Top 10 News Headlines: ଆଜି ଜନ୍ମାଷ୍ଟମୀ, ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ଏବଂ ଅନ୍ୟ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2400214

Top 10 News Headlines: ଆଜି ଜନ୍ମାଷ୍ଟମୀ, ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ଏବଂ ଅନ୍ୟ ପ୍ରମୁଖ ଖବର

Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

Top 10 News Headlines: ଆଜି ଜନ୍ମାଷ୍ଟମୀ, ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ଏବଂ ଅନ୍ୟ ପ୍ରମୁଖ ଖବର

H1. ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ଦେଶ
ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି। ପବିତ୍ର ଜନ୍ମାଷ୍ଟମୀ ତଥା ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ। ଆଜି ସାରା ଦେଶରେ ବିଶେଷ କରି ବୈଷ୍ଣବ ଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ବେଶ ଉତ୍ସାହର ସହ ପାଳିବେ ନନ୍ଦଲାଲାଙ୍କ ଜନ୍ମୋତ୍ସବ। ମଥୁରା ଓ ବୃନ୍ଦାବନରେ ଭକ୍ତିମୟ ପରିବେଶରେ ମହାପ୍ରଭୁଙ୍କ ଆବାହନ କରାଯିବ। ପୁରୀ ଓ ମଥୁରା ସମେତ ସମଗ୍ର ଦେଶରେ ଆଜି ପାଳିତ ହେଉଛି ଜନ୍ମାଷ୍ଟମୀ।

H2. ପୁରୀରେ ସ୍ୱତନ୍ତ୍ର ନୀତି
ଜନ୍ମାଷ୍ଟମୀ ଅବସରରେ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି। ସଂନ୍ଧ୍ୟାଧୂପ ଶେଷ ହେବା ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ।ଗତକାଲି ପ୍ରସବ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯେଉଡ଼ ଭୋଗ ସହ ଗର୍ଭଉଦକ ବନ୍ଦାପନା ନୀତି କରାଯାଇଥିଲା। ଆଜି ମହାଜନ ସେବକଙ୍କ ଦ୍ୱାରା ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ। ଜନ୍ମ ଚକଡ଼ାରେ ନିଶାର୍ଦ୍ଧରେ ପ୍ରଭୁ କୃଷ୍ଣ ଜନ୍ମ ନେବେ। ସଂନ୍ଧ୍ୟାଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଭଣ୍ଡାର ଘର ସମ୍ମୁଖ ଭାଗରେ ପୂଜାପଣ୍ଡା ସେବାୟତମାନେ ପଞ୍ଚବର୍ଣ୍ଣ ମୁରୁଜରେ ଜନ୍ମମଣ୍ଡଳୀ ଅଙ୍କନ କରିବେ।

H3. ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ରହିଛି । ଏହିଦିନ ସୁଭଦ୍ରା ଯୋଜନାକୁ ଶୁଭାରମ୍ଭ କରିବାକୁ ସ୍ଵୀକୃତି ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନେବାପରେ ପ୍ରଥମ ଥର ସାକ୍ଷାତ କରିବା ସମୟରେ ଏନେଇ ସ୍ଵୀକୃତି ଦେଇଥିଲେ ପ୍ରଧାନ ମନ୍ତ୍ରୀ।ଏନେଇ ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି ମହାପ୍ରଭୁଙ୍କ ପ୍ରାଙ୍ଗଣରେ ମନେ ପକାଇ ଦେବାକୁ ଚାହୁଁଛି ଯେ ନିର୍ବାଚନ ସମୟରେ ମାତୃଶକ୍ତିଙ୍କୁ ସଶକ୍ତ କରିବା ପାଇଁ ସୁଭଦ୍ରା ଯୋଜନା ନାଁରେ ୫୦ହଜାର ଟଙ୍କା ବିନା ସୁଧରେ ଅନୁଦାନ କରିବାକୁ କହିଥିଲୁ ଏବଂ ଓଡ଼ିଆ ଲୋକ ତାହାକୁ ଭରସା କରିଥିଲେ। 

H4. ଘନିଭୂତ ହେଉଛି ଲଘୁଚାପ, ପ୍ରବଳ ବର୍ଷା ଆଶଙ୍କା
ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ। ଏହି ଘୁର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଆସନ୍ତା ୪୮  ଘଣ୍ଟାରେ ନେଇପାରେ  ଲଘୁଚାପର ରୂପ। ଏହାସ ସହ ମୌସୁମୀ ସହ ଆଉ ଏକ ଲଘୁଚାପ ଝାରଖଣ୍ଡ ଓ ତାର ପାଖପାଖରେ ସକ୍ରିୟ ରହିଛି। ପ୍ରଭାବରେ ଆଗାମୀ  ୩ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଆସନ୍ତା  ୨୪ ଘଣ୍ଟାରେ ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ବର୍ଷା ହେବାକୁ  ଥିବା  ବେଳେ  ଅତି ପ୍ରବଳ  ବର୍ଷା  ପାଇଁ  ୮ ଜିଲ୍ଲା ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ଯାଜପୁର ଓ କେକେନ୍ଦ୍ରାପଡାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ  ବିଭାଗ। ସେହିପରି ପ୍ରବଳ ବର୍ଷା  ପାଇଁ ୧୮ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ  ଜାରିକରଯାଇଛି। ଏହାସହ ଆସନ୍ତା ୩ ଦିନ ଯାଏ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ବାରଣ କରାଯାଇଛି। ପୁଣି ୨୮ ରୁ ବଢିବ ବର୍ଷାର ପରିମାଣ।  

H5. ଭୂତ ଛଡ଼ାଇବା ନାଁରେ ଯୁବକଙ୍କୁ ମାରିଦେଲେ ପାଦ୍ରୀ
ଭୂତ ଛଡ଼ାଇବା ନାଁରେ ଜଣେ ୩୦ ବର୍ଷୀୟ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଜଣେ ପାଦ୍ରୀ ଓ ତାଙ୍କର ୮ ଜଣ ସହଯୋଗୀ ଏମିତି କାଣ୍ଡ ଘଟାଇଛନ୍ତି। ପଞ୍ଜାବର ଗୁରଦାସପୁର ଜିଲ୍ଲାରେ ଏପରି ଘଟଣା ଘଟିଛି। ପ୍ରାଣ ହରାଇଥିବା ୩୦ ବର୍ଷୀୟ ଯୁବକ ଜଣଙ୍କ ହେଲେ ସାମ୍ୟୁଏଲ ମାସି। ସେ ଦିନ ମୁଜୁରିଆ ଭାବେ କାମ କରନ୍ତି। କିଛି ଦିନ ହେବ ସେ ଅସ୍ୱାଭାବିକ ବ୍ୟବହାର ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ। ସେ ବେଳେବେଳେ ଚେତାଶୂନ୍ୟ ମଧ୍ୟ ହୋଇଯାଉଥିଲେ। ତାଙ୍କ ଅବସ୍ଥା ଦେଖି ପରିବାର ଲୋକ ପୂରା ଡରି ଯାଇଥିଲେ। ଘରେ ସାମ୍ୟୁଏଲଙ୍କ ପାଇଁ ପ୍ରାର୍ଥନା ସଭା କରିବାକୁ ପରିବାର ଲୋକ ପାଦ୍ରୀ ଜ୍ୟାକବ ମାସିଙ୍କୁ ଡାକିଥିଲେ।

H6. ମୁକୁନ୍ଦପ୍ରସାଦରେ ଲାଗିଲା ୧୬୩ BNSS
ଖୋର୍ଦ୍ଧା ଜିଲ୍ଲା ମୁକୁନ୍ଦପ୍ରସାଦ ଅଞ୍ଚଳରେ ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ଖଣ୍ତାରେ ହାଣି ହତ୍ୟା କରାଯିବା ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି।ସ୍ଥିତିକୁ ଦେଖି ଡିଜିପି ଓ ଗୁଇନ୍ଦା ନିର୍ଦ୍ଦେଶକ ସେଠାକୁ ଯାଇଥିବା ବେଳେ  ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ର ଧାରା୧୬୩ ଲାଗୁ କରାଯାଇଛି। ମୃତ ଯୁବକ ଜଣକ ହେଲେ ଖୋର୍ଦ୍ଧା ମୁକୁନ୍ଦପ୍ରସାଦର । ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଆଜି ଅପରାହ୍ନରେ ସାଜିଦ ମୁକୁନ୍ଦପ୍ରସାଦ ନିକଟ ଚାଚରା ସାହି ସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ତାଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା।

H7. ପ୍ରମାଣ ଏକଜୁଟ କଲା ସିବିଆଇ
ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) କୋଲକାତାର ଆର.ଜି କାର୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଜଣେ ଜୁନିୟର ଡାକ୍ତରଙ୍କ ଦୁଷ୍କର୍ମ-ହତ୍ୟା ମାମଲାର ତଦନ୍ତ ଜାରି ରଖିଛି। ଏଥିରେ ନିରନ୍ତର ଚଢ଼ାଉ ମଧ୍ୟ କରୁଛନ୍ତି। ଏହି ପ୍ରସଙ୍ଗରେ ଜଣେ ସିବିଆଇ ଅଧିକାରୀ କହିଛନ୍ତି ଯେ ଅନେକ ଠୋସ୍ ପ୍ରମାଣ ମିଳିଛି। ଏହା ସହିତ ସିବିଆଇ କୋଲକାତାର ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଆର୍ଥିକ ଅନିୟମିତତା ଘଟଣାର ତଦନ୍ତ କରି ଏହି ମାମଲାରେ ଏକ ଏଫ୍ଆଇଆର୍ ପଞ୍ଜିକରଣ କରିଛି।

H8. ମୋଦୀଙ୍କ ନିକଟକୁ ପାକିସ୍ତାନରୁ ଆସିଲା ନିମନ୍ତ୍ରଣ
ଭାରତ-ପାକିସ୍ତାନ ସମ୍ପର୍କରେ ଚାଲିଥିବା ତିକ୍ତତା ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ SCO ବୈଠକ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ ପଠାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଏହି ବୌଠକ ପାଇଁ ଅନ୍ୟ ଦେଶରେ ନେତା ମାନଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି।

H9. ପାକିସ୍ତାନ ବିପକ୍ଷରେ ବାଂଲାଦେଶର ଐତିହାସିକ ବିଜୟ
ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟକୁ ନାଟକୀୟ ଢଙ୍ଗରେ ଜିତି ଇତିହାସ ରଚିଛି ବାଂଲାଦେଶ। ପାକିସ୍ତାନକୁ ଘରୋଇ ପରିବେଶରେ ଧୂଳି ଚଟାଇଛି ବାଂଲାଦେଶ। ଏହା ପାକିସ୍ତାନ ବିପକ୍ଷରେ ବାଂଲାଦେଶର ପ୍ରଥମ ଟେଷ୍ଟ ବିଜୟ। ଏହାପୂର୍ବରୁ ଦୁଇ ଦଳ ୧୫ ଥର ଟେଷ୍ଟ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିବା ବେଳେ ସବୁ ଥର ପାକିସ୍ତାନ ଜିତୁଥିଲା କିମ୍ବା ମ୍ୟାଚ୍‌ ଡ୍ର ହେଉଥିଲା।ହେଲେ ରାୱଲପିଣ୍ଡିରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ର ଶେଷ ଦିନରେ ବାଂଲାଦେଶ କମାଲ କରି ଦେଇଛି। ନାଟକୀୟ ଢଙ୍ଗରେ ଦଳ ପାକିସ୍ତାନକୁ ୧୦ ୱିକେଟରେ ହରାଇ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି।

H10. ଟି-୨୦ କ୍ରିକେଟରେ ନୂଆ ରେକର୍ଡ: ଖେଳା ଗଲା ୩ଟି ସୁପର ଓଭର୍‌
ଟି-୨୦ କ୍ରିକେଟ ଇତିହାସରେ ଘଟିଛି ନୂଆ ଘଟଣା। ସୃଷ୍ଟି ହୋଇଛି ରେକର୍ଡ। ଗୋଟିଏ କିମ୍ବା ଦୁଇଟି ନୁହେଁ, ମ୍ୟାଚ୍‌ ରେଜଲ୍ଟ ପାଇଁ ଖେଳା ଯାଇଛି ୩ଟି ସୁପର ଓଭର। ୩ଟି ଯାକ ସୁପର ଓଭର ଖେଳା ଯିବା ପରେ ବାହାରିଛି ମ୍ୟାଚ୍‌ ରେଜଲ୍ଟ। ଏମିତି ଏକ ଘଟଣା ଭାରତରେ ଚାଲିଥିବା ମହାରାଜ ଟ୍ରଫିରେ ଦେଖିବାକୁ ମିଳିଛି। ବେଙ୍ଗାଲୁରୁ ବ୍ଲାଷ୍ଟର୍ସ ଓ ହୁବଲି ଟାଇଗର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ରେକର୍ଡ ବୁକରେ ସବୁଦିନ ପାଇଁ ଲିପିବଦ୍ଧ ହୋଇଯାଇଛି। ପ୍ରଥମ ଥର ପାଇଁ ଟି-୨୦ କ୍ରିକେଟରେ ଖେଳା ଯାଇଛି ୩ଟି ସୁପର ଓଭର।