Top 10 News Today: ୨୪ ବର୍ଷ ପରେ ରାଜ୍ୟକୁ ନୂଆ ମୁଖ୍ୟମନ୍ତ୍ରୀ; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2290690

Top 10 News Today: ୨୪ ବର୍ଷ ପରେ ରାଜ୍ୟକୁ ନୂଆ ମୁଖ୍ୟମନ୍ତ୍ରୀ; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines Odisha 12 June 2024: ଆଜି (୧୨ ଜୁନ୍) ରାଜ୍ୟକୁ ମୋହନ ଚରଣ ମାଝିଙ୍କ ରୂପରେ ନୂଆ ମୁଖ୍ୟମନ୍ତ୍ରୀ ମିଳିଛି। ଜନତା ମୈଦାନରେ ଅନୁଷ୍ଠିତ ଶପଥ ସମାରୋହ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଶପଥ ପାଠ କରାଇଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।  

 

Top 10 news headlines for 12 June 2024

Top 10 News Headlines: H1. Mohan Majhi Takes Oath As Odisha Chief Minister: ଆଜି (୧୨ ଜୁନ୍) ରାଜ୍ୟକୁ ମୋହନ ଚରଣ ମାଝିଙ୍କ ରୂପରେ ନୂଆ ମୁଖ୍ୟମନ୍ତ୍ରୀ ମିଳିଛି। ଜନତା ମୈଦାନରେ ଅନୁଷ୍ଠିତ ଶପଥ ସମାରୋହ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ, ୮ କ୍ୟାବିନେଟ ମନ୍ତ୍ରୀ ଓ ୫ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି।

H2. Surama Padhy To Be New Speaker Of Odisha Assembly: ରାଜ୍ୟରେ ବିଜେପି ଶାସନର ପ୍ରଥମ ବାଚସ୍ପତି ହୋଇପାରନ୍ତି ରଣପୁର ବିଧାୟିକା ସୁରମା ପାଢୀ । ଏନେଇ ସୁରମାଙ୍କୁ କଲ୍ ଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ମେଣ୍ଟ ସରକାର ସମୟରେ ଅନେକ ଦାୟିତ୍ୱ ସମ୍ଭାଳିଥିଲେ ସୁରମା । ବିଜେପି ସରକାର ପ୍ରଥମ କରି ସରକାର ଗଢିବା ସମୟରେ ଜଣେ ମହିଳାଙ୍କୁ ବାଚସ୍ପତି ଭାବେ ଗୃହକାର୍ଯ୍ୟ ପାଇଁ ଦାୟିତ୍ୱ ଦେବା ଏହା ଦର୍ଶାଉଛି ଯେ, ମହିଳାଙ୍କ ପ୍ରତି ନୂଆ ସରକାରଙ୍କର ମଧ୍ୟ ସମ୍ମାନ ରହିଛି । ସୁରମା ଅତ୍ୟନ୍ତ ଅନୁଭବି, ଗୃହକାର୍ଯ୍ୟ ସମ୍ଭାଳିବା ପାଇଁ ସେ ସକ୍ଷମ ବୋଲି ଚର୍ଚ୍ଚା ହେଉଛି ।

H3. CM Mohan Majhi First Cabinet Meeting: ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ। ଶପଥ ଗ୍ରହଣ ଉତ୍ସବ ପରେ ଆଜି ନୂଆ ମନ୍ତ୍ରୀମଣ୍ଡଳକୁ ନେଇ ଲୋକସେବା ଭବନରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଂଗରେ ଆଲୋଚନା ହୋଇଛି । ସେଗୁଡିକ ମଧ୍ୟରେ ରହିଛି ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ବାର। ଶ୍ରୀମନ୍ଦିରର ଉନ୍ନତି ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ। ଆସିବ  ‘ସମୃଦ୍ଧ କୃଷକ ନୀତି’, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି ହେବ। ସୁଭଦ୍ରା ଯୋଜନାରେ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର ଭାଉଚର।

H4. Orissa HC Grants Bail To Khurda MLA Prashant Jagdev: ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଜି ଜାମିନ ମିଳିଛି । ମାମଲାର ଶୁଣାଣି କରିବା ପରେ ହାଇକୋର୍ଟ ପ୍ରଶାନ୍ତଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ଯାହାକୁ ନେଇ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଶାନ୍ତଙ୍କ ସମର୍ଥକ ଖୁସି ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ନିର୍ବାଚନ ସମୟରେ ପୋଲିଂ ବୁଥରେ ହୋଇଥିବା ଏକ ଗଣ୍ଡଗୋଳ କାରଣରୁ ପ୍ରଶାନ୍ତଙ୍କୁ ଗିରଫ କରିଥିଲା ପୋଲିସ । ପୂର୍ବରୁ ୩ ଦିନ ପାଇଁ ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା । 

H5. Odisha Lok Seva Bhawan reopened for journalists: ଆଜିଠୁ (୧୨ ଜୁନ୍) ରାଜ୍ୟରେ ଆରମ୍ଭ ହୋଇଛି ନୂଆ ସରକାର। ବିଜେପି ସରକାର ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶପଥ ପାଠ କରିବା ପରେ ଆଜି ସନ୍ଧ୍ୟାରେ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ତେବେ ଆଜି ଲୋକସେବା ଭବନକୁ ସାମ୍ୱାଦିକଙ୍କୁ ପ୍ରବେଶ କରିବାର ଅନୁମତି ମିଳିଛି। କହିରଖୁଛୁ ଯେ ୨୦୨୦ ମାର୍ଚ୍ଚ ମାସରୁ ସାମ୍ୱାଦିକଙ୍କୁ ଲୋକସେବା ଭବନକୁ ମନା ହୋଇଥିଲା। କୋଭିଡ ୧୯ ଆଳରେ ବିଜେଡି ସରକାର ଏହି କଟକଣା ଲଗାଇଥିଲେ। 

H6. Chandrababu Naidu Takes Oath As Andhra Chief Minister: ବୁଧବାର ଚତୁର୍ଥ ଥର ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଶପଥ ଗ୍ରହଣ କରିଛନ୍ତି। ସେ ବିଜୟୱାଡା ସୀମାରେ ଥିବା କେସରପାଲିର ଗାନ୍ନାଭାରାମ ବିମାନବନ୍ଦର ସମ୍ମୁଖରେ ଥିବା ମେଡା ଆଇଟି ପାର୍କ ନିକଟରେ ଶପଥ ନେଇଥିଲେ। ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଏସ ଅବଦୁଲ ନାଜିର ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭାଗ ନେଇଥିଲେ।

H7. PM Modi Italy Visit for G-7 Summit: ଲୋକସଭା ନିର୍ବାଚନ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଯାଉଛନ୍ତି। ଏଭଳି ପରିସ୍ଥିତିରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ଇଟାଲୀ ଯିବେ ଓ ୧୪ ଜୁନରେ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।

H8. Kuwait fire: କୁଏତର ଦକ୍ଷିଣ ଅଞ୍ଚଳରେ ଥିବା ଏକ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟି ୪୦ ଜଣ ଭାରତୀୟଙ୍କର ମୃତ୍ୟୁ ଘଟିଛି। ବୁଧବାର ଦିନ ସ୍ଥାନୀୟ ସମୟ ପ୍ରାୟ ୪ଟା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଯେଉଁଠାରେ ଅଗ୍ନିକାଣ୍ଡ ଘଟିଥିଲା ​​ସେହି ବିଲ୍ଡିଂରେ ବହୁ ସଂଖ୍ୟକ ଭାରତୀୟ ଶ୍ରମିକ ରହୁଥିଲେ। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅଧିକାରୀ କହିଛନ୍ତି।

H9. PM Modi Holds High-Level Meet: ଆନ୍ଧ୍ରପ୍ରଦେଶ ଏବଂ ଓଡିଶାରେ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପରେ କୁଏତରେ ଅଗ୍ନିକାଣ୍ଡ ଘଟଣାର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ଏକ ବୈଠକ କରିଛନ୍ତି। କୁଏତରେ ଭାରତୀୟମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

H10. IND vs USA, Today T20 World Cup 2024 Match Update: ବୁଧବାର ଦିନ ଭାରତ ଏବଂ ଆମେରିକା ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୪ ର ୨୫ ତମ ମ୍ୟାଚ୍ ଖେଳାଯାଉଛି। ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଆମେରିକା ଭାରତକୁ ୧୧୧ ରନ୍‌ର ଟାର୍ଗେଟ ଦେଇଛି। ଧାର୍ଯ୍ୟ ୨୦ ଓଭରରେ ୮ ୱିକେଟ୍ ହରାଇ ଆମେରିକା ୧୧୦ ରନ୍ ସଂଗ୍ରହ କରିଥିଲା। ଆମେରିକା ପାଇଁ ନୀତୀଶ କୁମାର ସର୍ବାଧିକ ୨୭ ରନ୍ ସଂଗ୍ରହ କରିଥିଲେ। ଭାରତ ପାଇଁ ଅର୍ଶଦୀପ ଚାରି ଓଭରରେ ୯ ରନ୍ ପାଇଁ ଚାରିଟି ୱିକେଟ୍ ନେଇଥିଲେ।