Top 10 News Today: କମାଲ କଲେ ନୀରଜ ଚୋପ୍ରା, ପଢ଼ନ୍ତୁ ଅପରାହ୍ମର ୧୦ଟି ବଡ଼ ଖବର
Advertisement
Article Detail0/zeeodisha/odisha2371073

Top 10 News Today: କମାଲ କଲେ ନୀରଜ ଚୋପ୍ରା, ପଢ଼ନ୍ତୁ ଅପରାହ୍ମର ୧୦ଟି ବଡ଼ ଖବର

Top 10 News Today: ଚୁଟକୀରେ ପଢି ନିଅନ୍ତୁ ଅପରାହ୍ଣର ୧୦ ବଡ଼ ଖବର

Top 10 News Today: କମାଲ କଲେ ନୀରଜ ଚୋପ୍ରା, ପଢ଼ନ୍ତୁ ଅପରାହ୍ମର ୧୦ଟି ବଡ଼ ଖବର

Top 10 News Today:

01- ବାଂଲାଦେଶ ବିଶୃଙ୍ଖଳା ପରିସ୍ଥିତିକୁ ଆସିବା ପରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପୁଅ ତଥା ପୂର୍ବତନ ସରକାରୀ ପରାମର୍ଶଦାତା ସାଜିବ ୱାଜେଦ ଜୟ ଇଣ୍ଡିଆ ଟୁଡେକୁ ନିଜର ବୟାନ ଦେଇଛନ୍ତି। ସେ ଇଣ୍ଡିଆ ଟୁଡେ ଟିଭିକୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପୁଅ ଦାବି କରିଛନ୍ତି ଯେ ବାଂଲାଦେଶ ପରବର୍ତ୍ତୀ ପାକିସ୍ତାନ ହେବ ଏବଂ ଆହୁରି ବିଶୃଙ୍ଖଳିତ ହେବ। ଦେଶରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନମାନଙ୍କୁ ଟାର୍ଗେଟ କରାଯାଉଥିବାରୁ ସେ ଭୟଭୀତ ରହିଛନ୍ତି। ବାଂଲାଦେଶରେ ଥିବା ହିନ୍ଦୁଙ୍କ ଉପରେ ବିପଦ ମାଡି ଆସିଛି । ହିନ୍ଦୁମାନଙ୍କୁ ଟାର୍ଗେଟ୍ କରିବା ସହ ସେମାନଙ୍କ ଘରେ ପଶି ଆକ୍ରମଣ କରୁଛନ୍ତି ବିକ୍ଷୋଭକାରୀ । ବାଂଲାଦେଶରେ ଥିବା ହିନ୍ଦୁ ମନ୍ଦିରରେ ମଧ୍ୟ ଭଙ୍ଗାରୁଜା କରାଯାଇଛି । ବାଂଲାଦେଶ ମେହେରପୁର ଅଞ୍ଚଳରେ ଥିବା ଇସ୍କନ୍ ମନ୍ଦିରରେ ଆତତାୟୀ ମାନେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି ।

02- ହତ୍ୟାକାଣ୍ଡରୁ ଲଣ୍ଡନରେ ଜାରି ରହିଥିବା ହିଂସାକାଣ୍ଡ ପାଇଁ ଲଣ୍ଡନରେ ରହୁଥିବା ବା ବୁଲିବାକୁ ଯାଉଥିବା ଭାରତୀୟ ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରି କରିଛି ବୈଦେଶିକ ମନ୍ତ୍ରଣାଳୟ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ନାଗରିକଙ୍କ ପାଇଁ ହେଲପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି କି ବର୍ତ୍ତମାନ ହିଂସା ବ୍ରିଟେନରେ ବ୍ୟାପିବାରେ ଲାଗିଛି। ଏଥିପାଇଁ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ସତର୍କ ରହିବାକୁ ଦୂତାବାସ ପକ୍ଷରୁ କୁହାଯାଇଛି। ଏପରିକି ଯେଉଁମାନେ ବ୍ରିଟେନ ବା ଲଣ୍ଡନକୁ ବୁଲିବାକୁ ଆସୁଛନ୍ତି ସେମାନେ ସତର୍କତାର ସହିତ ଆସିବାକୁ ଦୂତାବାସ ପକ୍ଷରୁ ସୋସିଆଲ ମିଡି଼ଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଛି। 

03- ବାଦଲ ଫଟା ବର୍ଷା ପରେ ହିମାଚଳ ପ୍ରଦେଶ ଭୂସ୍ଖଳନ ପ୍ରଭାବିତଙ୍କୁ ଭେଟିଛନ୍ତି ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ୍। ଲୋକଙ୍କ ଦୁର୍ଦ୍ଦଶା ଏବଂ କ୍ଷୟକ୍ଷତି ଦେଖିବା ପରେ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି କଙ୍ଗନା । ଅନ୍ୟପଟେ ଏବେ ମଧ୍ୟ ଅନେକ ଅଞ୍ଚଳରେ ଭୂସ୍ଖଳନ ପ୍ରଭାବିତଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଉଛି । ବିଭିନ୍ନ ସଂଗଠନ ଦ୍ୱାରା ରିଲିଫ୍ କାର୍ଯ୍ୟ ମଧ୍ୟ ଚାଲିଥିବା ଦେଖିବାକୁ ମିଳିଛି ।

04- ୱାୟନାଡ୍ ଭୂସ୍ଖଳନରେ ଡାକ୍ତର ସ୍ୱାଧୀନ ପଣ୍ଡା ନିଖୋଜ ଘଟଣାରେ ହେବ ଡିଏନ୍ଏ ଟେଷ୍ଟ । ସ୍ୱାଧୀନଙ୍କ ଭଉଣୀ ସୋମାଲି ଆଜି ନମୁନା ଦେଇଛନ୍ତି । ୪୮ ଘଣ୍ଟା ମଧ୍ୟରେ ଡିଏନ୍‌ଏ ଟେଷ୍ଟ ରିପୋର୍ଟ ଆସିବ । ଅନ୍ୟପଟେ ଆହତ ଡାକ୍ତର ସ୍ୱୀକୃତି ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ମଧ୍ୟ ସୁଧାର ଆସିଥିବା ସୂଚନା ମିଳିଛି । ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ଓଏସ୍‌ଡି ପ୍ରୀତିଶ ପଣ୍ଡା ଏନେଇ ସୂଚନା ଦେଇଛନ୍ତି । ଅନ୍ୟପଟେ ୱାୟନାଡ୍ ରେ ସର୍ଚ୍ଚ ଅପରେସନ ଜାରି ରଖିଛି ଓଡ଼ିଶାର ସନ୍ଧାନୀ କୁକୁର ‘ଷ୍ଟର୍ମ’। ରେସ୍କ୍ୟୁ ଓ ସର୍ଚ୍ଚ ଟିମ୍ ସହ ମିଶି ମାଟି ତଳୁ ଜୀବନ ଖୋଜିବାରେ ସାହାଯ୍ୟ କରୁଛି ‘ଷ୍ଟର୍ମ’ । 

05- ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ବିଜେପି ସରକାରରେ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଚତୁର୍ଥ କ୍ୟାବିନେଟ୍ ବୈଠକ କରିବାକୁ ଯାଉଛି । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି ଚର୍ଚ୍ଚା ହେଉଛି ।

06- ଆସନ୍ତାକାଲି ଶ୍ରାବଣ ଶୁକ୍ଲ ପକ୍ଷ ତୃତିୟା ତିଥି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ବିତୀୟ ଭୋଗମଣ୍ତପ ଶେଷ ହେବା ପରେ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୫ଟାରୁ ରାତି ୯ ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଦ୍ବିପହର ଦୀପ  ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଖାର କରିବେ।  ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନ ସାମଗ୍ରୀରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ,ଶଙ୍ଖ, କସ୍ତୁରୀ, ନାଲି, ଧଳା ଓ କଳା ଆଦି ସାମଗ୍ରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । 

07- ବଜାରରୁ ପୁଣି ଆଳୁ ଉଭାନ ହୋଇଯାଇଛି । କଟକ ଛତ୍ର ବଜାରର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଳୁ ସଙ୍କଟ ରହିଥିବାରୁ ଚଢା ଦରରେ ଆଳୁ ବିକ୍ରି ହେଉଛି । ପଶ୍ଚିମବଙ୍ଗ କିମ୍ବା ଉତ୍ତରପ୍ରଦେଶରୁ ଆଳୁ ଗାଡ଼ି ଆସିପାରୁନଥିବାରୁ। ବ୍ୟବସାୟୀମାନେ ମନ ଇଚ୍ଛା ଦର କଷିବା ଆଶଙ୍କା କରାଯାଉଛି। ପୁଣି  କଟକରେ ଆଳୁ ଦର କିଲୋ ପିଛା ୫୦ ଟଙ୍କା ପହଞ୍ଚିଥିବା ସମୟରେ ଭୁବନେଶ୍ବରରେ ଆଳୁ କେଜି ଦିନକରେ ୨୦ରୁ ୨୫ଟଙ୍କାକୁ ବୃଦ୍ଧି ପାଇଛି ।

08- ନୟାଗଡ଼ ନିର୍ବାଚନ ଅନିୟମିତତା ମାମଲାରେ ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ନୋଟିସ୍ ଜାରି ହୋଇଛି । ନାମାଙ୍କନ ସତ୍ୟପାଠରେ ଅରୁଣ ଅନେକ ତଥ୍ୟ ଲୁଚାଇଥିବା ଅଭିଯୋଗ କାରଣରୁ ତାଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ ।

09- ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ ଥ୍ରୋ ଇଭେଣ୍ଟରେ କମାଲ କରିଛନ୍ତି ନୀରଜ ଚୋପ୍ରା । ୮୯.୩୪ ମିଟର ଥ୍ରୋ କରି ପ୍ରଥମ ପ୍ରୟାସରେ ଫାଇନାଲରେ ପହଞ୍ଚିଲେ ନୀରଜ । ନୀରଜଙ୍କ ଏହି ସଫଳତା ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଉଛନ୍ତି ଫ୍ୟାନ୍ସ ।

10- ରାଜ୍ୟରେ ଜାରି ରହିଛି ବର୍ଷା । ସୋମବାର ରେକର୍ଡ଼ ବର୍ଷା ସହରାଞ୍ଚଳରେ ଅସ୍ଥାୟୀ ଜଳବନ୍ଦୀ ସ୍ଥିତି ଆଣିଥିବା ବେଳେ  ଅଧିକାଂଶ ସ୍ଥାନରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ବିଶେଷକରି ଟ୍ବିନସିଟିର ସ୍ଥିତି ଉତ୍କଟ ହୋଇଛି।  ଜାତୀୟ ରାଜପଥ ୧୬ରେ ବର୍ଷାପାଣି ଲହଡି଼ ଭାଙ୍ଗିବାରୁ  ଯାତାୟତ ମଧ୍ୟ ଠପ୍ ହୋଇପଡିଛି।  ଏହି ସ୍ଥିତି ରାଜ୍ୟରେ ଆଉ ତିନି ଦିନ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ନେନ୍ଦ୍ର ପକ୍ଷରୁ କୁହାଯାଇଛି।