Top 10 News Today: ବନ୍ୟା ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ, ଖୋଲିବ ରତ୍ନଭଣ୍ଡାର, ସାଧାରଣ ଦର୍ଶନ ବନ୍ଦ, ବିଜେପି ନେତା ବିଶ୍ୱଭୂଷଣ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି ଏବଂ ଅନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2435190

Top 10 News Today: ବନ୍ୟା ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ, ଖୋଲିବ ରତ୍ନଭଣ୍ଡାର, ସାଧାରଣ ଦର୍ଶନ ବନ୍ଦ, ବିଜେପି ନେତା ବିଶ୍ୱଭୂଷଣ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି ଏବଂ ଅନ୍ୟ ମୁଖ୍ୟ ଖବର

Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: ବନ୍ୟା ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ, ଖୋଲିବ ରତ୍ନଭଣ୍ଡାର, ସାଧାରଣ ଦର୍ଶନ ବନ୍ଦ, ବିଜେପି ନେତା ବିଶ୍ୱଭୂଷଣ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି ଏବଂ ଅନ୍ୟ ମୁଖ୍ୟ ଖବର

H1. ଖୋଲିବ ରତ୍ନଭଣ୍ଡାର, ସାଧାରଣ ଦର୍ଶନ ବନ୍ଦ
ଆଜି ପୁଣି ଥରେ ଖୋଲିବ ରତ୍ନଭଣ୍ଡାର। ରତ୍ନଭଣ୍ଡାରର ଭିତର ଗୃହର ଯାଞ୍ଚ ପାଇଁ ଭଣ୍ଡାର ଗୃହ ଖୋଲାଯିବ। ଏଥିପାଇଁ ଆଜି ଦିନ ଗୋଟାଏରୁ ବନ୍ଦ ରହିବ ସାଧାରଣ ଦର୍ଶନ ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ନୋଟିସ ଜାରି କରାଯାଇ ସୂଚନା ପ୍ରଦାନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ଯାଞ୍ଚ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଯାଉଛି। ଫଳରେ ବୁଧବାର ମଧ୍ୟାହ୍ନ ଗୋଟାଏରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିର‌ରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଭକ୍ତମାନେ ସିଂହଦ୍ବାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କିଣି ଉତ୍ତରଦ୍ବାର ପାର୍ଶ୍ବରେ ପ୍ରସ୍ଥାନ କରିପାରିବେ ବୋଲି ସୂଚନାରେ କୁହାଯାଇଛି।

H2. ବନ୍ୟା ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ
ଲଗାଣ ବର୍ଷା ପ୍ରଭାବରେ ବୁଢାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ନଦୀସ୍ତର ବୃଦ୍ଧି ପାଇଛି। ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଗାଁରେ ପାଣି ପଶିଥିବାର ଖବର ମଧ୍ୟ ସାମ୍ନାକୁ ଆସିଛି। ଆଗକୁ ସୁବର୍ଣ୍ଣରେଖା ଜଳସ୍ତର ଆହୁରି ବଢିବ ବୋଲି କେନ୍ଦ୍ରୀୟ ଜଳ କମିଶନର ପୂର୍ବାନୁମାନ କରିଛନ୍ତି। ଫଳରେ ବସ୍ତା, ଭୋଗରାଇ, ବାଲିଆପାଳରେ ବନ୍ୟା ପରିସ୍ଥିତି ଦେଖାଦେଇପାରେ। ସେପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆକାଶ ମାର୍ଗରୁ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିପାରନ୍ତି। 

H3. ଦୁଷ୍କର୍ମ ଧମକ ଦେଇ ହରଡ଼ଘଣାରେ ଆଇଆଇସି
ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। କମିଶନରେଟ୍‌ ପୁଲିସ୍‌ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ସ୍ଥଳସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ। ଯାହାକୁ ନେଇ ହଲଚଲ୍ ପୂରା କମିଶନରେଟ୍‌ ପୁଲିସ। ଅଭିଯୋଗ ଅନୁସାରେ ଭରତପୁର ଥାନା ପୁଲିସ୍‌ ରାତି ତମାମ ସେନା ଅଧିକାରୀଙ୍କୁ ଲକ୍‌ଅପରେ ରଖିଲେ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିଲେ। ଏପରିକି ଦୁଷ୍କର୍ମ ଧମକ ମଧ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସେନା ଉଦ୍‌ବେଗ ପ୍ରକାଶ କରିବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି।

H4. ବିଜେପି ନେତା ବିଶ୍ୱଭୂଷଣ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି
ଅସୁସ୍ଥତା ହେତୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ହରିଚନ୍ଦନଙ୍କ ପୁଅ ତଥା ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କୁ ଫୋନ୍ କରି ବିଶ୍ୱଭୂଷଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆଜି ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

H5. ଜମ୍ମୁ କାଶ୍ମୀରରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ
ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ (ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ୨୦୨୪) ଅଧୀନରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୨୪ଟି ଆସନରେ ସକାଳ ୭ ଟାରୁ ୬ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ। ଜାମ୍ମୁ କାଶ୍ମୀରରେ ମୋଟ ୯୦ଟି ଆସନ ଅଛି। ସେଥିମଧ୍ୟରୁ ୪୭ଟି ଉପତ୍ୟକାରେ ଏବଂ ୪୩ଟି ଜାମ୍ମୁ ବିଭାଗରେ ଅଛି। ସେଥିମଧ୍ୟରୁ ନଅଟି ଆସନ ଏସଟି ଏବଂ ସାତଟି ଏସସି ପାଇଁ ସଂରକ୍ଷିତ ରହିଛି। ତିନୋଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୨୫ରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଏବଂ ଅକ୍ଟୋବର ପହିଲାରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଅନୁଷ୍ଠିତ ହେବ। ଅକ୍ଟୋବର ୮ରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ।

H6. ପିତୃପକ୍ଷରେ ପିଣ୍ଡଦାନ ପାଇଁ ବିନ୍ଦୁସାଗରରେ ଭିଡ
ଆଜିଠାରୁ ଆରମ୍ଭ ହେଉଛି ପିତୃପକ୍ଷ। ଏହି ପକ୍ଷକୁ ଆଶ୍ୱିନ ମାସର କୃଷ୍ଣପକ୍ଷ ତଥା ଅପର ପକ୍ଷ କୁହାଯାଏ। ଏହି ପକ୍ଷ ଆସନ୍ତା ଅକ୍ଟୋବର ମାସ ୨ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ ରହୁଛି। ଏହି ସମୟ ମଧ୍ୟରେ ପିତୃପୁରୁଷଙ୍କୁ ତିଳ ତର୍ପଣ ପ୍ରଦାନ କରାଯାଏ। ଶ୍ରଦ୍ଧାଳୁମାନେ ସେମାନଙ୍କ ପିତୃପୁରୁଷ ଓ ମାମୁ ଘରର ତିନି ପୁରୁଷଙ୍କୁ ପିଣ୍ଡଦାନ କରିବେ। ଏଥିପାଇଁ ବିନ୍ଦୁ ସାଗରରେ ଭିଡ ଆରମ୍ଭ ହୋଇଛି। ବିଶେଷ କରି ଶ୍ରୀକ୍ଷେତ୍ରରେ ତୀର୍ଥରାଜ ମହୋଦଧି, ଶ୍ୱେତଗଙ୍ଗା, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ, ଶ୍ରୀମନ୍ଦିର ନିକଟ ପ୍ରଭୃତି ସ୍ଥାନରେ ଭିଡ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। 

H7. ଏଣିକି ସ୍କୁଲରେ ବ୍ୟବହାର ହେବ ଟ୍ୟାବ
ସ୍କୁଲରେ ଏଣିକି ବାଧ୍ୟତାମୂଳକ ହେବ ଟ୍ୟାବ। କାଗଜ କଲମ ପରିବର୍ତ୍ତେ ଟ୍ୟାବରେ ପାଠ ପଢିବେ ଛାତ୍ରଛାତ୍ରୀ। ଅନଲାଇନରେ ହେବ ସବୁକିଛି। ପିଲାଙ୍କ ଉପସ୍ଥାନ ଠାରୁ ଆରମ୍ଭ କରି ଆର୍ଥିକ କାରବାର ସମ୍ପର୍କିତ ସମସ୍ତ ତତ୍ୟ ସିଧା ଅନଲାଇନରେ ଅପଲୋଡ ହେବ। ସ୍କୁଲରେ ଟାବ ବ୍ୟବହାର କରାଯାଇ ସମସ୍ତ କାର୍ଯ୍ୟକ୍ରମର ତଥ୍ୟ ଡିଜିଟାଲାଇଜଡ କରାଯିବ। ସମଗ୍ର ଶିକ୍ଷା ଅଧିନରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଆସନ୍ତା ୨୧ ତାରିଖରେ ହେବାକୁ ଥିବା ଚତୁର୍ଥ ମାସିକ କ୍ଲଷ୍ଟରସ୍ତରୀୟ ବୈଠକରେ ଏ ସଂକ୍ରାନ୍ତରେ ବ୍ୟାପକ ଆଲୋଚନା କରାଯିବ। 

H8. ଆଜି ସାରଙ୍ଗଧର ଦାସଙ୍କ ତିରୋଧାନ ଦିବସ
ଗଡ଼ଜାତ ଗାନ୍ଧୀ ଭାବେ ସାରା ଓଡ଼ିଶାରେ ସୁପରିଚିତ ସାରଙ୍ଗଧର ଦାସଙ୍କର ହେଉଛି ତିରୋଧାନ ଦିବସ। ଆଜିର ଦିନରେ ୧୯୫୬ ମସିହାରେ ଦେହତ୍ୟାଗ କରିଥିଲେ ଏହି ମହାପୁରୁଷ। ଅନ୍ଧାରି ମୂଲକର ଶୋଷିତ, ଅତ୍ୟାଚାରିତ ଗଡ଼ଜାତ ପ୍ରଜାଙ୍କର ତ୍ରାଣକର୍ତ୍ତା। ଢେଙ୍କାନାଳ ସହର ନିକଟବର୍ତ୍ତୀ ହରେକୃଷ୍ଣପୁର ଗ୍ରାମରେ ୧୮୮୬ ଅକ୍ଟୋବର ୧୭ ତାରିଖରେ ପିତାମାତାଙ୍କ କନିଷ୍ଠ ସନ୍ତାନ ଭାବେ ଜନ୍ମ ଗ୍ରହଣ କରିଥିଲେ ସାରଙ୍ଗଧର । ୧୯୦୫ରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଦ୍ୱିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ୍ କଲେ ଓ ରେଭେନ୍ସାରେ ନାମ ଲେଖାଇଲେ । ରାଜ୍ୟରେ ଶିଳ୍ପ ଆନ୍ଦୋଳନର ମୁଖ୍ୟ ପୁରୋଧା ଭାବେ ମଧ୍ୟ ବେଶ ପରିଚିତ ଥିଲେ ସାରଙ୍ଗଧର। 

H9. ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ ମାର୍ଲେନା। ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ନାମ ଘୋଷଣା କରିଛନ୍ତି। ଜେଲରୁ ଆସିବା ପରେ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ ଅରବିନ୍ଦ କେଜ୍ରିୱାଲ। ଆଜି ସେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀଙ୍କ ନାଁକୁ ସୁପାରିଶ କରିଛନ୍ତି। ଆତିଶୀ ମାର୍ଲେନା ବର୍ତ୍ତମାନ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ଅଛନ୍ତି। ଏଥିସହ ଅର୍ଥ, ପର୍ଯ୍ୟଟନ, କଳା ଓ ସଂସ୍କୃତି ବିଭାଗ ମଧ୍ୟ ତାଙ୍କ ଦାୟିତ୍ୱରେ ଅଛି।

H10. ଇତିହାସ ରଚିଲା ଭାରତୀୟ ହକି ଦଳ
ଭାରତୀୟ ହକି ଦଳ ଏସିଆ ଚାମ୍ପିଅନ୍ସ ଟ୍ରଫି 2024 ରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରିଛି। ଏହି ମ୍ୟାଚ୍ ଆରମ୍ଭରେ ଉଭୟ ଦଳରୁ କୌଣସି ଗୋଲ୍ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ତେବେ ମ୍ୟାଚ୍ ଶେଷ ହେବାର ମାତ୍ର କିଛି ମିନିଟ୍ ପୂର୍ବରୁ ଯୁଗରାଜ ସିଂ ଭାରତ ପାଇଁ ଗୋଟିଏ ଗୋଲ୍ ସ୍କୋର କରିଥିଲେ। ଏହି ଲକ୍ଷ୍ୟ ହେତୁ ଭାରତୀୟ ହକି ଦଳ ଟାଇଟଲ ଜିତିବାରେ ସଫଳ ହୋଇଥିଲା। ଭାରତ ପଞ୍ଚମ ଥର ପାଇଁ ଏସୀୟ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଥିଲା। ଚୀନ୍ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା ​​ଏବଂ ପ୍ରଥମ ଚେଷ୍ଟାରେ ପରାସ୍ତ ହୋଇଥିଲା।