Top 10 Headline: ସଂକ୍ଷେପରେ ପଢ଼ନ୍ତୁ ଆଜି ସକାଳର ୧୦ଟି ବଡ଼ ଖବର...
Advertisement
Article Detail0/zeeodisha/odisha2430580

Top 10 Headline: ସଂକ୍ଷେପରେ ପଢ଼ନ୍ତୁ ଆଜି ସକାଳର ୧୦ଟି ବଡ଼ ଖବର...

Top 10 Headline: ସଂକ୍ଷେପରେ ପଢ଼ନ୍ତୁ  ଆଜି ସକାଳର ୧୦ଟି ବଡ଼ ଖବର...

Top 10 Headline: ସଂକ୍ଷେପରେ ପଢ଼ନ୍ତୁ  ଆଜି ସକାଳର ୧୦ଟି ବଡ଼ ଖବର...

1.Jammu-kashmir assembly election: ୧୯୮୭ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ କଶ୍ମୀର ଉପତ୍ୟକାରେ ସନ୍ଧ୍ୟା ପ୍ରଚାର ଓ ଘରକୁ ଘର ବୁଲି ପ୍ରଚାର ଆରମ୍ଭ ହୋଇଛି। ସେପ୍ଟେମ୍ବର ୧୮ରୁ ଅକ୍ଟୋବର ପହିଲା ମଧ୍ୟରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଏଥର ଶାନ୍ତି ଓ ଆତଙ୍କ କମିବାର ଆଭାସ ଦେଖିବାକୁ ମିଳୁଛି।

2. Bande bharat:ଆଜି ଠାରୁ ବ୍ରହ୍ମପୁର ରେଳ ଷ୍ଟେସନ୍‌ରୁ ଗଡ଼ିବ ପ୍ରଥମ ବନ୍ଦେ ଭାରତ ଏକ୍‌ସପ୍ରେସ୍‌। ବ୍ରହ୍ମପୁର - ଟାଟାନଗର ମଧ୍ୟରେ ଏହ ଟ୍ରେନ୍ ଚଳାଚଳ କରିବ। ଆଜି ପୂର୍ବାହ୍ଣ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ(PM Modi) ଭିଡିଓ କଲ୍ ଜରିଆରେ ଏହି ଟ୍ରେନ୍‌ର ଶୁଭାରମ୍ଭ କରିବେ। ଏହି ଅବସରରେ ବ୍ରହ୍ମପୁର ରେଳଷ୍ଟେସନ୍‌ ୪ନମ୍ବର ପ୍ଲାଟ୍‌ଫର୍ମ ବାହାରେ ଏକ ସାଧାରଣସଭା ଆୟୋଜନ କରାଯିବ। ସଭାରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଜନସାଧାରଣଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।

3.Weather Report: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ରୂପ ନେଇ ଆଗକୁ ଆଗକୁ ବଢି ଚାଲିଛି। ଯାହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ଲାଗିରହିଥିବା ବେଳେ ଆଜି ମଧ୍ୟ ସ୍ଥିତି ସମାନ ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ରାଜ୍ୟରେ ବର୍ଷା ଜାରି ଥିବା ବେଳେ ଆଜି ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ ମୟୂରଭଞ୍ଜ(Mayurbhanj), କେନ୍ଦୁଝର ଓ ବାଲେଶ୍ୱର(Balasore) ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ତିନି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ(Red Alert) ଜାରି କରାଯାଇଛି। 

4.Kolkata Rape Murder Case: କୋଲକାତାର ଆର.ଜି କର ମେଡିକାଲ କଲେଜରେ ଜଣେ ଜୁନିଅର ଡାକ୍ତରଙ୍କ ଦୁଷ୍କର୍ମ ମାମଲାରେ ସିବିଆଇ ଏହି ମହାବିଦ୍ୟାଳୟର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି। ଘୋଷଙ୍କ ସହ ସିବିଆଇ ତାଲା ପୋଲିସ ଷ୍ଟେସନର ଅଭିଜିତ ମଣ୍ଡଳଙ୍କୁ ମଧ୍ୟ ଗିରଫ କରିଛି। ଆର୍ଥିକ ଅନିୟମିତତା ମାମଲାରେ ସିବିଆଇ ପୂର୍ବରୁ ଡାକ୍ତର ସନ୍ଦୀପ ଘୋଷଙ୍କୁ ଗିରଫ କରିଥିବା ବେଳେ ତାଙ୍କୁ କ୍ରମାଗତ ଭାବେ ସିବିଆଇର କୋଲକାତା ମୁଖ୍ୟାଳୟରେ ପଚରାଉଚରା କରାଯାଇଛି।

5.Schools and Colleges Closed On 17th Sept: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ୱର ୧୭ ତାରିଖରେ ଭୁବନେଶ୍ୱର ଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରୁଛନ୍ତି। ଏଥିପାଇଁ ଭୁବନେଶ୍ୱରରେ ବିପୁଳ ଜନ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ସ୍କୁଲ କଲେଜ ଗୁଡିକ ସେଦିନ ସମ୍ପୂର୍ଣ୍ଣ ଛୁଟି ହେବା ସହିତ ସରକାରୀ କାର୍ଯ୍ୟାଳୟ ଗୁଡିକର ପ୍ରଥମାର୍ଦ୍ଧ ଛୁଟି ରହିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

6.Govt removes minimum export price on basmati rice: କୃଷକଙ୍କ ଆୟ ବୃଦ୍ଧି ତଥା ବି ଶ୍ୱବଜାରରେ ଦେଶର କୃଷିଜାତ ଦ୍ରବ୍ୟକୁ ମଜବୁତ କରିବା ପାଇଁ ମୋଦୀ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ବାସୁମତି ଚାଉଳ ରପ୍ତାନିରେ ସର୍ବନିମ୍ନ ମୂଲ୍ୟ ସୀମା ହଟାଇ ସରକାର କୃଷକ ଏବଂ ରପ୍ତାନିକାରୀଙ୍କୁ ଆରାମ ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ବିଶୋଧିତ ତେଲ ଉପରେ ଶୁଳ୍କ ବୃଦ୍ଧି ଏବଂ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ହଟାଇବା ଭଳି ନିଷ୍ପତ୍ତି ମାଧ୍ୟମରେ କୃଷି କ୍ଷେତ୍ରକୁ ଏକ ନୂତନ ଦିଗ ଦେବା ପାଇଁ ଚେଷ୍ଟା କରାଯାଇଛି।

7.Odisha News: ଜଗତସିଂହପୁର ଜିଲ୍ଲା ବିରିଡି ଠାରେ ଥିବା ଇଣ୍ଡିଆନ ବ୍ୟାଙ୍କ ଏ ଟି ଏମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ । ଲୁଟ ଉଦ୍ୟମ କରି ବିଫଳ ହେବା ପରେ ଦୁର୍ବୁତ୍ତମାନେ ଫେରାର ହୋଇଯାଇଛନ୍ତି । ବ୍ୟାଙ୍କ କତ୍ତୃପକ୍ଷ ଆସି ପହଞ୍ଚି ବ୍ୟାଙ୍କ ଖୋଲିବା ସମୟରେ ଏଟିଏମ ଭଙ୍ଗା ଯାଇଥିବା ଦେଖିଥିଲେ । ବିରିଡି ଥାନାରେ ବ୍ୟାଙ୍କ ପକ୍ଷରୁ ଏତାଲା ଦିଆଯିବା ପରେ ବିରିଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ଆରମ୍ଭ କରିଛି ।

8.Srimandir:ରବିବାର ଅର୍ଥାତ ଆଜି ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥି। ଆସନ୍ତାକାଲି ଶ୍ରୀମନ୍ଦିରରେ ବାବନ ଜନ୍ମ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ସରିବା ପରେ ନୀତିକାନ୍ତି କରାଯିବ। ଫଳରେ ଅପରାହ୍ନ ୫ଟାଠାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

9.Deputy Chief Minister Shri Kanak Vardhan Singh Deo: ରାଜ୍ୟର ଭୁବନେଶ୍ୱର ସହର ୧୪ତମ ଜାତୀୟ କର୍ଣିଆ ଓ ଆଇ ୱେ ଭ୍ୟାଙ୍କ ସମ୍ମିଳନୀର ଆୟୋଜକ ଭାବେ ଗୌରବ ଅନୁଭବ କରୁଛି, ଯାହା ଆଇ ୱେ ଭ୍ୟାଙ୍କ ଅସୋସିଏସନ ଅଫ ଇଣ୍ଡିଆ (EBAI) ଏବଂ ଦୃଷ୍ଟି ଦାନ ଆଇ ୱେ ଭ୍ୟାଙ୍କ ସହ ଏଲଭି ପ୍ରସାଦ ଆଇ ସଂସ୍ଥାନ (LVPEI), ଭୁବନେଶ୍ୱରଙ୍କ ସହକାରିତାରେ ଆୟୋଜନ କରାଯାଇଛି। ଏହା ସେପ୍ଟେମ୍ବର ୧୪-୧୫, ୨୦୨୪ ତାରିଖରେ କିଆଇଟି (KIIT), କ୍ୟାମ୍ପସ ୬, ଭୁବନେଶ୍ୱରରେ ଅନୁଷ୍ଠିତ ହେବ, ଯେଉଁଠି ୨୫୦ ରୁ ଅଧିକ ଚକ୍ଷୁରୋଗ ବିଶେଷଜ୍ଞ, ଆଇ ୱେ ଭ୍ୟାଙ୍କ ପ୍ରାକ୍ରିୟାବିଦ୍, ଗବେଷକ ଏବଂ ନୀତିନିର୍ଦ୍ଦେଶକ ଆଉ ଜମା ହେବାକୁ ଯାଉଛନ୍ତି। ସେମାନେ ଏକ ସଂପୂର୍ଣ୍ଣ ଦୃଷ୍ଟି ରଖି ଭାରତରେ କର୍ଣିଆ ଅନ୍ଧତ୍ୱର ଚୌତିକା ବିଷୟରେ ଆଲୋଚନା କରିବେ। ଏହି ଅସୁବିଧା ଭାରତରେ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି।

10. Odisha News: ବଦଳିଲା ମୋ ସ୍କୁଲ୍ ଅଭିଯାନ ନାଁ । ଗଣଶିକ୍ଷା ବିଭାଗର ମୋ ସ୍କୁଲ୍ ଅଭିଯାନ ନାଁ ବଦଳି ଏଣିକି 'ପଞ୍ଚଶଖା ଶିକ୍ଷା ସେତୁ ଯୋଜନା' ରଖାଗଲା । ବିଜେଡି ସରକାର ସମୟରେ ୨୦୧୭ରୁ ଆରମ୍ଭ ହୋଇଥିବା ମୋ ସ୍କୁଲ୍ ଅଭିଯାନ ନାଁ ବଦଳି ନୂଆ ନାଁ ରଖାଯାଇଛି । ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଚିଠି କରାଯାଇଛି ।