Top 10 News Headlines: ଉଦଘାଟିତ ହେଲା ଅଟଳ ସେତୁ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2057150

Top 10 News Headlines: ଉଦଘାଟିତ ହେଲା ଅଟଳ ସେତୁ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।   

 Top 10 News Headlines: ଉଦଘାଟିତ ହେଲା ଅଟଳ ସେତୁ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines | 12 January 2024 | Evening   

1. Atal Setu Ianuguration: ଜାନୁଆରୀ ୧୨ ତାରିଖ ଶୁକ୍ରବାର ଦେଶର ଦୀର୍ଘତମ ସମୁଦ୍ର ସେତୁକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଔପଚାରିକ ଭାବେ ଦେଶର ଦୀର୍ଘତମ ସାମୁଦ୍ରିକ ସେତୁର ନାମ ଅଟଳ ସେତୁ ଭାବରେ ରଖାଯାଇଛି। ଯାହା ପ୍ରାୟ ୨୧ କିଲୋମିଟର ଲମ୍ବା ବୋଲି ଜଣାପଡ଼ିଛି। ଏହି ସେତୁ ନିର୍ମାଣ ଉଦଘାଟିତ ହେବା ପରେ ଏବେ ମୁମ୍ବାଇ ମହାନଗରୀରୁ ମୁମ୍ବାଇ ଉପନଗରୀକୁ ଯାତ୍ରା ମାତ୍ର ୨୦ ମିନିଟ ମଧ୍ୟରେ ଶେଷ ହୋଇଯିବ। 

2. OSSTET Admit Card 2024 Download: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ପାଇଁ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ହୋଇଛି ୨୦୨୪ ବର୍ଷର ଆଡମିଟ୍ କାର୍ଡ। ଓଏସଏସଟିଇଟି ଆଡମିଟ୍ କାର୍ଡ ବିଏସଇ ଅଫସିଆଲ ୱେବସାଇଟ bseodisha.ac.in ଠାରେ ଉପଲବ୍ଧ ରହିଛି। ଓଏସଏସଟିଇଟି ପରୀକ୍ଷା ଦେବାକୁ ଯାଉଥିବା ପ୍ରାର୍ଥୀ ବିଏସଇ ଅଫସିଆଲ ୱେବସାଇଟ ଠାରୁ ଓଏସଏସଟିଇଟି ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।

3. Railway Minister New Year Gift for Odisha: ନବ ବର୍ଷ ଅବସରରେ ରାଜ୍ୟକୁ ଭେଟି ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆସନ୍ତା ଜାନୁଆରୀ ୧୩ ତାରିଖରେ ଗୋପୀନାଥପୁର ନୀଳଗିରି ବାଲେଶ୍ୱର ନୂତନ ମେମୁ ଟ୍ରେନ୍ ସେବାକୁ ସବୁଜାପତାକା ପ୍ରଦର୍ଶନ କରିବେ ଶୁଭାରମ୍ଭ। ସେହିପରି ବାଲେଶ୍ୱର-ଗୋପୀନାଥପୁର ନୀଳଗିରି ଯାତ୍ରୀବାହୀ ଲାଇନ୍ ଲୋକାର୍ପଣ, ଉପମାର୍ଗ (ସବ୍ ୱେ) ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବେତନଟୀ ରେଳ ଷ୍ଟେସନ ଠାରେ ପିଆରଏସ୍ ବୁକିଂ କାଉଣ୍ଟର ଉଦଘାଟନ କରିବେ।

4. Republic Day Parade Ticket Booking: ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହେଉଥିବା ପ୍ୟାରେଡ ବିଜୟ ଚୌକ୍ ଠାରେ ସକାଳ ଦଶଟା ସମୟରୁ ଆରମ୍ଭ ହୋଇଯିବ। ଏହି ପ୍ୟାରେଡ ଦିଲ୍ଲୀ ସ୍ଥିତ ଜାତୀୟ ଷ୍ଟାଡିୟମ ଠାରେ ଶେଷ ହେବ। ପ୍ୟାରେଡ ଦେଖିବା ପାଇଁ ୩ ପ୍ରକାରର ମୂଲ୍ୟର ଟିକେଟ୍ କ୍ରୟ କରାଯାଇ ପାରିବ। ଆପଣ ସର୍ବନିମ୍ନ ୨୦ ଟଙ୍କା, ଏହା ପରେ ୧୦୦ ଟଙ୍କା ଏବଂ ଶେଷରେ ୫୦୦ ଟଙ୍କା ମୂଲ୍ୟର ଟିକେଟ ବୁକ୍ କରିପାରିବେ। ଗତ ୧୦ ତାରିଖରୁ ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହେଉଥିବା ପ୍ୟାରେଡ ପାଇଁ ଟିକେଟ୍ ବୁକିଂ ଆରମ୍ଭ ହୋଇଛି। ଜାନୁୟାରୀ ୨୫ ତାରିଖ ହେଉଛି ଟିକେଟ ବୁକିଂ କରିବାର ଶେଷ ତାରିଖ।

5. Why US want to buy Russian Oil: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆସନ୍ତା ମାସ ୨୪ ତାରିଖରେ ୨ ବର୍ଷ ପୂରଣ ହେବାକୁ ଯାଉଛି। ଗତ ୨୦୨୨ ଫେବୃଆରୀ ୨୪ ତାରିଖରେ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଆମେରିକା ନେତୃତ୍ୱାଧିନ ପାଶ୍ଚାତ୍ୟ ଦେଶ ଋଷିଆ ଦ୍ୱାରା କରାଯାଉଥିବା ତୈଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଯାହାର ଫଳସ୍ୱରୂପ ଋଷିଆ ଦ୍ୱାରା ବିଶ୍ୱ ସମୁଦାୟକୁ କରାଯାଉଥିବା ତୈଳ ରପ୍ତାନୀ ବାଧାପ୍ରାପ୍ତ ହୋଇଥିଲା। ଏପରିକି ଋଷିଆ ଭାରତ-ଚୀନ ଭଳି କିଛି ହାତ ଗଣତି ଦେଶକୁ ତୈଳ ରପ୍ତାନୀ କରିବାକୁ ସମର୍ଥ ହୋଇଥିଲା। ହେଲେ ୟୁକ୍ରେନ ସହ ଯୁଦ୍ଧ ଜାରି ରହିଥିବା ବେଳେ ଆମେରିକା ପୁଣି ଥରେ ଋଷିଆ ପାଖରୁ ତେଲ ଆମଦାନୀ କରିବା ଆରମ୍ଭ କରିଛି। ଋଷୀୟ ଗଣମାଧ୍ୟମ ସ୍ଫୁଟନିକ୍ ଗ୍ଲୋବ ରିପୋର୍ଟ ଅନୁଯାୟୀୀ ଗତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ଆମେରିକା ପକ୍ଷରୁ ଋଷିଆ ପାଖରୁ ପ୍ରାୟ ୪୬ ହଜାର ବ୍ୟାରେଲ ତୈଳ ଆମଦାନୀ କରାଯାଇଥିଲା। ଏହି ରିପୋର୍ଟ ମାଧ୍ୟମରେ ଆମେରିକୀୟ ଶକ୍ତି ସୂଚନା ପ୍ରଶାସନର ତଥ୍ୟ ଦର୍ଶାଯାଇଛି। ଏହି ତଥ୍ୟ ଏହା ମଧ୍ୟ ଦର୍ଶାଉଛି ଯେ ଆମେରିକା ପ୍ରତ୍ୟେକ ବ୍ୟାରେଲ ତୈଳ ପାଇଁ ଋଷିଆକୁ ଏକ ପ୍ରିମିୟମ ଦେଇଛି। ଆମେରିକା ଦ୍ୱାରା ଋଷିଆ ପାଖରୁ ତୈଳ ଆମଦାନୀ କରିବା ପାଶ୍ଟାତ୍ୟ ଦେଶଙ୍କ ଲଗାଯାଇଥିବା ପ୍ରତିବନ୍ଧକକୁ ଉଂଲଘନ କରିବା ସଦୃଶ୍ୟ ହୋଇଛି।

6. Cold Wave Alert in North India: ହାଡଭଙ୍ଗା ହାଡ଼ ଶୀତରେ କମ୍ପିଉଠୁଛି ଉତ୍ତର ଭାରତ। ଶୀତ ଲହରୀ କାରଣରୁ ସ୍ଥିତି ଏପରି ହୋଇଛି ଯେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ତାପମାତ୍ରା ହ୍ରାସ ପାଇବା ରେକର୍ଡ ଭାଙ୍ଗିଛି। ପାଣିପାଗ ବିଭାଗ ଅନୁଯାୟୀ ଆଉ କିଛି ଦିନ ଜାରି ରହିବ ଶୀତ ଲହରୀ। ପ୍ରବଳ ଶୀତ ଏବଂ ଥଣ୍ଡା କାରଣରୁ ସାଧାରଣ ଜନଜୀବନ ଆସ୍ତବ୍ୟସ୍ତ ହୋଇପଡ଼ିଛି। କୁହୁଡି ଏବଂ ଥଣ୍ଡା କାରଣରୁ ଲୋକଙ୍କୁ ଘରେ ରହିବାକୁ ପଡୁଛି। ଶୀତ ଲହରୀ କାରଣରୁ ଦିଲ୍ଲୀରେ ହ୍ରାସ ପାଇଥିବା ତାପମାତ୍ରା ରେକର୍ଡ କରିଛି। ଦିଲ୍ଲୀ ସ୍ଥିତ ସଫଦରଜଙ୍ଗ ଠାରେ ତାପମାତ୍ରା ୩.୮ ରେକର୍ଡ କରାଯାଇଛି। ଅତ୍ୟଧିକ ଥଣ୍ଡା ଏବଂ କୁହୁଡି ପ୍ରଭାବରୁ ଦିଲ୍ଲୀ ବାସିନ୍ଦାଙ୍କୁ ଏବେ କୌଣସି ପ୍ରକାରର ନିସ୍ତାର ମିଳିବାର ସମ୍ଭାବନା ନାହିଁ। ଆଗାମୀ ୨ ଦିନ ପାଇଁ ପାଣିପାଗ ବିଭାଗ ଦ୍ୱାରା କରାଯାଇଥିବା ପୂର୍ବାନୁମାନ ଉତ୍ତର ଭାରତରେ ଜାରି ରହିଥିବା ଶୀତ ଲହରୀର ସ୍ଥିତି ସ୍ପଷ୍ଟ କରିଦେଇଛି।

7. US-UK Attack on Houthi Rebels: ଆରବ ସାଗର ସମତେ ଲାଲ ସାଗର ଏବଂ ଆଡେନ ଉପସାଗରରେ ଆତଙ୍କ ସୃଷ୍ଟି କରିଥିବା ହୁଥି ବିଦ୍ରୋହୀଙ୍କୁ ମିଳିଲାଣି ଜବାବ। ବିଗତ କିଛି ବର୍ଷ ଧରି ଗୃହଯୁଦ୍ଧର ସାମ୍ନା କରୁଥିବା ୟମେନ ଠାରେ ହୁତି ବିଦ୍ରୋହୀଙ୍କ ସହ ଜଡିତ ସ୍ଥାନ ଉପରେ ଆମେରିକା-ବ୍ରିଟେନ ପକ୍ଷରୁ ଗ୍ରହଣ କରାଯାଇଛି ଜବାବୀ କାର୍ଯ୍ୟାନୁଷ୍ଠାନ। ଇରାନ ସମର୍ଥିତ ହୁତି ବିଦ୍ରୋହୀ ଗତ ବର୍ଷ ଶେଷରେ ଲୋହିତ ସାଗରରେ ଜାହାଜ ଯୋଗେ ହେଉଥିବା ଅନ୍ତର୍ଜାତୀୟ ପରିବହନକୁ ଟାର୍ଗେଟ କରୁଥିଲେ। ଯାହାର ଜବାବ ଏବେ ଆମେରିକା, ବ୍ରିଟେନ ସହାୟତାରେ ଦେବା ଆରମ୍ଭ କରିଦେଇଛି। 

8.OPCC Election Committee: ଆସନ୍ତା ୨୦୨୪ ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଜାନୁଆରୀ ୧୨ ତାରିଖ ଶୁକ୍ରବାର ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରାଯାଇଛି। ଏଆଇସିସି ସଭାପତ ମଲ୍ଲିକାର୍ଜୁନ ଖାର୍ଗେ ଓଡ଼ିଶା କଂଗ୍ରେସ ନିର୍ବାଚନ କମିଟି ଗଠନକୁ ଅନୁମୋଦନ କରିଛନ୍ତି ବୋଲି ଏଆଇସିସି ସାଧାରଣ ସମ୍ପାଦକ (ସଂଙ୍ଗଠନ) କେସି ବେଣୁଗୋପାଳ ଜଣାଇଛନ୍ତି।

9. Weather Update: ସାରା ଦେଶରେ ଚାଷୀଙ୍କ ପାଇଁ ଏକ ବଡ଼ ଖବର ଅଛି। ଆସନ୍ତା ସପ୍ତାହରୁ ଭାରତ ପାଣିପାଗ ବିଭାଗ ପଞ୍ଚାୟତ ସ୍ତରରେ ପାଣିପାଗ ପୂର୍ବାନୁମାନ ଜାରି କରିବ। ଆଇଏମଡି ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଏନେଇ ସେ କହିଛନ୍ତି ଯେ ଦେଶର ବୈଷୟିକ ବିକାଶ ବିଭାଗ ଏହାର ପୂର୍ବାନୁମାନ କ୍ଷମତାକୁ ବ୍ଲକ ଠାରୁ ପଞ୍ଚାୟତ ସ୍ତରକୁ ବୃଦ୍ଧି କରିବା ସମ୍ଭବ କରିଛି। ପଞ୍ଚାୟତ ପାଣିପାଗ ସେବା ମାଧ୍ୟମରେ ଦେଶର ପ୍ରତ୍ୟେକ ଗ୍ରାମରେ ଅତି କମରେ ୫ ଜଣ ଚାଷୀଙ୍କୁ ଖରାପ ପାଗ ସହ ଜଡିତ ଚେତାବନୀ ପ୍ରଦାନ କରିବା ଏପରି ପଦକ୍ଷେପ ନେବା ପଛର ଉଦ୍ଦେଶ୍ୟ। ଯେଉଁଥିରେ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା, ଆର୍ଦ୍ରତା ଏବଂ ପବନର ବେଗ ଭଳି ସୂଚନା ଅନ୍ତର୍ଭୂକ୍ତ ରହିଛି। ଏହି ସୂଚନା ଇଂରାଜୀ ଏବଂ ହିନ୍ଦୀ ବ୍ୟତୀତ ୧୨ ଭାରତୀୟ ଭାଷାରେ ଉପଲବ୍ଧ ହେବ।

10. PM Modi Special Message: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ୨୨ ଜାନୁୟାରୀ ପର୍ଯ୍ୟନ୍ତ ବ୍ରତ ରଖିବେ। ସେ ରାମ ମନ୍ଦିର ଅଯୋଧ୍ୟାରେ ରାମଲାଲାଙ୍କୁ ଉତ୍ସର୍ଗ କରିବା ପାଇଁ ଏକ ବିଶେଷ ବ୍ରତ ଆରମ୍ଭ କରିଛନ୍ତି, ଯାହା ଅଧୀନରେ ସେ ୧୧ ଦିନ ଉପବାସ ରଖିବେ। ଅନ୍ୟପକ୍ଷରେ, ରାମ ମନ୍ଦିରରେ ରାମ ଲାଲାଙ୍କ ସମର୍ପଣ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏକ ବିଶେଷ ବାର୍ତ୍ତା ଦେବେକୁ ଯାଇ ଭାବପ୍ରବଣ ହୋଇଥିଲେ।  ବ୍ୟସ୍ତତା ଏବଂ ଦାୟିତ୍ୱ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଣ ପ୍ରତୀଷ୍ଠା ଦିନ ଏବଂ ଏହା ପୂର୍ବରୁ ଶାସ୍ତ୍ରରେ ନିର୍ଦ୍ଦେଶିତ ସମସ୍ତ ନିୟମ ପାଳନ କରିବେ। ଏଥିପାଇଁ ପ୍ରଧାନମନ୍ତ୍ରୀ ପ୍ରାଣ ପ୍ରତିଷ୍ଠା ହେବାର ୧୧ ଦିନ ପୂର୍ବରୁ ଯମ-ନିୟମଙ୍କୁ ଅନୁସରଣ କରିବାର ରୀତିନୀତି ଆରମ୍ଭ କରିଛନ୍ତି। ଶାସ୍ତ୍ରରେ, ଦେବ ପ୍ରତିମାକୁ ପ୍ରାଣ ପ୍ରତିଷ୍ଠା କରିବା ଏକ ବିସ୍ତୃତ ଏବଂ ବୃହତ ପ୍ରକ୍ରିୟା। ଏଥିପାଇଁ ବିସ୍ତୃତ ନିୟମ ଦିଆଯାଇଛି, ଯାହାକୁ ପ୍ରାଣ ପ୍ରତିଷ୍ଠାର କିଛି ଦିନ ପୂର୍ବରୁ ପାଳନ କରିବାକୁ ହୋଇଥାଏ। ରାମ ଭକ୍ତ ଭାବରେ ପ୍ରଧାନମନ୍ତ୍ରୀ ମୋଦୀ ରାମ ମନ୍ଦିର ନିର୍ମାଣ ତଥା ଆଧ୍ୟାତ୍ମିକ ଅଭ୍ୟାସରେ ରାମ ଲାଲାଙ୍କ ସମର୍ପଣ ପାଇଁ ଉତ୍ସର୍ଗୀକୃତ।