Top 10 News: ଚୁଟକିରେ ପଢ଼ିନିଅନ୍ତୁ ଆଜି ଦିନର ୧୦ଟି ବଡ଼ ଖବର
Advertisement
Article Detail0/zeeodisha/odisha2416827

Top 10 News: ଚୁଟକିରେ ପଢ଼ିନିଅନ୍ତୁ ଆଜି ଦିନର ୧୦ଟି ବଡ଼ ଖବର

Top 10 News: ଚୁଟକିରେ ପଢ଼ିନିଅନ୍ତୁ ଆଜି ଦିନର ୧୦ଟି ବଡ଼ ଖବର

Top 10 News: ଚୁଟକିରେ ପଢ଼ିନିଅନ୍ତୁ ଆଜି ଦିନର ୧୦ଟି ବଡ଼ ଖବର

1.Odisha News: ରାଜ୍ୟରେ ନିର୍ମାଣ ହେବ ୧୨ଶହରୁ ଅଧିକ ଚେକ୍ ଡ୍ୟାମ୍। ଆଜି ବିଧାନସଭା ଗୃହରେ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହଲିଙ୍ଗ। ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୨୦୨୨-୨୫ ଭିତରେ ୧୨୮୦ ଚେକ୍‌ ଡ୍ୟାମ୍ ନିର୍ମାଣ ପାଇଁ ପ୍ରସ୍ତାବ ହୋଇଛି। ୨୦୨୫ ସୁଦ୍ଧା ୫୮୫ ଚେକ୍‌ ଡ୍ୟାମ୍ ନିର୍ମାଣ ସରିବ ବୋଲି ମନ୍ତ୍ରୀ କହିଛନ୍ତି।

2. Ravindra Jadeja Joined BJP: ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜା ବିଜେପିରେ ଯୋଗ ଦେଇଛନ୍ତି। ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ପୂର୍ବରୁ ବିଜେପିରେ ଅଛନ୍ତି। ସେ ମଧ୍ୟ ଗୁଜରାଟର ଜାମନଗର ଉତ୍ତର ଆସନରୁ ଜଣେ ବିଧାୟକ। ଟିମ୍ ଇଣ୍ଡିଆର ତାରକା ଖେଳାଳି ରବିନ୍ଦ୍ର ଜାଡେଜା ବିଜେପିରେ ଯୋଗ ଦେଇଛନ୍ତି। ସୋସିଆଲ ମିଡିଆରେ ଜଣେ ନୂତନ ସଦସ୍ୟ ଭାବରେ ତାଙ୍କ ଫଟୋ ସେୟାର କରି ତାଙ୍କ ପତ୍ନୀ ରିବାବା ଏହି ସୂଚନା ଦେଇଛନ୍ତି।

3. Odisha News: ପ୍ରତି ପଞ୍ଚାୟତରେ ମଡେଲ ପ୍ରାଥମିକ ବିଦ୍ୟାଳୟ ହେବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁଦିବସ ଅବସରରେ ଗୁରୁବାର ବଡ଼ ଘୋଷଣା କରିଛନ୍ତି। ପ୍ରାଥମିକ ସ୍କୁଲକୁ ସୁଦୃଢ଼ କରିବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହାର ନାମ ରହିବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ। ପ୍ରାଥମିକ ସ୍କୁଲକୁ ସୁଦୃଢ଼ କରିବାକୁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। 

4. Sikkim Accident: ସିକ୍କିମର ପାକିଓଙ୍ଗରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ଭାରତୀୟ ସେନାର ଚାରିଜଣ ସୈନିକ ପ୍ରାଣ ହରାଇଛନ୍ତି। ସୈନିକମାନେ ପଶ୍ଚିମବଙ୍ଗର ପେଡୋଙ୍ଗରୁ ସିକ୍କିମର ଜୁଲୁକ୍ ରେଶମ ମାର୍ଗ ଦେଇ ପାକୋଙ୍ଗକୁ ଯାଉଥିଲେ ଓ ଏହି ସମୟରେ ସେନା ଗାଡି ଖାଲରେ ପଡ଼ିଯାଇଥିଲା।

5. Odisha News: ପାରଳାଖେମୁଣ୍ଡିରୁ ନବରଙ୍ଗପୁର ଯାଉଥିବା ଶ୍ରୀଜଗନ୍ନାଥ ନାମକ ଘରୋଇ ବସ୍‌ରେ ଜଣେ ଗର୍ଭବତୀ ପ୍ରସବ କରିଛନ୍ତି। ମହିଳା ଜଣକ ଗୁଣପୁର ଅଭିମୁଖେ ଏକାକୀ ଯାତ୍ରା କରୁଥିଲେ। ବସ୍‌ଟି ଗଜପତି ଜିଲ୍ଲା କାଶୀନଗରଠାରେ ହୋଇଥିବା ବେଳେ ମହିଳାଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା। ମାତ୍ର ମେଡିକାଲ ଦୂରରେ ଥିବାରୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗର୍ଭବତୀଜଣକ। ଚଳନ୍ତା ବସରେ ଗୋଟିଏ ନବଜାତ ଶିଶୁ କନ୍ୟା ଜନ୍ମ ହୋଇଥିବା ଜଣାପଡିଛି ଯାହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ମାନବିକତା ଦୃଷ୍ଟି କୋଣରୁ ବସ ରେ ଥିବା କର୍ମଚାରୀ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। 

6. Odisha News: ରବିବାର ଦିନ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ଗସ୍ତକୁ ନେଇ ବିଭିନ୍ନ ମହଲରେ ବିରୋଧାଭାସ ଦେଖିବାକୁ ମିଳିଛି। ନୂଆଁଖାଇ ହେଉଛି ପଶ୍ଚିମ ଓଡିଶାର ମୁଖ୍ୟ ଗଣପର୍ବ। ଏହି ଦିନ ଯିଏ ଯେଉଁଠି ରହିଥିଲେ ମଧ୍ୟ ନୁଆଁ ଖାଇବା ପାଇଁ ନିଜ ଘରକୁ ଫେରିଥାନ୍ତି। ଏହି ପର୍ବ ମୁଖ୍ୟତଃ କୃଷି ଭିତ୍ତିକ ହୋଇଥିବା ବେଳେ ଫସଲର ପ୍ରଥମ ଅନ୍ନ ନିଜ ଇଷ୍ଟଙ୍କ ପାଖରେ ସମର୍ପିତ କରି ପରିବାର ଏକାଠି ହୋଇ ନବାନ୍ନ ବା ନୁଆଁ ଖାଇଥାନ୍ତି। କିନ୍ତୁ ସେଦିନ ମୁଖ୍ୟମନ୍ତ୍ରୀଙ୍କର ଗସ୍ତ କାର୍ଯ୍ୟକ୍ରମ ରହିଥିବାରୁ ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ ସ୍ୱାସ୍ଥ୍ୟ ବିଭାଗ ଏଭଳି କି ସମସ୍ତ ସରକାରୀ କଳ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କାର୍ଯ୍ୟରତ ରହିବେ। ତା ହେଲେ କିଭଳି ଭାବରେ ପରିବାର ସହିତ ନୁଆଁ ଖାଇବେ ବୋଲି ସାଧାରଣରେ ଏକ ଚାପା ଗୁଂଜରଣ ସୃଷ୍ଟି ହୋଇଛି।

7. National Teachers' Award 2024: ଶିକ୍ଷକ ଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ରାଷ୍ଟ୍ରପତି ମୁର୍ମୁ ମନୋନୀତ ପୁରସ୍କାର ବିଜେତାମାନଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପ୍ରଦାନ କରିଥିଲେ। ସମ୍ମାନିତ ଶିକ୍ଷକମାନଙ୍କୁ ୫୦,୦୦୦ ଟଙ୍କା, ରୌପ୍ୟ ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି।

8. Ganesh Puja: ଆସୁଛି ପାର୍ବଣ ଋତୁ। ଏଥିପାଇଁ ମୂର୍ତ୍ତି କାରୀଗରଙ୍କ ଆଖିରେ ନିଦ ନାହିଁ। ରାତି ପାହିଲେ ଗଣେଶ ପୂଜା। ରାତି ଦିନ ଏକ କରି ଲାଗି ପଡିଛନ୍ତି ମୂର୍ତ୍ତି କାରିଗର। ସେପ୍ଟେମ୍ବର ୭ ଗଣେଶ ଓ ୧୬ ତାରିଖରେ ବିଶ୍ବବିନ୍ଧାଣୀ ବିଶ୍ବକର୍ମା ପୂଜା। ପାରାଦୀପ ଉପକଣ୍ଠ ଭୂତମୁଣ୍ଡାଇ ଗ୍ରାମର କୁମ୍ଭାରସାହିରେ ଏବେ ନାହିଁ ନଥିବା ଭିଡ ଲାଗି ରହିଛି। ମାଟିର ମୂର୍ତ୍ତିକୁ ଜୀବନ୍ତ କରି ସେଥିରେ ଶେଷ ସ୍ପର୍ଷ ଦେଉଛନ୍ତି ଶିଳ୍ପୀ । ମାଟିରେ ପ୍ରସ୍ତୁତି ଚାଲିଛି ବିଭିନ୍ନ ମୂର୍ତ୍ତୀ ।ହାତର ଯାଦୁଗରୀ ସ୍ପର୍ଶରେ ଜୀବନ୍ତ ହେଉଛି ମାଟିର ମୂର୍ତ୍ତୀ । ରାତି ପହିଲେ ଧରା ପୃଷ୍ଟକୁ ଆସିବେ ଗଜାନନ। ଏବେ ଚଳ ଚଞ୍ଚଳ ମୂର୍ତ୍ତି କାରିଗର। କିଛି ବର୍ଷ ହେବ ମାଟିର ଅଭାବ ଯୋଗୁ କୌଳିକ ବୃତ୍ତି ଉପରେ ପଡିଛି ପ୍ରଭାବ।

9. India-Singapore sign MOUs: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସେ ଭାରତରେ ଅନେକ ସିଙ୍ଗାପୁର ସୃଷ୍ଟି କରିବାକୁ ଚାହୁଁଛନ୍ତି। ଗୁରୁବାର ଦିନ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ ସେ ଏହା କହିଛନ୍ତି। ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଥିବା ରଣନୀତିକ ଭାଗିଦାରୀକୁ ଏକ ବ୍ୟାପକ ରଣନୀତିକ ଭାଗିଦାରୀକୁ ନବୀକରଣ କରିବାକୁ ଦୁଇ ନେତା ନିଷ୍ପତ୍ତି ନେଇଛନ୍ତି।

10. Paris Paralympics 2024: ପ୍ୟାରିସ୍ ପାରାଅଲିମ୍ପିକ୍ସ ୨୦୨୪ ଭାରତ ପାଇଁ ବହୁତ ଭଲ ଚାଲିଛି। ଏପର୍ଯ୍ୟନ୍ତ ଶେଷ ହୋଇଥିବା ୭ ଦିନରେ ମୋଟ ୨୪ ଟି ପଦକ ଭାରତର ଖାତାକୁ ଆସିଛି। ଆଜି ଅର୍ଥାତ୍ ଅଷ୍ଟମ ଦିନରେ ଭାରତ ୮ ଟି ପଦକ ପାଇବ ବୋଲି ଆଶା କରାଯାଉଛି। ଆଜି ଭାରତ ପଦକ ତାଲିକାରେ ୩୦ ମାର୍କ ଅତିକ୍ରମ କରିପାରିବ। ବର୍ତ୍ତମାନ ଭାରତ ୨୪ଟି ପଦକ ସହ ପଦକ ତାଲିକାରେ ୧୩ ତମ ସ୍ଥାନରେ ରହିଛି।