Top 10 News: ଜାଣନ୍ତୁ ଆଜି ସକାଳର କିଛି ଗୁରୁତ୍ୱପୂର୍ଣ୍ଣ ଖବର..
Advertisement
Article Detail0/zeeodisha/odisha2498472

Top 10 News: ଜାଣନ୍ତୁ ଆଜି ସକାଳର କିଛି ଗୁରୁତ୍ୱପୂର୍ଣ୍ଣ ଖବର..

Top 10 News: ଜାଣନ୍ତୁ ଆଜି ସକାଳର କିଛି ଗୁରୁତ୍ୱପୂର୍ଣ୍ଣ ଖବର..

Top 10 News: ଜାଣନ୍ତୁ ଆଜି ସକାଳର କିଛି ଗୁରୁତ୍ୱପୂର୍ଣ୍ଣ ଖବର..

1.Subhadra Yojana money by Nov end: ନଭେମ୍ବର ଶେଷ ସପ୍ତାହରେ ୨୦ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବାକୁ ଥିବା ବେଳେ ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବ। ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତେବେ ଡିସେମ୍ବର ଶେଷ ସୁଦ୍ଧା କୋଟିଏରୁ ଉର୍ଦ୍ଧ୍ବ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର। ଖାରଜ ହୋଇଥିବା ଆବେଦନର ରି-ଚେକ୍ ପାଇଁ ବିଡ଼ିଓଙ୍କୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ୱ ଦିଆଯାଇଛି। ଜିଲ୍ଲାସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନେଇ ତିନି ଜଣିଆ କମିଟି ଗଠନ କରାଯାଇଛି। ଆବେଦନ ଖାରଜ ହୋଇଥିବା ହିତାଧିକାରୀଙ୍କୁ ଅଙ୍ଗନବାଡ଼ି ଦିଦିଙ୍କ ମାଧ୍ୟମରେ ନୋଟିସ୍ ହେବ। 

2.Accident News: ଢେଙ୍କାନାଳ ଜିଲ୍ଲାରେ ହାତୀଙ୍କ ପାଇଁ କାଳ ହୋଇଛି ରେଳ। ବିଳମ୍ବିତ ରାତି ପ୍ରାୟ ୧୨ଟ‌ାରେ ସଦର ରେଞ୍ଜ ଓଡ଼ାପଡ଼ା ବ୍ଲକ୍‌ ଅନ୍ତର୍ଗତ ଚିନ୍ତାପୋଖରୀ ନିକଟରେ ହାତୀପଲ ରେଳଧାରଣା ଅତିକ୍ରମ କରିବା ସମୟରେ ଏକ କୋଇଲା ବୋଝେଇ ଟ୍ରେନ୍‌ ଧକ୍କାରେ ଦନ୍ତାହାତୀର ମୃତ୍ୟୁ ଘଟିଛି।

3.Weather Report: ବଦଳିବ ରାଜ୍ୟର ପାଣିପାଗ, ଜାଣନ୍ତୁ କେବେଠୁ ରାଜ୍ୟରେ ପଡ଼ିବ ଥଣ୍ଡା...ରାଜ୍ୟରେ ଜାରି ରହିଥିବା ମେଘୁଆ ପାଗ ଧିରେ ଧିରେ ବଦଳିବାରେ ଲାଗିଛି। ଆସନ୍ତା ୩୧ ତାରିଖରୁ ଉତ୍ତର ଭାରତରୁ ଥଣ୍ଡା ପବନ ବହିବାକୁ ଥିବାରୁ ଭୁବନେଶ୍ବର ସମେତ ଉପକୂଳ ଜିଲ୍ଲାଗୁଡ଼ିକରେ ନଭେମ୍ବର ୧ରୁ ୫ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ଦୁଇ ଡିଗ୍ରି କମିବା ନେଇ ଲପୂର୍ବାନୁମାନ କରାଯାଇଛି। ଆସନ୍ତା କିଛିଦିନରେ ହାଲୁକା କୁହୁଡ଼ି ଓ ଶିଶିରପାତ ବଢ଼ିପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ‌ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। 

4.ଦିଲ୍ଲୀ-ଏନ୍‌ସିଆର୍‌ରେ ବାୟୁର ଗୁଣବତ୍ତା ଖରାପ ହେଉଥିବା ବେଳେ ଏକ ସଦ୍ୟତମ ସର୍ବେକ୍ଷଣରୁ ଜଣାପଡିଛି ଯେ ୬୯ ପ୍ରତିଶତ ପରିବାରର ଜଣେ କିମ୍ବା ଅଧିକ ସଦସ୍ୟ ତଣ୍ଟି ଦରଜ ଓ କାଶ ସମେତ ପ୍ରଦୂଷଣଜନିତ ରୋଗରେ ପୀଡ଼ିତ ଅଛନ୍ତି। ଦୀପାବଳି ରାତିରେ ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣର ମାତ୍ରା ଅଧିକ ଥିବା ବେଳେ ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ସର୍ବାଧିକ ୯୯୯କୁ ବୃଦ୍ଧି ପାଇଛି। 

5.India responded to US sanctions: ନିକଟରେ ଭାରତୀୟ ସଂସ୍ଥା ଉପରେ ଲାଗୁ ହୋଇଥିବା ଆମେରିକାର ପ୍ରତିବନ୍ଧକ ଉପରେ ଶନିବାର ଦିନ ଭାରତର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏହି ପ୍ରସଙ୍ଗରେ ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଭାରତୀୟ କମ୍ପାନୀଗୁଡିକ କୌଣସି ଜାତୀୟ ନିୟମ ଉଲ୍ଲଂଘନ କରିନାହାଁନ୍ତି। ସୂଚନାଯୋଗ୍ୟ ଯେ U.S. ସ୍ୱରାଷ୍ଟ୍ର ବିଭାଗ ଘୋଷଣା କରିଥିବା ଏହି କଟକଣା ମଧ୍ୟରେ ୧୯ଟି ଭାରତୀୟ କମ୍ପାନୀ ଏବଂ ଦୁଇ ଜଣ ବ୍ୟକ୍ତି ଅଛନ୍ତି। ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମୟରେ ଋଷ ସେନାକୁ ସାମରିକ ଉପକରଣ ଏବଂ ପ୍ରଯୁକ୍ତିବିଦ୍ୟା ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି।

6.encounter in kashmir srinagar anantnag: ଜମ୍ମୁ କାଶ୍ମୀରର ଅନନ୍ତନାଗରେ ସୁରକ୍ଷା ବାହିନୀ ବଡ଼ ସଫଳତା ହାସଲ କରିଛି। ଅନନ୍ତନାଗରେ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସର ମିଳିତ ଅପରେସନରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ ହତ୍ୟା କରାଯାଇଥିବା ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ବିଦେଶୀ ହେବାର ସମ୍ଭାବନା ରହିଛି।

7.encounter in kashmir srinagar anantnag: ଜମ୍ମୁ କାଶ୍ମୀରର ଅନନ୍ତନାଗରେ ସୁରକ୍ଷା ବାହିନୀ ବଡ଼ ସଫଳତା ହାସଲ କରିଛି। ଅନନ୍ତନାଗରେ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସର ମିଳିତ ଅପରେସନରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ ହତ୍ୟା କରାଯାଇଥିବା ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ବିଦେଶୀ ହେବାର ସମ୍ଭାବନା ରହିଛି।

8.Rupa:ଶନିବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ମିଳିଛି ଖୁସି ଖବର। ୬ ବର୍ଷ ବୟସର ଧଳାବାଘୁଣୀ ‘ରୂପା’ ତୃତୀୟ ଥର ପାଇଁ ମା’ ହୋଇଛି ଏବଂ ୪ ଶାବକ ଜନ୍ମଦେଇଛି। ବିରଳ କଳାବାଘ କ୍ରିଷ୍ଣା ଔରସରୁ ରୂପା ଏହି ୪ ସନ୍ତାନ ଜନ୍ମଦେଇଛି।

9.Winter:କନ୍ଧମାଳ ଜିଲ୍ଲାରେ ଶୀତର ପହିଲି ସ୍ପର୍ଶ ଅନୁଭୂତ ହୋଇଛି। ଗତକାଲି ଠାରୁ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ଆଜି ସକାଳୁ ସକାଳୁ ଥଣ୍ଡା ଅନୁଭୂତ ହୋଇଛି। ଦିନରେ ସାମାନ୍ୟ ଗ୍ରୀଷ୍ମ ଅନୁଭୂତ ହେଉଥିବା ବେଳେ ରାତିରେ ଶୀତ ଲାଗୁଛି।

10. IND vs NZ 3rd Test Day 2: ମୁମ୍ବାଇ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ଶେଷ ହୋଇଛି। ଦ୍ୱିତୀୟ ଦିନ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ୯ ୱିକେଟ୍ ହରାଇ ୧୭୧ ରନ୍ ସଂଗ୍ରହ କରିଛି। ଏହା ଯୋଗୁଁ କିୱି ଦଳର ଅଗ୍ରଣୀ ୧୪୩ ରନ୍କୁ ବୃଦ୍ଧି ପାଇଛି।   ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଅଜାଜ ପଟେଲ ଏବଂ ୱିଲିୟମ୍ ଓରୁକେ ନ୍ୟୁଜିଲ୍ୟାଣ୍ଡ ପାଇଁ ନଟ୍ ଆଉଟ୍ ଅଛନ୍ତି। ଏଥି ସହ ରବିନ୍ଦ୍ର ଜାଡେଜା ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପାଇଁ ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି। ଜାଡେଜାଙ୍କୁ ୪ଟି ସଫଳତା ମିଳିଛି।