Top 10 News Today : ଆନ୍ଧ୍ର ଓ ତେଲେଙ୍ଗାନାରେ ବର୍ତଷା ବିତ୍ପାତ ହେତୁ ଭୁବନେଶ୍ୱରରୁ ଯାଉଥିବା ୪ ଟ୍ରେନ ବାତିଲ ଏବଂ ଅନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2410562

Top 10 News Today : ଆନ୍ଧ୍ର ଓ ତେଲେଙ୍ଗାନାରେ ବର୍ତଷା ବିତ୍ପାତ ହେତୁ ଭୁବନେଶ୍ୱରରୁ ଯାଉଥିବା ୪ ଟ୍ରେନ ବାତିଲ ଏବଂ ଅନ୍ୟ ମୁଖ୍ୟ ଖବର

Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

Top 10 News Today : ଆନ୍ଧ୍ର ଓ ତେଲେଙ୍ଗାନାରେ ବର୍ତଷା ବିତ୍ପାତ ହେତୁ ଭୁବନେଶ୍ୱରରୁ ଯାଉଥିବା ୪ ଟ୍ରେନ ବାତିଲ ଏବଂ ଅନ୍ୟ ମୁଖ୍ୟ ଖବର

1. ଦୁଷ୍କର୍ମ ମାଲାଗୁଡ଼ିକରେ ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଗୁରୁ୍ୱ ଦେଇଛନ୍ତି ରାଷ୍ଟପ୍ରତି ଦ୍ରୌପଦୀ ମୁର୍ମୁ। କୋଲକତାର ମହିଳା ଡାକ୍ତରଙ୍କ ଉପରେ ହୋଇଥିବା ଦୁଷ୍କର୍ମ ଓ ହତ୍ରା ମାମଲାର ଜୋରଦାର ପ୍ରତିବାଦ ଚାଲିଥିବା ବେଳେ ରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି। ଦୀର୍ଘ ଦିନ ଧରି ଦୁଷ୍କର୍ମ ମାମଲାଗୁଡ଼ିକ ବଡ଼ି ରହିବା ନ୍ୟାୟ ପାଳିକାଙ୍କ ପାଇଁ ଏକ ବଡ଼ ଆହ୍ୱାନ।ନ୍ୟାୟପାଳିକାରେ ସମ୍ବାଦନଶୀଳତାର ଅଭାବକୁ ଲୋକେ ଅନୁଭବ କରୁଛନ୍ତି। ଏଣୁ ଏଭଳି ପ୍ରକ୍ରିୟା ପ୍ରତି କୋର୍ଟ ଅଧିକ ଯତ୍ନବାନ ହେବା ଆବଶ୍ୟକ। ଅଦାଲତରେ ମୁଲତବୀ ସଂସ୍କୃତି ବଦଳାଇବା ଲାଗି ସେ ଆହ୍ୱାନ ଦେଇଛନ୍ତି। 

2. ଆନ୍ଧ୍ରପ୍ରଦେଶରେ ବନ୍ୟା ପରିସ୍ଥିତିକୁ ଦେଖ ଆଜି  ଓଡ଼ିଶାରୁ ଆନ୍ଧ୍ରକୁ ଯାଉଥିବା ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପୂର୍ବତଟ ରେଳବାଇ ପକ୍ଷରୁ ୧୭୦୧୫- ଭୁବନେଶ୍ୱର- ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସକୁ ବାତିଲ କରାଯାଇଛି। ସେହିପରି ୧୮୪୬୩ ଭୁବନେଶ୍ୱର ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ, ଭୁବନେଶ୍ୱର -ମୁମ୍ବାଇ କୋଣାର୍କ ଏକ୍ସପ୍ରେସ, ୨୦୮୦୫ ସମ୍ବଲପୁର-ନାନ୍ଦେଡ଼ ଏକ୍ସପ୍ରେସକୁ ଆଜି ବାତିଲ କରାଯାଇଛି। 

3. ବର୍ଷା ତାଣ୍ଡବ ହେତୁ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଛି। ସାଧାରଣ ଜୀବନଯାତ୍ରା ବ୍ୟାହତ ହେବା ସହ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।  ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ବିପଦଶଙ୍କୁଳ ସ୍ଥାନଗୁଡ଼ିକରୁ ଲୋକଙ୍କୁ ନିରାପଦ ସ୍ଥାନକୁ ଆଣିବାଲାଗି ଆଦେଶ ଦେିଛନ୍ତି। ଏହାଦ୍ୱାରା ୧୭ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇ ବନ୍ୟକୁ ମୁକାବିଲା କରିବା ଲାଗି ଯଥା ସମ୍ଭବ କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯି ବବୋ;ଲି ପ୍ରତିଶୃତି ଦେଇଛନ୍ତି। 

4. ଶବ୍ଦ ପ୍ରଦୂଷଣକୁ ରୋକିବା ଲାଗି ଏଥର ଦୁର୍ବାପୂଜାରେ କଟକଣା ଲଗାଯିବ। ଭସାଣୀ ସମୟ କୌଣସି ଡିଜେ ବାଜିପାରିବ ନାହିଁ। ଏପରିକି କେବଳ ୬ଟି ବକ୍ସରେ ଶୋଭାଯାତ୍ରା ସୀମିତ ରହିବ। ରାତି ୧୨ ଟାଏ ଭସାଣୀ ଚାଲିବ। ଦୁର୍ଗାପୂଜା ପାଇଁ କେହି ଚାନ୍ଦା ଆଦାୟ କରିପାରିବେ ନାହିଁ। ଏହାକୁ ଅପରାଧ ଭାବେ ବିବେଚନା କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଟକରେ ଦୁର୍ଗାପୂଜା ଶାନ୍ତ କମିଟି ବୈଠକରେ ଯୋଗ ଦେଇ ପୁଲିସ କମିଶନର ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଅକ୍ଟୋବର ୧୪ ତାରିଖରେ ଭସାଣୀ ଶୋଭାଯାତ୍ରା ଅନୁଷ୍ଠିତ ହେବ।
 
5. ଆସନ୍ତା ୫ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବୃତ୍ତି ପ୍ରଦାନ କରାଯିବ। ଚଳିତ ମାଟ୍ରିକ୍‍ ପରୀକ୍ଷାରେ ଓଡ଼ିଆ ଭାଷାରେ ସର୍ବାଧିକ ନମ୍ବର ରଖିଥିବା ପିଲାଙ୍କୁ ଏହି ବୃତ୍ତି  ପ୍ରଦାନ କରାଯିବ। ବ୍ଲକ୍‍, ପଞ୍ଚାୟତମ୍ୟୁନସିପାଲିଟି ସ୍ତରରେ ଏହି ପୁରସ୍କାର ପଅଦାନ କରାଯିବ। ପ୍ରାୟ ୭ ହଜାର ପିଲାଙ୍କୁ ଏହି ଭାଷାବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାଜ୍ୟସ୍ତରୀୟ ଭାଷାବୃତ୍ତି ପ୍ରଦାନ ଉତ୍ସବରେ ୩୦ ଜିଲ୍ଲାରୁ ବଛାହୋଇଥିବା ପିଲାଙ୍କୁ ପୁରସ୍କୃତ କରଯିବ।  ଖୋଦ ମୁଖ୍ୟମନ୍ତ୍ରୀ ଏହି ଉତ୍ସବରେ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିବା କାର୍ଯ୍ୟକ୍ରମ ରହିଛି।  

6. ଝାଡ଼ଖଣ୍ଡ ଅବକାରୀ ବିଭାଗରେ କନଷ୍ଟେବଳ ନିଯୁକ୍ତି ଲାଗି ହେଉଥିବା ଶାରିରୀକ ପରୀକ୍ଷାରେ ଯୋଗ ଦେଇ ୧୧ ଜଣ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି। ଖରାରେ ୧୦ କିଲୋମିଟର ଦଉଡ଼ିବା ତାଙ୍କ ପାଇଁ ମୃତ୍ୟୁର କାରଣ ହୋଇଥିବା ଜଣାପଡ଼ିଛି। ଆହୁରି ୧୦୦ ପ୍ରାର୍ଥୀ ଏହି ସମୟରେ ବେହୋସ ହୋଇଥିବେରୁ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଗଷ୍ଟା ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ନିଯୁକ୍ତି ପ୍ରକ୍ରିୟା ଆସନ୍ତା କାଲି ଶେଷ ହେବ। 

7. ଏବେ ଯାଏ ଭାରତର ଦ୍ରୁତଗାମୀ ଟ୍ରେନ ଭାବେ ସମ୍ମାନ ଅର୍ଜନ କରିଥିବା ବନ୍ଦେ ଭାରତ  ଏକ୍ସପ୍ରେସର ସ୍ଲିପର ବର୍ଗ ସାମ୍ନାକୁ ଆସିଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ନୂତନ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି। ଏହି ଟ୍ରେନର ଅଧିକ ପରୀକ୍ଷାମୂଳକ ଚାଳନା କରାଯିବ। ୧୬୦ କିଲୋମିଟର ବେଗରେ ଏହା ଯାତ୍ରୀଙ୍କୁ ପରିବହନ କରିବାର କ୍ଷମତା ରଖିଛି। ଏହି ନୂତନ ସଂସ୍କରଣ କ୍ରମେ ଗୋଟିଏ ଟ୍ରେନରେ ୧୬ଟି କୋଚ ରହିବ। ସେଥିରୁ ୧୧ଟି ଏସି ୩ଟିୟର ହୋଇଥିବା ବେଳେ ୪ଟି ୨ ଟିୟର ଏବଂ ୧ ଫାଷ୍ଟ କ୍ଲାସ୍ କମ୍ପାର୍ଟମେଣ୍ଟ ରହିବ। ସମୁଦାୟ ୮୨୩ଟି ସିଟ ଗୋଟିଏ ଟ୍ରେନରେ ରହିବ। 

8. କେରଳ କଂଗ୍ରେସରେ ମହିଳା କର୍ମୀ ଓ ନେତ୍ରୀମାନେ ଅନୁରୂପ ଭାବେ ଯୌନ ଶୋଷଣ ବା କାଷ୍ଟିଂ କାଉଚର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରି ଦଳରୁ ବହିଷ୍କୃତ ହୋଇଛନ୍ତି ବରିଷ୍ଠ ନେତ୍ରୀ ସିମି ରୋଜବେଲ ଜୋନ। ଏକ ଖବରକାଗଜ ’ମାତୃଭୂମି’କୁ ସାକ୍ଷାତକାର ଦେଇ ସିମି କହିଥିଲେ, କେରଳ ସିନେମା ଇଣ୍ଡଷ୍ଟି୍ରୀରେ ଯେଉଁଭଳି ଭାବେ ଅଭିନେତ୍ରୀ କାଷ୍ଟିଂ କାଉଚର ଶିକାର ହୋଇଛନ୍ତି ଠିକ୍‍ ସେହିଭଳି କେରଳ କଂଗ୍ରେସ ନେତ୍ରୀ ଓ କର୍ମୀମାନେ ଶିକାର ହୋଇଛନ୍ତି। 

9. ବେଙ୍ଗାଲୁରୁଠାରେ ଚାଲିଥିବା ୬୩ତମ ଜାତୀୟ ଓପନ ଆଥଲେଟିକ୍ସ ଚମ୍ପିୟାନଶିପରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି କଳାହାଣ୍ଡିର ଓଡ଼ିଆ ପୁଅ ଲାଲୁ ପ୍ରଦାଦ ଭୋଇ। ୪ ଗୁଣା ୧୦୦ ମିଟର ରିଲେ ଦୌଡ଼ ଏବଂ ୧୦୦ ମିଟର ଦୌଡ଼ରେ ସେ ପ୍ରଥମ ସ୍ଥାନ ଅଧିକାର କରି ଏହି ପଦକ ହାସଲ କରିଛନ୍ତି। 

10. ବାଣିଜ୍ୟିକ୍‍ ଗ୍ୟାସ ସିଲିଣ୍ଡର ପୁଣି ୩୯ ଟଙ୍କା ବୃଦ୍ଧି ପାଇଛି। କ୍ରମାଗତ ଭାବେ ଏହା ତୃତୀୟଥର ବୃଦ୍ଧି। ଏହି ହେତୁ ଦିଲ୍ଲୀରେ ଗୋଟିଏ ୧୯ କେଜି ସିଲିଣ୍ଡର ମୂଲ୍ୟ ୧୬୯୧ଟଙ୍କାରେ ପହଞ୍ଚିଛି। ଅପରପକ୍ଷେ ବିମାନ ଇନ୍ଧନ ମୂଲ୍ୟ ୪,୫ ପ୍ରତିଶତ ହ୍ରାସ ପାଇଛି।