Top 10 News Headlines: ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହ ସମ୍ପନ୍ନ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2073548

Top 10 News Headlines: ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହ ସମ୍ପନ୍ନ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର


Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।   

 Top 10 News Headlines: ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହ ସମ୍ପନ୍ନ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines | 22 January 2024 | Evening   

1. Ayodhya Ram Mandir Pran Pratishtha Ceremony: ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ହୋଇସାରିଛି ପ୍ରାଣ ପ୍ରତିଷ୍ଠା। ଏହି କାର୍ଯ୍ୟକ୍ରମ ସମାପନ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସମ୍ବୋଧନ ଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭାବପ୍ରବଣ ହୋଇ ପଡ଼ିଥିବାର ଦେଖିବାକୁ ମିଳିଥିଲା। ରାମଲାଲାଙ୍କ ନୂତନ ପ୍ରତିମାରେ ପ୍ରାଣ ପ୍ରତିଷ୍ଠା ହୋଇସାରିବା ପରେ ପ୍ରଧାନମନ୍ତ୍ରୀ "ସିଆବର୍ ରାମଚନ୍ଦ୍ର କି ଜୟ" ନାରା ଦେଇଥିଲେ।

2. PM Narendra Modi break his 11 days fast: ଜାନୁଆରୀ ୨୨ ତାରିଖ ସୋମବାର ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ହୋଇସାରିଛି ପ୍ରାଣ ପ୍ରତିଷ୍ଠା। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ୧୧ ଦିନ ଧରି ରୀତିନୀତି କରିଥିଲେ। ନିୟମ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପବାସ କରିଥିଲେ। ସେ ଦିନକୁ ମାତ୍ର ୨ ଥର ପଇଡ଼ ପାଣି ପିଉଥିଲେ। କେବଳ ସେତିକି ନୁହେଁ ୧୧ ଦିନର ରୀତିନୀତି କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦେଶର ଅନେକ ମନ୍ଦିର ପରିଦର୍ଶନ କରି ସେଠାରେ ପ୍ରାର୍ଥନା କରିଥିଲେ।

3. IAS Reshuffle in Odisha 2024: ଜାନୁଆରୀ ୨୨ ତାରିଖ ସୋମବାର ଆଇଏଏସ ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ଓଡ଼ିଶା ସରକାର। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। 

4. Odisha Cabinet Decision Today: ଜାନୁଆରୀ ୨୨ ତାରିଖ ସୋମବାର ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୪ ପ୍ରସ୍ତାବ ଉପରେ ମୋହର ଲାଗିଛି। ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀର କୁମାର ଜେନା ଜଣାଇଛନ୍ତି। 

5. Weather Forecast Today: ସମଗ୍ର ଉତ୍ତର ଭାରତରେ ପ୍ରବଳ ଥଣ୍ଡା ସହ କୁହୁଡ଼ି ଜାରି ରହିଛି। ବର୍ତ୍ତମାନ ପାଗରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଜାନୁୟାରୀ ୨୧ ତାରିଖ ରବିବାର ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ରେଡ ଆଲର୍ଟ। ଆସନ୍ତା ୨ ଦିନ ପାଇଁ ଉତ୍ତର ଭାରତରେ ଘନ କୁହୁଡି ଏବଂ ଅତ୍ୟଧିକ ଥଣ୍ଡା ଅନୁଭୂତ ହେବା ଜାରି ରହିବ। ଆଗାମୀ ୩-୪ ଦିନ ମଧ୍ୟରେ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଉତ୍ତର ରାଜସ୍ଥାନରେ ଶୀତ ଲହରୀ ଆହୁରି ଅଧିକ ବଢିବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରାଯାଇଛି।

6.Ram Mandir will open for public from tomorrow: ଆସନ୍ତା କାଲିଠାରୁ ଅଯୋଧ୍ୟା ରାମ ମନ୍ଦିରଙ୍କୁ ଭକ୍ତଙ୍କ ଲାଗି ଖୋଲାଯିବ। ଏଥିପାଇଁ ରାତି ଚାରିଟା ସମୟରୁ ମନ୍ଦିର ଖୋଲାଯିବ। ହେଲେ ନୀତି କାନ୍ତି ଶେଷ ହେବା ପରେ ସକାଳ ଆଠଟା ବେଳକୁ ମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ଲାଗି ଖୋଲିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ରାମଲାଲା ବିଶେଷ ଉତ୍ସବରେ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିବେ। ଏହା ବ୍ୟତୀତ ସୋମବାର ଦିନ ଧଳା, ମଙ୍ଗଳବାର ଦିନ ଲାଲ, ବୁଧବାର ଦିନ ସବୁଜ, ଗୁରୁବାର ଦିନ ହଳଦିଆ, ଶୁକ୍ରବାର ଦିନ ହାଲୁକା ହଳଦିଆ, ଶନିବାର ଦିନ ନୀଳ ଏବଂ ରବିବାର ଗୋଲାପୀ ରଙ୍ଗର ବସ୍ତ୍ର ପରିଧାନ କରିବେ। ଦିନର ଶେଷ ସନ୍ଧ୍ୟା ଆରତୀ ସନ୍ଧ୍ୟା ସାତଟା ସମୟରେ ଅନୁଷ୍ଠିତ ହେବ।

7. PINEWS launches by Essel Group: ଦେଶରେ ପ୍ରଥମଥର ପାଇଁ ହାଇପର ଲୋକାଲ ନ୍ୟୁଜ୍‍ ପ୍ରସାରଣ କରିବା ପାଇଁ ଏଆଇ ଭିତ୍ତିକ ନ୍ୟୁଜ୍‍ ଆପ୍‍ ଆରମ୍ଭ କରିଛି ଏସେଲ୍‍ ଗ୍ରୁପ୍‍। ପିନକୋଡ୍‍ ଭିତ୍ତିରେ ଏହି ନ୍ୟୁଜ୍‍ ଆପ୍ ମାଧ୍ୟମରେ ଲୋକେ ପାଇବେ ଖବର। ପ୍ରଥମ ଥର ପାଇଁ ଲୋକଙ୍କ ଆବଶ୍ୟକତାକୁ ଦେଖି ସେହି ଅଞ୍ଚଳର ନ୍ୟୁଜ୍‍ ପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଇଛି। 

8. Google Chrome Browser Incognito: ଖୁବ୍‍ଶୀଘ୍ର ଗୁଗଲ୍‍ ନିଜସ୍ୱ କ୍ରୋମ୍‍ ବ୍ରାଉଜରର ‘ଇନ୍‍କଗ୍‍ନିଟୋ’  ଓ୍ୱିଣ୍ଡୋ କୁ ବେକାର ବୋଲି ଘୋଷଣା କରିବାକୁ ଯାଉଛି। ଏହା ଦ୍ୱାରା ଡାଟା ସୁରକ୍ଷା ହୁଏ ନାହିଁ କିମ୍ବା ତୃତୀୟ ପକ୍ଷକୁ ଡାଟା ସ୍ଥାନାନ୍ତର ହୁଏ ନାହିଁ ବୋଲି ଯାହା କୁହାଯାଉଛି ତାହା ଅସତ୍ୟ ସ୍ପଷ୍ଟ କରିବ। ଅଦାଲତରେ ଏକ ୫ ବିଲିୟନ୍‍ ଡଲାର ମାମଲା ଲଢ଼ି ପରାଜିତ ହେବା ପରେ ଗୁଗଲ ଏହି ସୂଚନା ଜନସାଧାରଣଙ୍କୁ ଦେବାକୁ ଯାଉଛି।

9. SAMALAI inauguration: ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପର ଲୋକାର୍ପଣ ହେବ। ଏନେଇ ସୋମବାର ଠାରୁ ଲୋକାର୍ପଣ ଉତ୍ସବ ଆରମ୍ଭ ହେବ। ବିଧି ଅନୁସାରେ ଅଙ୍କୁର ରୋପଣ ନୀତି ଆଜି ଅନୁଷ୍ଠିତ ହେବ। ସମଲେଶ୍ୱରୀ ମନ୍ଦିରର ରୂପାନ୍ତରଣ ପ୍ରକଳ୍ପକୁ ସରକାରଙ୍କ ୫ଟି ରୂପାନ୍ତରଣ ଅଧିନରେ ଗ୍ରହଣ କରାଯାଇଛି।

10. One Nation One Election Panel Received 81% Favour Opinion: ଏକ ଦେଶ-ଏକ ନିର୍ବାଚନ ପ୍ରସଙ୍ଗରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ ପ୍ୟାନେଲ୍‍ ୮୧ ପ୍ରତିଶତ ସକରାତ୍ମକ ମତ ମିଳିଛି। ସମୁଦାୟ ୨୧୦୦ ପ୍ରସ୍ତାବ ମିଳିଥିବା ଆଇନ ମନ୍ତଣାଳୟ ପକ୍ଷରୁ କୁହାଯାଇଛି। ଜାନୁୟାରୀ ୫ ତାରିଖରେ କମିଟି ପକ୍ଷରୁ ସାଧାରଣ ଜନତାଙ୍କ ମତାମତ ଆହ୍ୱାନ କରାଯାଇଥିଲା।