ୍‌-ଇନ୍ସପେକ୍‌ଟର ପ୍ରିୟବ୍ରତ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ଜଣେ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ  ଜବତ କରିବା ପରେ ସେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ବ୍ୟକ୍ତି ଜଣକ ୩ ହଜାର ଟଙ୍କା ଦେବା ପରେ ମଧ୍ୟ ପ୍ରିୟବ୍ରତ ତାଙ୍କୁ ଆଉ ୨ ହଜାର ଟଙ୍କା ମାଗିଥିଲେ । ତେବେ ଏନେଇ ବ୍ୟକ୍ତି ଭିଜିଲାନ୍ସ ବିଭାଗକୁ ଖବର ଦେଇଥିଲେ ।

04- ଭୂକମ୍ପରେ ଥରି ଉଠିଛି ପପୁଆ ନ୍ୟୁ ଗିନି ।  ରିକ୍ଟର ସ୍କେଲରେ ଏହାର ତିବ୍ରତା  ୬.୯ ରେକର୍ଡ କରାଯାଇଛି। ଆଜି ଭୋର୍ ସମୟରେ ପ୍ରଶାନ୍ତ ମହାସାଗରରେ ଥିବା ପପୁଆ ନ୍ୟୁ ଗିନି ଦେଶର ଏକ ଉପାନ୍ତ ଭାଗରେ ବଡ଼ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ତେବେ, ଏହି ଭୂକମ୍ପରେ ମୃତାହତ ନେଇ କୌଣସି ସୂଚାନା ଏପର୍ଯ୍ୟନ୍ତ ମିଳିନାହିଁ। ଏନେଇ ଆମେରିକା ଜିଓଲୋଜିକାଲ୍ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଭୂକମ୍ପର ଗଭୀରତା ଭୂପୃଷ୍ଠରୁ ୩୫ କିଲୋମିଟର ରେକର୍ଡ ହୋଇଛି ।

05- ଆତଙ୍କବାଦୀ ସଙ୍ଗଠନ ISIS ସହିତ ଲିଙ୍କ ଥିବା ଅଭିଯୋଗରେ ଜଣେ IIT ଛାତ୍ରଙ୍କୁ ଅଟକ ରଖାଯାଇଛି । ଛାତ୍ରଜଣକ ଗୁହାଟୀ ହୋଇଥିବାବେଳେ ସେ ଚତୁର୍ଥ ବର୍ଷର ବାୟୋଟେକ୍ନୋଲୋଜି ବିଭାଗରେ ପଢୁଥିଲେ । ସୋସିଆଲ ମିଡିଆ ମାଧ୍ୟମରେ ଛାତ୍ର ଜଣକ ଆତଙ୍କବାଦୀ ସଂଗଠନରେ ଯୋଗଦେବାକୁ ଚାହୁଁଥିବା ସେୟାର କରିଥିଲେ । ଛାତ୍ର ଜଣକ କ୍ୟାମ୍ପସରୁ ଫେରାର ହୋଇଯାଇଥିବା ବେଳେ କାମ୍ରୁପ ଜିଲ୍ଲାର ହାଜୋରୁ ଧରାପଡିଛନ୍ତି । ବର୍ତ୍ତମାନ ପୋଲିସ ଛାତ୍ରଜଣଙ୍କୁ ପଚରାଉଚରା କରୁଥିବା ଜଣାପଡିଛି ।

06- ରାଜଧାନୀ ଏକ୍ସପ୍ରେସରୁ ଗଞ୍ଜେଇ ଜବତ ହୋଇଛି । ଭଦ୍ରକ ରେଳବାଇ ପୋଲିସ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ୨୮ ବର୍ଷୀୟ ଯୁବକଙ୍କ ନାମ ନବନୀତ କୁମାର ଏବଂ ତାଙ୍କ ଘର ବିହାର ବୈଶାଳୀ ଜିଲ୍ଲା ଅନ୍ତର୍ଗତ ଖୋଜପୁରରେ ବୋଲି ଜଣାପଡିଛି । ନବନୀତ ଭୁବନେଶ୍ଵର ରେଳ ଷ୍ଟେସନରୁ ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରିବା ସମୟରେ ବ୍ୟାଗ ସାହାଯ୍ୟରେ ଗଞ୍ଜେଇ ଚୋରାଚାଲାଣ କରୁଥିଲେ ।  ଭଦ୍ରକ ଷ୍ଟେଶନରେ ଆରପିଏଫ କର୍ମଚାରୀଙ୍କ ଦ୍ୱାରା ଧରା ପଡିଥିଲେ । ନବନୀତଙ୍କ ନିକଟରୁ ୩କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ କରାଯାଇଛି ବୋଲି ଖବର ମିଳିଛି ।

07- ଆସନ୍ତା କାଲି ପବିତ୍ର ଦୋଳପୂର୍ଣ୍ଣିମା। ଏହି ଅବସରରେ ମହାପ୍ରଭୁ ସୂନା ଅଳଙ୍କାରରେ ବିଭୁଷିତ ହୋଇ ରତ୍ନବେଦୀରେ ଦର୍ଶନ ଦେବେ। ଶ୍ରୀମନ୍ଦିରରେ ଦୋଳପୂର୍ଣ୍ନିମା ପୂର୍ବଦିନ ଅର୍ଥାତ ଆଜି ସଂଧ୍ୟାରେ ମହାପ୍ରଭୁଙ୍କ ମେଣ୍ଢାପୋଡି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ସରିବା ପରେ ରତ୍ନବେଦୀରୁ ଆଜ୍ଞାମାଳ ପାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ଦୋଳବେଦୀକୁ ବିଜେ କରିବେ । ସେଠାରେ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ,ଦେବନୀତି,ବନ୍ଦାପନା ପରେ ଭୋଗ ହେବ । ବିଶେଷକରି ମାରୱାଡି ସଂପ୍ରଦାୟର ମହିଳାଙ୍କ ଦ୍ୱାରା ପୂର୍ବରୁ ସଂଗୃହିତ ଘଷିରେ ଅଗ୍ନି ସଂଯୋଗ କରାଯିବ । ହୋଲିକା ରାକ୍ଷାସୀକୁ ଦହନର ପ୍ରତିଫଳନ ସ୍ୱରୁପ ଏହି ମେଣ୍ଡାପୋଡି ନୀତି ଅନୁଷ୍ଠିତ ହୋଇଥାଏ ।

08- ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଯେଉଁଥିରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୪୫ ଜଣଙ୍କ ନାମ ରହିଛି। ଦଳର କେତେକ ବଡ଼ ନେତାଙ୍କ ନାମ ମଧ୍ୟ ଏହି ତାଲିକାରେ ଥିବା ଦେଖିବାକୁ ମିଳିଛି । ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କୁ ରାଜଗଡ଼ରୁ ପ୍ରାର୍ଥୀ କରାଯାଇଛି। କାର୍ତ୍ତି ପି ଚିଦାମ୍ବରମଙ୍କୁ ତାମିଲନାଡୁର ଶିବଗଙ୍ଗା ଆସନରୁ ପ୍ରାର୍ଥୀ କରିଛି ଦଳ। ସେହିପରି ଦାନିଶ ଅଲୀଙ୍କୁ ଉତ୍ତର ପ୍ରଦେଶର ଅମରୋହାରୁ ଟିକେଟ୍ ଦିଆଯାଇଛି। 

09- ରୁଷ ଆତଙ୍କୀ ହମଲାରେ ମୃତ୍ୟୁସଂଖ୍ୟା ୧୪୩କୁ ବୃଦ୍ଧି ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ମସ୍କୋ ସହର ସ୍ଥିତ କ୍ରକୋସ୍‌ ସିଟି ହଲ୍‌ ନିକଟରେ ଆକ୍ରମଣ କରିଥିଲେ ଆତଙ୍କବାଦୀ। କାର୍ଯ୍ୟକ୍ରମରେ ୬ ହଜାରରୁ ଅଧିକ ଦର୍ଶକ ସେଠାରେ ଉପସ୍ଥିତ ଥିଲେ। ସେହି ସମୟରେ ହଠାତ୍ କିଛି ଦୁର୍ବୃତ୍ତ ପହଞ୍ଚି ଜନ ଗହଳି ସ୍ଥାନ ଉପରକୁ ଆଖି ବୁଜା ଗୁଳି ଚାଳନା କରିଥିଲେ । ଏଥିସହ ସେଠାରେ ବିସ୍ଫୋରଣ ଘଟାଇଥିଲେ ।

10- କିଛି ଦିନର ଅନ୍ତରାଳରେ ରାଜ୍ୟକୁ ଫେରିଛି ତାତି। ଶନିବାର  ୧୪ ସହରର ପାରଦ ୩୬ ଡିଗ୍ରୀ ଉପରେ ରେକର୍ଡ଼ ହୋଇଥିଲା।  ୩୮ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର  ପାଲଟିଥିଲା ରାଜ୍ୟରେ ଏବେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ପାରଦ ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପୂର୍ବାନୁମାନ କରିଛି।  ଆଗାମୀ ୪ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୩ ରୁ ୫ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି , ତଥା ଆଭ୍ୟନ୍ତରୀଣ ତଥା ପଶ୍ଚିମ ଓଡ଼ିଶାର ମାର୍ଚ୍ଚ ମାସ ଶେଷ ବେଳକୁ କିଛି ଅଞ୍ଚଳରେ ତାପମାତ୍ରା ୩୯ ରୁ ୪୦ ଡ଼ିଗ୍ରୀ ଯାଏଁ ଅନୁଭୂତ ହେବାର ସମ୍ଭାବନା ରହିଛି ।

Also Read- Shani Nakshatra Parivartan 2024: ହୋଲି ପରେ ୫ଟି ରାଶି ବ୍ୟକ୍ତିଙ୍କ ଜୀବନରେ ଭରିଯିବ ରଙ୍ଗ

Also Read- Shukra Gochar: ଏପ୍ରିଲରେ ଶୁକ୍ର ଚଳନ ପ୍ରଭାବରୁ ୩ ରାଶିକୁ ଧନପ୍ରାପ୍ତି ଯୋଗ