• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ ପ୍ରମୁଖ ଖବର...

Reported ByZee Odisha Desk
Published: Feb 26, 2024, 07:50 AM IST|Updated: Feb 26, 2024, 07:50 AM IST
joinshare
Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ‘ବନ୍ଦେ ମାତରମ୍ କ୍ୟାମ୍ପ’ର ଉଦ୍‌ଯାପନୀ ସମାରୋହ

    ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ‘ବନ୍ଦେ ମାତରମ୍ କ୍ୟାମ୍ପ’ର ଉଦ୍‌ଯାପନୀ ସମାରୋହ

    2

    ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନିର୍ବାଚିତ ଛାତ୍ର ପ୍ରତିନିଧି, ସରପଞ୍ଚଙ୍କୁ ଦଶହରା ଭେଟି ଓ ଅନ୍ୟ ଖବର

    3

    ବିଳମ୍ବିତ ରାତିରେ ଘରେ ପଶିଲେ, ଝିଅ ବାହାଘର ପାଇଁ ରଖିଥିବା ସୁନା ଗହଣା ଲୁଟିଲେ

    4

    Mohan Charan Majhi:ଛାତ୍ର ସଂସଦ ନିର୍ବାଚନରେ ABVP ବିପୁଳ ବିଜୟ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍

    5

    Orissa High Court:ଦଶହରା ପାଇଁ ଏତେ ଦିନ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

    1. PM to inaugurate 21 Stations and 50 ROBs in Odisha: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ଲାଗି ରେଳ ଉପହାର ଦେବେ। ୨୧ଟି ନୂତନ ଷ୍ଟେସନର ଉଦ୍‍ଘାଟନ କରିବା ସହ ୫୦ରୁ ରେଳ ଓଭର ବ୍ରିଜ୍‍କୁ ଜନସାଧାରଣଙ୍କୁ ଉତ୍ସର୍ଗ କରିବେ। ଏ-ହି ସମସ୍ତ ରେଳ ଷ୍ଟେସନ ଅମୃତ ଭାରତ ଷ୍ଟେସନ୍‍ ଯୋଜନା ଅଧୀନରେ ବିକଶିତ କରାଯାଇଛି। ଯେଉଁ ୨୧ଟି ନୁନଃ ବିକଶିତ ରେଳ ଷ୍ଟେସନ୍‍କୁ ପ୍ରଧାନମନ୍ତ୍ରୀ ଉଦ୍‍ଘାଟନ କରିବେ ସେଥିରେ ରହିଛି: ରାୟଗଡ଼ା, ଭଦ୍ରକ, ବାଲେଶ୍ୱର, ଟିଟିଲାଗଡ଼, କେସିଙ୍ଗା, କୋରାପୁଟ, ସମ୍ବଲପୁର, ଝାରସୁଗୁଡ଼ା, ଜୟପୁର, ରଖୁନାଥପୁର, ବେଲବାହାଡ଼, ପାରାଦୀପ ପାନପୋଷ, ବେତନଟୀ, ତାଳଚେର, ପାରଳା ଖେମୁଣ୍ଡି, କେନ୍ଦୁଝରଗଡ଼, ଜରୋଲି, ରାଇରଙ୍ଗପୁର ଏବଂ ବ୍ରଜରାଜ ନଗର। ପ୍ରଧାନମନ୍ତ୍ରୀ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଏସବୁ ଉଦ୍‍ଘାଟନ କାର୍ଯ୍ୟକଅମରେ ଯୋଗ ଦେବେ। 

    2. CM to distribute Nua O Scholarships to students of three districts: ଆଜି ନୂଆ-ଓ କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ଛାତ୍ରବୃତ୍ତି ପ୍ରଦାନ କରିବେ। ଏହିକ୍ରମରେ ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷାରେ ସହାୟକ ହେବା ଲାଗି ଏହି ବୃତ୍ତି ପ୍ରଦାନ କରାଯିବ। ନୂଆ -ଓ ଛାତ୍ରବୃତ୍ତି ମାଧ୍ୟମରେ ୟୁଜି ଓ ପିଜି ପାଠ୍ୟକ୍ରମ ପାଇଁ ସାଧାରଣ ବର୍ଗର ଛାତ୍ରଙ୍କୁ ବର୍ଷକୁ ୯ ହଜାର ଏବଂ ଝିଅ ଓ ଟ୍ରାନ୍ସଜେଣ୍ଡରଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ବୃତ୍ତି ପ୍ରଦାନ କରାଯିବ। ସାମ୍ସ ପୋର୍ଟାଲ୍‍ ମାଧ୍ୟମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଏଥିଲାଗି ଆବେଦନ କରିବାକୁ ଯୋଗ୍ୟ ହୋଇଥିଲେ।  

    3. Naveen to inaugurate Hospital Transformation Projects: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ଟିଜିଲ୍ଲାରେ ୬୭ଟି ସରକାରୀ ଚିକିତ୍ସାଳୟର ରୂପାନ୍ତରୀକରଣ ଅବସ୍ଥାକୁ ଜନସାଧାରଣଙ୍କ ସେବାରେ ଉତ୍ସର୍ଗ କରିବେ। ଏହା ସହ ସୁବର୍ଣ୍ଣପୁର ଜିଲ୍ଲାରେ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଏବଂ ଝାରସୁଗୁଡ଼ାରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ହୃଦ୍‍ରୋଗ ହସ୍‍ପିଟାଲ୍‍ର ଉଦ୍‍ଘାଟନ କରିବେ। ଖୋର୍ଦ୍ଧା ଜିଲ୍ଲାର ବେଗୁନିଆଠାରେ ପ୍ରସ୍ତାବିତ ଉପ ଜିଲ୍ଲା ହସ୍‍ପିଟାଲ୍‍ ପାଇଁ ଭିତ୍ତିପ୍ରସ୍ତର ପକାଇବେ ମୁଖ୍ୟମନ୍ତ୍ରୀ।  

    4. Congress To rally today at PMG Against state Govt: ଆଜି ଲୋକସେବା ଭବନ ଘେରାଉ ଡାକରା ଦେଇଛି ପ୍ରଦେଶ କଂଗ୍ରେସ। ରାଜ୍ୟ ସରକାରଙ୍କ ୨୪ ବର୍ଷର ସ୍ଥାଣୁ ପ୍ରଶାସନ ବିରୁଦ୍ଧରେ ଜନ ସମାଗମ ହେବ। ଦୁର୍ନୀତି, ରଚାଷୀଙ୍କୁ ,ମ୍‍ଏସ୍‍ପି, ଅଭାବୀ ବିକ୍ରୀର ସମାଧାନ, ଜଳସେଚନ ପ୍ରଭୃତି ସମସ୍ୟାର ସମାଧାନ ଲାଗି ଆଜି ବିଭିନ୍ନ ପ୍ରନ୍ତରୁ କଂଗ୍ରେସ କର୍ମୀ ରାଜଧାନୀରେ ଆନ୍ଦୋଳନ କରିବେ। ପିଏମ୍‍ଜି ଛକଠାରେ ସେମାନେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। 

    5. Poverty level significantly down by 5% says NITI CEO: ନିତି ଆୟୋଗଙ୍କ ସଦ୍ୟ ସର୍ବେକ୍ଷଣ ଅନୁସାରେ ଭାରତର ଗ୍ରାମାଞ୍ଚଳ ଅଧିବାସୀଙ୍କ ଆୟ ବୃଦ୍ଧି ହୋଇଛି। ଏହାଦ୍ୱାରା ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଲୋକଙ୍କ ରୋଜଗାର ତାରତମ୍ୟ କମିଛି। ଅତିକମ୍‍ରେ ଏହି ସୂଚକାଙ୍କ ଦେଶରେ ଦାରିଦ୍ର୍ୟତା ହାରରେ ୫ ପ୍ରତିଶତ ହ୍ରାସ କରିଛି ବୋଲି କହିଛନ୍ତି ନିତି ଆୟୋଗ ସିଇଓ ବିଭିଆର ସୁବ୍ରମଣ୍ୟନ୍‍।

    6. Monthly spend of Farm Families: ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥାନ ( ଏନ୍‍ଏସ୍‍ଏସ୍‍ଓ) ର ସଦସ୍ୟ ସର୍ଭେ ଅନୁସାରେ ଦେଶରେ ପ୍ରଥମ ଥର ପାଇଁ କୃଷକ ପରିବାରଙ୍କ ମାସିକ ହାରାହାରି ଖର୍ଚ୍ଚ ହାର ହ୍ରାସ ପାଇଛି। ଗ୍ରାମାଞ୍ଚଳ ଲୋକଙ୍କ ହାରାହାରି ବ୍ୟୟଠାରୁ ବି ଏହା କମିଛି। ରିପୋର୍ଟ ଅନୁସାରେ ଅଗଷ୍ଟରୁ ଜୁଲାଇ ମଧ୍ୟରେ ତଥ୍ୟକୁ ହିସାବ କଲେ କୃଷକ ପରିବାରର  ମୁଣ୍ଡପିଛା ଖର୍ଚ୍ଚ ୩୭୦୨ ଟଙ୍କା ଥିବାବେଳେ ଏହି ସମୟରେ ଗ୍ରାମାଞ୍ଚଳ ପରିବାରଙ୍କ ମୁଣ୍ଡପିଛା ହାରାହାରି ବ୍ୟୟ ୩୭୭୩ ଟଙ୍କା ରହିଛି। ପ୍ରଥମଥର ପାଇଁ କୃଷକ ପରିବାରରେ ଏହିପରି ହ୍ରାସ ପରିଲକ୍ଷିତ ହୋଇଛି। 

    7. Haryana INLD Chief killed: ଇଣ୍ଡିଆନ୍‍ ନ୍ୟାସନାଲ୍‍ ଲୋକଦଳର ଅଧ୍ୟକ୍ଷ ନାଫେ ସିଂହ ରାଠୀଙ୍କୁ ହତ୍ୟା କରାଯାଇଛି। ବାରମ୍ବାର ଧମକ ପରେ ସରକାର ତାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବାରୁ ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଦଳର ବରିଷ୍ଠ ନେତା ଅଭୟ ଚୌତାଲା। ଏ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ଶ୍ରୀ ଚୌତାଲା। 

    8. Explosion in Bolangir Ordnance Factory: ଗତ ସନ୍ଧ୍ୟାରେ ବଲାଙ୍ଗୀର ଜିଲା ବଡ଼ମାଳସ୍ଥିତ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ କାରଖାନାର ୧୨ନମ୍ବର ମେଗାଜିନ୍‌ରେ ଘଟିଥିବା ସୂଚନା ମିଳିଛି। ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। କିନ୍ତୁ ବିସ୍ଫୋରଣର କାରଣ ଜଣାପଡିନାହିଁ।   

    9. 859 Professors to be recruited:  ମାର୍ଚ୍ଚ ୧ରେ ୮୫୯ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦେବେ। ଏକକାଳୀନ ଲୋକ ସେବା ଭବନର କନଭେନ୍‌ସନ୍‌ ହଲ ଓ ରବୀନ୍ଦ୍ର ମଣ୍ଡପରେ ନିଯୁକ୍ତି ପର୍ବ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ନବନିଯୁକ୍ତ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ୧ ତାରିଖ ସକାଳ ୯ଟାରେ ସମସ୍ତ ସଦସ୍ୟଙ୍କୁ ଉପସ୍ଥିତ ରହିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅବଗତ କରାଯାଇଛି।

    10. Pak to elect New President on March 9: ପ୍ରଧାନମନ୍ତ୍ରୀ ନିର୍ବାଚନରେ ସରକାର ଗଠନ କିଏ କରିବ ସେଥିନେଇ ଛକା ପଞ୍ଝା ଚାଲିଥିବା ବେଳେ ପାକିସ୍ତାନ ନିର୍ବାଚନ କମିଶନ ରାଷ୍ଟ୍ରପତି ନିର୍ବାଚନ କରାଇବାକୁ ଘୋଷଣା କରିଛନ୍ତି। ଏହିକ୍ରମରେ ୯ ତାରିଖରେ ପାକିସ୍ତାନରେ ରାଷ୍ଟ୍ରପତି ନିର୍ବାଚନ ହେବ। ଏହା ଏକ ପରୋକ୍ଷ ନିର୍ବାଚନ ପ୍ରକ୍ରିୟା। ୧୦୦ ସଦସ୍ୟବିଶିଷ୍ଟ ସିନେଟ୍‍ ରାଷ୍ଟ୍ରପତି ନିର୍ବାଚନ କରିବେ। ଯେହେତୁ ସିନେଟର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି, ରାଷ୍ଟ୍ରପତି ନିର୍ବାଚନ କରାଇବା ସାମ୍ବିଧାନିକ ଆବଶ୍ୟକତା ହୋଇଛି।

    Add Zee News as a Preferred Source
    TAGS:
    Top 10 News Headlines
    morning news
    Trending news
    Latest News
    breaking news today