Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2144543

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜମ୍ମୁ ଓ କଶ୍ମୀର ଗସ୍ତ। ଧାରା ୩୭୦ ହଟିବା ପରେ ଏହା ମୋଦୀଙ୍କ ପ୍ରଥମ କଶ୍ମୀର ଗସ୍ତ। ଏଥିଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୬୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳତ୍ପକୁ ଉପହାର ସ୍ୱରୂପ କଶ୍ମୀର ବାସୀଙ୍କ ଲାଗି ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ। ଏହାସହ ଜନସଭାକୁ ବି ସମ୍ବୋଧନ କରିବେ। ଏଥିଲାଗି କଶ୍ମୀରର ବକ୍ସି ଷ୍ଟାଡିୟମରେ ଉତ୍ସବ ଆୟୋଜନ କରାଯାଇଛି।

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H.1. ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜମ୍ମୁ ଓ କଶ୍ମୀର ଗସ୍ତ। ଧାରା ୩୭୦ ହଟିବା ପରେ ଏହା ମୋଦୀଙ୍କ ପ୍ରଥମ କଶ୍ମୀର ଗସ୍ତ। ଏଥିଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୬୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳତ୍ପକୁ ଉପହାର ସ୍ୱରୂପ କଶ୍ମୀର ବାସୀଙ୍କ ଲାଗି ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ। ଏହାସହ ଜନସଭାକୁ ବି ସମ୍ବୋଧନ କରିବେ। ଏଥିଲାଗି କଶ୍ମୀରର ବକ୍ସି ଷ୍ଟାଡିୟମରେ ଉତ୍ସବ ଆୟୋଜନ କରାଯାଇଛି।

H.2.ତିନିଫୁଟ ଡେଙ୍ଗା ହେଲେ ବି ହୋଇପାରିବେ ଡାକ୍ତର ସୁପ୍ରିମ୍‍ କୋର୍ଟଙ୍କ ଆଦେଶ ପରେ ୨୦୧୯ ମସିହାରେ ଡାକ୍ତରୀ ପାଠ ଆରମ୍ଭ କରିଥିବା ଡ. ଗଣେଶ ବରୈୟା ଏବେ ଡାକ୍ତର ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। କିନ୍ତୁ ୨୦୧୮ ମସିହାରେମେଡିକାଲ୍‍ କାଉନ୍ସିଲ୍‍ ଜରୁରୀକାଳୀନ ପରିସ୍ଥିତିକୁ ସାମ୍ନା କରିବାରେ ବିଫଳ ହେବେ କହି ତାଙ୍କ ଆବେଦନକୁ ଖାରଜ କରିଥିଲେ। ଏଡାପରେ ସେ ହେଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ଅନୁମୋଦନ ପରେ ସେ ଗୁଜରାଟର ଏକ ସରକାରୀ ମେଡିକାଲ୍‍ କଲେଜରେ ଏମ୍‍ବିବିଏସ୍‍ ପାଠ୍ୟକ୍ରମ ଶେଷ କରି ଏବେ ଡାକ୍ତର ଭାବେ ପରିଚୟ ହାସ ଲ କରିଛନ୍ତି।

H.3. ଓଡ଼ିଶାରେ ମେଣ୍ଟ ଚର୍ଚ୍ଚା। ଉଭୟ ଦଳର ନେତାମାନେ ପୃଥକ ପୃଥକ ଭାବେ ଶୀର୍ଷ ନେତୃତ୍ୱଙ୍କ ସହ ଏ ବିଷୟରେ ଆଲୋଚନା କରିଛନ୍ତ। ଖୁବ୍‍ ଶୀଘ୍ର କିଛି ନିଷ୍ପତ୍ତି ସାମ୍ନାକୁ ଆସିପାରେ ବୋଲି କୁହାଯାଉଛି। ୨୦୦୮ କନ୍ଧମାଳ ଦଙ୍ଗା ପରେ ବିଜେପି-ବିଜେଡି ଭିତରେ ମେଣ୍ଟ ରଦ୍ଦ ହୋଇଥିଲା। ଏହାପରେ ୩ଟି ନିର୍ବାଚନ ପରସ୍ପର ବିରୁଦ୍ଧରେ ନିର୍ବାଚନ ଲଢ଼ିଥିଲେ। ଏବେ ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ଭାବେ ବିଜେପି କାର୍ଯ୍ୟ କରୁଛି। ଅପରପକ୍ଷେ କେନ୍ଦ୍ର ସରକାରଙ୍କୁ ପ୍ରତିଟି ରଣନୀତିକ ବ୍ୟାପାରରେ ସମର୍ଥନ ଦେଉଛି ବିଜେଡି।

H.4.ଲୋକସଭା ଓ ବିଧାନସଭା ଆସନପାଇଁ ବିଜେପି ଓଡ଼ିଶାରେ ଦୀର୍ଘ ବର୍ଷ ହେଲା ଶାସନ କରୁଥିବା ବିଜେଡି ସହ ବୁଝାମଣା କରିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି। ଏପରିକି ବିଜେପି ୨୧ ବିଧାନସଭା ଆସନରୁ ୧୪ଟିରେ ଲଢ଼ିବ ବୋଲି ପ୍ରସ୍ତାବ ଦେଇଛି। ସେହିପରି ବିଧାନସଭାର ୧୪୭ ଆସନରୁ ମାତ୍ର ୪୭ଟିରେ ଲଢ଼ିବାକୁ ପ୍ରସ୍ତାବ ଦେଇଛି ବିଜେପି। ମୋଦୀଙ୍କ ୪୦୦ ପାର ଲକ୍ଷ୍ୟ ହାସଲ ସହ ନବୀନଙ୍କ ଲଗାତାର ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବା ଏହାଦ୍ୱାରା ସମ୍ଭବ ହେବ ବୋଲି ନେତୃମଣ୍ଡଳୀଙ୍କ ପକ୍ଷରୁ ସୂଚନା ମିଳିଛି। ମାର୍ଚ୍ଚ ୮ ୨୦୦୯ରେ ଏନ୍‍ଡିଏର ଓହରିଥିଲା ବିଜେଡି।

H.5. ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ବଢିଥିବା ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଗଜପତିର ପାରଳାଖେମୁଣ୍ଡିରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। କେବଳ ସେତିକି ନୁହେଁ ରାଜ୍ୟ ୧୧ଟି ସହରରେ ତାପମାତ୍ରା ୩୬ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଛି। ବଲାଙ୍ଗିରରେ ୩୬.୯ ଡିଗ୍ରୀ, ଝାରସୁଗୁଡାରେ ୩୬.୮ ଡିଗ୍ରୀ, ମାଲକାନଗିରିରେ ୩୬.୭ ଡିଗ୍ରୀ, ଟିଟିଲାଗଡ଼ରେ ୩୬.୫ ଡିଗ୍ରୀ, ସୋନପୁରରେ ଭବନୀପାଟଣା ଓ ରାୟଗଡ଼ାରେ ୩୬.୨ ଡିଗ୍ରୀ, ନୟାଗଡ଼ରେ ଏବଂ ବୌଦ୍ଧରେ ୩୬.୦ ଡିଗ୍ରୀ, ସେହିପରି ଅନୁଗୋଳ ଓ ସମ୍ୱଲପୁରରେ ୩୫.୭, ଡିଗ୍ରୀ ଢେଙ୍କାନାଳରେ ୩୫.୫ ଡିଗ୍ରୀ, ନବରଙ୍ଗପୁର ଓ ଜଗତସିଂହପୁର ଓ ସୁନ୍ଦରଗଡ଼ା ତାପମାତ୍ରା ୩୫.୦ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୩୩.୬ ଡିଗ୍ରୀ ଓ ରାଉରକେଲାର ତାପମାତ୍ରା ୩୪.୪ ଡିଗ୍ରୀ ରେକର୍ଡ଼ କରାଯାଛି। ସେପଟେ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି। ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ କ୍ରମାଗତ ଭାବେ ପ୍ରବେଶ କରୁଛି।

H.6. ଦିନକ ପରେ ମହାଶିବରାତ୍ରୀ ।ଏନେଇ ସଜେଇ ହେବାରେ ଲାଗିଛି ଶ୍ରୀଲିଙ୍ଗରାଜ ମନ୍ଦିର । ସଫେଇଠାରୁ ଆରମ୍ଭ କରି ଫୁଲ ସଜ୍ଜା ଓ ରଙ୍ଗୀନ ଆଲୋକ ସଜ୍ଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମୁଖ୍ୟ ଦ୍ବାର ସହ ଫୁଲରେ ସଜେଇ ହେବ ଲିଙ୍ଗରାଜ ମନ୍ଦିର ।ସେପଟେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା ପାଇଁ ବିଏମସିର ପ୍ରସ୍ତୁତି ଆରମ୍ଭ ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ  ଦର୍ଶନ ସହ ସହିତ ପରିମଳ ବ୍ୟବସ୍ଥା ଉପରେ ଫୋକସ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ୨୪ ଘଣ୍ଟିଆ ସଫେଇ ବ୍ୟବସ୍ଥା କରାଯିବ । ଏନେଇ ୩ ସିଫ୍ଟରେ କର୍ମଚାରୀ ମାନେ ନିୟୋଜିତ ହେବେ । ଅନ୍ୟପଟେ ଲାଇନ ଗେଟ, ଭୋଗ ମଣ୍ତପ, ଜଗମୋହନ, ଚାହାଣୀ ମଣ୍ତପ, ଉତ୍ତର ଦ୍ବାର, କେଦାରଗୌରୀ, ମୁକେଶ୍ବର ମନ୍ଦିର ଓ ଦକ୍ଷିଣ ଦ୍ବାର ମଧ୍ଯ ସଜେଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବିଏମସି ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ଜଳ ଯୋଗାଣକୁ ଗୁରୁତ୍ବ ଦିଆଯାଇଛି ।

H.7. ମାଲକାନଗିରିରେ ବିବାହ ଭୋଜି ଖାଇ  ଜଣେ ମୃତ ଓ ୧୧ ଜଣ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ବନ୍ଧଗୁଡା ଗାଁରେ ବିବାହ ଭୋଜି ଖାଇ ଅସୁସ୍ଥ ହୋଇଛନ୍ତି ଗ୍ରାମବାସୀ । ସମସ୍ତଙ୍କୁ ମାଥିଲି ସବଡିଭିଜନ ମେଡିକାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ଥିବା ଗାଁର ୮ ବର୍ଷୀୟ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି । ବନ୍ଧଗୁଡା ଗାଁ ରେ ଏକ ବିବାହ ଉତ୍ସବ କାର୍ଯ୍ୟକ୍ରମରେ ଯାଇ ବନ୍ଧଗୁଡା ନୂଆଗୁଡା ଗାଁର ଶହ ଶହ ଲୋକେ ଭୋଜି ଖାଇଥିଲେ । ତେବେ ଗତକାଲି ଅପରାହ୍ନରେ ହଠାତ ୧୨ ଜଣ ଅସୁସ୍ଥ ହେବାରୁ ତାଙ୍କୁ ମାଥିଲି ସବଡିଭିଜନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏଥିରେ ଗୁରୁତର ଥିବା ୪ ଜଣଙ୍କୁ ମାଲକାନଗିରି ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବାବେଳେ ଜଣେ ଶିଶୁ କନ୍ୟାଙ୍କୁ ମୃତ୍ୟୁ ଘଟିଛି । ଉଭୟ ଗାଁରେ ବର୍ତ୍ତମାନ ଡାକ୍ତର ଟିମ୍ ଯାଇଥିବା ଜଣାପଡିଛି ।

H.8. ବଳପୂର୍ବକ ରୁଷ ପାଇଁ ୟୁକ୍ରେନ ବିରୋଧରେ ଯୁଦ୍ଧ କରୁଥିବା ୩୦ ବର୍ଷୀୟ ଭାରତୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ଉକ୍ତ ଯୁବକଙ୍କ ଘର ହାଇଦ୍ରାବାଦରେ ହୋଥିବା ସୂଚନା ମିଳିଛି। ଚାକିରି କରାଇ ଦେବା ନାଁରେ ତାଙ୍କୁ ରୁଷ ପଠା ଯାଇଥିଲା। ସେଠାରେ ରୁଷ ସେନାରେ ତାଙ୍କୁ ଭର୍ତ୍ତି କରାଯିବା ସହ ଯୁଦ୍ଧ କରିବାକୁ ବାଧ୍ୟ କରାଯାଇଥିଲା। ଯୁଦ୍ଧ ବେଳେ ତାଙ୍କର ମୃତ୍ୟୁ ଘଟିଛି। ରୁଷରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ମହମ୍ମଦ ଅସଫାନ ପ୍ରାଣ ହରାଇଥିବା ଖବରକୁ ନିଶ୍ଚିତ କରାଯାଇଛି। ତେବେ ତାଙ୍କର ମୃତ୍ୟୁର କାରଣ କିମ୍ବା ରୁଷରେ ସେ କ’ଣ କରୁଥିଲେ, ସେକଥା ଦୂତାବାସ କହି ନାହିଁ। କିନ୍ତୁ ସେ ରୁଷ ପାଇଁ ଯୁଦ୍ଧ କରୁଥିବା ଜଣାପଡ଼ିଛି।

H.9. ବିହାରରେ ଆସନ ବୁଝାମଣା ନେଇ ଏନଡିଏର ସହଯୋଗୀ ଦଳମାନେ ଏପର୍ଯ୍ୟନ୍ତ କୌଣସି ସହମତିରେ ପହଂଚି ପାରିନାହାନ୍ତି। ସେପଟେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ସହଯୋଗୀ ବିଜେପି ଉପରେ ଚାପ ପକାଇବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧାନସଭା ଭଙ୍ଗ କରିପାରନ୍ତି। ଲୋକସଭା ନିର୍ବାଚନରେ ଆସନ ବଣ୍ଟନରେ ବିଳମ୍ବ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି। ନୀତୀଶ କୁମାର ଆଜିଠୁ ବିଦେଶ ଗସ୍ତରେ ଯିବେ। ଏହା ପୂର୍ବରୁ ସେ ଦିଲ୍ଲୀରେ ବିଜେପିର ବରିଷ୍ଠ ନେତାଙ୍କ ସହ ବୈଠକ କରିବା ନେଇ ସୂଚନା ମିଳିଛି।

H.10. ଆଜିଠାରୁ ଭାରତ ଓ ଇଂଲଣ୍ତ ମଧ୍ଯରେ ଆରମ୍ଭ ହେବ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ । ୩-୧ରେ ଆଗୁଆ ଥିବା ଭାରତ ଶେଷ ମ୍ୟାଚ୍ ଜିତି ଇତିହାସ ରଚିବା ନେଇ ଯୋଜନା କରୁଛି । ସେପଟେ ସିରିଜ ହାରି ସାରିଥିଲେ ହେଁ ଇଂଲଣ୍ତ କଡ଼ା ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ ରହିଛି । ଦଳ ଆଉ ଏକ ବିଜୟ ସହ ସ୍ବଦେଶ ଫେରିବା ନେଇ ଲକ୍ଷ୍ୟ ରଖିଛି ।ଧର୍ମଶାଳାର ଏଚପିସିଏ ଗ୍ରାଉଣ୍ତରେ ଦ୍ବିତୀୟ ଥର ପାଇଁ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ଚଳିତ ସିରିଜରେ ପ୍ରଥମ ଥର ଫୋକସକୁ ଆସିଛନ୍ତି ପେସ୍ ବୋଲର । ଧର୍ମଶାଳାର ଥଣ୍ତା ଜଳବାୟୁ ପେସ ବୋଲରଙ୍କ ପାଇଁ ବେଶ ଅନୁକୂଳ ରହିବ ବୋଲି କୁହାଯାଉଛି । ଯଶପ୍ରୀତ ବୁମରା ଏକାଦଶକୁ ଫେରିଥିବା ବେଳେ ମହମ୍ମଦ ସିରାଜ ମଧ୍ଯ ପ୍ରସ୍ତୁତ ଅଛନ୍ତି । ଅନ୍ୟପଟେ ଇଂଲଣ୍ତ ମଧ୍ଯ ଫାଷ୍ଟ ବୋଲର ମାର୍କ ଉଡ଼ଙ୍କୁ ଦଳରେ ସାମିଲ କରିଛି । ତେବେ ଚତ୍ମକାର ଫର୍ମରେ ଥିବା ଯଶସ୍ବୀ ଜୈସ୍ବାଲଙ୍କ ଉପରେ ସମସ୍ତଙ୍କ ନଜର ରହିବ ।