Top 10 Headlines: ଚୁଟକିରେ ପଢ଼ନ୍ତୁ ଆଜି ଦିନର ୧୦ଟି ଟପ୍ ହେଡଲାଇନ୍
Advertisement
Article Detail0/zeeodisha/odisha2412037

Top 10 Headlines: ଚୁଟକିରେ ପଢ଼ନ୍ତୁ ଆଜି ଦିନର ୧୦ଟି ଟପ୍ ହେଡଲାଇନ୍

Top 10 Headlines: ଚୁଟକିରେ ପଢ଼ନ୍ତୁ ଆଜି ଦିନର ୧୦ଟି ଟପ୍ ହେଡଲାଇନ୍

Top 10 Headlines: ଚୁଟକିରେ ପଢ଼ନ୍ତୁ ଆଜି ଦିନର ୧୦ଟି ଟପ୍ ହେଡଲାଇନ୍

1.PM Narendra Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜେପି ମୁଖ୍ୟାଳୟରେ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ବିଜେପିର ପ୍ରଥମ ସଦସ୍ୟ ହୋଇଛନ୍ତି । ଦଳର ନେତା ଓ କର୍ମୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଦେଶବାସୀଙ୍କ ଆକାଂକ୍ଷାକୁ ଆମେ ନୂତନ ଉଚ୍ଚତା ଦେବାକୁ ସ୍ଥିର କରିଛୁ। ଜାତୀୟ ସଦସ୍ୟତା ଅଭିଯାନ ଆରମ୍ଭ କରିବାକୁ ମୁଁ ଅତ୍ୟନ୍ତ ଗର୍ବିତ ଅନୁଭବ କରୁଛି । ବିଜେପି ଦଳ ବହୁତ ସହିବା ପରେ ବର୍ତ୍ତମାନ ଏହି ସ୍ଥାନରେ ପହଞ୍ଚିଛି । ଅନେକ ସମାଲୋଚନାର ସମ୍ମୁଖୀନ ହୋଇ ଆମେ ଆଗକୁ ବଢିଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

2.Subhadra Yojana: ଆଜି ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉନ୍ମଚିତ ହୋଇଥିବା ସୁଭଦ୍ରା ପୋର୍ଟାଲରେ ସୁଭଦ୍ରା ଯୋଜନା ସମ୍ପର୍କିତ ସମସ୍ତ ସୂଚନା ଉପଲବ୍ଧ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସୁଭଦ୍ରା ପୋର୍ଟାଲ ଭିଜିଟ୍ କରିବା ପାଇଁ ଆପଣ http://subhadra.odisha.gov.in ଲଗଇନ କରିପାରିବେ। ସୁଭଦ୍ରା ଯୋଜନା ପାଇଁ ଫର୍ମ ବଣ୍ଟନ ଆରମ୍ଭ ହୋଇସାରିଛି । ୪ତାରିଖରୁ ଫର୍ମ ସଂଗ୍ରହ କରାଯିବ । ଫର୍ମ ପୂରଣ କରିବା ପରେ ଆଧାର କାର୍ଡ ନକଲ ସହିତ ଆବେଦନକାରୀଙ୍କୁ ଦାଖଲ କରିବାକୁ ପଡିବ । ମୋ ସେବା କେନ୍ଦ୍ର ବା ଜନସେବା କେନ୍ଦ୍ରରେ ଆବେଦନକାରୀମାନେ ଫର୍ମ ଦାଖଲ କରିପାରିବେ । ଫର୍ମ ବଣ୍ଟନ ଓ ଦାଖଲ ପ୍ରକ୍ରିୟା ସଂପୂର୍ଣ୍ଣ ମାଗଣାରେ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

3.Terrorist Attack on Sunjwan Military Station: ଜାମ୍ମୁ କାଶ୍ମୀରରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ସୋମବାର ସଞ୍ଜୱାନ ସେନା ଶିବିରରେ ଗୁଳି ମାଡ କରିଛନ୍ତି ଆତଙ୍କବାଦୀ । ଏହି ଆକ୍ରମଣରେ ସେନାର ଜଣେ ଯବାନ ଆହତ ହୋଇଛନ୍ତି। ଏ ସମ୍ପର୍କରେ ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଜାମ୍ମୁର ସଞ୍ଜୱାନ ମିଲିଟାରୀ ଷ୍ଟେସନରେ ଆତଙ୍କବାଦୀମାନେ ବେସ ବାହାରେ ଗୁଳି ମାଡ କରିବା କାରଣରୁ ଜଣେ ଯବାନ ଆହତ ହୋଇଛନ୍ତି ।

4.Jammu Kashmir News: ଜାମ୍ମୁ କାଶ୍ମୀରର ମାତା ବୈଷ୍ଣୋ ଦେବୀ ଭବନ ରାସ୍ତାରେ ଥିବା ପଞ୍ଚି ହେଲିପ୍ୟାଡ ନିକଟରେ ଭୂସ୍ଖଳନ ଘଟଣା ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ଲୋକ ଏଥିରେ ଆହତ ହୋଇଛନ୍ତି। ଭୂସ୍ଖଳନ ହେତୁ ଅନେକ ଭକ୍ତ ଫଶି ରହିଥିବା ସନ୍ଦେହ କରାଯାଉଛି। ସୂଚନା ପାଇବା ମାତ୍ରେ ସ୍ଥାନୀୟ ଦଳ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆବର୍ଜନା ହଟାଇବା କାମ ଜାରି ରଖିଛି। ଆହତ ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିବା ସୂଚନା ମିଳିଛି।

5.Srimandira: ଆଜି ସରିଲା ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାଳ। କମିଟିର ହେବ ନବକଳେବର। କିଏ ହେବ ରିପିଟ,କିଏ ପଡିବ ବାଦ ତାକୁ ନେଇ ଚର୍ଚ୍ଚା ଜୋର। ବାଦ ପଡ଼ିବେ ଦୁଇଥର ପ୍ରତିନିଧିତ୍ଵ କରିଥିବା ସଦସ୍ୟ। ଲବିରେ ଅନେକ,ଚୟନରେ ସ୍ବଚ୍ଛତାକୁ ଜୋର୍ ଦେବ ଆଇନ ବିଭାଗ। ହାଇକୋର୍ଟ ନିର୍ଦ୍ଦେଶ ଅନୁସାରେ ନିୟମିତ ସ୍ଥାନ ପାଉଥିବା ନିଯୋଗ ବାଦ ଅନ୍ୟ ନିଯୋଗକୁ ମିଳିବ କି ସ୍ଥାନ? ମହାପ୍ରଭୁଙ୍କ ପାଖରେ ୧୮ ଘଣ୍ଟା ସେବା କରୁଥିବା ଖୁଣ୍ଟିଆ ନିଯୋଗକୁ ସାମିଲ କରିବାକୁ ଦାବି। ପୂର୍ବ ସରକାର ସମୟରେ ଚୟନ ପ୍ରକ୍ରିୟାରେ ପ୍ରିୟା ପ୍ରୀତି ତୋଷଣ ହେଉଥିବା ହୋଇଥିଲା ଅଭିଯୋଗ ।ବିଭିନ୍ନ ଷ୍ଟେକ ହୋଲଡରଙ୍କ ସହ କଥାବାର୍ତ୍ତା ଆରମ୍ଭ ହୋଇସାରିଛି। ପ୍ରାରମ୍ଭିକ ତାଲିକା ପ୍ରକ୍ରିୟା ଆରମ୍ଭ ହେବାପରେ ସ୍ପଷ୍ଟତା ଆସିବ କହିଛନ୍ତି ଆଇନ ମନ୍ତ୍ରୀ ।

6.Anand Bazar: ଗତକାଲି ଠାରୁ ଶ୍ରୀମନ୍ଦିର ଆନନ୍ଦବଜାରରେ ନିୟୋଜିତ ହୋଇଛନ୍ତି ସେନା ନିବୃତ ଅଧିକାରୀ। ଆନନ୍ଦବଜାରକୁ ସୁବ୍ଯବସ୍ଥିତ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି। ଆଜି ସେନାନିବୃତ୍ତ ଅଧିକାରୀଙ୍କ କାର୍ଯ୍ଯର ସମିକ୍ଷା କରିଛନ୍ତି ଶ୍ରୀମନ୍ଦିର ଉପମୁଖ୍ଯ ପ୍ରଶାସକ ତଥା ଜିଲ୍ଲାପାଳ ଓ ଏସପି। ଆନନ୍ଦ ବଜାରରେ ସେମାନଙ୍କ କାର୍ଯ୍ଯକୁ ଟିକନିକ ତର୍ଜମା କରିଛନ୍ତି। ସୁଆରମହାସୁଆର ନିଯୋଗ ସହିତ ଆଲୋଚନା କରିବା ସହ ଭକ୍ତମାନଙ୍କ ଠାରୁ ଫିଡବ୍ଯାକ୍ ସଂଗ୍ରହ କରିଛନ୍ତି। ତେବେ ସେନାନିବୃତ୍ତ ଅଧିକାରୀ ମାନଙ୍କ କାର୍ଯ୍ଯକୁ ଭକ୍ତ ଓ ସୁଆର ସେବକ ମାନେ ବେଶ୍ ପ୍ରଶଂସା କରିଛନ୍ତି।

7.Paralympoic 2024 Gold Medal: ପାରାଅଲମ୍ପିକ୍ସରେ ଭାରତୀୟ ଖେଳାଳିମାନେ ଗୋଟିଏ ପରେ ଗୋଟିଏ ମେଡାଲ ଜିତି ଦେଶକୁ ଗୌରବାନ୍ୱିତ କରିବାରେ ଲାଗିଛନ୍ତି। ଯୋଗେଶ କାଥୁନିୟାଙ୍କ ଭାରତ ପାଇଁ ଆଉ ଏକ ଗୋଲ୍ଡ ଜିତିଛନ୍ତି। ଭାରତୀୟ ଆକାଉଣ୍ଟରେ ଆଉ ଏକ ପଦକ ଯୋଡି ହୋଇଛି। ଯୋଗେଶ ଡିସ୍କସ୍ ଥ୍ରୋରେ ରୌପ୍ୟ ପଦକ ଜିତିଥିଲେ, କିନ୍ତୁ ଏଥର ନୀତୀଶ କୁମାର ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତି ସ୍ପ୍ଲାସ କରିଛନ୍ତି। ପାରାଲିମ୍ପିକ୍ସରେ ଏହା ହେଉଛି ଭାରତର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ। ବର୍ତ୍ତମାନ ସୁଦ୍ଧା ଭାରତ ମୋଟ ୯ ଟି ପଦକ ହାସଲ କରିଛି।

8.Debt Burdon: ଓଡ଼ିଶାବାସୀଙ୍କ ମୁଣ୍ଡପିଛା ଋଣ ହାର ସବୁଠାରୁ କମ୍‍। ଭାରତର ୨୮ ରାଜ୍ୟ ଭିତରେ ଏହା ସର୍ବନିମ୍ନ ବୋଲି ବିଧାସଭାରେ ଉପସ୍ଥାପନ ହୋଇଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି। ବିଧାୟମ ମାନସ ଦତ୍ତଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହା କୁହାଯାଇଛି।  ତଥ୍ୟ ଅନୁସାରେ ରାଜ୍ୟରେ ଏବେ ସମୁଦାୟ ଋଣଭାର ହେଉଛି ୯୬ହଜାର ୩୧୦ କୋଟି ୪୦ ଲକ୍ଷ। ସମୁଦାୟ ଜନସଂଖ୍ୟାକୁ ଦେଖିଲେ ପ୍ରତ୍ୟେକ ରାଜ୍ୟବାସୀଙ୍କ ଉପରେ ଋଣ ବୋଝ ଅର୍ଥାତ୍‍ ମୁଣ୍ଡପିଛା ଋଣ ଭାର ହେଉଛି ୨୦ ହଜାର ୭୩୬ ଟଙ୍କା। ଦେଶର ଅନ୍ୟ ୨୭ ରାଜ୍ୟକୁ ତୁଳନା କଲେ ଓଡ଼ିଶା ସବୁ ରାଜ୍ୟଠାରୁ ଏ କ୍ଷେତ୍ରରେ ଉନ୍ନତ ସ୍ଥାନରେ ରହିଛି।

9.Bangladeshi: ରାଜ୍ୟରେ ଆରମ୍ଭ ହୋଇଛି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା। ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ଚିହ୍ନଟ ଅଭିଯାନ ଆରମ୍ଭ କରିବାକୁ କୁହାଯାଇଛି। ଏନେଇ ସମସ୍ତ ଜିଲ୍ଲାପାଳ ଏବଂ ଏସ୍‍ପିଙ୍କୁ ନିର୍ଦ୍ଦେଶନାମା ପଠାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାରେ କହିଛନ୍ତି। ସେ କହିଛନ୍ତି, ୨୦୨୧ ମସିହା ସୁଦ୍ଧା ରାଜ୍ୟରେ ସମୁଦାୟ ୩୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ରାଜ୍ୟରେ ବସବାସ କରୁଛନ୍ତି । ବିଭିନ୍ନ ଜିଲ୍ଲା ଯଥା ବରଗଡରେ  ୨ ଜଣ ଅନୁପ୍ରବେଶକାରୀ ଥିବାବେଳେ ଭଦ୍ରକରେ ୧୯୯ ଜଣ, କେନ୍ଦ୍ରାପଡ଼ାରେ ୧୬୪୯ ଜଣ, ଭୁବନେଶ୍ଵର ୧୭ ଜଣ, ଜଗତସିଂପୁରରେ ୧୧୧୨ ଜଣ ମାଲକାନଗିରିରେ ୬୫୫ ଜଣ ଓ ନବରଙ୍ଗପୁର ଜିଲ୍ଲାରେ ୧୦୬ ଜଣ  ବାଂଲାଦେଶୀ ଅନୁପ୍ରବେଶକାରୀ ବସବାସ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

10. କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି ସିବିଆଇ। ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ବିବାଦରେ ସନ୍ଦୀପ ଗୋଟିଏ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି। ହସ୍ପିଟାଲରେ ସମ୍ଭାବ୍ୟ ଆର୍ଥିକ ହେରଫେରକୁ ନେଇ ସିବିଆଇ ତାଙ୍କ ବିରୋଧରେ ତଦନ୍ତ କରୁଥିଲା। ବିଶେଷ କରି ରୋଗୀଙ୍କ ସେବା ପାଇଁ କିଣା ଯାଉଥିବା ସାମଗ୍ରୀରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା।