Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।
Trending Photos
Top 10 News Headlines | 17 January 2024 | Evening
1.Srimandir Parikrama Project Inaugurated Today: ଶ୍ରୀକ୍ଷେତ୍ର ଐତିହ୍ୟରେ ଯୋଡି ହେଲା ନୂଆ ଏକ ଫର୍ଦ୍ଦ। ଜାନୁଆରୀ ୧୭ ତାରିଖ ବୁଧବାର ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରକଳ୍ପ ଲୋକାର୍ପିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ ହୋଇ ଉଠିଥିଲେ। ଗଜପତି ମହାରାଜାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି। ଫଳକରେ ନଡ଼ିଆ ପିଟି ପରିକ୍ରମା ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ।
2.Congress Election Manifesto 2024: ଆସନ୍ତା ଲୋକସଭା ନିର୍ବାଚନ ମଣ୍ଡଳୀରେ ସରକାରକୁ ଆସିଲେ କଂଗ୍ରେସ କ'ଣ କରିବ? ଦେଶବାସୀ କଂଗ୍ରେସ ଠାରୁ କ'ଣ ଚାହୁଁଛନ୍ତି ଯାହା ନିର୍ବାଚନ ଇସ୍ତାହାରର ମୂଳ ବିନ୍ଦୁ ହୋଇପାରିବ? ଏ ସମ୍ପର୍କରେ ମତାମତ ଦେବା ଲାଗି କଂଗ୍ରେସ ସାଧ଼ାରଣ ଜନତାଙ୍କୁ ଆହ୍ୱାନ ଦେଇଛି। କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍ ଏନେଇ ଏକ ପ୍ରେସ ବାର୍ତ୍ତାରେ ଉଲ୍ଲଖ କରିଛନ୍ତି। ଏନେଇ ଏକ ସ୍ୱତନ୍ତ୍ର ୱେବସାଇଟ୍ ଏବଂ ଇମେଲ୍ ଠିକଣେ ଉନ୍ମୋଚନ କରିଛନ୍ତି କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ।
3.Odisha Congress In-Charge Ajoy Kumar: ରାଜ୍ୟ କଂଗ୍ରେସ ନେତା ତଥା କର୍ମୀଙ୍କୁ ଉତ୍ସାହିତ କରିବା ତଥା ଦଳୀୟ ସମସ୍ୟାକୁ ସମାଧାନ କରିବା ଲାଗି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଓଡ଼ିଶା ଆସୁଛନ୍ତି। ସେ ଜାନୁୟାରୀ ୨୨ ତାରିଖରୁ ୨୮ ପର୍ଯ୍ୟନ୍ତ ଭୁବନେଶ୍ୱରରେ ରହିବେ। ପ୍ରଦେଶ କଂଗ୍ରେସର ବିଭିନ୍ନ ନେତାଙ୍କୁ ଭେଟିବା ସହ କାର୍ଯ୍ୟକ୍ରମରେ ଯୋଗ ଦେବେ।
4.Pakistan broke Diplomatic Relations with Iran: ଭୁବେନଶ୍ୱର: ବେଲେୁଚିସ୍ତାନ ଠାରେ ସୁନି ଆତଙ୍କବାଦୀଙ୍କ କ୍ୟାମ୍ପ ଉପରେ ଆକ୍ରମଣ ପରେ ଇରାନ୍ ସହ କୂଟନୀତିକ ସମ୍ପର୍କ ଛିନ୍ନ କରିଛି ପାକିସ୍ତାନ। ପାକିସ୍ତାନରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କରିବା ସହ ଇରାନ୍ରୁ ନିଜ ରାଷ୍ଟ୍ରଦୂତଙ୍କୁ ଫେରି ଆସିବାକୁ କହିଛି ପାକିସ୍ତାନ। ଇରାନର ଆକ୍ରମଣକୁ ନିନ୍ଦା କରିବା ସହ ଏହା ଆନ୍ତର୍ଜାତିକ ଚୁକ୍ତିର ଉଲ୍ଲଂଘନ ବୋଲି ଅଭିଯୋଗ କରିଛି ପାକିସ୍ତାନ। ଉଭୟ ପାକିସ୍ତାନ-ଇରାନ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ସମସ୍ତ ଉଚ୍ଚସ୍ତରୀୟ ବୈଠକକୁ ମଧ୍ୟ ବାତିଲ କରାଯାଇଥିବା ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ କହିଛି।
5.Odia Youth Dead Body Return to Home: ବେଙ୍ଗାଲୁରୁ ଠାରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକ ଓଡ଼ିଆ ଶ୍ରମିକଙ୍କ ଶବ ଜନ୍ମମାଟି ଫେରିଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ପୁସଙ୍ଗିଆ ଅଞ୍ଚଳର ଜଣେ ୨୧ ବର୍ଷୀୟ ଯୁବକ ସନ୍ତୋଷ କୁମାର ପାତ୍ର ବିଗତ ୩ ବର୍ଷ ଧରି ବେଙ୍ଗାଲୁରୁ ଠାରେ ରହି କାମ କରୁଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଗତ ୧୪ତାରିଖରେ ତାଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଓଡ଼ିଶା ମୋ ପରିବାର ସହାୟତାରେ ମୃତକ ଓଡ଼ିଆ ଶ୍ରମିକଙ୍କ ଶବ ଜନ୍ମମାଟି ଫେରିଥିଲା।
6. 4 leaders along with Gamang Family returned to Congress: ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୯ ଥର ସାଂସଦ ଥିବା ଆଦିବାସୀ ନେତା ଗିରିଧର ଗମାଙ୍ଗଙ୍କ ଘର ବାହୁଡ଼ା ହୋଇଛି। ଦିଲ୍ଲୀ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ବୈଠକରେ ସେ ତାଙ୍କ ପରିବାର ପତ୍ନୀ ତଥା ପୂର୍ବତନ ସାଂସଦ ହେମାବତୀ ଗମାଙ୍ଗ ଏବଂ ପୁତ୍ର ଶିଶିର ଗମାଙ୍ଗ ସହ କଂଗ୍ରେସରେ ଯୋଗ ଦେଇଛନ୍ତି। ତାଙ୍କ ସହ ପୂର୍ବତନ ବରଗଡ଼ ସାଂସଦ ସଞ୍ଜୟ ଭୋଇ ମଧ୍ୟ କଂଗ୍ରେସକୁ ଫେରିଛନ୍ତି। କଂଗ୍ରେସ କୋଷାଧ୍ୟକ୍ଷ ତଥା ବରିଷ୍ଠ ନେତା ଅଜୟ ମାକେନ ଏହି ଚାରି ନେତାଙ୍କୁ କଂଗ୍ରେସ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି।
7. 108 Feet Long Incense Stick Reach at Ayodhya: ଆସନ୍ତା ୨୨ ତାରିଖରେ ଅଯୋଧ୍ୟ ରାମ ମନ୍ଦିରରେ ଆୟୋଜିତ ହେଉଛି ପ୍ରାଣ ପ୍ରତିଷ୍ଠା ସମାରୋହ। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଯୋଧ୍ୟା ରାମ ମନ୍ଦିରର ଉଦଘାଟନ ପାଇଁ ଗୁଜରାଟ ଭଦୋଦରା ଠାରେ ପ୍ରସ୍ତୁତ ହେଉଛି ୧୦୮ ଫୁଟ ଲମ୍ବର ଏକ ଅଗରବତୀ। ଯାହା ପ୍ରାଣ ପ୍ରତିଷ୍ଠା ସମୟରେ ଜଳାଯିବ। ବର୍ତ୍ତମାନ ଏହି ଅଗରବତୀ ଅଯୋଧ୍ୟାରେ ପହିଞ୍ଚ ସାରିଛି। ପ୍ରାଣ ପ୍ରତିଷ୍ଠା ସମାରୋହରେ ରାମ ମନ୍ଦିରକୁ ଏକ ଈଶ୍ୱରୀୟ ସୁଗନ୍ଧରେ ଭରିବା ପାଇଁ ଗୁଜୁରାଟ ଭଦୋଦରା ଠାରେ ପ୍ରସ୍ତୁତ ହୋଇଥିଲା ଏପରି ଏକ ବିଶାଳକାୟ ଅଗରବତୀ।
8.Rohit Sharma 5th T20 International Century: ଭାରତୀୟ ଅଧିନାୟକ ରୋହିତ ଶର୍ମା ୧୪ ମାସ ପରେ ଟି-୨୦ ଫର୍ମାଟ୍ ରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍ ରେ ତାଙ୍କ ଖାତା ଖୋଲି ନଥିଲା। ବର୍ତ୍ତମାନ ତୃତୀୟ ଟି-୨୦ ମୁକାବିଲାରେ ହିଟମ୍ୟାନ୍ ଆଫଗାନିସ୍ତାନ ବିପକ୍ଷରେ ଚମତ୍କାର ବ୍ୟାଟିଂ କରି ନିଜର ପଞ୍ଚମ ଟି-୨୦ ଆନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ବର୍ତ୍ତମାନ ପୁଣିଥରେ ଟି୨୦ ମୁକାବିଲାରେ ଶତକ ହାସଲ କରିବାରେ ବିଶ୍ୱ ନମ୍ବର-୧ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।
9. Sensex Down on 17 January 2024: ଜାନୁଆରୀ ୧୭ ତାରିଖ ବୁଧବାର ଘରୋଇ ଷ୍ଟକ୍ ମାର୍କେଟରେ ବ୍ୟାପକ ପଏଣ୍ଟ ହ୍ରାସ ଦେଖିବାକୁ ମିଳିଛି। ବିଏସଇ ସୂଚକାଙ୍କରେ ୧୬ ମାସର ସବୁଠାରୁ ବଡ଼ ଅବନତି ଦେଖିବାକୁ ମିଳିଛି। ବିଦେଶୀ ବଜାରର ନକାରାତ୍ମକ ସଙ୍କେତ ପ୍ରଭାବରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସେନସେକ୍ସ ୧୬୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି। ଯାହା ୧୬ ମାସରେ ଗୋଟିଏ ଦିନରେ ସର୍ବାଧିକ ହ୍ରାସ। ବୁଧବାର ସେନସେକ୍ସ ୧୬୨୮ ପଏଣ୍ଟ ବା ୨.୨୩ ପ୍ରତିଶତ ହ୍ରାସ ସହିତ ୭୧,୫୦୦.୭୬ ରେ ବନ୍ଦ ହୋଇଛି। ୧୬ ମାସ ମଧ୍ୟରେ ସେନସେକ୍ସରେ ଏହା ହେଉଛି ଗୋଟିଏ ଦିନରେ ସବୁଠାରୁ ବଡ ପତ୍ତନ।
10. Petrol-DieselPrice: ଡିଜେଲ-ପେଟ୍ରୋଲ ମୂଲ୍ୟରେ ଖୁବ୍ ଶୀଘ୍ର ହ୍ରାସ ହେବାର ସମ୍ଭାବନା ରହିଛି। ରିପୋର୍ଟ ଅନୁଯାୟୀ, ଗୋଟିଏ ଥରରେ ଡିଜେଲ ଏବଂ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦ ଟଙ୍କାକୁ ହ୍ରାସ କରାଯାଇପାରେ। ସରକାରୀ ତୈଳ କମ୍ପାନୀ ଡିଜେଲ-ପେଟ୍ରୋଲ ମୂଲ୍ୟ ହ୍ରାସ କରିବାକୁ ଚିନ୍ତା କରୁଛନ୍ତି ବୋଲି ଆଲୋଚନା ହେଉଛି। ଯଦି ଡିଜେଲ-ପେଟ୍ରୋଲ ମୂଲ୍ୟ ଯଦି ହ୍ରାସ ହୁଏ ତାହେଲେ ଅନେକ ଜିନିଷର ମୂଲ୍ୟ ହ୍ରାସ ପାଇବ। କାରଣ ପେଟ୍ରୋଲ-ଡିଜେଲ ମୂଲ୍ୟ ମଧ୍ୟ ସେମାନଙ୍କ ମୂଲ୍ୟ ଉପରେ ପ୍ରଭାବ ପକାଇଥାଏ।