• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ ପ୍ରମୁଖ ଖବର...

Reported By:Zee Odisha Desk
Published: Feb 18, 2024, 07:02 AM IST|Updated: Feb 18, 2024, 07:02 AM IST
joinshare
Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    S Janaki Passes Away: ପ୍ରସିଦ୍ଧ ଗାୟିକା ସିସ୍ତଳା ଜାନକୀଙ୍କ ପରଲୋକ

    S Janaki Passes Away: ପ୍ରସିଦ୍ଧ ଗାୟିକା ସିସ୍ତଳା ଜାନକୀଙ୍କ ପରଲୋକ

    Odia News4:56 PM IST
    2

    Top 10 News: ରଥ ଉପରେ ମୋବାଇଲ୍‌ ମନା, ମାଲକାନଗିରିରୁ ବିପୁଳ ଗଞ୍ଜେଇ ଜବତ ଓ ଅନ୍ୟ ଖବର

    top 10 news today4:27 PM IST
    3

    FIFA 2026: ପ୍ରିମିୟମ୍ ମୂଲ୍ୟରେ ବିକ୍ରି ହେବ ପିଚ୍ ଘାସ !

    FIFA 2026Jul 11
    4

    ପ୍ରଭାତ ବିଶ୍ୱାଳ ଦଳ ଛାଡିଲେ କିଛି ପ୍ରଭାବ ପଡିବନି- ପ୍ରମିଳା ମଲ୍ଲିକ୍

    Odisha PoliticsJul 11
    5

    ମାଲକାନଗିରିରୁ ୧୦ କୋଟି ମୂଲ୍ୟର ଗଞ୍ଜେଇ ଜବତ

    Odia NewsJul 11

    1-President Droupadi Murmu Odisha visit : ନୂଆ ରୂପରେ ସଜେଇ ହୋଇଛି ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ। ଝଲସୁଛି କୋଠା , ପାଚେରୀ ସବୁ ରଙ୍ଗୀନ ହୋଇଛି।  ଆସନ୍ତା ମାର୍ଚ୍ଚ ୧ ତାରିଖରେ ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟର ୨୫ ତମ ସମାବର୍ତ୍ତନ ଉତ୍ସବ ପାଇଁ ଏହି ସାଜସଜା ହୋଇଛି। ଏହି ଉତ୍ସବରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ  ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

    2- Gyanpith Award: ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ମିଳିବ ଜ୍ଞାନପୀଠ ପୁରସ୍କାର ୨୦୨୩ ବର୍ଷ ପାଇଁ ଜ୍ଞାନପୀଠ ପୁରସ୍କାର ଘୋଷଣା କରାଯାଇଛି। ଏଥର ଜଗଦଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ସଂସ୍କୃତ ପାଇଁ ଏବଂ ଗୁଲଜାରଙ୍କୁ ଉର୍ଦ୍ଦୁ ସାହିତ୍ୟ ପାଇଁ ସମ୍ମାନିତ କରାଯିବ।

    3-police Dg: ରାଜ୍ୟମାନଙ୍କରେ ପୁଲିସ ମହାନିର୍ଦ୍ଦେଶକ ବା ଡିଜି ପୁଲିସ ନିଯୁକ୍ତି ଲାଗି ସୁପ୍ରିମ୍‍କୋର୍ଟ ଦେଇଥିବା ନିର୍ଦ୍ଦେଶାବଳୀର ଖୋଲାଖୋଲି ଉଲ୍ଲଂଘନ ହେଉଛି। ଜରୁରୀକାଳୀନ ପରିସ୍ଥିତିକୁ ଏଡ଼ାଇବା ଲାଗି ଯେଉଁ ବ୍ୟବସ୍ଥା କୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯାଇଛି ତାହାକୁ ନିୟମିତ କରିଦେଇଛନ୍ତି ଦେଶର ୭ ରାଜ୍ୟ। ଏହି ୭ ରାଜ୍ୟ ଭିତରେ ରହିଛି ଓଡ଼ିଶା, ଯାହାକୁ ନିୟମିତ ଉଲ୍ଲଂଘନକାରୀ ଭାବେ ଗ୍ରହଣ କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ। 

    4-Odisha News: ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନାରେ ପାଚିକା ତଥା ସହାୟିକା ଭାବରେ କାମ କରୁଥିବା କର୍ମଚାରୀମାନଙ୍କ ପାରିଶ୍ରମିକ ରାଶିରେ ବୃଦ୍ଧି ଘୋଷଣା କରିଛନ୍ତି। ପାଚିକା ଓ   ସହାୟିକା ମାନଙ୍କ ପାରିଶ୍ରମିକ ରାଶି ୧,୪୦୦ ଟଙ୍କା ରୁ ୨,୦୦୦ ଟଙ୍କାକୁ ବୃଦ୍ଧି ପାଇଛି।  ଏହା ଦ୍ୱାରା ରାଜ୍ୟର ମୋଟ ୫୫ ହଜାର ସ୍କୁଲରେ କାମ କରୁଥିବା ପାଚିକା ଓ  ସହାୟିକା ଉପକୃତ ହେବେ। ଏଥି ପାଇଁ ରାଜ୍ୟ ସରକାର ବର୍ଷକୁ ୭୪ କୋଟି ଟଙ୍କା ଖର୍ଚ୍ଚ କରିବେ ।

    5-welspun integrated textile complex: ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ  କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଚୌଦ୍ୱାରରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚୌଦ୍ୱାରରେ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଶିଳାନ୍ୟାସ କରିଛନ୍ତି। ଏହା ସହିତ ଚୌଦ୍ୱାରରେ ଆରମ୍ଭ ହୋଇଛି ଶିଳ୍ପାୟନ ପୁର୍ନବିକାଶର ଏକ ଗୌରବମୟ ଅଧ୍ୟାୟ।

    6-BJP National conference: ଶନିବାର ଠାରୁ ଆରମ୍ଭ ହୋଇଛି ଭାରତୀୟ ଜନତା ପାର୍ଟିର ଦୁଇଦିନିଆ ରାଷ୍ଟ୍ରୀୟ ଅଧିବେଶନ । ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ତମାମ ବିଜେପି ହେଭିଓ୍ବେଟଙ୍କ ସମେତ ଜାତୀୟ ଓ ପ୍ରାଦେଶିକ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଛନ୍ତି । ଆଜି ଉଦଘାଟନୀ ଦିସବରେ ଅଧିବେଶନକୁ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ସମ୍ବୋଧିତ କରିଛନ୍ତି । ଚଳିତ ଥର ଭାରତୀୟ ଜନତା ପାର୍ଟି ୩୭୦ ଲୋକସଭା ଆସନ ଜିତିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଦଳ କେନ୍ଦ୍ରରେ ହ୍ୟାଟ୍ରିକ କ୍ଷମତା ହାସଲ କରିବାକୁ ଯାଉଛି । ଏହି ଭିଜନ ନେଇ ଦଳୀୟ କାର୍ଯ୍ୟକର୍ତ୍ତାମାନେ ବୁଥସ୍ତରରେ ସମସ୍ତ ଶକ୍ତି ଲଗାଇ ପରିଶ୍ରମ କରିବା ଉଚିତ । କେନ୍ଦ୍ରୀୟ କଲ୍ୟାଣକାରୀ ଯୋଜନାକୁ ନେଇ ଲୋକଙ୍କ ନିକଟକୁ ଯିବା ଉଚିତ ବୋଲି ନଡ୍ଡା କହିଛନ୍ତି ।

    7-Odisha CM Hikes Contingent Expenditure Of Krushak Sathis: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ରାଜ୍ୟର କୃଷକ ସାଥି ମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ରାଶିର ପରିମାଣ ବୃଦ୍ଧି ଘୋଷଣା କରିଛନ୍ତି । ସେମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ  ସହାୟତା ପରିମାଣ ବର୍ଷକୁ ୧୨ ହଜାର ଟଙ୍କାରୁ ୧୮ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହାଦ୍ବାରା ରାଜ୍ୟର ୧୩,୬୦୦ କୃଷକ ସାଥି ଉପକୃତ ହେବେ। ଏହି ବର୍ଦ୍ଧିତ ପରିମାଣ ପିଛିଲା ଭାବେ ଅକ୍ଟୋବର ୨୦୨୩ରୁ ଲାଗୁ ହେବ। 

    8-Jharkhand Political Crisis: ଝାଡ଼ଖଣ୍ଡ ସରକାର ପାଇଁ ଏବେ ଆଉ ଏକ ନୂଆ ସଙ୍କଟ ଆସିଛି। ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପରେ ଚମ୍ପାଇ ସୋରେନ ସରକାର ପାଇଁ କଂଗ୍ରେସ ବିଧାୟକମାନେ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛନ୍ତି। ଅନେକ କଂଗ୍ରେସ ବିଧାୟକ ମନ୍ତ୍ରୀ ହେବାରୁ ବଞ୍ଚିତ ହୋଇଥିବାରୁ ସରକାର ବିରୋଧରେ ସେମାନେ ବିଦ୍ରୋହ ଘୋଷଣା କରିଛନ୍ତି। ୧୨ ଜଣ କଂଗ୍ରେସ ବିଧାୟକ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟି ନିଜର ମତ ରଖିବେ ବୋଲି ଆଜି ଘୋଷଣା କରିଛନ୍ତି। 

    9- Teacher Strike:ଆସନ୍ତା ୨୦ ତାରିଖରେ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। କିନ୍ତୁ ଶିକ୍ଷକ ଶିକ୍ଷୟିତ୍ରୀ ୧୧ ଦିନ ହେଲା ଲୋୟର ପିଏମ୍‌ଜିରେ ଅହୋରାତ୍ର ଗଣଧାରଣାରେ ବସିଛନ୍ତି। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଆହ୍ବାନରେ ଚାଲିଥିବା ଆନ୍ଦୋଳନରେ ୩୦ ହଜାରରୁ ଅଧିକ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା‌ କର୍ମଚାରୀ ପ୍ରତ୍ୟେକ୍ଷ ନ ହେଲେ ପରୋକ୍ଷ ଭାବେ ସାମିଲ ହୋଇଛନ୍ତି। ୧୯ ତାରିଖ ସୁଦ୍ଧା ସରକାର ଯଦି ଦାବି ପୂରଣ ନ କରନ୍ତି ତେବେ ୨୦ ତାରିଖରୁ ଶିକ୍ଷକ ଶିକ୍ଷୟିତ୍ରୀ ମାଟ୍ରିକ୍‌ ପରୀକ୍ଷାରେ ଅହଯୋଗ କରିବା ଭଳି ନିଷ୍ପତ୍ତି ନେବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। 

    10-Isro:ଆଜି ଆଉ ଏକ ଇତିହାସ ରଚିଛି ଇସ୍ରୋ। ସାମୁଦ୍ରିକ ଝଡ଼ର ସୂଚନା ଦେବ ସ୍ୟାଟେଲାଇଟ୍। ପାଣିପାଗ, ବର୍ଷା ପରିମାଣର ମଧ୍ୟ ମିଳିବ ସୂଚନା। ଏଥିପାଇଁ ଆଜି ଇସ୍ରୋ ପ୍ରେରଣ କରିଛି INSAT – 3DS ଉପଗ୍ରହ। ଶ୍ରୀହରିକୋଟା ସତିଶ ଧାୱନ୍ ମହାକାଶ କେନ୍ଦ୍ରରୁ ସନ୍ଧ୍ୟା ୫.୩୫ ମିନିଟରେ ଉତକ୍ଷେପଣ ହୋଇଛି। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ତିଆରି ହୋଇଛି INSAT – 3DS । ଅତ୍ୟାଧୁନିକ ବ୍ୟବସ୍ଥା ଦ୍ଵାରା ସଠିକ୍ ପାଣିପାଗ ସୂଚନା ମିଳିପାରିବ । 

     

    Add Zee News as a Preferred Source
    TAGS:
    Top 10 News Headlines
    morning news
    Trending news
    Latest News
    breaking news today