Top 10 News Headlines: ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ଟି ବଡ଼ ଖବର
Advertisement
Article Detail0/zeeodisha/odisha2061881

Top 10 News Headlines: ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ଟି ବଡ଼ ଖବର

Top 10 News Headlines: ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ତଥା ବଡ଼ ଖବର

Top 10 News Headlines: ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ଟି ବଡ଼ ଖବର

Top 10 News headlines:

1.Naveen Acknowledges every one for Srimandir Parikrama Project: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ସହାୟତା ଦେଇଥିବା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ଭିଡିଓ ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ‘ମହାପ୍ରଭୁଙ୍କ ଇଚ୍ଛାରେ ପରିକ୍ରମା ପ୍ରକଳ୍ପ ହେଉଛି। ଆମମାନଙ୍କ ସୌଭାଗ୍ୟ ଯେ ଆମେ ଏହାର ସାକ୍ଷୀ ହୋଇପାରିଛୁ’। ସେବାୟତ, କାରିଗର, ନିର୍ମାଣ ଶ୍ରମିକ, ଜମି ଦାନ ଦେଇଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

2.Project will be dediacated to Public tomorrow: ଆସନ୍ତା କାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‍ଘାଟନୀ ଉତ୍ସବର ଶେଷଦିନ। ମୁଖ୍ୟମନ୍ତ୍ରୀ ଫଳକ ଉନ୍ମୋଚନ କରିବା ସାଙ୍ଗକୁ ଗଜପତି ମହାରାଜା ଏହି ଉତ୍ସବରେ ଆହୁତି ଦେବେ। ଅପରାହ୍ଣକୁ ପ୍ରକଳ୍ପ ସର୍ବସାଧାରଣଙ୍କ ପାଇଁ ଉନ୍ମୋଚନ ହେବ। ଏହି ମୁହୂର୍ତ୍ତକୁ ସାକ୍ଷୀ ହେବା ଲାଗି ବିଭିନ୍ନ ଆଡ଼ୁ ଭକ୍ତଙ୍କ ସମାଗମ ପୁରୀରେ ହେବା ସମ୍ଭାବନା ରହିଛି। ଏଥିଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ପରିବହନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହିଦିନଟିକୁ ଛୁଟିଦିନ ଭାବେ ଘୋଷଣା କରାଯାଇଛି। ଆଜି ଶ୍ରୀ ସେତୁ, ଶ୍ରୀ ମାର୍ଗ ଉଦ୍‍ଘାଟନ ହୋଇପାରେ। ଆସନ୍ତା କାଲିଠାରୁ ସର୍ବସାଧାରଣଙ୍କ ଯାତାୟାତ ଲାଗି ଅନୁମତି ମିଳିବ।

3.Ramlala Prana Pratishtha Utsav to begin today:  ଆଜିଠାରୁ ଅଯୋଧ୍ୟାରେ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହେବ। ବିଧି ଅନୁସାରେ ୧୮ରେ ଶ୍ରୀରାମ ଲାଲାଙ୍କ ପ୍ରତିମୂର୍ତ୍ତିକୁ ଗର୍ଭଗୃହରେ ସ୍ଥାପନ କରାଯିବ। ୨୨ ତାରିଖ ଦିନ ୧୨ଟା ୨୦ରୁ ୧ଟା ମଧ୍ୟରେ ୪୦ ମିନିଟ ଧରି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମହୀଶୂରର ଅରୁଣ ଯୋଗୀରାଜଙ୍କ କଳା ରଙ୍ଗର ପଥରରେ ନିର୍ମିତ ମୂର୍ତ୍ତିକୁ ସ୍ଥାପନ କରାଯିବା ସମ୍ପର୍କରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଘୋଷଣା କରାଯାଇଛି। 

4. 1.2 Crore Odia came out of Poverty: ଗତ ୯ ବର୍ଷ ଭିତରେ ରାଜ୍ୟର ୧ କୋଟି ୨ ଲକ୍ଷ ଲୋକ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି। ୨୦୧୩-୧୪ରୁ ୨୦୨୩-୨୪ ବର୍ଷ ମଧ୍ୟରେ ତଥ୍ୟକୁ ଆଧାର କରି ଭାରତର ନିତି ଆୟୋଗ ଏ ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ସମୟରେ ଭାରତର ୨୪ କୋଟି ୮୨ ଲକ୍ଷ ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଥିବା କହିଛି ନିତି ଆୟୋଗ। 

5.Shulia Yatra to start from today: ଆଜିଠାରୁ ବଲାଙ୍ଗୀରରେ ପ୍ରସିଦ୍ଧ ଶୂଳିଆଯାତ୍ରା ଆରମ୍ଭ ହେବ। ଦେଓଗାଁ ଏବଂ କୁମୁରିଆ ଖଳାରେ ଏହି ଯାତ୍ରା ବିଧି ଅନୁସାରେ ଅନୁଷ୍ଠିତ ହେବ। ଏଥିରେ ପଶୁବଳି ଦେବାର ବିଧି ରହିଛି। ୩୪ଟି ଗାଁ ଏଥିଲାଗି ଉତ୍ସବମୁଖରିତ ହୋଇଛି। 

6.Fastags without KYC will be deactivated: ଜାତୀୟ ରାଜପଥଗୁଡ଼ିଗରେ ଟୋଲ୍‍ ଆଦାୟକୁ ଅଧିକ ସଶକ୍ତ କରିବା ପାଇଁ ବ୍ୟବହୃତ ଫାଶ୍‍ଟ୍ୟାଗ୍‍ ପାଇଁ କେଓ୍ୱାଇସି ବାଧ୍ୟତାମୂଳକ କରାଯାଇଛି। ଅର୍ଥାତ୍‍ ଏହି ଟ୍ୟାଗ୍‍ ଦେଉଥିବା ବ୍ୟାଙ୍କଗୁଡ଼ିକ ପ୍ରତିଟି ଫାଶ୍‍ଟ୍ୟାଗ୍‍ ପାଇଁ ଗ୍ରାହକଙ୍କ ବିବରଣୀ ରଖିବାକୁ ବାଧ୍ୟ। ଯେଉଁ ଫାଶ୍‍ଟ୍ୟାଗର ବିବରଣୀ ଜାନୁୟାରୀ ୩୧ ସୁଦ୍ଧା ନ ରହିବ ସେଗୁଡ଼ିକୁ ବାଜ୍ୟାପ୍ତ କରାଯିବ ବୋଲି ଜାତୀୟ ରାଜପଥ କର୍ତ୍ତୃପକ୍ଷ ଜଣାଇଛନ୍ତି। 

7.Sachin Tendulkar’s Deepfake: ଡିପ୍‍ ଫେକ୍‍ ଭିଡଇଓ ଜାଲରେ ପଡ଼ିଛନ୍ତି କ୍ରିକେଟ୍‍ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ସୋଶାଲ୍‍ ମିଡିଆାରେ ଏହି ଭିଡଇଓ ଘୁରି ବୁଲୁଛି। ଯେଉଁଥିରେ ତେନ୍ଦୁଲକର କିଛି ମୋବାଇଲ୍‍ ଆପ୍ଲିକେସନ୍‍ ଦେଖିୁଥିବା ନଜରକୁ ଆସିଛି।  ଏହାକୁ ଦେଖି ବ୍ୟସ୍ତତା ପ୍ରକାଶ କରିଛନ୍ତି ତାନ୍ଦୁଲକର। ଟେକ୍ନୋଲୋଜିର ବ୍ୟାପକ ଅପବ୍ୟବହାର ହେଉଥିବା ସେ କହିଛନ୍ତି। 

8.BJP announces Oberver list for Puri: ପୁରୀ ଜିଲ୍ଲାର  ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକ ଲାଗି ବିଜେଡି ନିଜର ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି। ସତ୍ୟବାଦୀ ଓ ବ୍ରହ୍ମଗିରି ଲାଗି ପ୍ରମୋଦ ସାମଲଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ପୁରୀ ଓ କାକଟପୁର ବିଧାନସଭା ମଣ୍ଡଳୀ ଲାଗି କାଶୀନାଥ ରଣା, ପିପିଲି ଲାଗି ପ୍ରତାପ ଚନ୍ଦ୍ର ମଲ୍ଲିକ, ନିମାପଡ଼ାରେ ଭୂପେଶ ଚନ୍ଦ୍ର ପ୍ରଧାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। 

9. Arrest Warrant against 1100 in Koraput: କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ୍‍ରେ ପ୍ରାୟ ୧୧୦୦ ଆଦିବାସୀଙ୍କ ବିରୁଦ୍ଧରେ ପୁଲିସ ଗିରଫ ଓ୍ୱାରେଣ୍ଟ ଜାରି କରିଛି। ଏହାକୁ ନେଇ ସମ୍ପୂର୍ଣ୍ଣ ଅଞ୍ଚଳରେ ଭୟର ବାତାବାରଣ ସୃଷ୍ଟି ହୋଇଛି। ପୁଲିସ ଘନ ଘନ ତଲାସୀ କରୁଥିବାରୁ ଅନେକ ଗାଁ ପୁରୁଷଶୂନ୍ୟ ହୋଇଛି। ଓ୍ୱାରେଣ୍ଟ ଜାରି ହୋଇଥିବା ସମସ୍ତେ ସହଉଛନ୍ତି ଚାଷୀ ମୁଲିଆ ଓ ଆଦିବାସୀ ସଂଘର ସଦସ୍ୟ। ୨୦୧୩ ମସିହାରେ ପୁଲିସ, ପ୍ରଶାସନ ଓ ସଂଘ କର୍ମକର୍ତ୍ତାଙ୍କ ଭିତରେ ଶାନ୍ତି ବୁଝାମଣା ହୋଇଥିଲା। ଏହି ସମୟରେ ସମସ୍ତେ ଆତ୍ମ ସମର୍ପଣ କରିଥିଲେ। କିନ୍ତୁ ସେମାନଙ୍କ ବିରୁଦ୍ଧରେ ଥିବା ମାମଲା ତୁଟି ନଥିଲା। ଏଣୁ କୋର୍ଟ ସେମାନଙ୍କ ବିରୁଦ୍ଧରେ ଓ୍ୱାରେଣ୍ଟ ଜାରି କରିଛନ୍ତି। 

10. Delhi Records Lowest Temperature of this session: ଦିଲ୍ଲୀରେ ଏ ଋତୁର ସର୍ବନିମ୍ନ ତାପମାତ୍ରା ଆଜି ରେକର୍ଡ କରାଯାଇଛି। ମଙ୍ଗଳବାର ସକାଳେ ତାପମାତ୍ରା ୩.୩ ଡିଗ୍ରୀ ରହିଛି। ଏହା ସହ ଘନ କୁହୁଡ଼ିର ଚାଦର ମଧ୍ୟରେ ରହିଛି ଦିଲ୍ଲୀ। ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

Also Read- Odisha Festival: ଆଜି ପ୍ରସିଦ୍ଧ ଶୁଲିଆ ଯାତ୍ରା; ରକ୍ତରଞ୍ଜିତ ହେବ ପୀଠ

Also Read- Odisha Politics: ୬ ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଘୋଷଣା