• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Headlines: ଆଜି ଆସୁଛନ୍ତି ଶାହ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ଆଜି ଆସୁଛନ୍ତି ଶାହ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Written ByPrabhudatta Moharana
Published: May 28, 2024, 08:32 AM IST|Updated: May 28, 2024, 08:32 AM IST
joinshare
Top 10 News Headlines: ଆଜି ଆସୁଛନ୍ତି ଶାହ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

About the Author

    Prabhudatta Moharana

    Prabhudatta Moharana

    Trending

    • News
    • Photos
    • Videos
    Top 10 News Today: ଉତ୍ତରାଖଣ୍ଡରେ ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡ଼ି  ୯ ଶ୍ରମିକଙ୍କ ମୃତ୍ୟୁ ,ବିପ

    Top 10 News Today: ଉତ୍ତରାଖଣ୍ଡରେ ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡ଼ି ୯ ଶ୍ରମିକଙ୍କ ମୃତ୍ୟୁ ,ବିପ

    2

    School Holiday: ଆଜି ମୟୂରଭଞ୍ଜ ଜିଲ୍ଳାର ସମସ୍ତ ସ୍କୁଲ୍‌ ଛୁଟି ଘୋଷଣା

    3

    Tunnel Collapse: ସୁଡ଼ଙ୍ଗ ଭୁଶୁଡ଼ିବାରୁ ୯ ଶ୍ରମିକଙ୍କ ମୃତ୍ୟୁ!ଅନେକ ଫସିଥିବା ସୂଚନା

    4

    Rain Alert: ସୃଷ୍ଟ ଲଘୁଚାପ ଅବପାତରେ ପରିଣତରେ ଘନୀଭୂତ!ଭୀଷଣ ବର୍ଷା ନେଇ ଏହିସବୁ ଜିଲ୍ଲାକୁ ଅରେଞ

    5

    କଳାହାଣ୍ଡିରେ ବିଶ୍ୱ ଜନଜାତି ଦିବସ ପାଳନ

    H1. ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଆୟକର ଚଢାଉ
    ବରିଷ୍ଠ କଂଗ୍ରେସ ନେତା ତଥା ଭଣ୍ଡାରୀପୋଖରୀ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଅଫିସରେ ଆଇଟି ରେଡ୍‌ ହୋଇଛି। ଟାଉନ ଥାନା ମୋଟେଲ ଛକରେ ଥିବା ନିର୍ବାଚନୀ ଅଫିସରେ ଗତକାଲି ଫ୍ଲାଇଂ ସ୍କ୍ବାଡ୍, ଆଇଟି ଓ ଟାଉନ ପୁଲିସ ମିଳିତ ଭାବେ ରେଡ୍ କରିଥିବା ଜଣାଯାଇଛି। ତେବେ ଚଢ଼ାଉ ବେଳେ କ’ଣ ଜବତ ହୋଇଛି ସେନେଇ କୌଣସି ସୂଚନା ମଳିନାହିଁ।

    H2. ଆଜି ଆସିବେ ଶାହ
    ଚଳିତ ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ବାକି ଅଛି। ଆସନ୍ତା ୧ ତାରିଖରେ ଅନୁଷ୍ଠିତ ହେବ ଶେଷ ପର୍ଯ୍ୟାୟ ନିର୍ବାଚନ । ଏହା ପୂର୍ବରୁ ପ୍ରଚାର ନିମନ୍ତେ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହ। ବିଜେପି ପକ୍ଷରୁ ପ୍ରଚାରକୁ ଜୋରଦାର କରିବେ ଶାହ। ଆଜି ୩ଟି ସ୍ଥାନରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ଶାହ।

    H3. ସରକାର ବସ ଧକ୍କାରେ ଜଣେ ମୃତ
    ବାଇକକୁ ଧକ୍କା ଦେଲା OSRTC ବସ। ଘଟଣା ସ୍ଥଳରେ ବାଇକ୍‌ ଚାଳକ ମୃତ। ମୃତକଙ୍କ ନାଁ ହେଉଛି ପଞ୍ଚାନନ ସାହୁ। ତାଙ୍କ ଘରହେଉଛି ନୟାଗଡ଼ ଜିଲ୍ଲାର ଫାଶୀପଡ଼ା ଗାଁରେ।

    H4. ମଇ କେରଳ ଛୁଇଁବ ମୌସୁମୀ
    ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାକୁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଆସନ୍ତା ୪ ଦିନ ଅର୍ଥାତ୍‌ ମେ’ ୩୧ ମଧ୍ୟରେ ‌ମୌସୁମୀ ଭାରତ ଭୂଖଣ୍ଡରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଏଥିସହ ଚଳିତ ମୌସୁମୀ ଋତୁରେ ସାରା ଦେଶରେ ସ୍ବାଭାବିକ ବର୍ଷା ହେବା ନେଇ ଆକଳନ କରାଯାଇଛି। ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ଯେ ଜୁନ୍‌ରୁ ସେ‌ପ୍ଟେମ୍ବର ମାସ ମଧ୍ୟରେ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମୌସୁମୀ ବର୍ଷା ସ୍ବାଭାବିକଠାରୁ ତଳେ ରହିବ। ଅର୍ଥାତ୍‌ ୯୪%ରୁ କମ୍‌ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ଭାରତରେ ମୌସୁମୀ ସମୟରେ ସ୍ବାଭାବିକ ବର୍ଷା ୯୨%ରୁ ୧୦୮% ହୋଇପାରେ। ତେବେ କେନ୍ଦ୍ରୀୟ ଓ ଦକ୍ଷିଣ ଭାରତରେ ସ୍ବାଭାବିକଠାରୁ ଅଧିକ ବର୍ଷା ଅର୍ଥାତ୍‌ ୧୦୬%ରୁ ଅଧିକ ବର୍ଷା ହେବ।

    H5. ଓଡ଼ିଶାରେ ଅଧିକ ବର୍ଷା
    ମୌସୁମୀର ଆକଳନ ଅନୁଯାୟୀ, ଏଥର କୃଷି କାର୍ଯ୍ୟ ହେଉଥିବା ରାଜ୍ୟଗୁଡ଼ିକରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ଓଡ଼ିଶା ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ। ତେବେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଉତ୍ତରପ୍ର‌ଦେଶ, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ରର କିଛି ଅଂଶରେ ମୌସୁମୀ ସମୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ଜୁନ୍‌ ମାସରେ ସାରା ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ରହିବ।

    H6. ରେମାଲ ତାଣ୍ଡବ: ୧୦ ମୃତ
    ବାତ୍ୟା ରେମାଲ୍ ପ୍ରଭାବରେ ବାଂଲାଦେଶରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଏ ନେଇ ବାଂଲାଦେଶ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବାତ୍ୟା ରେମାଲ ପ୍ରଭାବରେ ବାଂଲାଦେଶରେ ୧୫ ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଛି। ଏଥି ମଧ୍ୟରୁ ୩୫ ହଜାରରୁ ଅଧିକ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମାଲ’ ପଛରେ ଛାଡ଼ି ଯାଇଛି ଅନେକ ଚିହ୍ନ । କୋଲକାତା ସମେତ ପୂରା ପଶ୍ଚିମବଙ୍ଗରେ ଅନେକ କ୍ଷୟକ୍ଷତି ଘଟାଇଛି । କେଉଁଠି ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି, କେଉଁଠି ନଦୀ ବନ୍ଧ ଭୁଶୁଡ଼ି ଯାଇଛି । ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଚବିଶ ପ୍ରଗଣା, ପୂର୍ବ ମେଦିନୀପୁର, ହାୱଡା, ହୁଗୁଳି ଜିଲ୍ଲା ସମେତ ବାଂଲାଦେଶରେ ତାଣ୍ଡବ ରଚିଛି ରେମାଲ।

    H7. ସ୍ୱାତୀ ମାଲିୱାଲ ମାମଲା: ନିରାଶ ହେଲେ ବୈଭବ କୁମାର
    ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବୈଭବ କୁମାର ନିରାଶ। ଆପ୍‌ ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାରିବା ଘଟଣାରେ ତାଙ୍କୁ ମିଳିନି ଜାମିନ। ଆଜି ଦିଲ୍ଲୀର ତିସ ହଜାରି କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛି। ଏବେ ସେ ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବେ। ମେ’ ୧୩ରେ କେଜ୍ରିୱାଲଙ୍କ ବାସଭବନରେ ମାଲିୱାଲଙ୍କୁ ବୈଭବ କୁମାର ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହାର ୫ ଦିନ ପରେ ଗିରଫ ହୋଇ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଏହି ଅବଧି ଆସନ୍ତାକାଲି ଶେଷ ହେବ।

    H8. ଜୈସଲମେରରେ ଅସହ୍ୟ ହେଉଛି ତାତି, ଜଣେ ଯବାନ ସହିଦ
    ଭାରତ ଏବଂ ପାକିସ୍ଥାନ ସୀମା ତଥା ଜୈସଲମେର ବର୍ଡରେ ନିୟୋଜିତ ଜଣେ ବିଏସଏଫ ଯବାନ ଶହୀଦ ହୋଇଛନ୍ତି । ଶହୀଦ ହୋଇଥିବା ଯବାନଙ୍କ ନାମ ଅଜୟ କୁମାର ବୋଲି ଜଣାପଡିଛି। କୁହାଯାଉଛି ଯେ, ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ତାଙ୍କୁ ମୃତ୍ୟୁ ହୋଇଛି । ବର୍ତ୍ତମାନ ସାରା ଦେଶରେ ଅତ୍ୟଧିକ ଉତ୍ତାପ ଉନୁଭୂତ ହେଉଥିବା ସମୟରେ ମରୁଭୂମି ସୀମାରେ ତାପମାତ୍ରା ୫୫ ଡିଗ୍ରୀରୁ ଅଧିକ ହୋଇଯାଇଛି । ଏହି କାରଣରୁ ବିଏସ୍ଏଫ୍ ଯବାନମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

    H9. ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି
    ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ଆଜି ଏକ ପ୍ରେସମିଟ୍‌ କରି ବିଜେଡିକୁ ଟାର୍ଗେଟ୍‌ କରିଛନ୍ତି ଉପସଭାପତି ପୀତାମ୍ବର ଆଚାର୍ଯ୍ୟ । ସେ କହିଥିଲେ ଯେ, ମିଥ୍ୟା ମୋକଦ୍ଦମାରେ ଫସାଇ ପ୍ରଶାନ୍ତଙ୍କୁ ଜେଲ୍‌ ପଠାଇ ଦିଆଯାଇଛି । ଡିଏସ୍‌ କୁଟ୍ଟେ ଚକ୍ରାନ୍ତ କରିଛନ୍ତି ତେଣୁ କଲ୍‌ ରେକର୍ଡ ଯାଞ୍ଚ କରାଯାଉ ବୋଲି ଦାବି କରିଛନ୍ତି । ରାତି ଅଧରେ ଉଠାଇ ନେଇ ଥାନାରେ ତଳେ ବସାଇ ପୋଲିସ ଅପରାଧୀ ଭଳି ନିର୍ଯାତନା ଦେଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି ।

    H10. ୫ ବର୍ଷରେ ୨୩ ଗୁଣା ବଢିଲା ସୌଭିକଙ୍କ ସମ୍ପତ୍ତି
    ମାତ୍ର ୫ ବର୍ଷ ମଧ୍ୟରେ ୨୩ ଗୁଣା ବଢ଼ିଯାଇଛି କଟକ ଚୌଦ୍ୱାର ବିଜେଡି ବିଧାୟକ ସୌଭିକ୍ ବିଶ୍ବାଳଙ୍କ ସମ୍ପତ୍ତି । ଏଡିଆର ରିପୋର୍ଟରେ ଦେଖିବାକୁ ମିଳିଛି ଏପରି ତଥ୍ୟ । ୨୦୧୯ରେ ୨୦ ଲକ୍ଷ ୬୮ ହଜାର ଟଙ୍କା କିନ୍ତୁ ୨୦୨୪ ମସିହାରେ ସମ୍ପତ୍ତି ବୃଦ୍ଧି ପାଇଁ ୫ କୋଟି ୪ ଲକ୍ଷ ଟଙ୍କା ହୋଇଥିବା ପ୍ରକାଶ ପାଇଛି । ଯାହାକୁ ନେଇ ଚର୍ଚ୍ଚା ଆଲୋଚନା ବଢିବାରେ ଲାଗିଛି । ସେହିପରି ରାଉରକେଲା ବିଧାୟକ ଶାରଦା ନାୟକଙ୍କ ସଂପତ୍ତି ୮ ଗୁଣ ବଢ଼ିଛି ବୋଲି ଏଡିଆର ରିପୋର୍ଟରେ ପ୍ରକାଶ ପାଇଛି । ୨୦୧୯ ମସିହାରେ ଶାରଦାଙ୍କ ମୋଟ ସମ୍ପତ୍ତି ୧୩.୩ ଲକ୍ଷ ଥିବା ସମୟରେ ବର୍ତ୍ତମାନ ୧ କୋଟି ୭ ଲକ୍ଷରେ ପହଞ୍ଚିଛି ।

    Add Zee News as a Preferred Source
    TAGS:
    Odisha Morning Top 10 News Headlines
    Top 10 News Headlines
    Top 10 News Headlines in odisha
    Top 10 News Headlines Today
    odisha latest news
    odisha news today
    odisha update news
    Odisha Trending News