Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2130173

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ ପ୍ରମୁଖ ଖବର...

 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1-Rajya Sabha Election: ଆଜି ରାଜ୍ୟସଭାରେ ଖାଲି ପଡିଥିବା ୫୬ ସିଟ୍ ମଧ୍ୟରୁ ୧୫ଟି ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ଆଜି ସକାଳ ୯ ଟାରୁ ୪ ଟା ପର୍ଯ୍ୟନ୍ତ ମତଦାନ ହେବ। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ. ଗତ ମଙ୍ଗଳବାର ଦିନ ୧୨ଟି ରାଜ୍ୟ ୪୧ ଜଣ ପ୍ରାର୍ଥୀଙ୍କୁ ନିଦ୍ବନ୍ଦରେ ନିର୍ବାଚିତ ଘୋଷଣା କରାଯାଇଥିଲା।  ଅବଶିଷ୍ଟ ୧୫ ଆସନ ଲାଗି ତିନୋଟି ରାଜ୍ୟରେ ଆଜି ଭୋଟ୍ ଗ୍ରହଣ କରାଯିବ। ଏହି ୧୫ ଆସନ ଲାଗି ୧୮ ଜଣ ପ୍ରାର୍ଥୀଥିବାରୁ ସମସ୍ତଙ୍କ ନଜର ଏହାର ଫଳାଫଳା ଉପରେ ରହିଛି। ଆଜି ସଂନ୍ଧ୍ୟାରେ ଫଳାଫଳ ଘୋଷଣା ହେବ। 

2-Odisha Barabati Stadium: ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡ଼ିୟମ୍ (Barabati Stadium) ନବୀକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଏହାସହ ରାଜ୍ୟର ୩୦ଟି ଜିଲ୍ଲାର ଓସିଏ ପକ୍ଷରୁ ପ୍ରସ୍ତୁତ ୪୧ଟି କ୍ରିକେଟ୍ ଏକାଡ଼େମୀ ଲୋକାର୍ପଣ କରାଯିବ । ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଏହି ଏସବୁର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (Odisha Cricket Association) ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଏହି ଅବସରରେ ଆଜି ଅପରାହ୍ନ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାରବାଟୀ ଷ୍ଟାଡିୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

3-Odisha News: ଲଘୁ ଖଣିଜ ଦ୍ରବ୍ୟ, ବିଶେଷ କରି ନଦୀବାଲି ପରିବହନରେ ସମସ୍ୟା ଦେଖାଦେଇଛି। ପରିବହନ ପାଇଁ ଆବଶ୍ୟକ ହଉଥିବା 'ଇ- ଟ୍ରାଞ୍ଜିଟ୍ ପାସ୍' ମିଳୁ ନାହିଁ।  ବାଲିଘାଟରେ ଆବଶ୍ୟକତା ଠାରୁ  ଅଧିକ ଲୋଡ଼ ଦିଆଯାଇଛି।  ବାଲିଘାଟରେ ଓଜନ କରିବାର ବ୍ୟବସ୍ଥା ମଧ୍ୟ ନାହିଁ। ଏଣୁ, ୮୫ ପ୍ରତିଶତ ଟ୍ରକ୍ ଆଉ ବାଲି ଉଠାଇବାକୁ ଆସୁ ନାହାଁନ୍ତି। ବାକି ଯେତିକି ଆସୁଛନ୍ତି, ସେମାନେ ବିନା ଇ-ପାସରେ ବାଲି ବୋହୁ ଥିବାରୁ ସେମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରି ଡ୍ରାଇଭର ମାନଙ୍କୁ  କୋର୍ଟ ଚାଲାଣ କରୁଛନ୍ତି।  ଆସନ୍ତାମାସ ୩ ତାରିଖରୁ  ଏହି ବାଲି ପରିବହନ ବନ୍ଦ ରଖିବାକୁ ଖୋର୍ଦ୍ଧା ଜିଲ୍ଲା ଟ୍ରକ୍ ମାଲିକ ସଂଘ ଭୁବନେଶ୍ବର ଚେତାବନୀ ଦେଇଛି। ସୋମବାର ବସିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହ ଦାବି ପୂରଣ ହେବା ପର୍ଯ୍ୟନ୍ତ ଏହି ଧର୍ମଘଟ  ଚାଲିବ ବୋଲି ପ୍ରଣବ କୁମାର ପରିଜା ଓ ବାରଙ୍ଗ ଟ୍ରକ୍ ମାଲିକ ସଂଘ ସଭାପତି ବିଜୟ କୁମାର ପଣ୍ତା ସୂଚନା ଦେଇଛନ୍ତି।

4-Weather Update: ରାଜ୍ୟରେ ଏବେ କ୍ରମାଗତ ଭାବେ ବର୍ଷା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ଅଧିକାଂଶ ଜିଲ୍ଲାରେ ଭାରି ବର୍ଷା ରେକର୍ଡ଼ କରାଯାଇଛି। ଏବଂ ଆଜି ୪ ଜିଲ୍ଲାକୁ ଘଡଘଡି ସାଙ୍ଗକୁ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।  ସୁନ୍ଦରଗଡ, କେନ୍ଦୁଝର, ମୟୂରଭଂଜ ଓ ବାଲେଶ୍ବରକୁ  ବିଜୁଳି ଘଡଘଡି ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି।  ଏହା ଛଡା ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ସମେତ ଖୋର୍ଦ୍ଧା, ପୁରୀ, ନୟାଗଡ,ଗଂଜାମ ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ଆଂଚଳିକ ପାଣିପାଗ କେନ୍ଦ୍ର  ପକ୍ଷରୁ ସୂଚନା ଦିଆଯାଇଛି। 

5- Odisha News: ଓଡି଼ଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ୦ % ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ୍ ରୁଣ, ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ, ୨୩୦ କୋଟିର ୟୁନିଫର୍ମ ଓ ବ୍ଲଜର ସହାୟତା କରିବେ। ଏନେଅ ଆଜି ଭୁବନେଶ୍ବରରେ ମିଶନ ଶକ୍ତି ବଜାରର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। 

6-Nua O Scholarship 2024: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉଚ୍ଚ ଶିକ୍ଷାରେ ଅର୍ଥ ଆଉ ସାଜିବନି ବାଧକ। ନୂଆ-ଓ ଛାତ୍ରବୃତ୍ତି ହେବ ସହାୟକ।   
ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା 'ନୂଆ-ଓ ଛାତ୍ରବୃତ୍ତି ' ଆଜିଠୁ ବିତରଣ କରାଯିବ।  ଏହି କ୍ରମରେ ପ୍ରଥମେ ଏହି ଛାତ୍ରାବୃତ୍ତିକୁ ରାଜ୍ୟ ସରକାର  ଆଜି ସମ୍ବଲପୁର, ଦେବଗଡ ଓ ଅନୁଗୁଳ ଜିଲ୍ଲାରେ  ଏହି ଛାତ୍ରବୃତ୍ତି ବିତରଣ କରିଛନ୍ତି। 

7-Ghazal Singer Pankaj Udhas Passes Away: ଆଉ ନାହାଁନ୍ତି ଗଜଲ ଗାୟକ ପଙ୍କଜ ଉଧାସ। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। କିନ୍ତୁ ଗତକାଲି ତାଙ୍କର ଚିକିତ୍ସାଧିନ ଅବସ୍ଥାନରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ‌ହୋଇଥିଲା। 

8-Manoj Das birth anniversary: ଓଡି଼ଆ ସାହିତ୍ୟ ଜଗତର ଲୋକପ୍ରିୟ ନାଁ ମନୋଜ ଦାସ। ସେ ଥିଲେ ଏକାଧାରରେ ଜଣେ ଗାଳ୍ପିକ। ୧୯୩୪ ମସିହା, ଫେବୃଆରୀ ୨୭ରେ  ସେ ବାଲେଶ୍ବର ଶଙ୍ଖାରି ଗାଁରେ ଜନ୍ମ ଗ୍ରହଣ କରିଥିଲେ।  ୧୫ ବର୍ଷ ବୟସରେ ତାଙ୍କର ପ୍ରଥମ କବିତା ଶତାଦ୍ଧୀର ଆର୍ତ୍ତନାଦ ପ୍ରକାଶ ପାଇଥିଲା।

9-Congress Screening Committee Meeting At Delhi: ଆଜି ନୂଆଦିଲ୍ଲୀରେ ଓଡି଼ଶା କଂଗ୍ରେସ୍ ସ୍କ୍ରିନିଂ କମିଟି ବୈଠକ ଅନୁଷ୍ଠିତ ହେବ।  ରାଜ୍ୟର ୧୪୭ ବିଧାନସଭା  ଓ ୨୧ ଲୋକସଭା ଆସନ ପାଇଁ ଏଥିରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। 

10-⁠Supreme Court tells centre to grant permanent commission to women coast guard officers: ୨୦୨୪ରେ କାର୍ଯ୍ୟାନ୍ବୟନ ହେବ, ବିଚାଉ କରାଯାଉଛି, ଆଦି ଯୁକ୍ତି ମୂଲ୍ୟ ହୀନ।  ମହିଳାମାନଙ୍କୁ ଏଭଳି ଦୂରେଇ ଦିଆଯାଇ ପାରିବ ନାହିଁ।  ଯଦି ତୁମେ ନ କରିବ  ତେହେ, ଆମେ କରିବୁ। ଏଣୁ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ,  ଆଜି ଭାରତୀୟ ନୌସେନାର ତଟରକ୍ଷୀ ବାହିନୀରେ ମହିଳାଙ୍କୁ ସ୍ଥାୟୀ ନିଯୁକ୍ତି ମାମଲାରେ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ କେନ୍ଦ୍ର ସରକାରଙ୍କୁ  ଏଭଳି କଠୋର ମନ୍ତବ୍ୟ ଶୁଣାଉଛନ୍ତି।