Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।
Trending Photos
Top 10 News Headlines | 9 February 2024 | Evening
1.Bharat Ratna 2024: ୨୦୨୪ ଫେବୃଆରୀ ୯ ତାରିଖ ଶୁକ୍ରବାର ଭାରତ ରତ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି ୩ ଜଣ ମହାନ ବ୍ୟକ୍ତିତ୍ୱ। ସେମାନେ ହେଉଛନ୍ତି କୃଷକ ନେତା ତଥା ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧରୀ ଚରଣ ସିଂହ, ସ୍ୱାଧିନତ୍ତୋର ଭାରତ ବର୍ଷର ମହାନ କୃଷି ବୈଜ୍ଞାନିକ ଡକ୍ଟର ଏମଏସ ସ୍ୱାମୀନାଥନ ଏବଂ ଆଧୁନିକ ଭାରତୀୟ ଅର୍ଥନୀତିର ଜନକ ତଥା ଦେଶର ନବମ ପ୍ରଧାନମନ୍ତ୍ରୀ ପି.ଭି ନରସୀମ୍ହା ରାଓ।
2.BJP issues whip for Party MP: ଫେବୃଆରୀ ୧୦ ତାରିଖ ଶନିବାର ଶେଷ ହେଉଛି ବଜେଟ ଅଧିବେଶନ ୨୦୨୪। ବଜେଟ୍ ଅଧିବେଶନର ଶେଷ ଦିନରେ ବିଜେପି ଏହାର ଉଭୟ ଲୋକସଭା-ରାଜ୍ୟସଭା ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଜାରି କରିଛି। ଏନେଇ ଦଳ ପକ୍ଷରୁ ୩ ଧାଡ଼ିଆ ହ୍ୱିପ୍ ଜାରି କରିଛି। ଆସନ୍ତାକାଲି ବଜେଟ୍ ଅଧିବେଶନର ଶେଷ ଦିନରେ ସଂସଦରେ କୌଣସି ବଡ଼ କାମ ହୋଇପାରେ କି? ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
3. Talha Saeed Defeated in Pakistan Election 2024: ଫେବୃଆରୀ ୯ ତାରିଖ ଶୁକ୍ରବାର ଘୋଷିତ ହୋଇଛି ପାକିସ୍ତାନ ସାଧାରଣ ନିର୍ବାଚନ ଫଳାଫଳ। ଏହି ନିର୍ବାଚନ ପାଇଁ ଫେବୃଆରୀ ୮ ତାରିଖ ଗୁରବାର ଅନୁଷ୍ଠିତ ହୋଇଥିଲା ଭୋଟ ଗ୍ରହଣ। ଏହି ନିର୍ବାଚନରେ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହାଫିଜ ସଇଦ ପୁଅ ତଲହା ସଇଦ ପ୍ରତିଦ୍ୱନ୍ଦ୍ୱିତା କରୁଥିଲା। ମାତ୍ର ତଲହା ସଇଦ ନିର୍ବାଚନରେ ପରାସ୍ତ ହୋଇଛି। ଲାହୋର ସ୍ଥିତ ଜାତୀୟ ସଂସଦ-୧୨୨ ଆସନରୁ ନିର୍ବାଚନ ଲଢୁଥିଲା ତଲହା ସଇଦ।
4.jute bag distribution is launched by gajapati dist admin: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୌରପରିଷଦର ୧ ନମ୍ବର ୱାର୍ଡ ସ୍ଥିତ ଓମ୍ ଶାନ୍ତି କୋଲୋନୀ ଠାରେ ଝୋଟ ତିଆରି ବ୍ୟାଗ ପ୍ରଦାନର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ବିଭାଗ ତରଫରୁ ଜିଲ୍ଲାର ପ୍ରତ୍ୟେକ ହିତାଧିକାରୀ ପରିବାର ଲୋକଙ୍କୁ ୨ ଗୋଟି ଲେଖାଏଁ ୨୦ କେଜି ଏବଂ ୧୦ କେଜି ଝୋଟ ବ୍ୟାଗ ପ୍ରଦାନ କରାଯାଇଛି। ଏହାର ଉଦ୍ଧେଶ୍ୟ ଆମ ସାହି, ଆମ ସହର, ଆମ ଜିଲ୍ଲା ତଥା ଆମ ରାଜ୍ୟକୁ ସ୍ୱଚ୍ଛ ରଖିବା।
5.Congress MLA Suresh Kumaa Routray: ସରିଲା ବିଧାନସଭାର ବଜେଟ ଅଧିବେଶନ। ଷୋଡ଼ଷ ବିଧାନସଭାର ଆଜିଥିଲା ଶେଷ ଦିନ। ଏହା ସହିତ ଜଟଣୀ ବିଧାୟk ସୁରେଶ ରାଉତରାୟଙ୍କର ମଧ୍ୟ ଶେଷ ଦିନ ରହିଥିଲା। ଆଜି ଦିନର ଶେଷ ବେଳକୁ ଗୃହକୁ ମୁଣ୍ଡିଆ ମାରି ବିଦାୟ ନେଇଛନ୍ତି ସୁର ରାଉତରାୟ। ଶେଷ ଥର ପାଇଁ ଗୃହରୁ ବିଦାୟ ନେବା ବେଳେ ବେଶ ଭାବବିହ୍ୱଳ ହୋଇ ପଡ଼ିଥିଲେ। ଭାବବିହ୍ୱଳ ହୋଇ ସେ କହିଛନ୍ତି କି ଆଜି ଥିଲା ତାଙ୍କର ଶେଷ ବିଧାନସଭା। ଆଗକୁ ନିର୍ବାଚନ ଲଢିବେ ନାହିଁ ବୋଲି ସେ ନିଷ୍ପତ୍ତି ନେଇଛନ୍ତି। ତେବେ ସେ ସିଧାସଳଖ ରାଜନୀତି ସହିତ ସମ୍ପୃକ୍ତ ନ ରହିଲେ ମଧ୍ୟ ଲୋକଙ୍କ ସେବା ପୂର୍ବ ଭଳି ଜାରି ରଖିବେ ବୋଲି ସେ କହିଛନ୍ତି।
6.PM Modi Meeting in Parliament Canteen: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ନୂତନ ସଂସଦ ଗୃହର କ୍ୟାଣ୍ଟିନରେ ବିଭିନ୍ନ ଦଳର ସାଂସଦଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ମଧ୍ୟାହ୍ନ ଭୋଜନ ଯୋଜନା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ୮ ସାଂସଦଙ୍କୁ ଏକ କଲ ଆସିଥିଲା ଯେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଭେଟିବାକୁ ଚାହୁଁଛନ୍ତି। ପିଏମଓ ପକ୍ଷରୁ ଡାକରା ମିଳିବା ପରେ ସମସ୍ତ ୮ ସାଂସଦ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ହେଲେ ସେମାନଙ୍କୁ କାହିଁକି ଡକାଗଲା ତାହା କାହାରି ଧାରଣା ନଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସାଂସଦଙ୍କୁ କହିଥିଲେ, ମୁଁ ଆଜି ଆପଣଙ୍କୁ ଦଣ୍ଡିତ କରିବି। ଏହା ପରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ସାଂସଦ କ୍ୟାଣ୍ଟିନକୁ ନେଇ ମଧ୍ୟାହ୍ନ ଭୋଜନ କରିଥିଲେ। ପିଏମ ମୋଦୀଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିବା ସାଂସଦଙ୍କ ନାମ ହେଉଛି ଏଲ ମୁରୁଗାନ, ରିତେଶ ପାଣ୍ଡେ, ହୀନା ଗାୱିତ, କୋନିୟାକ, ଏନ ପ୍ରେମଚନ୍ଦ୍ରନ, ସମ୍ବିତ ପାତ୍ର, ରାମ ମୋହନ ନାଇଡୁ ଏବଂ ଜାମିଆଙ୍ଗ ସେରିଙ୍ଗ ନାମଗାଲ।
7.Weather Update Today: ଖସୁଛି ପାରଦ ଥରୁଛି ଉତ୍ତର ଆଭ୍ୟନ୍ତର ଓଡ଼ିଶା। ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ଆସୁଛି ଶୁଷ୍କ ଏବଂ ଥଣ୍ଡା ବାୟୁ। ଯାହାର ପ୍ରଭାବରେ ରାତିରେ ପାରଦ ଖସୁଛି। ଝାରସୁଗୁଡ଼ାରେ ୯.୧ ଡିଗ୍ରୀ, ସୁନ୍ଦରଗଡ଼ରେ ୯.୨ ଡିଗ୍ରୀ ରାଉରକେଲାରେ ୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏହି ଭଳି ପାଗ ଲାଗିରହିବ। ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଶୁକ୍ରବାର ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା ଜିଲ୍ଲାରେ ହାଲୁକା ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତାକାଲି ପାଗ ଶୁଖିଲା ରହିବ। ୧୧ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ତଥା ଉପକୂଳବର୍ତ୍ତୀ ଅଞ୍ଚଳରେ ପାଗ ମେଘୁଆ ସହ କିଛି ସ୍ଥାନରେ ହାଲୁକା ବର୍ଷା ହେବ।
8. Indian Cricketer Ravindra Jadeja: ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଗୁରୁବାର ଆନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ତାଙ୍କ ବାପା ଅନିରୁଦ୍ଧ ସିଂହ ଜାଡେଜା ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ରବୀନ୍ଦ୍ର ଏବଂ ବୋହୂ ରିଭାବା ସହିତ ଆମର କୌଣସି ସମ୍ପର୍କ ନାହିଁ। ସେ ଆମକୁ ଡାକୁନାହାଁନ୍ତି କିମ୍ବା ଆମେ ତାଙ୍କୁ ଖୋଜୁନୁ। ଆମ ମଧ୍ୟରେ କୌଣସି ସମ୍ପର୍କ ନାହିଁ। ୫ ବର୍ଷ ହେବ ମୁଁ ମୋ ନାତୁଣୀ ଚେହେରା ଦେଖିନାହିଁ। ବିବାହର କିଛି ମାସ ପରେ ରିଭାବା କହିଥିଲେ ସବୁ କିଛି ତାଙ୍କ ନାମରେ ହେବା ଦରକାର। ତାଙ୍କ ମାଆ ଆମ ଘର କଥାରେ ହସ୍ତକ୍ଷେପ କରିଥାନ୍ତି। ରବୀନ୍ଦ୍ରଙ୍କ ବାପା ଜାମନଗର ଠାରେ ଏକ ୨ ବିଏଚକେ ଫ୍ଲାଟ ମଧ୍ୟରେ ୧୦ ବର୍ଷ ହେବ ରହି ଆସୁଛନ୍ତି।
9. Justice AM Khanwilkar is the new Lokpal of the country: ଦେଶର ନୂଆ ଲୋକପାଳ ହେବେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏଏମ ଖାନୱିଲକର। ତାଙ୍କ ନିଯୁକ୍ତି ଉପରେ ମୋହର ବାଜିଛି। ଗତକାଲିର ଉଚ୍ଚସ୍ତରୀୟ ବୈଠବରେ ନୂତନ ଲୋକପାଳଙ୍କୁ ନିଯୁକ୍ତି ମିଳିଛି। ଗତ ବର୍ଷ ମେ ମାଲରୁ ଲୋକପାଳ ପଦ ଖାଲି ପଡ଼ିଥିଲା। ଏବେ ଏଏମ ଖାନୱିଲକର ଏବେ ଠାରୁ ଲୋକାପଳ ପଦ ସମ୍ଭାଳିବେ। ଜଷ୍ଟିସ ଖାନୱିଲକର ୨୦୨୨ ମସିହା ଜୁଲାଇ ୨୯ ତାରିଖରେ ନିଜ ପଦରୁ ଅବସର ନେଇଥିଲେ। ତାଙ୍କ ଦ୍ୱାରା ଗଠିତ ପୀଠ PMLA ଅଧିନିୟମରେ ସଂଶୋଧନ କରିଥିଲେ। ଇଡି ପକ୍ଷରୁ ଜାରି ହେଉଥିବା ସମନ, ତଲାସୀ, ସିଜ୍, ରେଡ୍କୁ ଏହି ପୀଠ ଠିକ୍ ବୋଲି ଦର୍ଶାଇଥିଲେ। ତାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ୨୦୦୨ ଗୁଜରାଟ ଦଙ୍ଗାରେ ପିଏମ୍ ମୋଦିଙ୍କୁ କ୍ଲିନ୍ ଚିଟ୍ ଦେଇଥିଲେ। ଏହି ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ ଫସାଇବାକୁ ମନଗଢ଼ା ପ୍ରମାଣ ଅଦାଲତରେ ଦାଖଲ କରାଯାଇଥିବା ଅଭିଯୋଗ ହୋଇଥିଲା।
10. YSRCP will join in NDA: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ୱାଇଏସ୍ଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡି। ଗତକାଲି ଜଗନ ମୋହନ ରେଡ୍ଡି ଦିଲ୍ଲୀ ପହଞ୍ଚିଥିବା ବେଳେ ସେ ପ୍ରଧାନମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି। ଏହି ଭେଟଘାଟରେ ଉଭୟଙ୍କ ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ସେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ଭେଟିଛନ୍ତି। ଜଗନ ମୋହନଙ୍କ ଦଳ NDAରେ ସାମିଲ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।