Top 10 News Headlines: ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ଟି ବଡ଼ ଖବର
Advertisement
Article Detail0/zeeodisha/odisha2066750

Top 10 News Headlines: ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ଟି ବଡ଼ ଖବର

Top 10 News Headlines: ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ଟି ବଡ଼ ଖବର

Top 10 News Headlines: ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ଟି ବଡ଼ ଖବର

Top 10 News Headlines

1. ଆସନ୍ତା ୨୨ ତାରିଖରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଅପରାହ୍ଣ ସାଢ଼େ ଦୁଇଟା ଯାଏ ବନ୍ଦ ରହିବ। କେନ୍ଦ୍ର ସରକାରଙ୍କ ଘୋଷଣା ପରେ ରାଜ୍ୟ ମଧ୍ୟ ଏହି ଘୋଷଣା କରିଛି। ଏଥିସହ ବ୍ୟାଙ୍କଗୁଡ଼ିକ ମଧ୍ୟ ପ୍ରଥମାର୍ଦ୍ଧ ବନ୍ଦ ରହିବ ବୋାଲି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିଛି। ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଥିବାରୁ ଏହି ଦିନଟିକୁ ସ୍ମରଣୀୟ କରିବା ତଥା ଲୋକଙ୍କୁ ଆଧ୍ୟାତ୍ମିକ ଭାବଧାରାରେ ବାନ୍ଧି ରହିବାକୁ ସୁଯୋଗ ଦେବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ୫ ରାଜ୍ୟ ଏହି ଦିନଟିକୁ ସମ୍ପୂର୍ଣ୍ଣ ଛୁଟି ଦିନ ଭାବେ ଘୋଷଣା କରିଥିଲେ। 

2. ଆଜି ଅଯୋଧ୍ୟାରେ ଶ୍ରୀ ରାମଲାଲା ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ଚତୁର୍ଥ ଦିନ। ମନ୍ଦିରର ଗର୍ଭ ଗୃହରେ ଗତକାଲି ସିଂହାସନ ଉପରେ ଶ୍ରୀ ରାମଲାଲାଙ୍କ ମୂର୍ତ୍ତିକୁ ସ୍ଥାପନ କରାଯାଇଛି। ଏହାର ଏକ ଫଟୋ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ପ୍ରଧାାନମନ୍ତ୍ରୀ ମୋଦୀ ୨୨ ତାରିଖ ପ୍ରାଣ ପ୍ରତିଷ୍ଠା ଉତ୍ସବର ମୁଖ୍ୟ କର୍ତ୍ତା ସାଜିବେ। ଏଥିଲାଗି ସେ ନିଷ୍ଠାରେ ରହିଛନ୍ତି। ଉପବାସ ସହ ଭୂମି ଉପରେ ଶୟନ କରୁଛନ୍ତି। 

3. ଅଯୋଧ୍ୟାରେ ଶ୍ରୀ ରାମଲାଲା ମନ୍ଦିର ପ୍ରତିଷ୍ଠାକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ମଧ୍ୟ ଆତଙ୍କୀ କାର୍ଯ୍ୟକଳାପକୁ ଏଡ଼ାଯାଇପାରି ନାହିଁ। ଗତକାଲି ୩ଜଣ ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କରାଯାଇଛି। ସେମାନେ କାନାଡ଼ା ଭିତ୍ତିକ ଆତଙ୍କୀ  ସଂଗଠନ ‘ଅର୍ସ ଦଲା’ ଗୋଷ୍ଠୀର ବୋଲି ପୁଲିସ କହିଛି। ଏହାର କିଛି ସମୟ ପରେ ଖଲିସ୍ତାନୀ ଆତଙ୍କୀ ଗୁରୁପନ୍ତ ସିଂ ପନ୍ନୁ ଏକ ୩୯ ସେକେଣ୍ଡର ଅଡିଓ ରେକର୍ଡ ପ୍ରକାଶ କରିଛି। ଯେଉଁଥିରେ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧମକ ଦେଇଛନ୍ତି। 

4. ଜାନୁୟାରୀ ୨୨ ତାରିଖରେ ନିଜ ପ୍ରାଇଭେଟ୍‍ ଜେଟ୍‍ ଯୋଗେ ଅଯୋଧ୍ୟା ଆସୁଥିବା ଭିଭିଆଇପିମାନଙ୍କୁ ଜେଯ୍‍ ପାର୍କିଂ ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ହେବ। ଅଯୋଧ୍ୟାର ନବନିର୍ମିତ ବାଲ୍ମିକୀ ଆନ୍ତର୍ଜାତିକ ବିମାନବନ୍ଦରରେ ପାର୍କିଂ ସ୍ଥାନ ନଥିବାରୁ ଏହି ଚାର୍ଟାର୍ଡ ବିମାନଗୁଡ଼ିକୁ ପାର୍କିଂ ପାଇଁ ଉତ୍ତରପ୍ରଦେଶ, ବିହାର, ଝଡ଼ଖଣ୍ଡ, ମଧ୍ୟପ୍ରଦେଶ ଅଥବା ଉତ୍ତରାଖଣ୍ଡ ରାଜ୍ୟ ଯିବାକୁ ପରାମର୍ଶ ଦିଆଯାଇଛି। ଏହି ୫ ରାଜ୍ୟର ୧୨ ବିମାନବନ୍ଦରରେ ପାର୍କିଂ ବ୍ୟବସ୍ଥା କରାଯାଇଛି। 

5. ଶ୍ରୀନଗରର ରାଓ୍ୱଲପଡ଼ା ଅଞ୍ଚଳରେ ଜାନୁୟାରୀ ୨୫, ୧୯୯୦ରେ ହୋଇଥିବା ଗୁଳିକାଣ୍ଡରେ ଆତଙ୍କୀ ୟାସିନ୍‍ ମାଲିକ୍‍ ଗୁଳି ଚାଳନା କରିଥିବା ପ୍ରତ୍ୟକ୍ଷଦର୍ଶୀ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଏହି ଗୁଳିକାଣ୍ଡରେ ବାୟୁସେନା ଅଧିକାରୀ ରବି ଖାନ୍‍ଙ୍କ ସମେତ ୩ ଜଣ ଅଧିକାରୀଙ୍କ ହତ୍ୟା କରାଯାଇଥିଲା। ଏହା ସହ ଅନ୍ୟ ୨୨ ଜଣଙ୍କ ପ୍ରାଣ ଯାଇଥିଲା। ଏ ଘଟଣାକୁ ନିଜ ଆଖିରେ ଦେଖିଥିବା ବାୟୁସେନା ଷ୍ଟାଫ୍‍ ଉମେଶ୍ୱର ସିଂହ ସିବିଆଇ ସ୍ୱତନ୍ତ୍ର କୋର୍ଟରେ ନିଜର ସାକ୍ଷ୍ୟ ବୟାନ ପ୍ରଦାନ କରିଛନ୍ତି। 

6.ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍‍ଙ୍କୁ ୫ମ ନୋଟିସ ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ଗୁରୁବାର ଦିନ ଶ୍ରୀ କେଜ୍ରିଓ୍ୱାଲ ୪ର୍ଥ ନୋଟିସକୁ ବେଆଇନ କହି ପ୍ରତ୍ୟାଖ୍ୟାନ କରିଥିଲେ। ବେଆଇନ ଅର୍ଥ କାରବାର ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଛି ଇଡି। 

7. ଭାରତର ପ୍ରଥମ ମହାକାଶ କେନ୍ଦ୍ରପାଇଁ ଆସନ୍ତା ବର୍ଷଠାରୁ ପରୀକ୍ଷଣ ଆରମ୍ଭ ହେବ। ୨୦୨୮ ସୁଦ୍ଧା ଏହା ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଅନୁସାରେ ଶିଳ୍ପ ପାର୍ଟନରଙ୍କୁ ଆବଶ୍ୟକ ନିର୍ମାଣ ଯୋଗାଣ ପାଇଁ କଥାବାର୍ତ୍ତା ଚାଲିଥିବା ଇସ୍ରୋ ମୁଖ୍ୟ ଏସ୍‍ ସୋମନାଥନ କହିଛନ୍ତି। 

8. ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଦେଶ ଏକ ନିର୍ବାଚନ କମିଟି ଏହାର ରିପୋର୍ଟ ଖୁବ୍‍ ଶୀଘ୍ର ପ୍ରଦାନ କରିବ। ଲୋକସଭା ନିର୍ବାଚନ ପୂର୍ବରୁ ଏହି ରିପୋର୍ଟ ପ୍ରଦାନ କରାଯିବା ସମ୍ଭାବନା ରହିଛି। ଏହି କମିଟି ୬ ଜାତୀୟ ସ୍ତରର ରାଜନୀତିକ ଦଳ ଏବଂ ୩୩ଟି ଆଞ୍ଚଳିକ ଦଳ, ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ, ବିଚାରକ ମଣ୍ଡଳୀ, ନିର୍ବାଚନ ଆୟୁକ୍ତଙ୍କ ମତାମତକୁ ନିଜ ରିପୋର୍ଟରେ ସାମିଲ୍‍ କରିଛି। 

9. ମଣିପୁର ହିଂସା ପୁଣିଥରେ ଚରମସୀମାରେ ପହଞ୍ଚିଛି। ହିସା ଯୋଗୁ ଗତକାଲି ୫ଜଣ ମାଇତି ସମ୍ପ୍ରଦାୟର ଲୋକଙ୍କ ପ୍ରାଣ ଯାଇଛି। ଏହାସହ ଅନେକ ସୁରକ୍ଷା କର୍ମୀ ମଧ୍ୟ ଆହତ ହୋଇଛନ୍ତି। ଗତକାଲି ୩ଜଣ ପୁଲିସ କମାଣ୍ଡୋ ନିହତ ହୋଇଥିଲେ।

10. ଏଣିକି ଆଣ୍ଟିବାୟୋଟିକ୍‍ ପରାମର୍ଶ ଦେବା ପୂର୍ବରୁ କାହିଁକି ତାହା ଲେଖିଛନ୍ତି ତାହାର କାରଣ ଦର୍ଶାଇବେ। ଲୋକଙ୍କ ଶରୀରରେ ଔଷଧ ପ୍ରତିରୋଧ ଶକ୍ତି ବଢ଼ିବାରୁ ସରକାର ଡାକ୍ତରମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ମେଡିସିନ ବିକ୍ରେତାଙ୍କୁ ବିନା ଡାକ୍ତରୀ ପରାମର୍ଶରେ ଆଣ୍ଟି ବାୟୋଟିକ୍‍ ନ ବିକ୍ରି କରିବାକୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

Also Read- ଦୁଃଖଦ ଖବର: ଯୁବ ସାମ୍ୱାଦିକ ଗଜମୋହନ ଗରଡିଆଙ୍କ ପରଲୋକ

Also Read- Ollywood News: ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନର ବାର୍ଷିକୋତ୍ସବ