Top 10 News Today: ରାଜ୍ୟଗୁଡ଼ିକୁ କେନ୍ଦ୍ର ଦେଲା ଜିକା ସତର୍କତା ଏବଂ ପଢ଼ନ୍ତୁ ଅପରାହ୍ନର ଅନ୍ୟ ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2319831

Top 10 News Today: ରାଜ୍ୟଗୁଡ଼ିକୁ କେନ୍ଦ୍ର ଦେଲା ଜିକା ସତର୍କତା ଏବଂ ପଢ଼ନ୍ତୁ ଅପରାହ୍ନର ଅନ୍ୟ ୧୦ ବଡ଼ ଖବର

ଚୁଟକୀରେ ପଢିନିଅନ୍ତୁ ଅପରାହ୍ଣର ୧୦ ବଡ଼ ଖବର

Top 10 News Today: ରାଜ୍ୟଗୁଡ଼ିକୁ କେନ୍ଦ୍ର ଦେଲା ଜିକା ସତର୍କତା ଏବଂ ପଢ଼ନ୍ତୁ ଅପରାହ୍ନର ଅନ୍ୟ ୧୦ ବଡ଼ ଖବର

H1. ଜିକା ପାଇଁ ସତର୍କତା ଜାରି
କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରାଜ୍ୟ ସରକାରମାନଙ୍କୁ ଏକ ପରାମର୍ଶ ଜାରି କରିଛନ୍ତି। ମହାରାଷ୍ଟ୍ରରେ ଜିକା ଭୂତାଣୁ ଚିହ୍ନଟ ହେବା ପରେ ଏଥିନେଇ ସତର୍କ ରହିବାକୁ କୁହାଯାଇଛି। ବିଶେଷକରି ଗର୍ଭବତୀ ମହିଳାମାନଙ୍କ ଦେହରେ ଜିକା ଭୂତାଣୁ ଅଛି ବା ନାହିଁ ସେ ବାବଦରେ ପରୀକ୍ଷା କରିବାକୁ କୁହାଯାଇଛି। ଏହି ଭୂତାଣୁ ଉଭୟ ମାନସିକ ଓ ଶାରିରୀକ ପ୍ରଭାବ ପକାଇଥାଏ। 

H2. ଝାଡ଼ଖଣ୍ଡରେ ଓଡ଼ିଆ ମୁଖ୍ୟ ବିଚାରପତି
ଓଡ଼ିଶା ହାଇକୋର୍ଟଙ୍କ ବିଚାରପତି ଭାବେ କାର୍ଯ୍ୟ କରୁଥିବା ବିଦ୍ୟୁତ୍‍ ରଞ୍ଜନ ଷଡ଼ଙ୍ଗୀଙ୍କୁ ଝାଡଖଣ୍ଡ ହାଇକୋରତ୍ଟରେ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ସେ ଦାୟିତ୍ୱ ଗ୍ରହଣ କରିବେ। ଆଇନ ମନ୍ତ୍ରଣାଳୟ ପକ୍ଷରୁ  ଏନେଇ ଏକ  ବିଜ୍ଞପ୍ତି ଜାରି କରାଯାଇଛି। 

H3. ପୁରୀରେ ରାଜପ୍ରସାଦ ନୀତି 
ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କୁ ସୁସ୍ଥ ହୋଇଥିବା ଘୋଷଣା କରାଯାଇଛି। ଏନେଇ ଅଣସର ଘରର ଖବରକୁ ଶ୍ରୀ ଜଗନ୍ନାଥଙ୍କ ପ୍ରଥମ ସେବକ ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଜଣାଇ ଦିଆଯାଇଛି।  ନିର୍ଦ୍ଧାରିତ ସେବାୟତମାନେ ଗଜପତିଙ୍କୁ ଏ ବିଷୟ ଜଣାଇବା ପରେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। 

H4. ହାଥରସ୍‍ ମୃତ୍ୟୁ ସଂଖ୍ୟା ବଢ଼ିଲା
ଉତ୍ତରପ୍ରଦେଶରେ ହାଥରସଠାରେ ଦଳା ଚକଟା ହେତୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୨୧ରେ ପହଞ୍ଚିଛି। ଗତକାଲି ଅପରାହ୍ଣରେ ଭୋଲେବାବାଙ୍କ ସତ୍‍ସଙ୍ଗରେ ଯୋଗ ଦେବାକୁ ଆସୁଥିବା ଏହି ମୃତ୍ୟୁ ସଂଖ୍ୟା ୧୧୬ ରହିଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଟିମ୍‍ ଗଠନ କରିଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଓ ଆହତଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି।

H5. ରତ୍ନଭଣ୍ଡାର ଖୋଲିବା ଅନିଶ୍ଚିତତା: 
ରଥଯାତ୍ରା ପରଦିନ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲାଯିବା ନେଇ ଅନିଶ୍ଚିତତା ବଢ଼ିଛି। ୫ ତାରିଖ ଦିନ ସୁପ୍ରିମ୍‍କୋର୍ଟଙ୍କ ପୂର୍ବତନ ବିଚାରପତି ଅରିଜିତ ପଶାୟତଙ୍କ କମିଶନ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ରିପୋର୍ଟ ଦେବା ପରେ ରାଜ୍ୟ ସରକାର ରତ୍ନଭଣ୍ଡାର କେବେ ଖୋଲାଯିବ ତାହାର ନିଷ୍ପତ୍ତି ନେବେ। ହେଲେ କିଛି ଗୋଷ୍ଠୀ ଏ ବାବଦରେ ଗୁଜବ ସୃଷ୍ଟି କରୁଥିବା ନେଇ ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଅପରପକ୍ଷେ ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲିବା ନେଇ ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି। ଗଜପତି ମହାରାଜା ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। 

H6. ବିଜେଡିରେ ଗୋଷ୍ଠୀକନ୍ଦଳ
କ୍ଷମତାରୁ ଗଲାପରେ ବିଜୁ ଜନତା ଦଳରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି। ବିଶେଷକରି ଭୁବନେଶ୍ୱରରେ ବିଜେଡିର କିଛି ଗୋଷ୍ଠୀ ଅଲଗା ଅଲଗା ବୈଠକ କରିଥିବା ସାମ୍ନାକୁ ଆସିଛି। କର୍ପୋରେଟରଙ୍କ ଭିତରୁ ୨୪ ଜଣ ଏକ  ହୋଟେଲରେ ବୈଠକ କରିଥିବା ବେଳେ କିଛି ନେତା ପ୍ରତାପ ଦେବଙ୍କ ବାସଭବନରେ ବୈଠକ କରି ଆଲୋଚନା କରିଥିବା ସୂଚନା ମିଳିଛି। ପୁର୍ବରୁ ଭୁବନେଶ୍ୱର ବିଜେଡିର ଦୁଇ ନେତା ବିଜେପି ବିଧାୟକଙ୍କ ଜନ୍ମଦିନରେ ଯୋଗଦେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। 

H7. ଭିଜିଲାନ୍ସ ଜାଲରେ ଏଏସ୍‍ଆଇ
ବିଞ୍ଝାରପୁର ଥାନା ଏଏସ୍‍ଆଇ କେଶବ ଦାସଙ୍କୁ ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଥିଲେ। ଏକ ଦୁର୍ଘଟଣା ମାମଲାକୁ ମଜଭୁତ କରିବାକୁ ସେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। 

H8. କେଜ୍ରିଓ୍ୱାଲଙ୍କ ଜେଲ ମିଆଦ ବୃଦ୍ଧି: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍‍ଙ୍କ ଅଡ଼ୁଆ ବଢ଼ିଛି।  ତାଙ୍କ ଜେଲ୍‍ ମିଆଦକୁ ବୃଦ୍ଧି କରାଯାଇଛି। ଜୁଲାଇ ୧୨ ତାରିଖ ଯାଏ ସେ ଜେଲରେ ରହିବେ। ବେଆଇନ ଆର୍ଥିକ କାରବାର ମାମଲାରେ ତାଙ୍କୁ ଗିରଫ କରାଯାଇଛି। 

H9. ରାଜ୍ୟସଭାରେ ବିରୋଧୀଙ୍କ କକ୍ଷତ୍ୟାଗ
ମଣିପୁରରେ ଅବସ୍ଥା ସ୍ୱଭାବିକ ହେଉଛି। ଏଠାରେ ଅନେକ ସ୍କୁଲ୍‍ ଖୋଲିଲାଣି ଏବଂ ପିଲାମାନେ ସେଠାରୁ ଆସୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଉଦବୋଧନ ଉପରେ ଅଭିାଷଣ ରଖି ଶ୍ରୀ ମୋଦୀ ଏହା କହିଛନ୍ତି। ଗତବର୍ଷ  ମେ’ ୩ ତାରିଖରେ ମଣିପୁରରେ ମୈତେଇ ଓ କୁକୀ ସମ୍ପ୍ରଦାୟ ମଧ୍ୟରେ ଗଣ୍ତଡଗୋଳ କ୍ରମଶଃ ଉଗ୍ର ରୂପ ଧାରଣ କରି ରାଜ୍ୟରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା। ସେଥିରେ ପ୍ରାୟ ୨୨୫ ଜଣଙ୍କ ଜୀବନ ଯାଇଥିଲା। ମୋଦୀଙ୍କ ଏହି ଆଶ୍ୱାସନାକୁ ଶୁଣିବାକୁ ପ୍ରସ୍ତୁତ ହୋଇ ନଥିଲେ ବିରୋଧୀ। ସେ ଅସତ୍ୟ କହୁଛନ୍ତି ବୋଲି ଆରୋପ କରି ବିରୋଧୀ ଦଳ କକ୍ଷତ୍ୟାଗ କରିଥିଲେ। 

H10. AI ପାଇଁ ୧୦ ହଜାର କୋଟି
ଦେଶରେ ଏଆଇ ସୁଦୃଢ଼ ହେବ। ଏଥିନେଇ ଆସନ୍ତା ୩ ମାସ ଭିତରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଘରୋଇ ସହଭାଗୀତାରେ ଏହି କାର୍ଯ୍ୟକ୍ରମ ଚାଲିବ। ଏହି ଅର୍ଥକୁ ୧୦ ହଜାର ଗ୍ରାଫିକ୍ସ ପ୍ରସେସିଂ ୟୁନିଟ (ଜିପିୟୁ) ପ୍ରତିଷ୍ଠା ପାଇଁ ଖର୍ଚ୍ଚ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।