Top 10 News Today: ଅତି ଭୀଷଣ ରୂପ ନେଇପାରେ ବାତ୍ୟା, କଂଗ୍ରେସ ନେତାଙ୍କ ନାଁରେ ଥାନାରେ ମାମଲା ଏବଂ ଅନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2475714

Top 10 News Today: ଅତି ଭୀଷଣ ରୂପ ନେଇପାରେ ବାତ୍ୟା, କଂଗ୍ରେସ ନେତାଙ୍କ ନାଁରେ ଥାନାରେ ମାମଲା ଏବଂ ଅନ୍ୟ ମୁଖ୍ୟ ଖବର

Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: ଅତି ଭୀଷଣ ରୂପ ନେଇପାରେ ବାତ୍ୟା, କଂଗ୍ରେସ ନେତାଙ୍କ ନାଁରେ ଥାନାରେ ମାମଲା ଏବଂ ଅନ୍ୟ ମୁଖ୍ୟ ଖବର

ଆଜି ଶପଥ ନେବେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ
ଆଜି ଶପଥ ନେବେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ। ଦ୍ୱିତୀୟଥର ପାଇଁ ନାୟବ ସିଂହ ସାଇନି ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେବେ। ଏଥିଲାଗି ରାଜ୍ୟପାଳଙ୍କୁ ଭେଟି ସେ, ଗୃହମନ୍ତ୍ରୀ ଅମିତଶାହ ଓ ଅନ୍ୟ ବିଧାୟକଙ୍କ ସହ ଭେଟି ସରକାର ଗଠନ ଲାଗି ଦାବିପତ୍ର ପ୍ରଦାନ କରିଛନ୍ତି। ହରିୟାଣାରେ ଏହା ହେବ ବିଜେପିର ଲଗାତାର ତୃତୀୟ ସରକାର। ଏହି ଶପଥଗ୍ରହଣ ସମାବେଶରେ ଯୋଗ ଦେବା ପାଇଁ ବିଭିନ୍ନ ଏନ୍‍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ ଯୋଗ ଦେବେ। 

ଯୋଗଦେବେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ
ଶପଥ ଗ୍ରହଣ ସମାବେଶ ପରେ ବିଜେପି ଶାସତ ମୁଖ୍ୟମନ୍ତ୍ରୀଙ୍କ ଏକ ବୈଠକ ହରିୟାଣାରେ ହେବେ। ଏହା ବିଜେପିର ଶକ୍ତି ପ୍ରଦର୍ଶନ ଭଳି ହେବ। ବିଭିନ୍ନ ରାଜନୀତିକ ସମସ୍ୟା ସହ କେନ୍ଦ୍ରୀୟ ନେତୃବୃନ୍ଦ ଏବଂ ମନ୍ତ୍ରୀ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଯେହେତୁ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ସ୍ଥିର ହୋଇଛି, ଏହି ବୈଠକକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହଣ କରାଯାଉଛି। 

ଭାରତକୁ ନେଇ ଆସିଲା ଟ୍ରୁଡୋଙ୍କ ବୟାନ
ଖଲିସ୍ତାନ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟାକାଣ୍ଡ ପଛରେ ଭାରତର ହାତ ରହିଛି ବୋଲି ଅଭିଯୋଗ କରି ଆସୁଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‍ ଟ୍ରୁଡ୍ୟୁ କହିଛନ୍ତି, ସେ ଭାରତକୁ କୌଣସି ସ୍ପଷ୍ଟ ପ୍ରମାଣ ଏ ବାବଦରେ ଦେଇ ନାହାନ୍ତି। ଯାହା ଭାରତକୁ ପ୍ରଦାନ କରାଯାଇଛି ତାହା ଗୁଇନ୍ଦା ଆଧାରିତ ତଥ୍ୟ। ଏ ବିଷୟକୁ ସେ କାନାଡ଼ାର ଏକ କମିସନ ଅଫ୍‍ ଏନ୍‍କ୍ୱାରୀ ( ତଦନ୍ତ କମିଶନ) ଆଗରେ ରଖିଛନ୍ତି। ଏହାପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଯାହା ଆମେ ପୂର୍ବରୁ କହୁଥିଲୁ ତାହା ଉପରେ ପ୍ରଧାନମନ୍ତ୍ରୀ ଟ୍ରୁଡ୍ୟୁଙ୍କ ବୟାନ ଆଧାରିତ। କାନାଡ଼ା ଆମକୁ କୌଣସି ପ୍ରମାଣ ଦେଇ ନାହିଁ। 

ନାଗରିକତା ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟରେ ବିଚାର
ଆଜି ସୁପ୍ରିକକୋର୍ଟରେ ଏକ ନାଗରିକତା ସଂଶୋଧନ ଆଇନକୁ ନେଇ ଏକ ବିକାର ତାରିଖ ସ୍ଥିର ହୋଇଛି। ଜଷ୍ଟିସ୍‍ ଡିଓ୍ୱାଇ ଚନ୍ଦ୍ରଚୂଡ଼ ସିଂହଙ୍କ ନେତୃତ୍ୱରେ ଏହି ସାମ୍ବିଧାନିକ ଖଣ୍ଡପୀଠ ନାଗରିକତା ଆଇନ ୧୯୫୫ର ଧାରା ୬ କ କୁ ବିଚାର କରିବ। ଏହି ଧାରା ରାଜୀବ ଗାନ୍ଧିଙ୍କ ସରକାର ୧୯୮୫ ମସିହାରେ ସ୍ୱାକ୍ଷର କରିଥିବା ‘ଆସାମ ଚୁକ୍ତି’ ସମ୍ବନ୍ଧରେ ଜଡ଼ିତ। 

ଦୁଷ୍କର୍ମ ବଳାତ୍କାର ଅପରାଧିକ ମାମଲାକୁ ନେଇ ହେବ ଶୁଣାଣୀ
ବୈବାହିକ ବଳାତ୍କାରକୁ ଅପରାଧିକ ମାମଲାଭୁକ୍ତ କରିବା ନେଇ ପୁଣିଥରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ସ୍ଥିର ହୋଇଛି। ଏହି ଅଭିଯୋଗରେ କୁହାଯାଇଛି ଯେ ବିବାହିତ ଦମ୍ପତିଙ୍କ କ୍ଷେତ୍ରରେ  ଏପରି ସୁରକ୍ଷା ଦିଆଯିବା ଦ୍ୱାରା ମହିଳାଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଛି। ସେମାନଙ୍କ ମର୍ଯ୍ୟାଦା ହାନୀ ହେଉଛି। 

ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବ ସଂସ୍କୃତି ବିଭାଗ
ରାଜ୍ୟର ବିଭିନ୍ନ ସ୍ଥାନରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବ ସଂସ୍କୃତି ବିଭାଗ। ଏନେଇ ବିଭାଗୀୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ  ଉଚ୍ଚସ୍ତରୀୟ ନିଷ୍ପତ୍ତି ନିଆଯାଇଛି। କେଉଁ ଜିଲ୍ଲାରେ କାହାର ପ୍ରତିମୂର୍ତ୍ତି ନିର୍ମାଣ ହେବ ସେ ନେଇ ମଧ୍ୟ ନିଷ୍ପତ୍ତି କରାଯାଇଛି। ବିଭିନ୍ନ ସଂଗଠନ ପକ୍ଷରୁ ଦିଆଯାଇଥିବା ଦାବିପତ୍ରକୁ ଆଧାର କରି ଏହା କରାଯାଇଛି। 

ବଢିଲା ମହଙ୍ଗା ଭତ୍ତା
କେନ୍ଦ୍ର ସରକାରଙ୍କ ଅଧୀନସ୍ଥ କର୍ମଚାରୀଙ୍କ ଲାଗି ଅତିରିକ୍ତ ୩ ପ୍ରତିଶତ ମହଙ୍ଗାଭତ୍ତା ଘୋଷଣା କରିଛନ୍ତି ସରକାର। ଏହାଦ୍ୱାରା କର୍ମଚାରୀଙ୍କ ମହଙ୍ଗାଭତ୍ତା ୫୩ ପ୍ରତିଶଷତକୁ ବଢ଼ିଛି। ଜୁଲାଇ ୧ ତାରିଖକୁ ପିଛିଲା ଭାବେ ଏହା ଲାଗୁ ହେବ।

ଅତି ଭୀଷଣ ରୂପ ନେଇପାରେ ବାତ୍ୟା!
ଓଡି଼ଶାକୁ ବାତ୍ୟା ଭୟ! ଛୋଟ ନୁହେଁ ବଡ଼ ବାତ୍ୟା ଆସୁଛି।  ପବନର ଝଟକା ଘଣ୍ଟାକୁ ୧୨୦ ରୁ ୧୬୦ କିମି ଯାଏଁ ରହିପାରେ।  କେନ୍ଦ୍ରୀୟ ବଙ୍ଗୋପସାଗରରେ  ସୃଷ୍ଟ ହେବାକୁ ଥିବା ଏହି ବାତ୍ୟା ସମୁଦ୍ରରୁ  ବଳ ଗୋଟେଇବ।  ଅତି ଭୀଷଣ ବାତ୍ୟା ରୂପ ନେଇପାରେ।  ଗ୍ଲୋବାଲ୍ ଫୋରକାଷ୍ଟ ସିଷ୍ଟମ୍ ମଡେଲ୍ ସାମ୍ଭାବ୍ୟ ବାତ୍ୟାକୁ ନେଇ ଏଭଳି ଆକଳନ କରିଛି।  କିନ୍ତୁ ଭାରତୀୟ ପାଣିପାଗ ବିଭାଗ  ବାତ୍ୟା ସୃଷ୍ଟିକୁ  ନେଇ କୌଣସି ପୂର୍ବାନୁମାନ କରିନି। 

ପ୍ରଭାରୀ ଅଜୟ କୁମାରଙ୍କ ସମେତ ୩ କଂଗ୍ରେସ ନେତାଙ୍କ ନାଁରେ ଥାନାରେ ମାମଲା
ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଅଜୟ କୁମାରଙ୍କ ସମେତ ପୂର୍ବତନ ପିସିସି ଅଧ୍ୟକ୍ଷ ଶରତ କୁମାର ପଟ୍ଟନାୟକ ଓ କଂଗ୍ରେସ ନେତା ବିଶ୍ୱରଞ୍ଜନ ମହାନ୍ତିଙ୍କ ବିରୁଦ୍ଧରେ ଦେଢ଼କୋଟି ଟଙ୍କାର ଠକେଇ ଅଭିଯୋଗରେ ଥାନାରେ ମାମଲା ରୁଜୁ ହୋଇଛି । ଭୁବନେଶ୍ୱର ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶରେ ଭରତପୁର ଥାନାରେ ବିଭିନ୍ନ ଦଫାରେ ପୁଲିସ ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଥିବା ଜଣାପଡ଼ିଛି ।

ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ଆଇନ ସମୀକ୍ଷା ଆୟୋଗ: ଆଇନ ମନ୍ତ୍ରୀ
ରାଜ୍ୟ ସରକାର ଖୁବଶୀଘ୍ର ଆଇନ ସମୀକ୍ଷା ଆୟୋଗ( ଲ’ ରିଭିଜନ କମିଶନ) ଗଠନ କରିବେ ବୋଲି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ମାସେ ଦେଢ଼ମାସ ମଧ୍ୟରେ ଲ’ ରିଭିଜନ କମିଶନ ଗଠନ ହେବ । ଯେଉଁ ଆଇନଗୁଡ଼ିକ ଅପ୍ରାସଙ୍ଗିକ ଓ ଅଦରକାରୀ ହୋଇପଡ଼ିଛି ତା’ର ସମୀକ୍ଷା ହେବା ଦରକାର । ସେଥିପାଇଁ ଲ’ ରିଭିଜନ କମିଶନ ଗଠନ ହେବାର ଆବଶ୍ୟକତା ଅନୁଭୂତ ହୋଇଛି । ଯେଉଁ ଆଇନ ଉପରେ ସରକାର ଚାଲେ ସେସବୁ ଆଇନଗୁଡ଼ିକର ନବୀକରଣ ଓ ସୁଧାର କରାଯାଇ ସାଧାରଣ ଲୋକଙ୍କ ପାଇଁ ଉପଯୋଗ କରାଯିବା ନିମନ୍ତେ କମିଶନ ନିଜର ମତ ଦେବେ ।