ଦୁଃଖଦ ଖବର: ଯୁବ ସାମ୍ୱାଦିକ ଗଜମୋହନ ଗରଡିଆଙ୍କ ପରଲୋକ
Advertisement
Article Detail0/zeeodisha/odisha2066724

ଦୁଃଖଦ ଖବର: ଯୁବ ସାମ୍ୱାଦିକ ଗଜମୋହନ ଗରଡିଆଙ୍କ ପରଲୋକ

ମୃତ୍ୟୁର ଠିକ୍ ଦିନକ ପୂର୍ବରୁ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ବୁଧବାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇଥିଲେ ଗଜମୋହନ । ଚିକିତ୍ସାଧିନ ଅବସ୍ଥାରେ ଗୁରବାର ସନ୍ଧ୍ୟା ୭ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଦୁଃଖଦ ଖବର: ଯୁବ ସାମ୍ୱାଦିକ ଗଜମୋହନ ଗରଡିଆଙ୍କ ପରଲୋକ

ରାୟଗଡା: ଓଡ଼ିଆ ଗଣମାଧ୍ୟମରେ ଅତି ପରିଚିତ ଚେହେରା ତଥା ଯୁବ ସାମ୍ୱାଦିକ ଗଜମୋହନ ଗରଡିଆ (Gajamohan garadia) ଆଉ ନାହାନ୍ତି । ଗୁରବାର ସନ୍ଧ୍ୟା ସମୟରେ ହୃଦଘାତରେ ଗଜମୋହନଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁର ଠିକ୍ ଦିନକ ପୂର୍ବରୁ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ବୁଧବାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇଥିଲେ ଗଜମୋହନ । ଚିକିତ୍ସାଧିନ ଅବସ୍ଥାରେ ଗୁରବାର ସନ୍ଧ୍ୟା ୭ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ମାତ୍ର ୩୫ ବର୍ଷ ବୟସରେ ଗଜମୋହନଙ୍କୁ ହରାଇ ପରିବାର ଏବଂ ବନ୍ଧୁ ପ୍ରିୟଜନଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ସୂଚନା ମୁତାବକ,  ଜଣେ ଦକ୍ଷ ସାମ୍ୱାଦିକ ଭାବରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଜଣେ ସହୃଦୟ ବ୍ୟକ୍ତି ଭାବେ ସଭିଙ୍କ ପ୍ରିୟ ଥିଲେ ଗଜମୋହନ । ଅନେକ ଆଲବମରେ ଅଭିନୟ କରି ନିଜର ପରାକାଷ୍ଠା ଦେଖାଇଛନ୍ତି ଗଜମୋହନ । ପୂର୍ବରୁ ଜୀ ଓଡ଼ିଶା ନ୍ୟୁଜରେ କାର୍ଯ୍ୟ କରିଥିବା ଗଜମୋହନ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ଦକ୍ଷତାର ସହ ନିଜ ଦାୟିତ୍ୱ ସମ୍ପାଦନ କରିଛନ୍ତି । ରାୟଗଡା ଜିଲ୍ଲା ସାମ୍ୱାଦିକଙ୍କ ସମେତ ଅନେକ ରାଜନେତା, ଗଣମାଧ୍ୟମ ସହିତ ଜଡିତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଗଜମୋହନଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି । ଗଜମୋହନଙ୍କ ପରିବାରରେ ତାଙ୍କ ପତ୍ନୀ ଏବଂ ଛୋଟ ଝିଅ ଅଛନ୍ତି । ଜୀ ଓଡ଼଼ିଶା ନ୍ୟୁଜ ପକ୍ଷରୁ ଗଜମୋହନ ଗରଡିଆଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ।

Also Read- Ollywood News: ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନର ବାର୍ଷିକୋତ୍ସବ

Also Read- Srimandir: ପତିତବାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୂଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ