Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ଆଜି ଦିନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2422616

Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ଆଜି ଦିନର ୧୦ ବଡ଼ ଖବର

Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ଆଜି ଦିନର ୧୦ ବଡ଼ ଖବର

Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ଆଜି ଦିନର ୧୦ ବଡ଼ ଖବର
1.Odisha News: ଗଣେଶ ଭସାଣି ବେଳେ ଅଘଟଣ। ଗଣେଶ ଭସାଣି ପାଇଁ ବୃଦ୍ଧା ନଦୀକୁ ଯାଇଥିବା ବେଳେ ଘଟିଛି ଅଘଟଣ। ଗଣେଶ ଭସାଣୀ ସମୟରେ ନଦୀରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଠାରେ ଥିବା ଏକ ଘରୋଇ କମ୍ପୁଟର ତାଲିମ କେନ୍ଦ୍ରର ଛାତ୍ର ଛାତ୍ରୀଙ୍କ ଦ୍ୱାରା ଗତକାଲି ଗଣେଶ ପୂଜା କରାଯାଇଥିଲା। ଆଜି ସକାଳେ କିଛି ଛାତ୍ର ପାଖ ବୃଦ୍ଧା ନଦୀକୁ ଠାକୁର ବିସର୍ଜନ କରିବାକୁ ଯାଇଥିବା ବେଳେ ନଦୀ ଭିତରକୁ ତିନିଜଣଙ୍କ ଗୋଡ ଖସିଯାଇଥିଲା। ସ୍ଥାନୀୟ ଲୋକଙ୍କ ଦ୍ୱାରା ତିନିଜଣକୁ ନଦୀ ଭିତରୁ ଉଦ୍ଧାର କରାଯାଇଥିଲା। 
2.GST Council Meeting: ଜିଏସଟି ପରିଷଦର ୫୪ତମ ମାରାଥନ ବୈଠକ ଚାଲିଛି। ସୂଚନାନୁସାରେ, ଏହି ବୈଠକରେ ସ୍ୱାସ୍ଥ୍ୟ ବୀମା ମୂଲ୍ୟ ହ୍ରାସକୁ ନେଇ ଏକ ବ୍ୟାପକ ସହମତି ପ୍ରକାଶ ପାଇଛି। ତେବେ ପରବର୍ତ୍ତୀ ବୈଠକରେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହା ବ୍ୟତୀତ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ଦିଆଯାଉଥିବା ହେଲିକପ୍ଟର ସେବା ଉପରେ ଥିବା ଜିଏସଟି ହାର ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ପାଇବ।ଜିଏସଟି ପରିଷଦ ବୈଠକ ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଦୁଇଟି ନୂତନ ଗୋଷ୍ଠୀ ମନ୍ତ୍ରୀ ଗଠନ କରାଯାଇଛି, ସେଥିମଧ୍ୟରୁ ଗୋଟିଏ ସ୍ୱାସ୍ଥ୍ୟ ବୀମା ସହ ଜଡିତ। ଏହି ଗୋଷ୍ଠୀ ବିହାରର ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ବୀମା ଉପରେ ଜିଏସଟି ହାରକୁ ତର୍କସଙ୍ଗତ କରିବା ଉପରେ କାର୍ଯ୍ୟ କରିବ।
3.Malkanagiri: କାଲି ଜିଲ୍ଲାର ସମସ୍ତ ସ୍କୁଲ୍ ଏବଂ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି । ପ୍ରବଳ ବର୍ଷା ହେଉଥିବା କାରଣରୁ ଛୁଟି ଘୋଷଣା କରିଛନ୍ତି ମାଲକାନଗିରି ଜିଲ୍ଲାପାଳ । ଏନେଇ ଗଣମାଧ୍ୟମ ଜରିଆରେ ସୂଚନା ଦିଆଯାଇଛି । ମାଲକାନଗିରି ସ୍ଥିତି ପାଇଁ ୨ ବରିଷ୍ଠ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । IAS ବିଷ୍ଣୁପଦ ସେଠୀ ଏବଂ IPS ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଦାୟିତ୍ବ ଦିଆଯାଇଥିବା ସୂଚନା ମିଳିଛି ।
4.Haryana Election: AAP ପ୍ରଥମ ତାଲିକାରେ ୨୦ ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । AAP ଏପରି ୧୧ ଟି ଆସନରେ ପ୍ରାର୍ଥୀ ଦେଇଛି ଯେଉଁଠାରେ କଂଗ୍ରେସ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିସାରିଛି। ରାଜନୀତିରେ, ପ୍ରତ୍ୟେକ ପଦକ୍ଷେପରେ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ହୋଇଥାଏ । ଯଦି ହରିୟାଣାରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ମେଣ୍ଟ ଗଠନ ଜାରି ରହେ, ତେବେ ସେଥିରେ ମଧ୍ୟ ଲାଭ ଏବଂ କ୍ଷତି ହେବ । ନିର୍ବାଚନ ପୂର୍ବରୁ ଉଭୟ ଦଳ ମଧ୍ୟରେ ମିଳିତ ସହଯୋଗ ପାଇଁ ଉଦ୍ୟମ ଜାରି ରହିଥିଲା । ଏହା ସ୍ପଷ୍ଟ ଜଣାପଡୁଥିଲା ଯେ, ଉଭୟ ଦଳଙ୍କ ପକ୍ଷରୁ ନିଶ୍ଚିତ ଅନେକ ଆଶା ରହିଥିଲା ।
5.Odisha News:ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଦୁଇଦିନିଆ ସମ୍ବଲପୁର ଗସ୍ତରୁ ଫେରିବା ବେଳେ ସମ୍ବଲପୁରଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ କୋରାପୁଟ ଓ ମାଲକାନଗିରି ଜିଲ୍ଲରେ ପ୍ରବଳ ବର୍ଷାଜନିତ କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସମ୍ଭାବ୍ୟ ବର୍ଷା ପାଇଁ ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପ ବାବଦରେ ମଧ୍ୟ ଆଲୋଚନା କରିଥିଲେ। 
6.Diwali 2024 firecrackers ban in delhi: ବାୟୁ ପ୍ରଦୂଷଣ ଏଡାଇବା ପାଇଁ ଦିଲ୍ଲୀ ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ବାଣ ତିଆରି, ସଂରକ୍ଷଣ, ବିକ୍ରୟ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଲ୍ଲୀ ସରକାର। ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ସୂଚନା ଦେଇଛନ୍ତି। 
7- ଶ୍ରୀକୃଷ୍ଣ ଲୀଳାରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିମ୍ବାସୁର ବଧ ନୀତି ଅନୁଷ୍ଠିତ ହେବ। ସଂଧ୍ୟାଧୂପ ପରେ ମଦନମୋହନ ନାଟପା ମନ୍ଦିର ଖଟଶେଜ ଉପରେ ବିଜେ ହେବା ପରେ ସେଠାରେ ବିମ୍ବାସୁର ବଧ ନୀତି ଅନୁଷ୍ଠିତ ହେବ। ଶ୍ରୀକୃଷ୍ଣ ବିମ୍ବାସୁରକୁ ବଧ କରିବା ପରେ ଶୀତଳ ଭୋଗ ହୋଇ ଠାକୁରମାନେ ଦକ୍ଷିଣ ଘରକୁ ବିଜେ କରିବେ। ଶ୍ରୀକୃଷ୍ଣ ଲୀଳାର ବିମ୍ବାସୁର ବଧ ଆଉ ଏକ ଅଧ୍ୟାୟ। ବିମ୍ବାସୁର ରାକ୍ଷସକୁ ମହାରାଜ କଂସ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବାକୁ ପଠାଇଥିଲେ । କିନ୍ତୁ ଯୁଦ୍ଧ ବେଳେ ଭଗବାନ ଶ୍ରୀକୃଷ୍ଣ ମୁଷ୍ଟି ପ୍ରହାର କରି ତାକୁ ହତ୍ୟା କରିଥିଲେ । ମାର୍କଣ୍ଡେସ୍ୱର ସାହି ପକ୍ଷରୁ ଏହି ପ୍ରସ୍ତାବ କରାଯିବ।
 
8- ଭିତରକନିକାରେ ଆଜିଠୁ ପକ୍ଷୀ ଗଣନା ଆରମ୍ଭ ହେଉଛି। ଦେଶୀୟ ପକ୍ଷୀ ଭିଡ଼ ଜମାଇଥିବା ବେଳେ ପ୍ରଶାସନ ପକ୍ଷରୁ ଏମାନଙ୍କ ଗଣନା କରଯାଉଛି। ଚଳିତବର୍ଷ ଡାଙ୍ଗମାଳ ରେଞ୍ଜରେ ୩ଟି ଟିମ୍‌ ଓ ରାଜନଗର ରେଞ୍ଜରେ ଗୋଟିଏ ଟିମ୍‌ ପକ୍ଷୀ ଗଣନା କରିଛନ୍ତି। ୪ଟି ଟିମ୍‌ ପ୍ରତିଦିନ ସକାଳ ୬ଟାରୁ ୯ଟା ଯାଏ ଦେଶୀୟ ପକ୍ଷୀଙ୍କ ଗଣନା କରିବେ। ଆଜିଠାରୁ ଆରମ୍ଭ ହେଉଥିବା ଗଣନା ୫ଦିନ ଧରି ଚାଲିବ। ପ୍ରତି ଟିମ୍‌ରେ ୫ଜଣ ଲେଖାଏ ବନ କର୍ମଚାରୀ ସାମିଲ ହେବେ।  
9- ଦୁଇଦିନ ଧରି ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିବା ଦେଖିବାକୁ ମିଳିଛି। ବିଶେଷକରି ମାଲକାନଗିରି ଜିଲାର ବିଭିନ୍ନ ନଦୀର ଜଳସ୍ରୋତ ବୃଦ୍ଧି ପାଇବାରୁ ନଦୀ ଉପରେ ପ୍ରାୟ ୩ଫୁଟରୁ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେବା ଯୋଗୁ ନଦୀର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିବା ସହ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛି। ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳ ପ୍ରଚଳ ବନ୍ଦରହିଛି। ମାଲକାନଗିରି ସ୍ଥିତି ପାଇଁ ୨ ବରିଷ୍ଠ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । IAS ବିଷ୍ଣୁପଦ ସେଠୀ ଏବଂ IPS ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଦାୟିତ୍ବ ଦିଆଯାଇଥିବା ସୂଚନା ମିଳିଛି ।
 
 10- ବଙ୍ଗୋପସାଗରରେ ଗଭୀର ଅବପାତ ପ୍ରଭାବରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଆଜି ସକାଳ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଭିତରେ ପୁରୀ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ଅବପାତ । ଗଭୀର ଅବପାତ ପ୍ରଭାବରେ ଆଜି ସାରା ରାଜ୍ୟରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି । ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି । ଏହି ସ୍ଥାନ ଗୁଡିକରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।