Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ଆଜି ଦିନର ୧୦ଟି ବଡ଼ ଖବର
Advertisement
Article Detail0/zeeodisha/odisha2397209

Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ଆଜି ଦିନର ୧୦ଟି ବଡ଼ ଖବର

Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ଆଜି ଦିନର ୧୦ଟି ବଡ଼ ଖବର

Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ଆଜି ଦିନର ୧୦ଟି ବଡ଼ ଖବର

H.N.1-କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରସଙ୍ଗ। ସାରା ଦେଶରେ ହଙ୍ଗାମାକୁ ଦୃଷ୍ଟିରେ ରଖି ଓଡିଶାର ସମସ୍ତ ହସ୍ପିଟାଲ ଓ ମେଡିକାଲ କଲେଜ ପାଇଁ ସ୍ୱତନ୍ତ୍ର ଏସଓପି ଅଣାଯାଉଛି। ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ(Govt & Private Hospital) ପାଇଁ ଏହି ଏସଓପି କଡାକଡି ଭାବେ ଲାଗୁ ହେବ ବୋଲି ଡିଏମଇଟି ଡାକ୍ତର ସନ୍ତୋଷ ମିଶ୍ର(dr. Santosh Mishra) କହିଛନ୍ତି। କୋଲକାତାରେ ଯେଭଳି କାଣ୍ଡ ହେଲା ସେଭଳି କାଣ୍ଡର ଯେଭଳି ପୁଣି ଥରେ ନ ହୁଏ ସେଥିପାଇଁ ଏସଓପିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ହସ୍ପିଟାଲ ଓ ମେଡିକାଲ କଲେଜରେ କେଉଁଠି ପୋଲିସ କିମ୍ବା ଅନ୍ଯ ସିକ୍ୟୁରିଟି ମୁତୟନ ହେବେ, କେଉଁଠି କେମିତି ଆଲୋକର ବ୍ୟବସ୍ଥା ହେବ ସେଭଳି ନିୟମାବଳୀ ରହିବ ।

H.N.2- ପ୍ରତିବର୍ଷ ସମସ୍ତ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମା ଦିବସ ଏବଂ ଅନ୍ତର୍ଜାତୀୟ ମହିଳା ଦିବସ (୮ମାର୍ଚ୍ଚ)ରେ ୫,୦୦୦ ଟଙ୍କା ଲେଖାଏଁ ବାର୍ଷିକ ମୋଟ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ । ତେଣୁ, ପାଞ୍ଚ ବର୍ଷରେ ଜଣେ ଯୋଗ୍ୟ ମହିଳା ହିତାଧିକାରୀ ମୋଟ ୫୦,୦୦୦ ଟଙ୍କା ପାଇବେ । ସହାୟତା ପ୍ରଦାନରେ ସ୍ୱଚ୍ଛତାକୁ ନିଶ୍ଚିତ କରିବା ପାଇଁ ଆଧାର ପେମେଣ୍ଟ ବ୍ରିଜ୍ ସିଷ୍ଟମ (ଏପିବିଏସ) ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନଙ୍କ ଆଧାର ସକ୍ଷମ ଏକକ ଧଘାରକ (ଡିବିଟି) ବ୍ୟାଙଘ୍କ ଆକାଉଣ୍ଟରୁ ସିଧାସଳଖ ଆର୍ଥିକ ସହାୟତା ପଠାଯିବା ସଙ୍ଗେ ସଙ୍ଗେ ହିତାଧିକାରୀଙ୍କୁ ଏକ ସୁଭଦ୍ରା ଡେବିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯିବ। ଡିଜିଟାଲ୍ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟର ପ୍ରତ୍ୟକ ଗ୍ରାମ ପଞ୍ଚାୟତ ଏବଂ ଉର୍ବାନ ଲୋକାଲ ବଡିରେ ସର୍ବାଧିକ ପରିମାଣର ଡିଜିଟାଲ୍ କାରବାର କରିଥିବା ୧୦୦ ଜଣ ହିତାଧିକାରୀଙ୍କୁ ଅତିରିକ୍ତ ୫୦୦ ଟଙ୍କା ରାଶି ରୂପେ ପ୍ରଦାନ କରାଯିବ।

H.N.3-ଅନୁଗୁଳ-ଛେଣ୍ଡିପଦା ୬୩ନମ୍ବର ରାଜ୍ୟ ରାଜପଥର କୁଦୁପାଳ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ଗ୍ରାମବାସୀ ଟାୟାର ଜାଳି ରାସ୍ତାରୋକ ଆନ୍ଦୋଳନ କରିଛନ୍ତି।କୁଦପାଳ ଗାଁର କିଶୋରୀ ନାଏକ(୩୭) କୋଶଳାରୁ ଅପେରା ଦେଖି ଘରକୁ ଫେରୁଥିଲେ। ଫେରିବା ସମୟରେ ଗାଁ ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ କିଶୋରୀ ମୃତ୍ୟୁବରଣ କରିଥିଲେ। କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

H.N.4-ଜାତୀୟ ରାଜଧାନୀ ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଶୁକ୍ରବାର ସକାଳରୁ ବର୍ଷା ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ପ୍ରବଳ ବର୍ଷା ହେତୁ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଏହି ସମୟ ମଧ୍ୟରେ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଏକ ସତର୍କ ସୂଚନା ଜାରି କରିଛି। ଦିଲ୍ଲୀର ଅନେକ ଅଞ୍ଚଳ ପାଇଁ ଆଇଏମଡି ୟେଲୋ ଆଲର୍ଟ ଜାରି କରିଛି।ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ଶୁକ୍ରବାର ଦିନ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୨୬.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ବର୍ଷା ହେତୁ ଦିଲ୍ଲୀର ଆର୍ଦ୍ରତା ସ୍ତର ୮୫ ପ୍ରତିଶତ ରହିଛି।ଆଇଏମଡି ଗୁରୁବାର ଦିନ ଦିଲ୍ଲୀକୁ 'ଗ୍ରୀନ୍ ଜୋନ୍'ରେ ସ୍ଥାନିତ କରିଛି। ଶୁକ୍ରବାର ଦିନ ଚେତାବନୀ ସ୍ତର 'ୟେଲୋ ଆଲର୍ଟ'କୁ ବୃଦ୍ଧି କରାଯାଇଛି।

H.N.5-ନେପାଳରେ ଭୟଙ୍କର ବସ୍ ଦୁର୍ଘଟଣା। ଉତ୍ତରପ୍ରଦେଶର ବସ୍ ଟି ମାର୍ସଙ୍ଗଗଦି ନଦୀକୁ ଖସି ପଡ଼ିଛି। ଏହି ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି। ପୋଖରାରୁ କାଠମାଣ୍ଡୁ(Kathamandu) ଯାଉଥିବା ବେଳେ ତାନାହୁନ୍ ଜିଲ୍ଲାରେ ଏହି ବଡ଼ ଅଘଟଣ ଘଟିଛି। ବସ୍ ର ରେଜିଷ୍ଟ୍ରେସନ ନମ୍ବର ଉତ୍ତର ପ୍ରଦେଶର(UP)। ନମ୍ବରଟି ହେଲା UP FT 7623। ତେଣୁ ଉତ୍ତର ପ୍ରଦେଶ ଏହି ଦୁର୍ଘଟଣା ସଂପର୍କରେ ନେପାଳ ସରକାର ସହିତ ଯୋଗାଯୋଗ କରିଛନ୍ତି। ୧୪ ଜଣ ଲୋକଙ୍କ ମୃତ୍ଯୁ ହୋଇଥିବା ଆଶଙ୍କା କରାଯାଉଛି। ନେପାଳ ସେନା ସେଠାରେ ପହଞ୍ଚି ଉଦ୍ଧାର କାମରେ ଲାଗିଛି।

H.N.6-ଅଯୋଧ୍ୟାରେ ଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିରକୁ ଗୋଟିଏ ବର୍ଷରେ ୩୬୩ କୋଟି ଟଙ୍କା ଦାନ ଆକାରରେ ମିଳିଛି । ବିଦେଶରେ ରହୁଥିବା ରାମ ଭକ୍ତମାନେ ପ୍ରଭୁଙ୍କୁ ୧୦.୪୩ କୋଟି ଟଙ୍କା ଦାନ ସ୍ୱରୂପ ଉତ୍ସର୍ଗ କରିଛନ୍ତି। ଏଥିସହ ଚେକ୍ ଏବଂ ନଗଦ ଆକାରରେ ପ୍ରାୟ ୫୩ କୋଟି ଟଙ୍କା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପାଇଁ ମିଳିଛି । ରାମ ମନ୍ଦିରରେ ରହିଥିବା ଦାନ ବାକ୍ସରୁ ପ୍ରାୟ ୨୪.୫୦ କୋଟି ଟଙ୍କା ସଂଗ୍ରହ କରାଯାଇଛି । ତୀର୍ଥକ୍ଷେତ୍ର ଟ୍ରଷ୍ଟର ବିଭିନ୍ନ ଆକାଉଣ୍ଟ ମାଧ୍ୟମରେ ୭୧ କୋଟି ଟଙ୍କା ଅନଲାଇନରେ ମିଳିଛି । କେବଳ ଏତିକି ନୁହେଁ, ବ୍ୟାଙ୍କରେ ଜମା ହୋଇଥିବା ୨୬୦୦ କୋଟି ଟଙ୍କା ଉପରେ ସୁଧ ହିସାବରେ ୨୦୪ କୋଟି ଟଙ୍କା ପ୍ରଭୁ ଶ୍ରୀରାମଙ୍କୁ ପ୍ରଦାନ କରାଯାଇଛି। ୧ ଅଗଷ୍ଟ ୨୦୨୩ ରୁ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ମଧ୍ୟରେ ରାମ ମନ୍ଦିରରେ ହୋଇଥିବା କଲେକ୍ସନ ବାବଦରେ ଶ୍ରୀ ରାମ ଜନ୍ମଭୂମୀ ତିର୍ଥ କ୍ଷେତ୍ର ଟ୍ରଷ୍ଟ ୨୨ ଅଗଷ୍ଟରେ ଆୟ ଏବଂ ବ୍ୟୟର ତଥ୍ୟ ରଖିଛି

H.N.7-ବିରୋଧୀ ଦଳରେ ବସିବା ପରେ ସମ୍ପୂର୍ଣ୍ଣ ୟୁଟର୍ନ ନେଇଛି ବିଜୁ ଜନତା ଦଳ। ଯେଉଁ ପାର୍ଟି ବିଧାନସଭାରେ ଶୃଙ୍ଖଳା, ନୈତିକତା କଥା କହୁଥିଲା ତାହା ଏବେ ସେତେବେଳର ବିଶୃଙ୍ଖଳାକୁ ଆପଣାଇଛି। ଗୃହର ମଧ୍‍ୟଭାଗରେ ନାରା ଲଗାଇବା ଶାନ୍ତିପୂର୍ଣ୍ର ପ୍ରତିବାଦ କରିବା ବଦଳରେ କ୍ୟାମେରା ଆଗରେ ବାଚସ୍ପତିଙ୍କ ଟେବଲ ଉପରେ ଚଢ଼ିବା ଭଳି ଅଶୋଭନୀୟ କାଣ୍ଡ ଘଟାଇଥିବା ପରିଲକ୍ଷିତ ହୋଇଛି। ପୁଣି ଏପରି ଘଟଣା ବିଧାନସଭାର ଲାଇଭ୍‍ ବ୍ରଡ୍‍କାଷ୍ଟ ହୋଉଥିବା ସମୟରେ ହିଁ ଆୟୋଜନ କରାଯାଉଛି। ଦିନେ ନୁହେଁ କି ଦୁଇଦିନ, ଲଗାତାର ଏହି ଆଚରଣ ଯୋଗୁ ପ୍ରଶ୍ନୋତ୍ତର କାଳ ବାଧାପ୍ରାପ୍ତ ହେଉଛି। ଆଉ ଯେତେବଳେ ପ୍ରଶ୍ନୋତ୍ତର କାଳ ଶେଷ ହେଉଛି ସେତେବଳେ ପୁଣି ଆଲୋଚନାରେ ଭାଗ ନେଉଛନ୍ତି।

H.N.8-ଆସନ୍ତା କାଲି ଶନିବାର ଦିନ ରେଖା ପଞ୍ଚମୀ ପାଳନ କରାଯିବ। ଏହି ହେତୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କ ମସ୍ତକରେ ରାହୁ ରେଖା ଲାଗି ହେବାର ବିଧି ରହିଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଦର୍ଶନ ବନ୍ଦ ରହିବ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ରେଖା ପଞ୍ଚମୀ ପାଳନ କରାଯାଇଥାଏ। ଏହିଦିନ ଯେଉଁ ରାହୁ ରେଖାକୁ ରଥଯାତ୍ରା ପୂର୍ବରୁ ଶ୍ରୀଜୀଉମାନଙ୍କ ମସ୍ତକରୁ କାଢ଼ି ନିଆଯାଇଥାଏ ତାହାକୁ ପୁଲିଥରେ ଲାଗି କରାଯାଏ। ଏହି ନୀତି  ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ଆରମ୍ଭ ହେବ। ଏଥିଲାଗି ପ୍ରାୟ ଅପରାହ୍ଣ ୨ ଘଟିକା ସ୍ଥିର କରାଯାଇଛି। ଏହି ସମୟରେ ରାହୁରେଖା ଲାଗି କରାଯିବ।

H.N-9-କଟକ ଏସ୍‌ସିବି ମେଡିକାଲ କଲେଜରେ ଇସିଜି ନାଁରେ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଡାକ୍ତରଙ୍କୁ ବହିଷ୍କାର କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ଗିରଫ ହୋଇଥିବା ଡାକ୍ତର ଠାକୁର ଦିଲବାଗ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଏସ୍‌ସିବି ମେଡିକାଲ କଲେଜର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ହୋଇଛି । ଏ ସମ୍ପର୍କରେ ଡିଏମ୍‌ଇଟି ଡାକ୍ତର ସନ୍ତୋଷ ମିଶ୍ର କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଠିତ କମିଟି ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲା । ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇଥିଲା, ଯେଉଁଥିରେ ତାଙ୍କର ସମ୍ପୃକ୍ତି ନେଇ ପ୍ରମାଣ ମିଳିଛି ।

H.N.10-ବାଂଲାଦେଶର ଷ୍ଟାର କ୍ରିକେଟର ଶାକିବ ଅଲ ହାସନଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ପ୍ରଥମେ ନିଜ ଦେଶରେ ଜନତାଙ୍କ ବିଦ୍ରୋହ ଓ ଏବେ ତାଙ୍କୁ ଉପରେ ଲାଗିଛି ହତ୍ୟା ଅଭିଯୋଗ। ତାଙ୍କ ଦେଶରେ ଏକ ହତ୍ୟା ମାମଲାରେ ତାଙ୍କ ନାଁ ସାମ୍ନାକୁ ଆସିଛି। ଶାକିବ ରୁବେଲ ଇସଲାମ ହତ୍ୟାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ପୋଲିସ ମଧ୍ୟ ଏଫଆଇଆର ରୁଜୁ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଅଗଷ୍ଟ ୨ ରେ ରୁବେଲ ଇସଲାମଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ଶାକିବ ଅଲ ହାସନ ଏବଂ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନାଁ ମଧ୍ୟ ଆସିଛି।