• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Headlines: ସକାଳର 10ଟି ବଡ଼ ଖବର

Top 10 News Headlines: ସକାଳର 10ଟି ବଡ଼ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର

Written ByRasmita SahooEdited ByRasmita Sahoo
Published: Feb 17, 2024, 07:57 AM IST|Updated: Feb 17, 2024, 07:57 AM IST
joinshare
Top 10 News Headlines: ସକାଳର 10ଟି ବଡ଼ ଖବର

About the Author

    Rasmita Sahoo

    Rasmita Sahoo

    Trending

    • News
    • Photos
    • Videos
    Top 10 news: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    Top 10 news: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    2

    ବିଧାୟକ ଧ୍ରୁବ ସାହୁଙ୍କ ନାଁରେ ଏତଲା, ଏନ୍‌ସି କଲେଜ ପ୍ରାର୍ଥୀଙ୍କୁ ଅପହରଣ ଓ ଅନ୍ୟ ଖବର

    3

    ସେୟାର ବଜାରର ସ୍ମାର୍ଟ ନିବେଶକ ହେବାକୁ ଚାହୁଁଛନ୍ତି କି? Kwala Intel AIକୁ ପଚାରନ୍ତୁ ସବୁ ପ୍ରଶ୍

    4

    ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ABVP-BCJD ପ୍ରାର୍ଥୀ ମୁହାଁମୁହିଁ, ସଭାସ୍ଥଳରେ ଚେୟାର ଭଙ୍ଗା

    5

    Top 10 news: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    Election Commissioner: ସାଧାରଣ ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ଓଡ଼ିଶା ? ନିର୍ବାଚନ କମିଶନଙ୍କ ୭ ଜଣିଆ ଟିମ୍ ଭୁବନେଶ୍ୱର ଆସି ଭୋଟ ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି। ଇଭିଏମ, ସୁରକ୍ଷା ବ୍ୟବସ୍ଥା, ଭୋଟ୍ ବେଳେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ନିଆଯାଉଥିବା ପଦକ୍ଷେପ ସଂପର୍କରେ ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଦିଲ୍ଲୀରୁ ଆସିଥିବା ଟିମ୍ ଆଲୋଚନା କରିଛି। ଅନ୍ୟପକ୍ଷରେ ରାଜ୍ୟରେ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ନିର୍ବାଚନ କମିଶନଙ୍କ ପ୍ରତିନିଧିଙ୍କୁ ଭେଟିଥିବା ରାଜନୈତିକ ଦଳଙ୍କ ପ୍ରତିନିଧି। 

    Odisha Weather: ଫେବୃଆରୀ ସରିନି କିନ୍ତୁ ରାଜ୍ୟରୁ ଗାଏବ ହୋଇ ଗଲାଣୀ ଶୀତ । ଆସନ୍ତା ତିନି ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ଆସନ୍ତା ଦୁଇ ଦିନ କୋରପୁଟ୍, କନ୍ଧମାଳ, ରାୟଗଡା, କଟକ, ଢେଙ୍କାନାଳ, ଅନୁଗୋଳ ସମେତ ଦକ୍ଷିଣ ଉପକୂଳ ଓଡି଼ଶାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି଼ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ନୟାଗଡରେ ଅତି ଘନ କୁହୁଡି଼ ହେବାରୁ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ରହିଥିଲା। ସେହିଭଳି ରାଇରଙ୍ଗପୁର ଠାରେ ୨୮ ମିମି,  ବିଜାତଳା ଓ ଜାମଦାରେ ୧୭ ମିମି, ରାସଗୋବିନ୍ଦପୁରରେ ୧୫ ମିମି , ତିରିଙ୍ଗିରେ ୮.୨, ବହଳଦାରେ ୭ ମିମି ବର୍ଷା ହୋଇଛି।  

    SHG Women Assistance: ରାଜ୍ୟର ପ୍ରତି SHG ସଦସ୍ୟାଙ୍କୁ ମିଳିବ ୧ ହଜାର ଟଙ୍କା। ୟୁନିଫର୍ମ ବାବଦରେ ୧ ହଜାର ଟଙ୍କା ଦେବେ ରାଜ୍ୟ ସରକାର। ରାଜ୍ୟର ୭୦ ଲକ୍ଷ ସଦସ୍ୟାଙ୍କୁ ୧ ହଜାର ଲେଖାଏଁ ମିଳିବ। SHG ଏଜିକ୍ୟୁଟିଭ୍ ମେମ୍ବର ମାନଙ୍କୁ ମିଳିବ ଆଉ ୨ ହଜାର। ୟୁନିଫର୍ମ ସହ ବ୍ଲେଜର କିଣିବାକୁ ମୋଟ ୩ ହଜାର ଟଙ୍କା ମିଳିବ। SHG ସଦସ୍ୟାଙ୍କୁ ୟୁନିଫର୍ମ ଦେବା ନେଇ କ୍ୟାବିନେଟ ନିଷ୍ପତ୍ତି। ୟୁନିଫର୍ମ ଓ ବ୍ଲେଜର ବାବଦରେ ମୋଟ ୭୩୦ କୋଟି ଟଙ୍କା ଖର୍ଚ୍ଚ ହେବ। 

    MSME Appointment:ଏମ୍‍ଏସ୍‍ଏମ୍ଇ ନିଯୁକ୍ତିରେ ମହାରାଷ୍ଟ୍ର ଆଗୁଆ, ତେଲେଙ୍ଗାନା, ଆନ୍ଧ୍ରଠୁ ଓଡ଼ିଶା ପଛରେ । ଭାରତରେ ଅଣୁ ମଧ୍ୟମ ତଥା କ୍ଷୁଦ୍ର ବର୍ଗର ଉଦ୍ୟୋଗ ପ୍ରତିଷ୍ଠା କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଯେଉଁ ପଦକ୍ଷେପ ନିଆଯାଇଛି ତଦ୍ୱାରା ୧୬ କୋଟି ୮୭ ଲକ୍ଷ ୧୦ ହଜାର ୭୨୬ଜଣଙ୍କୁ ନିଯୁକ୍ତି ମିଳିଛି। ଲୋକସଭାରେ ସରକାର ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ, ଉଦ୍ୟମ ପୋର୍ଟାଲ୍‍ ଏବଂ ଉଦ୍ୟମ ଆରମ୍ଭ ଦିନଠାରୁ ଜାନୁୟାରୀ ସୁଦ୍ଧା ୩ କୋଟି ୬୪ ଲକ୍ଷ ୮୨ ହଜାର ୪୫୬ଟି ଏମ୍‍ଏସ୍‍ଏମ୍‍ଇ ସୃଷ୍ଟି ହୋଇଛି। ଏହାଦ୍ୱାରା ୧୬ କୋଟି ୮୭ ଲକ୍ଷ୧୦ ହଜାର ୭୨୬ଜଣଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟଓ୍ୱାରୀ ତଥ୍ୟ ଉପସ୍ଥାପନ କରି ଏମ୍‍ଏସ୍‍ଏମ୍‍ଇ ମନ୍ତ୍ରୀ ନାରାୟଣ ରାଣେ କହିଛନ୍ତି, ଏମ୍‍ଏସ୍‍ଏମ୍‍ଇ  କ୍ଷେତ୍ରକୁ ସଶକ୍ତ କରିବା ଲାଗି କେନ୍ଦ୍ର ସରକାର ନିକଟରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। 

    Texttile Park Foundation: ଆଜି କଟକ ଚୌଦ୍ୱାର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଓଟିଏମ ଜମିରେ ଟେକ୍ସଟାଇଲ ପାର୍କର କରିବେ ଶିଳାନ୍ୟାସ । ଓଟିଏମର ୪୭୮ ଏକର ଜମିରେ ଆନୁମାନିକ ୩ହଜାର ୫୦କୋଟି ଟଙ୍କା ବ୍ୟୟରେ ଏକ ନୂଆ ଟେକ୍ସଟାଇଲ ଶିଳ୍ପ ପ୍ରତିଷ୍ଠା ହେବାକୁ ଥିବା ବେଳେ ୧୦ହଜାର ନିଯୁକ୍ତି ସୃଷ୍ଟି ନେଇ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ରାଜ୍ୟ ସରକାର ଓଟିଏମର ମୋଟ ୫୨୨ ଏକର ଜମିକୁ ନିଜ ଅଧିନକୁ ନେଇ ସେଥିରୁ ଟେକ୍ସଟାଇଲ ପାର୍କ ପାଇଁ ୱେଲସ୍ପନ୍ କମ୍ପାନୀକୁ ପ୍ରଥମ ପର୍ଯ୍ୟାୟରେ ୨୩୦ ଏକର ଜମି ଯୋଗାଇ ଦେଇଛନ୍ତି । ପର୍ଯ୍ୟାୟକ୍ରମେ କମ୍ପାନୀକୁ ବାକି ଜମି ମଧ୍ୟ ଯୋଗାଇଦେବେ ସରକାର ।

    BJP National Council Meeting: ଆଜି ଠାରୁ ଭାରତ ମଣ୍ଡପମ ଠାରେ ଅନୁଷ୍ଠିତ ହେବାକୁ ଥିବା ଦୁଇ ଦିନିଆ ବିଜେପିର ରାଷ୍ଟ୍ରୀୟ ପରିଷଦ ବୈଠକ ମାଧ୍ୟମରେ ବିଜେପି ଆଗାମୀ ଲୋକସଭା ନିର୍ବାଚନରେ ​​ବିଜୟର ହ୍ୟାଟ୍ରିକ୍ ନେଇ ମନ୍ଥନ କରିବ। ବୈଠକର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୭୦ ଟି ଆସନ ଜିତିବା ପାଇଁ ୧୧ ହଜାର ୫୦୦ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଶନିବାର ଆଲୋଚନାରେ ମଧ୍ୟ ଭାଗ ନେବେ। ଗତ ନିର୍ବାଚନ ତୁଳନାରେ ଭୋଟ୍ ୧୦ ପ୍ରତିଶତ ବୃଦ୍ଧି ଏବଂ ୬୭ ଟି ସିଟ୍ ବୃଦ୍ଧି ହେବାର ସମ୍ଭାବନା ବୈଠକରେ ବିସ୍ତୃତ ଭାବରେ ଆଲୋଚନା କରିବା ସମ୍ଭବ। ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ବୈଠକକୁ ଉଦଘାଟନ କରିବେ । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ମୁଖପାତ୍ର ସମ୍ବିତ ପାତ୍ର ଏବଂ ମାନସ ମହାନ୍ତି ଭାଗ ନେବେ। 

    ISRO: ଚନ୍ଦ୍ରାୟନ -୩ ଏବଂ ଆଦିତ୍ୟ ଏଲ୍ -୧ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO)ଆଜି ଇସ୍ରୋ ପାଣିପାଗ ଉପଗ୍ରହ ଇନସାଟ୍-୩ ଡିଏସ୍ (INSAT 3DS)ଉତକ୍ଷେୁଣ କରିବାକୁ ଯାଉଛି।  ଏଥିପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି।  ଏହି ସାଟେଲାଇଟ୍ ସ୍ପେଶ୍ ଏଜେନ୍ସିର 'ନଟି ବଏ' (naughty boy) ବୋଲି କୁହାଯାଉଛି । ସନ୍ଧ୍ୟା ୫ ଟା ବାଜି ୩୫ ମିନିଟରେ GSLV F14 ସାହାଯ୍ୟରେ ଉତକ୍ଷେପଣ କରାଯିବ । ଏହି ସାଟେଲାଇଟ ପାଣିପାଗ ପୂର୍ବାନୁମାନ ଓ ବିପର୍ଯ୍ୟୟ ସତର୍କତାରେ ସହାୟକ ହେବ। 

    Defence Deal: ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ଶକ୍ତିଶାଳୀ ହେବ ଭାରତ । କିଣାଯିବ ୮୪ ହଜାର ୫୬୦ କୋଟି ଟଙ୍କାର ବିମାନ, ଟର୍ପିଡୋ ଓ ଯୁଦ୍ଧାସ୍ତ୍ର ! କ୍ରୟ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ଡିଫେନ୍ସ ଆକ୍ୟୁଜିସନ କାଉନସିଲ ବା DAC । ଭାରତୀୟ ସଶସ୍ତ୍ର ବଳ ଏବଂ କୋଷ୍ଟଗାର୍ଡ ଶକ୍ତି ବୃଦ୍ଧି ଉଦ୍ଦେଶ୍ୟରେ କିଣାଯିବ । ଏନେଇ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏହି ଡିଲ୍ ରେ ନୂଆ ଆଣ୍ଟି ଟ୍ୟାଙ୍କ, ମାଇନ୍ସ, ହେଭି ୱେଟ୍ ଟର୍ପିଡୋ କିଣାଯିବାକୁ ନିଷ୍ପତ୍ତି ନିଆଯାଇଛି। 

    Delhi CM Arvind Kejriwal: ବିଧାନସଭାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସତ୍ତ୍ବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସ୍ଥା ଭୋଟ୍‌ ପ୍ରସ୍ତାବ ଆଗତ କରିଛନ୍ତି। ଆଜି ବିଧାନସଭାରେ ଏହା ଉପରେ ଆଲୋଚନା ହେବ। ଦିଲ୍ଲୀର ମୋଟ ୭୦ଟି ଆସନରୁ ଆପ୍‌ର ୬୨ ଜଣ ବିଧାୟକ ଥିବା ସତ୍ତ୍ୱେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ପ୍ରସ୍ତାବ ଉପସ୍ଥାପନ କରି କେଜ୍ରିଵାଲ କହିଛନ୍ତି ଯେ ସେ ଲୋକଙ୍କୁ ଦେଖାଇବାକୁ ଚାହୁଛନ୍ତି ଯେ ଆପ୍‌ର କୌଣସି ବିଧାୟକ ଅନ୍ୟ କେଉଁଠିକୁ ଯାଇନାହାନ୍ତି। ଦିଲ୍ଲୀ ବିଧାନସଭାରେ ଉଦ୍‌ବୋଧନ ଦେଇ କେଜ୍ରିଵାଲ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରକୁ କଡ଼ା ସମାଲୋଚନା କରିଛନ୍ତି।

    Ravichandran Ashwin: ଭାରତର ଭେଟରାନ ସ୍ପିନର ରବଚିନ୍ଦ୍ରନ ଅଶ୍ୱିନଙ୍କ ଐତିହାସିକ ରେକର୍ଡ। ସେ ଭାରତର ଦ୍ରୁତତମ ବୋଲର ଭାବେ ଟେଷ୍ଟ କ୍ରିକେଟରେ ୫୦୦ ୱିକେଟ ନେଇଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଜ୍ୟାକ କ୍ରାଉଲୀଙ୍କୁ ଆଉଟ କରି ଅଶ୍ୱିନ ନିଜ ନାଁକୁ ୫୦୦ ୱିକେଟ କ୍ଲବରେ ସାମିଲ କରିଛନ୍ତି। ୫୦୦ ୱିକେଟ କୀର୍ତ୍ତିମାନ ହାସଲ କରିବା ଠାରୁ ଅଶ୍ୱିନ ମାତ୍ର ଗୋଟିଏ ୱିକେଟ ପଛରେ ଥିଲେ। ତାଙ୍କ ୱିକେଟ ସଂଖ୍ୟା ୪୯୯ ଥିଲା। ୫୦୦ ୱିକେଟ ଦଖଲ କରିବାର ସ୍ୱପ୍ନ ଆଜି ଅଶ୍ୱିନଙ୍କର ପୂରଣ ହୋଇଛି। ସେହିପରି ରାଜକୋଟ ଟେଷ୍ଟ ଅଧାରୁ ଓହରିଯାଇଛନ୍ତି ଆର. ଅଶ୍ୱିନ୍ । ୫୦୦ ୱିକେଟ ଦଖଲ ପରେ ମ୍ୟାଚରୁ ଓହରିଥିଲେ ଅଶ୍ୱିନ । ସୂଚନାନୁସାରେ ତାଙ୍କ ମା ଅସୁସ୍ଥ ଥିବାରୁ ମ୍ୟାଚରୁ ଓହରିଥିବା ବିସିସିଆଇ ଉପସଭାପତି ଏହି ସୂଚନା ଦେଇଛନ୍ତି । 

    Add Zee News as a Preferred Source
    TAGS:
    Top 10 News Headlines Odisha
    Top 10 News Headlines Odisha Today
    Top 10 News Headlines
    odisha latest news
    odisha news today
    odisha update news
    Odisha Trending News