)
ରାଜ୍ୟ କ୍ୟାବିନେଟରେ ୧୨ ପ୍ରସ୍ତାବକୁ ଅନୁମୋଦନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବୁଣାକାର ଓ କାରିଗର ସହାୟତା ଯୋଜନାରେ ୨ ହଜାରରୁ ଅଢ଼େଇ ହଜାର ବଢ଼ିଲା ଆର୍ଥିକ ସହାୟତା । ୪୦ରୁ ୮୦ ବର୍ଷ ବୁଣାକାରଙ୍କୁ ମିଳିବ ୨ ହଜାର ଟଙ୍କା । ୮୦ ବର୍ଷରୁ ଅଧିକ ବୁଣାକାରଙ୍କୁ ମିଳିବ ୨,୫୦୦ ଟଙ୍କା । ଏସଏଚଜି ମହିଳାଙ୍କୁ ମିଳିବ ୟୁନିଫର୍ମ ସହାୟତା । ୭୦ ଲକ୍ଷ ମହିଳାଙ୍କୁ ମିଳିବ ୧ ହଜାର ଲେଖାଏଁ ସହାୟତା । ଏକ୍ସିକ୍ଯୁଟିଭ ମେମ୍ବର ବ୍ଲେଜର ପାଇଁ ପାଇେବ ଆଉ ୨ ହଜାର ଟଙ୍କା ।
ବିଜେଡ଼ିରେ ମିଶିଲେ ଅଂଶୁମାନ ମହାନ୍ତି
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ରାଜନୈତିକ ହଲଚଲ୍ ଦେଖିବାକୁ ମିଳିଛି। ରାଜନଗର ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଆଜି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ ହୋଇ ବିଜେଡିରେ ଯୋଗଦେଇଛନ୍ତି। ଅଂଶୁମାନଙ୍କ ସହିତ ଶତାଧିକ କର୍ମୀ କଂଗ୍ରେସ ଛାଡ଼ିଛନ୍ତି। ବ୍ଲକ କଂଗ୍ରେସ ସଭାପତି ଓ ବିଭିନ୍ନ ପଂଚାୟତ ସଭାପତି, ବ୍ଲକ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ଓ ମହିଳା କଂଗ୍ରେସ ସଭାପତି ଆଜି ଇସ୍ତଫା ଦେଇଛନ୍ତି। ଗତକାଲି ଅଂଶୁମାନ ମହାନ୍ତି ପିସିସି ସଭାପତିଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିବା ବେଳେ ଆଜି ବ୍ଲକ କଂଗ୍ରେସ ସଭାପତି ଦେବେନ୍ଦ୍ର କୁମାର ଜେନା ଇସ୍ତଫା ଦେଇଛନ୍ତି।
୬ ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସ
ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗାଁ ଲୋକମାନେ ଲକ୍ଷ୍ମୀ ବସ୍ ଜରିଆରେ ସୁବିଧାରେ ଏବଂ କମ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରିବେ। ଲକ୍ଷ୍ମୀ ବସ୍ ଆମର ଜୀବନ ଯାତ୍ରାକୁ ସହଜ କରିବ, ଘରେ ଘରେ ସମୃଦ୍ଧି ଆଣିବ।
ମାହାଙ୍ଗା ଡବଲ ମର୍ଡର ମାମଲା ଶୁଣାଣିରୁ ଓହରିଗଲେ ବିଚାରପତି
ମାହାଙ୍ଗା ଡବଲ ମର୍ଡର ମାମଲା ଶୁଣାଣିରୁ ଓହରିଲେ ବିଚାରପତି। ବିଚାରପତି ଜଷ୍ଟିସ୍ ବି.ପି ରାଉତରାୟ ଶୁଣାଣିରୁ ଓହରି ଯାଇଛନ୍ତି। ଏବେ ମାମଲାର ଶୁଣାଣି ଅନ୍ୟ ଜଣେ ବିଚାରପତି କରିବେ। ସପ୍ତାହକ ମଧ୍ୟରେ ମୁଖ୍ୟ ବିଚାରପତିଙ୍କ ଅନୁମତି ପରେ ମାମଲାର ପରିବର୍ତୀ ଶୁଣାଣି ହେବ। ମାମଲାର ଶୁଣାଣିରୁ ଜଷ୍ଟିସ୍ ବି.ପି ରାଉତରାୟ କାହିଁକି ଓହରି ଯାଇଛନ୍ତି, ତାହା ଜଣାପଡ଼ିନାହିଁ। ସେପଟେ ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବୃଦ୍ଧି ହୋଇଛି। ଏହି ଅବଧି ମଧ୍ୟରେ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ ପୋଲିସ।
ଖଣ୍ଡଗିରି ଟ୍ରିପଲ ମର୍ଡର ହତ୍ୟାକାଣ୍ଡ: ଦୋଷୀକୁ ଆଜୀବନ ସଜା ଦେଲେ କୋର୍ଟ
ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣାରେ ଅଭିଯୁକ୍ତକୁ ଆଜୀବନ ସଜା ହୋଇଛି । ଅଭିଯୁକ୍ତ ସ୍ନେହ ସ୍ୱାକ୍ଷର ସାମଲକୁ ଆଜୀବନ ସଜା ଶୁଣାଇଛନ୍ତି ଭୁବନେଶ୍ୱର ଏଡିଜେ ୧ କୋର୍ଟ । ଘଟଣାର ୧୦ ବର୍ଷ ପରେ ରାୟ ପ୍ରକାଶ ପାଇଛି । ୨୦୧୪ ଅକ୍ଟୋବର ୧୪ ତାରିଖରେ ଘଟିଥିଲା ଖଣ୍ଡଗିରି ଟ୍ରିପଲ ମର୍ଡର । ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅତୁଲ୍ୟ ମେହେର ସମେତ ୩ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ ସ୍ନେହ ସ୍ୱାକ୍ଷର ସାମଲ । ଘଟଣା ଦିନ ହାତରେ ସ୍ନେହ ଫୁଲ ତୋଡା ଧରି ଡାକ୍ତର ମେହେରଙ୍କ ଘରେ ପ୍ରବେଶ କରିଥିଲା । ପୂର୍ବ ପ୍ରସ୍ତୁତି ଅନୁସାରେ ବ୍ୟାଗରେ ନେଇ ଯାଇଥିବା ଧାରୁଆ ଛୁରୀ ବାହାର କରି ପ୍ରଥମେ ମେହେରଙ୍କ ଘରର ଚାକର ପ୍ରଶାନ୍ତ ବେହେରାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା।
ଆରମ୍ଭ ହେଲା ଖଣ୍ଡଗିରି କୁମ୍ଭ ମେଳା
ରାଜଧାନୀ ଭୁବନେଶ୍ବରର ଖଣ୍ଡଗିରି ପାଡାଡ଼ ପାଦ ଦେଶରେ ଆରମ୍ଭ ହେଲା ମାଘ ମେଳା। ରାଧାକୁଣ୍ଡରୁ କଳସରେ ପାଣି ଆଣି ବାରଭୂଜାଙ୍କ ନିକଟରେ ଘଟ ସ୍ଥାପନା କଲେ ଶ୍ରଦ୍ଧାଳୁ। ଯଜ୍ଞ ଓ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ପୂରା ପରିବେଶ। ବିଶ୍ବ କଲ୍ୟାଣ ପାଇଁ ଆହୁତି ଦେଉଛନ୍ତି ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁ ସନ୍ଥ। ବାବାଙ୍କ ଠାରୁ ଆଶିଷ ନେବା ପାଇଁ ଧୂନା ଆଖଡାରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ। ଚଳିତବର୍ଷ ଶୃଙ୍ଖଳିତ ମେଳା ଓ ଯାତ୍ରା ଆୟୋଜନ ନେଇ ବ୍ୟାପକ ବ୍ୟବସ୍ଥା କରିଛି ବିଏମସି।
ପ୍ରଫୁଲ୍ଲ ସାମଲଙ୍କ ଘରୁ ନଗଦ ଟଙ୍କା ଓ କାର ଜବତ
ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ରେଡ ଘଟଣା । ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରୁ ୯ ଲକ୍ଷ ଟଙ୍କା ସହ ଫଚ୍ୟୁନର କାର ଜବତ କରିଛି ଇଡି । ।ତେବେ ଜବତ କାରଟି ଲୁଲୁଙ୍କ ନାଁରେ ନାହିଁ । ବରଂ ଜବତ ହୋଇଥିବା କାରଟି ବିଲଡର ସଂସ୍ଥା ନାଁରେ ରହିଛି । ଏହି କାର କିଣାର ଛାନଭିନ୍ କରୁଛି ଇଡି । ଏନେଇ ଇଡି ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ୨୦ କୋଟିର ଜମି ଦୁର୍ନୀତି ମାମଲାରେ ରେଡ୍ କରିଥିଲା ଇଡି । କଲେଜ ସହ ଘରେ ରେଡ୍ କରିଥିଲା ଇଡି । ପାଖାପାଖି ୧୦ଟି ସ୍ଥାନରେ ଏକକାଳୀନ ରେଡ୍ ହୋଇଥିଲା । ଆଉ ଆଜି ପ୍ରଫୁଲ୍ଲଙ୍କ ପୁଅଙ୍କ ଘରୁ ୯ ଲକ୍ଷ ଟଙ୍କା ସହ ଏକ କାର ଜବତ କରିଛି ଇଡି ।
ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଶତାଧିକ ଶ୍ରଦ୍ଧାଳୁ
ଆଜି ପବିତ୍ର ମାଘ ସପ୍ତମୀ। ବଡ଼ି ଭୋରରୁ କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଶୃଙ୍ଖଳିତ ଭାବେ ବୁଡ଼ ପକାଇବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଆଖି ଆଗରେ ରଖି ସୁରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି। ପୌରାଣିକ ମତ ଅନୁସାରେ, ଆଜି ପ୍ରଭୁ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶ୍ରାପ ଜନିତ ରୋଗରୁ ମୁକ୍ତ ହୋଇଥିଲେ। ଏଥିସହ ମାଘ ସପ୍ତମୀରେ ଲାଙ୍ଗୁଳା ନରସିଂହ ଦେବ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ। ତେଣୁ ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାବଲମ୍ବୀ ମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇଥାନ୍ତି।
IND vs ENG 3rd Test: ଇଂଲଣ୍ଡ ୨୦୭/୨
ରାଜକୋଟରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ପ୍ରଥମ ପାଳିରେ ଆଜି ଦ୍ୱିତୀୟ ଦିନର ଖେଳ ଶେଷ ହୋଇଛି। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଇଂଲଣ୍ଡ ୨ ୱିକେଟ ହରାଇ ୨୦୭ ରନ କରି ଖେଳ ଜାରି ରଖିଛି। ଆରମ୍ଭରୁ ଭାରତ ପ୍ରଥମ ପାଳିରେ ୪୪୫ ରନ କରି ଅଲ ଆଉଟ ହୋଇଯାଇଛି। ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜାଙ୍କ ଶତକୀୟ ଇନିଂସ ବଳରେ ଦଳ ପ୍ରଥମ ଇନିଂସରେ ୪୪୫ ରନ୍ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା। ଦୁଇ ଓପନର ରୋହିତ ଓ ଯଶସ୍ୱୀ ଜୟସ୍ୱାଲ ପାଳି ଆରମ୍ଭ କରିଥିଲେ। କିନ୍ତୁ ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯୟର ସାମ୍ନା କରିବାକୁ ପଡିଥିଲା। ମାତ୍ର ୩୩ ରନରେ ଜୟସ୍ୱାଲ, ଗିଲ୍ ଏବଂ ରଜତ ପଟିଦାରଙ୍କ ଭଳି ୩ଟି ମୂଲ୍ୟବାନ ୱିକେଟ ହରାଇଥିଲା ଦଳ। ଏହାପରେ ରୋହିତ, ଜାଡେଜା ଓ ଯୁବ ବ୍ୟାଟର ସରଫରାଜ ଖାନ ରକ୍ଷଣାତ୍ମକ ପାଳି ଖେଳି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ।