Top 10 News Headlines: ଓଡ଼ିଶା ବିଧାନସଭାରେ ଡ଼ା ସୁରକ୍ଷା, ଆଜି ମିଳିବ କିସାନ ସମ୍ମାନ ନିଧି ଏବଂ ଅନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2296944

Top 10 News Headlines: ଓଡ଼ିଶା ବିଧାନସଭାରେ ଡ଼ା ସୁରକ୍ଷା, ଆଜି ମିଳିବ କିସାନ ସମ୍ମାନ ନିଧି ଏବଂ ଅନ୍ୟ ମୁଖ୍ୟ ଖବର

ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Headlines: ଓଡ଼ିଶା ବିଧାନସଭାରେ ଡ଼ା ସୁରକ୍ଷା, ଆଜି ମିଳିବ କିସାନ ସମ୍ମାନ ନିଧି ଏବଂ ଅନ୍ୟ ମୁଖ୍ୟ ଖବର

1. ଆଜିଠାରୁ ରାଜ୍ୟ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ତିନିଦିନ ଏହି ଅଧିବେଶନ ଚାଲିବ। ଏଥିରେ ନବ ନିର୍ବାଚିତ ସଦସ୍ୟମାନଙ୍କୁ ଶପଥ ପାଠ କରାଯିବ। ଏହାପରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବିଧାନସଭାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। 

2. କେନ୍ଦ୍ର ସରକାରଙ୍କ ‘କୃଷକ ସମ୍ମାନ ନିଧି’ ଯୋଜନାରେ ଆଜି ଚାଷୀଙ୍କ ଆକାଉଣ୍ଟଙ୍କୁ ସିଧାସଳଖ ଟଙ୍କା ପଠାଯିବ। ଓଡ଼ିଶାରେ ଏହି ଯୋଜନାକୁ ଆଜି କୃଷକ ସମ୍ମାନ ଦିବସ ଭାବେ ପାଳନ କରାଯିବ।  ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ତଥା କେଭିକେରେ ଉପସ୍ଥିତ ରହି ଏହି ଦିବସ ପାଳନ କରିବା ସହ ଅର୍ଥ ସ୍ଥାନାନ୍ତରଣର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ମୋହନ ମାଝି ଏବଂ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ବରଗଡ଼ ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ। 

3. ଗ୍ରୀଷ୍ମ ଅବକାଶ ପରେ କିଛି ସ୍କୁଲ୍‍ ଆଜି ଖୋଲୁଥିବା ବେଳେ କିଛି ସ୍କୁଲ୍‍କୁ ବନ୍ଦ ରଖିବା ଆଦେଶ ଦେଇଛନ୍ତି ଜିଲ୍ଲାପାଳ। ଅଞ୍ଚଳ ଭିତ୍ତିରେ ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ଜିଲ୍ଲାପାଳଙ୍କୁ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀ ଗତକାଲି ନିର୍ଦ୍ଦେଶ ଦେଇଥିଲେ। ଏହିକ୍ରମରେ ଖୋର୍ଦ୍ଧା ଜିଲ୍ଲା ସମସ୍ତ ସ୍କୁଲ୍‍କୁ ଆଜି ପାଇଁ ବନ୍ଦ ଆଦେଶ ଦିଆଯାଇଛି। ଏହା ସହ ଆହୁରି ତିନୋଟି ଜିଲ୍ଲାରେ କେବଳ ଆଜି ଛୁଟି ରହିଥିବାବେଳେ ୧୧ ଜିଲ୍ଲାରେ ୨୦ ଯାଏ ଛୁଟି ଏବଂ ୧୫ ଜିଲ୍ଲାରେ ସକାଳ ସେଢ଼େ ଛଅଟାରୁ ସ୍କୁଲ୍‍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। 

4. ବାଲେଶ୍ୱର-ଚାନ୍ଦିପୁର ରାସ୍ତାର ପାତ୍ରପଡ଼ା ନିକଟରେ ଘଟିଥିବା ସାମ୍ପ୍ରଦାୟିକ ଉତ୍ତେଜନାକୁ ଆଖିରେ ରଖି ଆଜି ଜିଲ୍ଲାକୁ ସିଲ୍‍ କରାଯାଇଛି। ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ପାଇଁ ନିର୍ଦ୍ଦେଶ  ଦିଆଯାଇଥିବା ବେଳେ ଘଟଣାସ୍ଥଳରେ କର୍ଫ୍ୟୁ ଜାରି କରାଯାଇଛି। ଗତକାଲି ଏହି ଅଞ୍ଚଳରେ ଦୁଇ ଗୋଷ୍ଠୀ ଭିତରେ ହିଂସା ଦେଖା ଦେଇଥିଲା। ଏହାକୁ ଆୟତ୍ତ କରିବାକୁ ଯାଇଥିବା ପୁଲିସ ଉପରେ ମଧ୍ୟ ଏକ ଗୋଷ୍ଠୀ ପଥର ଫିଙ୍ଗିଥିଲେ। 

5. ପଶ୍ଚିମବଙ୍ଗ ନ୍ୟୁ ଜଳପାଇଗୁଡ଼ି ନିକଟ ରଙ୍ଗପାଣି ଷ୍ଟେସନ୍‍ ନିକଟରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‍ ଠିଆ ହୋଇଥିବା ବେଳେ ଏକ ମାଲଗାଡ଼ି ଏହା ଉପରେ  ଚଢ଼ିଯିବାରୁ ପ୍ରାୟ ୧୫ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଇଛି। ଏହା ସହ ୫୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ରେଳ ବିଭାଗ ପକ୍ଷରୁ ମୃତ୍ୟୁ ସଂଖ୍ୟା ୯ରେ ପହ୍ୟଚିଥିବା କୁହାଯାଇଛି। ମାଲଗାଡ଼ିର ଚାଳକ ଓ ସହଚାଳକଙ୍କ ଏଥିରେ ମୃତ୍ୟୁ ଘଟିଛି। ଏହାକୁ ମାନବୀୟ ତ୍ରୁଟି ବୋଲି ପ୍ରାଥମିକ ତଦନ୍ତ ପରେ ଆଶଙ୍କା କରିଛି ରେଳ ବିଭାଗ। କିନ୍ତୁ ତଦନ୍ତ ଜାରି ରହିଛି। 

6. କିଏ ହେବେ ଲୋକସଭାର ପରବର୍ତ୍ତୀ ବାଚସ୍ପତି? ଏଥିନେଇ ରାଜନୀତିକ ମହଲ ସରଗରମ ହୋଇଛି। ୨୬ ତାରିଖ ବାଚସ୍ପତି ନିର୍ବାଚନ ଥିବାରୁ ଏହି ପଦବୀ ଲାଗି ବିଜେପି ପ୍ରାର୍ଥୀ ଦେବ ନା ସହଯୋଗୀ ଦଳଙ୍କୁ ଛାଡ଼ିବ ଏନେଇ ଚାଲିଥିବା ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଛି ବିଜେପିର ପ୍ରାର୍ଥୀଙ୍କ କଥା। ବିଜେପି ଏହି ପଦବୀ ନିଜ ପାଖରେ ରଖିବା ପ୍ରାୟ ସ୍ପଷ୍ଟ ହୋଇଛି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ପଦବୀ ଲାଗି ଦାବିଦାରଙ୍କ ଭିତରେ ରହିଛନ୍ତି  କଟକ ସାଂସଦ ଭର୍ତ୍ତୃହରି ମହତାବ, ଓଡ଼ିଶା ପାଇଁ ବିଜେପି ପ୍ରଭାରୀ ଥିବା ଡି ପୁରନ୍ଦେଶ୍ୱରୀ ଙ୍କ ନାଁ। 

7. କେରଳର ଓ୍ୱୟନାଡ଼ ଲୋକସଭା ଆସନରୁ ଇସ୍ତଫା ଦେବେ ରାହୁଲ ଗାନ୍ଧି। ଉତ୍ତର ପ୍ରଦେଶର ରାଏ ବରେଲି ଆସନକୁ ସେ ପ୍ରତିନିଧିତ୍ୱ କରିବେ। ଏନେଇ ଏଆଇସିସି ବୈଠକରେ ନିଷ୍ପତ୍ତି ପରା ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଘୋଷଣା କରିଛନ୍ତି। ଓ୍ୱୟନାଡ଼ ଆସନରୁ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରାର୍ଥୀ ହେବେ। ସେ ବିଜୟୀ ହେଲେ ସାଂସଦ ଭାବେ ତାଙ୍କ ଜୀବନ ଆରମ୍ଭ ହେବ। ଖାଲି ସେତିକି ନୁହେଁ ଭାଇ-ଭଉଣି ଓ ମା’ଙ୍କ ପ୍ରତିନିଧିତ୍ୱ ସଂସଦରେ ଦେଖିବାକୁ ମିଳିବ। ଏବେ ସୋନିଆ ଗାନ୍ଧି ରାଜ୍ୟସଭାର ସଦସ୍ୟ ରହିଛନ୍ତି। 

8. କେନ୍ଦ୍ର ଗୃହନ୍ତ୍ରଣାଳୟ ମଣିପୁରରେ ଶାନ୍ତି ପ୍ରତିଷ୍ଠା ତଥା ଆଉ ଯେପରି କୌଣସି ହିଂସା ନଘଟିବ ସେଥିଲାଗି ଦୃଢ଼ ପଦକ୍ଷେପ ନେବାକୁ କହିଛନ୍ତି। ଏହାସହ ଖୁବ୍‍ ଶୀଘ୍ର ଏଠାରୁ ଦୁଇ ସମ୍ପ୍ରଦାୟ କୁକି ଏବଂ ମାଇତିଙ୍କ ଭିତରୁ ସାଂସ୍କୃତିକ ବିଭେଦତା ଦୂର କରିବା ଲାଗି ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତି ଶାହ। 

9. ଏଥର ମୌସୁମୀ ଶୀଘ୍ର ଆସିଥିଲେ ବି ଦୁର୍ବଳ ରହିଥିବା କାରଣରୁ ଅନେକ ସ୍ଥାନରେ ବର୍ଷା ପରିମାଣ କମିଛି। ତେବେ ଜୁନ୍‍ ଶେଷ ସପ୍ତାହରୁ ମୌସୁମୀ ସକ୍ରିୟ ହେବା  ନେଇ ସମ୍ଭାବନା ବ୍ୟକ୍ତ କରିଛି ଭାରତ ପାଣିପାଗ ବିଭାଗ। ଏହି ଦୁର୍ବଳ ମୌସୁମୀ ଯୋଗୁ ଓଡ଼ିଶା ସମେତ ଦେଶରେ ୨୦ ପ୍ରତିଶତ ବର୍ଷା କମ୍‍ ହୋଇଛି। 

10. ନବୀନ ସରକାରଙ୍କ ସମୟରେ ଚର୍ଚ୍ଚିତ ହୋଇଥିବା ମିଶନ ଶକ୍ତି ଯୋଜନା ବା ଆହାର ଯୋଜନା ବନ୍ଦ ହେବ ନାହିଁ ବରଂ ଅଧିକ କ୍ରିୟାଶୀଳ ହେବ। ବିଭିନ୍ନ ବିଷୟକୁ ନେଇ ଚାଲିଥିବା ସମୀକ୍ଷା ପରେ ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀ ଏହା କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳାମାନଙ୍କୁ ସଶକ୍ତ କରିବା ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରାକୁ ବ୍ୟକ୍ତ କରୁଛି ବୋଲି ସେ କହିଛନ୍ତି।