Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2118889

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ ପ୍ରମୁଖ ଖବର...

 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1-Matric Exam 2024: ଆଜିଠାରୁ  ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) (Board Of Secondary Education, Odisha) ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ।  ପରୀକ୍ଷା ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ହାଇସ୍କୁଲ୍ ସାର୍ଟିପିକେଟ୍ ପରୀକ୍ଷା ଦେବେ।  

2-IISER Berahampur campus: ବ୍ରହ୍ମପୁର ସହର ଉପକଣ୍ଠ ଲଉଡି଼ ଗାଁରେ ଇଣ୍ତିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ତ ରିସର୍ଚ୍ଚ (IISER Berhampur)ର ସ୍ଥାୟୀ କ୍ୟାମ୍ପସ୍ କୋଠାକୁ ଆଜି ସାଢେ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Pm Modi) ଭିଡିଓ କନଫରେସିଂ ମାଧ୍ୟମରେ ଲୋକାର୍ପଣ କରିବେ। ଏହି ଅବସରରେ କ୍ୟାମ୍ପସ୍ ପରିସରରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ଭିସି ଯୋଗ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ।

3-Weather Update: ରାଜ୍ୟରେ ଏବେ ପାଗ ଶୁଖିଲା ରହିବା ସହ ପାରଦ ବୃଦ୍ଧି ପାଇଛି। ଉଭୟ ଦିନ ଓ ରାତି ତାପମାତ୍ରାରେ ବୃଦ୍ଧି ନଜରକୁ ଆସିଥିବା ବେଳେ  ସୋମବାର ଭବାନୀପାଟଣା ଓ ଟିଟିଲାଗଡ଼ରେ ପାରଦ ୩୬.୫ ଡିଗ୍ରୀ ଛୁଇଁଛି। ୨୨ ତାରିଖରୁ ରାଜ୍ୟରେ ପାଗ ବଦଳିବା ସହ କିଛି କିଛି ସ୍ଥାନରେ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଉତ୍ତର ଆଭ୍ୟନ୍ତରିଣ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେବେ, ସେହି ଜିଲ୍ଲା ଗୁଡି଼କ ହେଲା କେନ୍ଦୁଝର, ବାଲେଶ୍ବର, ସୁନ୍ଦରଗଡ, ଝାରସୁଗୁଡା ଓ ମୟୂରଭଂଜ।

4-Naveen Patnaik: ଆଜି ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ବିଭିନ୍ନ ପ୍ରକଳ୍ପର ଉଦ୍ଦଘାଟନ କରିବା ସହ ବିଜେପୁର ନିର୍ବାଚନମଣ୍ତଳୀ କନାପାଲିଠାରେ ଆୟୋଜିତ ଏକ ଜନସଭାରେ ଉଦବୋଧନ ଦେବା ନେଇ କାର୍ଯ୍ୟକ୍ରମ ରହିଛି ।

5-Two union Minister Odisha Visit: ମଙ୍ଗଳବାର ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (Ashwini Vaishnaw) ଓ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) । ଏହି ଗସ୍ତ ସମୟରେ ଉଭୟ ରେଳ ବିଭାଗ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ ଡ଼ାକ ବିଭାଗର କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବୁର୍ଲାସ୍ଥିତ ସମ୍ବଲପୁର ବିଶ୍ବବିଦ୍ୟାଳୟର (sambalpur university) ବିଜୁ ପଟ୍ଟନାୟକ ଅଡ଼ିଟୋରିୟମଠାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସମ୍ବଲପୁର ରେଳ ଷ୍ଟେସନରେ ପ୍ରଥମେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ଆସ୍ଥା ସ୍ବତନ୍ତ୍ର ଟ୍ରେର ଶୁଭାରମ୍ଭ କରିବେ । 

6-PM Modi JK Visit: ଆଜି ଜାମ୍ମୁ - କାଶ୍ମୀର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦିନ ୧୧ଟା ୩୦ରେ ଜାମ୍ମୁର ମୌଲାନା ଆଜାଦ ଷ୍ଟାଡିୟମରେ ଆୟୋଜିତ ଜନସଭାକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି । ଏହାସହ ଉଭୟ କେନ୍ଦ୍ରଶାସିତ ଅଞ୍ଚଳରେ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଜାମ୍ମୁ ଏମ୍ସ ଉଦଘାଟନ ସହ 3ଟି IIM ଲୋକାର୍ପିତ କରିବେ । 

7-Farmers Protest 2024: ପୁଣି ବିଫଳ ହେଲା କେନ୍ଦ୍ର ସରକାର ଓ କୃଷକଙ୍କ ଆଲୋଚନା। ବାହାରି ପାରିଲାନି ସମାଧାନର ବାଟ। ଏମଏସପି ଓ ଅନ୍ୟାନ୍ୟ ଦାବି ସମ୍ପର୍କରେ ସରକାର ଓ କୃଷକଙ୍କ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଛି । ସରକାର ଆଗମୀ ୫ ବର୍ଷ ପାଇଁ ପାଞ୍ଚୋଟି ନିର୍ଦ୍ଦିଷ୍ଟ ଫସଲ ପାଇଁ ଏମଏସପି ଉପରେ ଗ୍ୟାରେଣ୍ଟି ଦେବାକୁ କୃଷକ ସଂଗଠନ ସାମ୍ନାରେ ପ୍ରସ୍ତାବ ରଖିଥିଲେ । କିନ୍ତୁ ଏହି ପ୍ରସ୍ତାବକୁ ଚାଷୀ ସଂଗଠନ ପ୍ରତ୍ୟାଖ୍ୟାନ କରିଛନ୍ତି । କୃଷକଙ୍କ ତରଫରୁ କୁହାଯାଇଛି ଯେ ସେମାନେ ୨୧ ତାରିଖରେ ପୁଣି 'ଦିଲ୍ଲୀ ଚାଲ୍ଲୋ' ମାର୍ଚ୍ଚ ଆରମ୍ଭ କରିବେ। ଏବଂ ଆନ୍ଦୋଳନକୁ ଜୋରଦାର କରିବେ।

8-Congress Candidates: ଆଗକୁ ଆସୁଛି ସାଧାରଣ ନିର୍ବାଚନ।   ଟିକେଟ୍‌ ବଣ୍ଟନକୁ ନେଇ ଏକ ବଡ଼ ଘୋଷଣା କରିଛି କଂଗ୍ରେସ। ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ୍ ଘୋଷଣା କରିବ କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି ଆସନରେ ଟିକେଟ ଘୋଷଣା କରାଯିବ ବୋଲି ଆଜି ପ୍ରଦେଶ ନିର୍ବାଚନ କମିଟି ବୈଠକ ଅବସରରେ ପିସିସି ସଭାପତି ଶତର ପଟ୍ଟନାୟକ ସୂଚନାଦେଇଛନ୍ତି।

9-Mamta Banarjee on Pm Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଚିଠିରେ ମମତା ଆଧାରକାର୍ଡ ଅଚଳ ହେଉଥିବା ଅଭିଯୋଗ ଆଣିଛନ୍ତି । ପଶ୍ଚିମବଙ୍ଗରେ ବସବାସ କରୁଥିବା ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟ ପଛୁଆ ବର୍ଗର ଲୋକମାନଙ୍କ ଆଧାରକାର୍ଡ କାହିଁକି ଅଚଳ ହୋଇଛି ସେନେଇ ମମତା ପ୍ରଶ୍ନ କରିଛନ୍ତି । ଅଚଳ ହେବା ପୂର୍ବରୁ କୌଣସି ସୂଚନା ମଧ୍ୟ ମିଳୁନଥିବା କହିଛନ୍ତି ।

10-Amrit Bharat Express: ଦେଶବାସୀଙ୍କୁ ବଡ଼ ଭେଟି ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଦେଶରେ ଗଡି଼ବ ଆଉ ୫୦ଟି ଅମୃତ ଭାରତ ଟ୍ରେନ୍। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ବର୍ତ୍ତମାନ ଦେଶରେ କେବଳ ଦୁଇଟି ଅମୃତ ଭାରତ ଟ୍ରେନ୍ ଚାଲିଛି। ଯାହାକୁ ୩୦ ଡିସେମ୍ବର ୨୦୨୩, ମୋଦୀ ଶୁଭାରମ୍ଭ କରିଥିଲେ।