TOP 10 NEWS TODAY: ବଢିଲା ଅରବିନ୍ଦ କେଜ୍ରିୱାଲକଙ୍କ ନ୍ୟାୟିକ ହେପାଜତ ଅବଧି; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement

TOP 10 NEWS TODAY: ବଢିଲା ଅରବିନ୍ଦ କେଜ୍ରିୱାଲକଙ୍କ ନ୍ୟାୟିକ ହେପାଜତ ଅବଧି; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।  

TOP 10 NEWS TODAY: ବଢିଲା ଅରବିନ୍ଦ କେଜ୍ରିୱାଲକଙ୍କ ନ୍ୟାୟିକ ହେପାଜତ ଅବଧି; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Today | 15 April | Evening 

1.Delhi CM Judicial Custody Extended till April 23: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଆସିଛି ବଡ଼ ଖବର। ଅପ୍ରେଲ ୧୫ ତାରିଖ ସୋମବାର ଅପ୍ରେଲ ଦିଲ୍ଲୀ ସ୍ଥିତ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧିକୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟ ସ୍ୱତନ୍ତ୍ର ଜଜ୍ (ପିସି ଆକ୍ଟ) କାଭେରୀ ବାୱେଜା ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୩ ତାରିଖରେ ଭିଡିଓ କନଫରେନ୍ସ ଯୋଗେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଅଦାଲତରେ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  

2.ECI action against money power in 2024 election: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ କରିବାକୁ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି କରିସାରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ଏହି କ୍ରମରେ ନିର୍ବାଚନକୁ ଅର୍ଥବଳ ପ୍ରଭାବରୁ ମୁକ୍ତ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି ନିର୍ବାଚନ ଆୟୋଗ। ବର୍ତ୍ତମାନ ପର୍ଯ୍ୟନ୍ତ ୪୬୫୦ କୋଟିରୁ ଅଧିକ ଟଙ୍କା ଜବତ କରିଯାଇଛି। ସୋମବାର ନିର୍ବାଚନ ଆୟୋଗ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଲୋକସଭା ନିର୍ବାଚନ ଇତିହାସରେ ଏହା ସର୍ବାଧିକ ପରିମାଣରେ ଜବତ ହୋଇଥିବା ଟଙ୍କା ବୋଲି ନିର୍ବାଚନ ଆୟୋଗ ରେକର୍ଡ କହୁଛି। 

3.China New Mobile Technology: ମୋବାଇଲ୍ ଟେକ୍ନୋଲୋଜି ମାମଲାରେ ଚୀନ୍ ବିଶ୍ୱ ସମୁଦାୟ ଠାରୁ ପାଦେ ଆଗେଇ ଯାଇଛି। ଚୀନ ବିଶ୍ୱର ଏପରି ପ୍ରଥମ ଉପଗ୍ରହ ବିକଶିତ କରିଛି ଯାହା ମାଧ୍ୟମରେ ସ୍ମାର୍ଟଫୋନ ସହାୟତାରେ ସିଧାସଳଖ କଲ କରାଯାଇ ପାରିବ। ଏଥିପାଇଁ ପୃଥିବୀ ପୃଷ୍ଠରେ ଟାୱାର ନେଟୱାର୍କର କିମ୍ବା ଅନ୍ୟାନ୍ୟ ଭିତ୍ତିଭୂମିର ଆବଶ୍ୟକତା ରହିବ ନାହିଁ। ମୁଖ୍ୟ ସ୍ରୋତରେ ରହିବା ସତ୍ତ୍ୱେ ସାଟେଲାଇଟ ଫୋନ ଭଳି ଉପକରଣର କୌଣସି ଆବଶ୍ୟକତା ରହିବ ନାହିଁ। ସାଟେଲାଇଟ ସହାୟତାରେ ହେଉଥିବା ଯୋଗାଯୋଗ କ୍ଷେତ୍ରରେ ଚୀନ୍‌ ପାଇଥିବା ସଫଳତା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇପାରେ।

4.Indian Tourist in Maldives: ଭାରତ ସହ ପଙ୍ଗା ନେଇ ଫସିବା ପରେ ଏବେ ବାଟକୁ ଆସିଯାଇଛି ମାଳଦ୍ୱୀପ। କାରଣ ପର୍ଯ୍ୟଟନ ଲାଗି ପ୍ରସିଦ୍ଧ ଏହି ଦ୍ୱୀପ ଦେଶରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଯାହା ଦ୍ୱାରା ଦେଶର ପର୍ଯ୍ୟଟନ ଅନେକାଂଶରେ ପ୍ରଭାବିତ ହୋଇଛି। ବର୍ତ୍ତମାନ ଭାରତୀୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ମାଲଦ୍ୱୀପ ସ୍ଥିତ ଏକ ପ୍ରମୁଖ ପର୍ଯ୍ୟଟନ ସଂସ୍ଥା ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଏନେଇ କୁହାଯାଇଛି ପ୍ରମୁଖ ଭାରତୀୟ ସହରରେ ରୋଡ୍ ସୋ ଆୟୋଜନ କରାଯିବ। ମାଲଦ୍ୱୀପ ଆସୋସିଏସନ୍ ଅଫ୍ ଟ୍ରାଭେଲ୍ ଏଜେଣ୍ଟସ୍ ଏବଂ ଟୁର୍ ଅପରେଟର୍ସ ଦୁଇ ଦେଶ ମଧ୍ୟରେ ଭ୍ରମଣ ଏବଂ ପର୍ଯ୍ୟଟନ ସହଯୋଗ ବୃଦ୍ଧି ପାଇଁ ଭାରତୀୟ ହାଇକମିଶନର ମୁନୁ ମହାଭରଙ୍କ ସହ ଆଲୋଚନା କରିଥିଲେ।

5.Weather News: ଭାରତୀୟ ପାଣିପାଗ ବିଭାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପର୍କରେ ପୂର୍ବାନୁମାନ କରିଛି। ଏନେଇ ହୋଇଥିବା ଆକଳନ ଅନୁଯାୟୀ ପୂର୍ବ ବର୍ଷ ଅପେକ୍ଷା ଏଥର ବର୍ଷା ଭଲ ହେବ। ଚଳିତ ବର୍ଷ  ଦେଶରେ ସ୍ୱାଭାବିକ ଠାରୁ ଅଧିକ ମୌସୁମୀ ବର୍ଷା ହୋଇପାରେ। ପ୍ରାୟ ୧୦୬ ପ୍ରତିଶତ ବର୍ଷା ହେବା ନେଇ ଆଇଏମଡି ଆକଳନ କରିଛି।

6.Congress Suspends Suresh Kumar Routray: ଦଳ ବିରୋଧି କାର୍ଯ୍ୟରେ ଜଡ଼ିତ ରହିବା ଅଭିଯୋଗରେ ଦଳରୁ ବହିଷ୍କୃତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ। ଦଳ ବିରୋଧି କାମ କରୁଥିବା କାରଣରୁ ତାଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରିଛି କଂଗ୍ରେସ। ତାଙ୍କ ବହିଷ୍କାର ସମ୍ପର୍କିତ ଆଦେଶ ସୋମବାର (ଅପ୍ରେଲ ୧୫) ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଜାରି କରାଯାଇଛି।

7.Weather Update: ତତଲା କଡ଼େଇରେ ଭାଜି ହେଉଛି ରାଜ୍ୟ। ୧୮ ସହରରେ ଦିନ ସମୟର ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ଏହା ଠାରୁ ଅଧିକ ରେକର୍ଡ କରାଯାଇଛି। ବାରିପଦା ସବୁଠାରୁ ଉତ୍ତପ୍ତ ସହର ଭାବେ ଉଭା ହୋଇଛି। ଯେଉଁଠାରେ ସର୍ବାଧିକ ୪୧.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱର, ଚାନ୍ଦବାଲି ଏବଂ ନୂଆପଡା ଠାରେ ୪୧.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଆଗାମୀ ୪ ଦିନ ମଧ୍ୟରେ ଦିନ ସମୟର ତାପମାତ୍ରାରେ ଆହୁରି ୨-୪ ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି।

8.Fishing Ban in Odisha Coast Today: ଓଡିଶା ଉପକୂଳରେ ସୋମବାର ଠାରୁ ମାଛ ଧରିବା ଉପରେ ଜାରି ହୋଇଛି ନିଷେଧାଦେଶ। ଏପରିକି ନଦୀ ମୁହାଣରେ ମଧ୍ଯ ମାଛ ଧରା ଉପରେ ଲାଗିଲା ଅଙ୍କୁଶ। ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି। ମତ୍ସ୍ୟ ସମ୍ପଦର ସଂରକ୍ଷଣ ଉଦ୍ଦେଶ୍ୟରେ ସରକାର ଏପରି ପଦକ୍ଷେପ ନେଇଛନ୍ତି। କେବଳ ସାଢେ ୮ ମିଟର ଲମ୍ବ ପାରମ୍ପରିକ ଡଙ୍ଗାକୁ ଏହି କଟକଣାରୁ ବାଦ କରାଯାଇଛି। ଓଡିଶା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ବାଲେଶ୍ବର, ଗଞ୍ଜାମ, କୁଜଙ୍ଗ, ବାଲୁଗାଁ, ପୁରୀ ମତ୍ସ୍ୟ ଅଧିକାରୀଙ୍କୁ ଚିଠି ଦିଆଯାଇଛି। ଓଡିଶା ମେରାଇନ ଫିସିଂ ରେଗୁଲେସନ ଆକ୍ଟ (ଓମ୍ଫ୍ରା) କଡାକଡି ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

9. Sri Mandira New Panji: ଶ୍ରୀମନ୍ଦିରରେ ଗତକାଲି ପବିତ୍ର ମହାବିଷୁବ ସଂକ୍ରାନ୍ତି ପାଳନ ପୂର୍ବକ ନୂଆ ପାଞ୍ଜି ପ୍ରଚଳନ ହୋଇଛି। ପ୍ରଚଳିତ ପାଞ୍ଜିରେ ପର୍ବପର୍ବାଣୀର ତିଥି, ନକ୍ଷତ୍ର, ଗ୍ରହଚଳନକୁ ନେଇ ଅଡ଼ୁଆ ସ୍ଥିତି ଉପୁଜିଛି। ଚଳିତବର୍ଷ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ, ଶ୍ରୀଗୁଣ୍ଡିଚା ଯାତ୍ରା ପଡୁଛି। ଚଳିତବର୍ଷ ଭକ୍ତ ନବଯୌବନ ଦର୍ଶନ କରିବା ସୌଭାଗ୍ୟରୁ ବଞ୍ଚିତ ହେବା ସମ୍ଭାବନା ଦେଖାଦେଇଛି। ପୂର୍ବରୁ ଏଭଳି ସଂଯୋଗ ବେଳେ କେଉଁଭଳି ନୀତିକାନ୍ତି କରାଯାଇଛି, ତାହା ଉପରେ ତର୍ଜମା ପରେ ପଟି ଦିଅଁଙ୍କ ଠାରୁ ଆଜ୍ଞାମାଳ ଆଣି ସିଂହଦ୍ୱାରକୁ ତିନି ରଥର ବିଜେ ପର୍ବ ସମ୍ପନ୍ନ କରିବାକୁ ନିଷ୍ପତ୍ତି ହୋଇଛି।

10. IPL Match Today 2024: ସୋମବାର (ଅପ୍ରେଲ ୧୫) ବେଙ୍ଗାଲୁରୁ ସ୍ଥିତ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ ଠାରେ ମୁହାଁମୁହିଁ ହୋଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ। ଆଜି ଖେଳାଯାଇଥିବା ୩୦ ତମ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ଧାର୍ଯ୍ୟ ୨୦ ଓଭର ରେ ୩ ୱିକେଟ ହରାଇ ୨୮୭ ରନ୍ ସଂଗ୍ରହ କରିଥିଲା। ୨୮୮ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଙ୍ଗାଲୁରୁ ୫ ଓଭର ଖେଳ ପର୍ଯ୍ୟନ୍ତ କୌଣସି ୱିକେଟ ନ ହରାଇ ୭୦ ରନ୍ ସଂଗ୍ରହ କରିଛି।