Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2101437

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines in Odia | 9th Feb| Morningସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines 

1. State budget: ରାଜ୍ୟ ସରକାରଙ୍କ ଦ୍ୱାରା ମଧ୍ୟବର୍ତ୍ତୀକାଳୀନ ବଜେଟ୍‍ ଉପସ୍ଥାପନ କରାଯାଇଛି। ସମୁଦାୟ ବଜେଟ୍‍ ପରିମାଣ ରହିଛି ୨ ଲକ୍ଷ ୫୫ ହଜାର କୋଟି ଟଙ୍କା। ଏଥିରେ ସରକାର ଆସନ୍ତା ଆର୍ଥିକ ବର୍ଷରେ ୮ ପ୍ରତିଶତ ସମାଗ୍ରିକ ବିକାଶ ହାରକୁ ସ୍ଥିର କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ସାମଗ୍ରିକ ବିକାଶ ହାର ( ଜିଡିପି) ୮.୫ ପ୍ରତିଶତ ରହିଛି। ଆସନ୍ତା ଆର୍ଥିକ ବର୍ଷରେ ନିର୍ବାଚନ ଥିବାରୁ ସରକାର ଏକ କାମଚଳା ଲେଖାନୁଦାନ ମଧ୍ୟ ପ୍ରସ୍ତୁତ କରହିଛନ୍ତି। ଏହିକ୍ରମରେ ୪ ମାସ ଲାଗି ଲେଖାନୁଦାନ ରହିଛି ୧ ଲକ୍ଷ ୧୮ ହଜାର କୋଟି। ଅର୍ଥମନ୍ତ୍ରୀ ବିକ୍ରମ ଆରୁଖଙ୍କ ଭାଷଣରେ ରାଜ୍ୟର ମୁଣ୍ଡପିଛା ଆୟ ବାର୍ଷିକ ୧ଲକ୍ଷ ୬୧ ହଜାର ୪୩୭ ଟଙ୍କା ରହିଛି। ଅପରପକ୍ଷେ ରାଷ୍ଟ୍ରୀୟ ସ୍ତରରେ ,ଡି ମୁଣ୍ଡପିଛା ଆୟ ୧ଲକ୍ଷ ୮୫ ହଜାର ୮୫୪ ଟଙ୍କା ରହିଛି। 

2. ⁠ST Amendment bill passed in Loksabha:  ଓଡ଼ିଶାର ୧୫ ଜାତି ତଥା ୫୦ ଉପଜାତିଙ୍କୁ କେନ୍ଦ୍ର ସରକାର ଅନୁସୂଚିତ ଜାତି ତାଲିକାରେ ସାମିଲ୍‍ କରିଛନ୍ତି। ଏଥିରୁ ୪ ଜାତିଙ୍କୁ ସମ୍ବେଦନଶୀଳ ଜନଜାତି ବା ପିଭିଟିଜି ତାଲିକାରେ ସାମିଲ୍‍ କରାଯାଇଛି।  ଦ୍ରୁତଗତିରେ ହ୍ରାସ ପାଉଥିବା ଯେଉଁ ୪ ଜନଜାତିଙ୍କୁ ସମ୍ବେଦନଶୀଳ ଆଦିମ ଅଧିବାସୀ ବା ପିଭିଟିଜି ତାଲିକାରେ ସାମିଲ୍‍ କରାଯାଇଛି ସେମାନେ ହେଉଛନ୍ତି ପାଉଡ଼ି ଭୂୟାଁ, ଚୁକ୍ତିଆ ଭୂୟାଁ, ବୋଣ୍ଡୋ ଏବଂ ମାଙ୍କଡ଼ିଆ। ଏହାଙ୍କ ସହ ଅନ୍ୟ ୫୦ ଉପଜାତି ଜାତିଙ୍କୁ ଜନଜାତି ତାଲିକାରେ ସାମିଲ୍‍ କରାଯାଇଛି। 

3. New Pollution control Act: ଲୋକସଭାରେ ଜଳ ପ୍ରଦୂଷଣ ନିୟନ୍ତ୍ରଣ ବିଧେୟକକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏହା ପୂର୍ବରୁ ରାଜ୍ୟସଭାରେ ଏହି ଦୁଇ ବିଧାୟକ ପାରିତ ହୋଇଥିଲା। ଏହି ବିଧେୟକ ଅନେକ ପରିମାଣରେ ଶିଳ୍ପ ସଂସ୍ଥା ଦ୍ୱାରା ହେଉଥିବା ଉଲ୍ଲଂଘନ ପ୍ରକ୍ରିୟାକୁ ଅପରାଧିକରଣ ତାଲିକାରୁ ମୁକ୍ତ କରିଛି। ଏହା ବଦଳରେ ଜରିମାନା ବ୍ୟବସ୍ଥା ରହିଛି। ଏହି ଜରିମାନା ରାଶି ୧୦ ହଜାରରୁ ୧୫ ଲକ୍ଷ  ଯାଏ ସ୍ଥିର କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ଆଇନ ହିମାଚଳ ପ୍ରଦେଶ, ରାଜସ୍ଥାନ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ ହେବ। ଏହାପରେ ଅନ୍ୟ ରାଜ୍ୟମାନେ ଅବିକଳ ଆଇନ ପ୍ରସ୍ତୁତ କରିପାରିବେ। ନୂଆ ନିୟମ ଅନୁସାରେ ରାଜ୍ୟ ପ୍ରଦଳଷଣ ନିୟନ୍ତ୍ରଣ ବୋର୍ଡରେ ଏଣିକି ଜଣେ ଅଧ୍ୟକ୍ଷ ରହିବେ। ରାଜ୍ୟ ସରକାରଙ୍କ ଦ୍ୱାରା ତାଙ୍କୁ ନିଯୁକ୍ତ କରାଯିବ। ତେବେ  ନିଯୁକ୍ତି ପ୍ରକ୍ରିୟା ବିଷୟରେ କେନ୍ଦ୍ର କହିବ। 

4. ⁠Loksabha today, discussion on white paper: ଆଜି ଲୋକସଭାରେ ପୁନଃନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସରକାର ଉପସ୍ଥାପନ କରିଥିବା ଶ୍ୱେତପତ୍ର ଉପରେ ଆଲୋଚନା ଆରମ୍ଭ କରାଯିବ। ଅପରାହ୍ଣରେ ଏଥିଲାଗି ସମୟ ନିର୍ଘଣ୍ଟ କରାଯାଇଛି। ଅର୍ଥମନ୍ତ୍ରୀ ଗତକାଲି ଏଥିନେଇ ଶ୍ୱେତପତ୍ର ଉପସ୍ଥାପନ କରିଥିଲେ। ଆଜି ଆଲୋଚନା ଲାଗି ପ୍ରସ୍ତାବ ଆଗତ କରିବାର କାର୍ଯ୍ୟକ୍ରମ ରହିଛି। ଗତ ୧୦ ବର୍ଷରେ ସରକାରଙ୍କ ସଫଳତା ଓ ଏହାର ପୂର୍ବର ୧୦ ବର୍ଷର କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପ ବାବଦରେ ଏକ ତୁଳନାତ୍ମକ ଚିତ୍ର ରଖିଛି ଶ୍ୱେତପତ୍ର।  ଏହାର ଅବିକଳରେ ବିରୋଧୀ କଂଗ୍ରେସ ପକ୍ଷରୁ ଏକ କଳା ପତ୍ର ପ୍ରକାଶ କରାଯାଇଛି। ଏଥିରେ ସରକାରଙ୍କ ବିଫଳତାକୁ ଆଧାର କରି ବିବରଣୀ ଦିଆଯାଇଛି। ୟ

5. ⁠assembly today: ଆଜି ରାଜ୍ୟ ବିଧାନସଭାରେ ଲେଖାନୁଦାନ ସମ୍ପର୍କିତ ଆଲୋଚନା କରାଯିବ। ରାଜ୍ୟ ଅର୍ଥମନ୍ତ୍ରୀ ଗତକାଲି ଉପସ୍ଥାପନ କରିଥିବା ଲେଖାନୁଦାନକୁ ନେଇ ସଦସ୍ୟମାନେ ନିଜ ନିଜ ମନ୍ତବ୍ୟ ପ୍ରଦାନ କରିବେ। ଏହିକ୍ରମରେ ସଦସ୍ୟମାନେ ନିଜ ଅଞ୍ଚଳ ଲାଗି ମଧ୍ୟ ବଜେଟ୍‍ର ହୋଇଥିବା ବିଶେଷ ବ୍ୟବସ୍ଥାକୁ ଭିତ୍ତିକରି ମନ୍ତବ୍ୟ ରଖି ପାରନ୍ତି। 

6. ⁠India to replace tech staff against military in Maldives: ମାଲଡିଭ୍ସରେ ମୁତ୍ତୟନ ଭାରତୀୟ ସୈନିକଙ୍କୁ ପ୍ରତ୍ୟାହାର କରାଯିବ। କିନ୍ତୁ ଏହା ପ୍ରତିବଦଳରେ ସେତିକି ସଂଖ୍ୟାରେ ବୈଷୟିକ ଅଧିକାରୀଙ୍କୁ ଭାରତ ନିଯୁକ୍ତ କରୁ ବୋଲି ମାଲ୍‍ଡିଭ୍ସ ପକ୍ଷରୁ ଭାରତକୁ ଅନୁରୋଧ କରାଯାଇଛି।  ନୂଆଦିଲ୍ଲୀଠାରେ ଫେବୃୟାରୀ ୨ ତାରିଖରେ ହୋଇଥିବା ଏକ ଦ୍ୱିପାକ୍ଷିକ ଆଲୋଚନା ବେଳେ ଏମିତି ଅନୁରୋଧ ମାଲଡିଭ୍ସ ପକ୍ଷରୁ ହୋଇଥିବା ଭାରତୀୟ ବର୍ହବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 

7. ⁠Pandian in ANI:  ପ୍ରଭାବଶାଳୀ ପ୍ରଶାସକରୁ ରାଜନେତା ପାଲଟିଥିବା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‍ ପ୍ରଥମଥର ପାଇଁ ଖବର ସରବରାହ ସଂସ୍ଥା ଏଏନ୍‍ଆଇକୁ ସାକ୍ଷାତକାର ଦେଇଛନ୍ତି। ଏଥିରେ ସେ ରାଜନୀତିକୁ କାହିଁକି ଆସିଲେ ତାହା ବର୍ଣ୍ଣନା କରିଛନ୍ତି। ବିଜେପି ସହ ବିଜେଡିରେ ସମ୍ପର୍କକୁ ନେଇ ମଧ୍ୟ ପାଣ୍ଡିଆନ୍‍ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ସବୁ ପ୍ରସଙ୍ଗରେ ନୂହେଁ ଓଡ଼ିଶା ସ୍ୱର୍ଥରେ ଥିବା ପ୍ରସଙ୍ଗକୁ ବିଜେଡି ସମର୍ଥନ କରିଛି। ପୂର୍ବରୁ କୃଷି ବିଧେୟକ ଓ ଏନ୍‍ଆରସି ପ୍ରସଙ୍ଗରେ ରାଜ୍ୟ ସମର୍ଥନ କରି ନଥିଲା ବୋଲି କହିଛନ୍ତି ପାଣ୍ତିଆନ। ବିକାଶ ଓ ଲୋକଙ୍କ ଲାଗି କାମ କରିବା ହେଉଛି ନବୀନଙ୍କ ଏଜେଣ୍ଡା ବୋଲି କହିଛନ୍ତି ସେ। 

8. ⁠CM to distribute appointment letters to 716officera of secretariat service cadre: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ୭୧୬ ଜଣଙ୍କୁ ସଚିବାଳୟ ସେବା କ୍ୟାଡରରେ ନିଯୁକ୍ତି ପାଇଁ ଆବଶ୍ୟକ ନିଯୁକ୍ତିପତ୍ର ପ୍ରଦାନ କରିବେ। ଏମାନେ ସହକାରୀ ଉପ ବିଭାଗ ଅଧିକାରୀ ଭାବେ କାର୍ଯ୍ୟ କରିବେ। ସଚିବାଳୟ କନ୍‍ଭେନ୍ସନ ହଲ୍ ରେ ଏଥିଲାଗି ଏକ ଉତ୍ସବ ଆୟୋଜନ କରାଯାଇଛି। 

9. ⁠ED summons Dheeraj Sahoo: ରାଜ୍ୟସଭା ସାଂସଦ ତଥା ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଅଡ଼ୁଆ ପୁଣି ବଢ଼ିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଶ୍ରୀ ସାହୁଙ୍କୁ ସମନ୍‍ ଜାରି କରାଯାଇଛି। ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‍ଙ୍କୁ ବିଏମ୍‍ଡବ୍ଲୁ କାର୍‍ ଉପହାର ଦେଇଥିବା ନେଇ ସନ୍ଦେହ କରାଯାଉଛି। ପୂର୍ବରୁ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ଓ ଘରୁ ୩୫୧ କୋଟି ୮୦ ଲକ୍ଷ ଟଙ୍କା ନଗଦ ଜବତ ହେବା ଘଟଣାକୁ ନେଇ ସେ ଚର୍ଚ୍ଚାରେ ଥିଲେ। 

10. ⁠No change in EMI as repo rate remain unchanged: ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜ ତ୍ରୈମାସିକ ମୂଦ୍ରା ନୀତିରେ ରେପୋରେଟ୍‍କୁ ଅପରିବର୍ତ୍ତିତ ରଖିଛି। ଏହାଦ୍ୱାରା ବ୍ୟାଙ୍କ ନେଉଥିବା ଋଣ ବା ଗ୍ରହକଙ୍କୁ ଦେଉଥିବା ଋଣ ଉପରେ ସୁଧହାର ଅପରିବର୍ତ୍ତିତ ରହିବ। ଏବେ ରେପୋ ହାର ୬.୫ ପ୍ରତିଶତ ରହିଛି। ଏହି କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଧାରଣ କମିଟି ୫-୧ ଭୋଟରେ ଏହି ନିଷ୍ପତ୍ତି ନେଇଛନ୍ତି। ଏହାସହ ଆସନ୍ତା ଆର୍ଥିକ ବର୍ଷରେ ଭାରତର ବିକାଶ ହାର ୭ % ରହିବ ବୋଲି ଆକଳନ କରିଛନ୍ତି।

Also Read- Surya Gochar 2024: ସୂର୍ଯ୍ୟ ଏବଂ ଶନିଙ୍କ ପ୍ରଭାବ... ଏହି ୫ଟି ରାଶିକୁ ବଡ଼ ଲାଭ

Also Read- କ୍ରିଷ୍ଣା ନଦୀରୁ ମିଳିଲା ଏହି ମୂର୍ତ୍ତି, ଦେଖିବାକୁ ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ପରି