Top 10 News Headlines: ଚଳିତ ବର୍ଷ ପାଇଁ ବୀରତା-ପଦ୍ମ ପୁରସ୍କାର ଘୋଷିତ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2078624

Top 10 News Headlines: ଚଳିତ ବର୍ଷ ପାଇଁ ବୀରତା-ପଦ୍ମ ପୁରସ୍କାର ଘୋଷିତ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।   

 Top 10 News Headlines: ଚଳିତ ବର୍ଷ ପାଇଁ ବୀରତା-ପଦ୍ମ ପୁରସ୍କାର ଘୋଷିତ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines | 25 January 2024 | Evening   

1. Gallantry-Padma Award 2024 India: ଚଳିତ ବର୍ଷ ପାଇଁ ଘୋଷିତ ହୋଇଛି ପଦ୍ମ ପୁରସ୍କାର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପରେ କେନ୍ଦ୍ର ସରକାର ଏହି ତାଲିକା ପ୍ରକାଶ କରିଛନ୍ତି। ଏଥର ସଶସ୍ତ୍ର ବାହିନୀ ପାଇଁ ମୋଟ ୮୦ ବୀରତା ପୁରସ୍କାର ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ମରଣୋତ୍ତର ବୀରତା ପୁରସ୍କାର ଦିଆଯିବ। ସେହିପରି ୩୪ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ।  

2. Transforming Odisha Campaign Launch through Folk Art: ଜାନୁଆରୀ ୨୫ ତାରିଖ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ "ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା" ଅଭିଯାନର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ଲୋକ କଳାକାରଙ୍କ ଜରିଆରେ ଚାଲିବ ସୂଚନା, ଶିକ୍ଷା, ସଞ୍ଚାର କାର୍ଯ୍ୟକ୍ରମ। ଲୋକେ ପାଇବେ ବିକାଶର ବାର୍ତ୍ତା, ରୂପାନ୍ତରିତ ଓଡିଶାର ବାର୍ତ୍ତା। ଯାହା ଦ୍ବାରା ଜନସାଧାରଣ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଜାଣିବା ସହିତ ସରକାରଙ୍କ କାର୍ଯ୍ୟକ୍ରମରେ ତଥା ବିକାଶ କାର୍ଯ୍ୟକ୍ରମରେ ସହଭାଗୀ ହୋଇପାରିବେ। ଏହି ଅଭିଯାନ ଅଧିନରେ ପ୍ରାୟ ମାସେ ଧରି ରାଜ୍ୟର ସମସ୍ତ ୫୧୧୬୮ ଗ୍ରାମରେ ୨ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ସମଗ୍ର ରାଜ୍ୟରେ ୨୨ ହଜାର ଲୋକ କଳାକାର ଦଳ ପଞ୍ଜୀକୃତ ହୋଇଛନ୍ତି। 

3. Rahul Gandhi Left Bharat Jodo Nyay Yatra in Midway: ଜାନୁଆରୀ ୨୫ ତାରିଖ ଗୁରୁବାର ବିଭିନ୍ନ କାରଣକୁ ନେଇ ସରଗରମ ହୋଇଉଠିଛି ଦେଶର ରାଜନୈତିକ ପାଣିପାଗ। ବିଶେଷ କରି ବିହାର ରାଜନୀତିରେ ଅପ୍ରତ୍ୟାଶିତ ଭାବକେ ଘଟିବାରେ ଲାଗିଛି ବିଭିନ୍ନ ଘଟଣାକ୍ରମ। କୁହାଯାଉଛି ଯେ ଜେଡିୟୁ-ଆରଜେଡି ମଧ୍ୟରେ ଚାଲିଥିବା ବିବାଦ ବର୍ତ୍ତମାନ ଆହୁରି ତେଜିବାରେ ଲାଗିଛି। ଏହି ବିବାଦକୁ ନେଇ ବିହାର ରାଜନୀତି ସରଗରମ ହୋଇଉଠିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜର ଭାରତ ଯୋଡୋ ନ୍ୟାୟ ଯାତ୍ରା ଛାଡି ଦିଲ୍ଲୀ ଫେରିଛନ୍ତି। ଯଦି କଂଗ୍ରେସ ପକ୍ଷରୁ ଆୟୋଜିତ ହେଉଥିବା ନ୍ୟାୟ ଯାତ୍ରାର କାର୍ଯ୍ୟସୂଚୀ ଉପରେ ନଜର ପକାଯାଏ ତାହେଲେ ଆସନ୍ତା ୨୭-୨୮ ତାରିଖ ଅର୍ଥାତ୍ ଶନିବାର ଏବଂ ରବିବାର ପାଇଁ ଏକ ଛୁଟି ପୂର୍ବରୁ ରଖାଯାଇଥିଲା। ହେଲେ ଗୁରୁବାର ନିଜେ ରାହୁଲ ଗାନ୍ଧୀଙ୍କ ଆକସ୍ମିକ ଭାବେ ଭାରତ  ଯୋଡ଼ ନ୍ୟାୟ ଯାତ୍ରା ଛାଡି଼ବାକୁ ନେଇ ଅନେକ ପ୍ରକାରର ଅନୁମାନ କରାଯାଉଛି। 

4. Jagadish Shettar Come Back to BJP: ଗୁରୁବାର କର୍ଣ୍ଣାଟକ ରାଜନୀତିରେ ଦେଖିବାକୁ ମିଳିଛି ଏକ ବଡ଼ ଧରଣର ପରିବର୍ତ୍ତନ। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ପୁନର୍ବାର ବିଜେପି ହାତ ଧରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ। ଆପଣଙ୍କୁ କହିରଖୁଛୁ ଯେ ଗତ ବର୍ଷ ଅପ୍ରେଲ-ମେ ମାସରେ ଅନୁଷ୍ଠିତ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ବିଜେପି ନେତା  ଜଗଦୀଶ ଶେଟ୍ଟାର ଦଳ ଛାଡି କଂଗ୍ରେସ ହାତ ଧରିଥିଲେ। ହେଲେ ବର୍ଷେ ଭିତରେ ତାଙ୍କର ଘର ବାହୁଡ଼ା ହୋଇଛି। ହେଲେ ସେ ବିଜେପି ଶିବିରକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଦଳର ସ୍ଥିତି ମଜବୁତ ହେବ ବୋଲି କୁହାଯାଉଛି।

5.French President Emmanuel Macron in India: ଚଳିତ ବର୍ଷ ଦେଶର ପାଳିତ ହେଉଛି ୭୫ ତମ ସାଧାରଣତନ୍ତ୍ର ଦିବସ। ଏଥର ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହୋଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେ ଭାରତରେ ଆସି ପହଞ୍ଚି ସାରିଛନ୍ତି। ଗୁରୁବାର ତାଙ୍କ ବିମାନ ଜୟପୁର ଠାରେ ଅବତରଣ କରିଥିଲା। ଏହା ସହିତ ତାଙ୍କର ୨ ଦିନିଆ ଭାରତ ଗସ୍ତ ମଧ୍ୟ ଆରମ୍ଭ ହୋଇଯାଇଛି। ସନ୍ଧ୍ୟାରେ ଜୟପୁର ଠାରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜକୀୟ ସ୍ୱାଗତ କରିଛନ୍ତି।

6. PM Nnarendra Modi Odisha Visit: ଆସନ୍ତା ମାସ ୩ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫେବୃଆରୀ ୩ ତାରିଖରେ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦି ଆଇଆଇଏମ୍ ସମ୍ବଲପୁର ସ୍ଥାୟୀ କ୍ୟାମ୍ପସ୍ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଗତ ବର୍ଷ ଡିସେମ୍ବର ୨୪ ତାରିଖରେ ଧାର୍ଯ୍ୟ ହୋଇଥିଲା। ହେଲେ ପରେ ଏହି ଗସ୍ତକୁ ବାତିଲ କରାଯାଇଥିଲା। ବର୍ତ୍ତମାନ ଫେବୃଆରୀ ୩ ତାରିଖରେ ଓଡ଼ିଶା ଗସ୍ତରେ ଆସି ସମ୍ବଲପୁର ଠାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ।  

7. President Draupadi Murmu Speech on Republic Day 2024: ୭୫ ତମ ଗଣତନ୍ତ୍ର ଦିବସ ଅବସରରେ ଗୁରୁବାର (୨୫ ଜାନୁଆରୀ) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ମୁଁ ୭୫ ତମ ସାଧାରଣ ତନ୍ତ୍ର ଦିବସ ଅବସରରେ ଦେଶକୁ ଶୁଭେଚ୍ଛା ଜଣାଉଛି। ଆସନ୍ତାକାଲି ଆମେ ସମ୍ବିଧାନର ଆରମ୍ଭ ଉତ୍ସବ ପାଳନ କରିବୁ। ସମ୍ବିଧାନର ପ୍ରାରମ୍ଭ ଆମେ ଲୋକଙ୍କ ଠାରୁ ଆରମ୍ଭ। ଏହି ଶବ୍ଦ ଆମର ସମ୍ବିଧାନର ମୌଳିକ ଧାରଣାକୁ ସୂଚିତ କରେ। ଆମ ଦେଶ ସ୍ୱାଧୀନତାର ଶତାବ୍ଦୀ ଆଡକୁ ଗତି କରୁଛି ଏବଂ ଅମୃତ କାଳର ପ୍ରାରମ୍ଭିକ ପର୍ଯ୍ୟାୟ ଦେଇ ଗତି କରୁଛି। ଆମ ଗଣତନ୍ତ୍ର ୭୫ ବର୍ଷ ପୂରଣ କରିବାକୁ ଯାଉଛି। ଅନେକ କ୍ଷେତ୍ରରେ ଏହା ଏକ ଐତିହାସିକ ମାଇଲଖୁଣ୍ଟ। ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଥିବାରେ ଭାରତ ପ୍ରଥମ ଦେଶ ହୋଇପାରିଛି। ଆମେ ସବୁବେଳେ ଆମ ବୈଜ୍ଞାନିକଙ୍କ ପାଇଁ ଗର୍ବିତ। 

8. Virat Kohli ICC Awards: ଗୁରୁବାର ଦିନ ଆଇସିସି ଏହାର ଅନେକ ପ୍ରମୁଖ ପୁରସ୍କାର ବିଜେତା ନାମ ଘୋଷଣା କରିଛି। ଯେଉଁଥିରେ ଭାରତୀୟ ଦଳର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ୨୦୨୩ ବର୍ଷ ପାଇଁ ଆଇସିସି "ICC ODI Cricketer of the Year 2023" ଭାବରେ ମନୋନୀତ ହୋଇଛନ୍ତି। କୋହଲି ଗତ ବର୍ଷ ଚମତ୍କାର ପ୍ରଦର୍ଶନ କରିଥିଲେ। ତାଙ୍କ ପ୍ରଦର୍ଶନ ଆଧାରରେ ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇବାରେ ସକ୍ଷମ ହୋଇଥିଲେ। ଏହି ପୁରସ୍କାର ପାଇବା ପାଇଁ ଭାରତୀୟ କ୍ରିକେଟର ଶୁଭମନ ଗିଲ ଏବଂ ଦ୍ରୁତ ବୋଲର ମହମ୍ମଦ ଶାମି ଦୌଡ଼ରେ ସାମିଲ୍ ହୋଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଦଳର ଡାରିଲ ମିଚେଲ ମଧ୍ୟ ସାମିଲ ହୋଇଥିଲ। ହେଲ କୋହଲି ସମସ୍ତଙ୍କୁ ପଛରେ ପକାଇ ଦେଇ ଏହି ପୁରସ୍କାର ଜିତିଛନ୍ତି। ଏହି ପୁରସ୍କାର ୪ ଥର ଜିତିଥିବା ପ୍ରଥମ କ୍ରିକେଟର ହୋଇ ପାରିଛନ୍ତି।

9.Ayodhya Ram Mandir Darshan: ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହୋଇସାରିବ ପରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଲୋକଙ୍କ ଭିଡ ବଢିବାରେ ଲାଗିଛି। ବର୍ତ୍ତମାନ ଦେଶର କୋଣ ଅନୁକୋଣରୁ ଭକ୍ତ ପ୍ରଭୂ ଶ୍ରୀରାମଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଆସୁଛନ୍ତି। ଜାନୁଆରୀ ୨୩ ତାରିଖରେ ସର୍ବ ପ୍ରଥମେ ଆରମ୍ଭ ହୋଇଥିଲା ସାଧାରଣ ଦର୍ଶନ। ପ୍ରଥମ ଦିନରେ ଲକ୍ଷ ଲକ୍ଷ ଲୋକ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇବା ପାଇଁ ରାମ ମନ୍ଦିର ସାମ୍ନାରେ ଉପସ୍ଥିତ ହୋଇଥିଲେ। ଅତ୍ୟଧିକ ଭିଡ କାରଣରୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। କିଛି ଲୋକ ଦର୍ଶନ ନପାଇ ନିରାଶ ହୋଇଥିଲେ। ହେଲେ ଗୁରୁବାର ଠାରୁ ପ୍ରଭୁ ଶ୍ରୀରାମଙ୍କ ଦର୍ଶନରେ ଅନେକ ପରିବର୍ତ୍ତନ ହୋଇଛି।

10. India Pakistan News: ପାକିସ୍ତାନର ବୈଦେଶିକ ସଚିବ ସଜ୍ଜାଦ କାଜୀ ଦାବି କରିଥିଲେ ଯେ ପାକିସ୍ତାନୀ ନାଗରିକଙ୍କ ହତ୍ୟାରେ ଭାରତୀୟ ଏଜେଣ୍ଟ ସମ୍ପୃକ୍ତ ଅଛନ୍ତି। ଏ ସମ୍ପର୍କରେ ଭାରତ ପକ୍ଷରୁ ଜବାବ ରଖାଯାଇଛି।  ଭାରତ ବିରୋଧି ପ୍ରଚାର ପାଇଁ ଏହା ହେଉଛି ପାକିସ୍ତାନର ନୂଆ ପ୍ରୟାସ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧିର ଜୈସୱାଲ କହିଛନ୍ତି। ସମଗ୍ର ବିଶ୍ୱ ଜାଣେ ଯେ ପାକିସ୍ତାନ ଦୀର୍ଘ ଦିନ ଧରି ଆତଙ୍କବାଦ କାର୍ଯ୍ୟକଳାପର କେନ୍ଦ୍ର ପାଲଟିଛି। ଭାରତ ସମେତ ଅନ୍ୟ ଅନେକ ଦେଶ ପାକିସ୍ତାନକୁ ଚେତାବନୀ ଦେଇ ସାରିଛନ୍ତି। ନିଜ ଭୁଲ ପାଇଁ ଅନ୍ୟକୁ ଦାୟୀ କରିବା ଠିକ୍ ନୁହେଁ କିମ୍ବା ଏହା ସମସ୍ୟାର ସମାଧାନ ନୁହେଁ କହିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର।