Top 10 News Today: ଆକାଶଛୁଆଁ ପରିବା ଦର, ବାତ୍ୟା ପାଇଁ ପ୍ରସ୍ତୁତି ବୈଠକ ଏବଂ ସକାଳର ଅନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2481306

Top 10 News Today: ଆକାଶଛୁଆଁ ପରିବା ଦର, ବାତ୍ୟା ପାଇଁ ପ୍ରସ୍ତୁତି ବୈଠକ ଏବଂ ସକାଳର ଅନ୍ୟ ମୁଖ୍ୟ ଖବର

Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today:  ଆକାଶଛୁଆଁ ପରିବା ଦର, ବାତ୍ୟା ପାଇଁ ପ୍ରସ୍ତୁତି ବୈଠକ ଏବଂ ସକାଳର ଅନ୍ୟ ମୁଖ୍ୟ ଖବର

ବାତ୍ୟା ଦାନା ଅପଡେଟ
1. Cyclone Alert:  ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା କାଲି ତାହା ଅବପାତ ଏବଂ ବାତ୍ୟା ରୂପ ନେଇପାରେ। ବାତ୍ୟାର ଗତିପଥ ବାବଦରେ ଏଯାଏ କିଛି ସ୍ପଷ୍ଟ ହୋଇ ନାହିଁ। ପାଣିପାଗ ବିଭାଗ ପକ୍ଷରୁ ଏନେଇ ଆକଳନ କରାଯିବ। ତେବେ ବିଦେଶୀ ପାଣିପାଗ ସଂସ୍ଥା ଏହି ବାତ୍ୟା ପୁରୀ ଉପକୂଳରେ ମାଡ଼ ହେବ ବୋଲି ଆକଳନ କରିଛନ୍ତି। ୨୪ ତାରିଖ ଦିନ ଅର୍ଥାତ୍‍ ବୁଧବାରଦିନ ଏହା ସ୍ଥାଳଭାଗ ଛୁଇଁବ ଏହାର ପ୍ରଭାବରେ ଖୋର୍ଦ୍‍ଧା, ପୁରୀ, ଜଗତସିଂହପୁର ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୩୫ କିଲୋମିଟର ହୋଇପାରେ ବୋଲି ଆଶଙ୍କା କରାଯାଇଛି। ଏହିକ୍ରମରେ ରାଜ୍ୟର ୪ ଜିଲ୍ଲାକୁ ଲାଲ୍‍ ସଙ୍କେତ ଏବଂ ୫ ଜିଲ୍ଲାକୁ ହଳଦୀ ସଙ୍କେତ ଜାରି କରାଯାଇଛି। 

ବାତ୍ୟାର ନାମକରଣ କରିଛି କତାର
2. Who named the Cyclone as “Dana”: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟାର ନାଁ ରହିଛି ‘ଦାନା’। ଏହି ଶବ୍ଦର ଅର୍ଥ ହେଉଛି ଏକ ସୁନ୍ଦର ମୋତି। ଏହା ଏକ ଆରବୀୟ ଶବ୍ଦ ଲବଂ ଏହାକୁ କତାର ଦ୍ୱାରା ନାମକରଣ କରାଯାଇଛି। ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ଦେଶ ଅନୁସାରେ ବାତ୍ୟାର ନାମକରଣ କରାଯାଇଥାଏ। 

ଆକାଶଛୁଆଁ ପରିବା ଦର
3. Vegetable price rise: ବାତ୍ୟା ଖବର ପାଇ ପରିବା ବଜାରରେ ଦର ଆଶାଛୁଆଁ ହୋଇଛି। ଯେଉଁ ପରିବା ୫୦ ଟଙ୍କାରେ ବିକ୍ରି କରାଯାଉଥିଲା ତାହା ଦ୍ୱିଗୁଣିତ ହୋଇ ୧୦୦ ଟଙ୍କାରେ ପହଞ୍ଚିଥିବା ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଛି। ଅପରପକ୍ଷେ ବାତ୍ୟାକୁ ଆଖିଆଗରେ ରଖି ସହରାଞ୍ଚଳ ଓ ଗ୍ରାମାଞ୍ଚଳରରେ ସତର୍କତା ବଢ଼ିଛି। ବିଶେଷକରି ଘରେ ସଉଦା ପତ୍ର ଓ ପରିବା ସଂରକ୍ଷିତ କରି ରଖିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିଲାଗି ବଜାରରେ ଦର ବୃଦ୍ଧି ପାଇଥିବା ସୂଚନା ମିଳିଛି। 

ବାତ୍ୟା ପାଇଁ ପ୍ରସ୍ତୁତି ବୈଠକ
4.Alert for Cyclone: ବାତ୍ୟା ପ୍ରଭାବକୁ ସର୍ବନିମ୍ନ କରିବା ଉଦ୍ଦେଶ୍ୟରେ ପ୍ରଶାସନିକ ସ୍ତରରେ  ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ରାଜସ୍ୱମନ୍ତ୍ରୀ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ସ୍ତରରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଯଦିଓ ବାତ୍ୟା କେଉଁଠାରେ ମାଡ଼ ହେବ ତାହା ସ୍ଥିର ହୋଇ ନାହିଁ କିନ୍ତୁ ସରକାରୀ ସ୍ତରରେ ସଜାଗ ହେବାକୁ ଉଦ୍ୟମ ଆରମ୍ଭ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ସୂଚନା ପାଇବା ପରେ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଉଚ୍ଚସ୍ଥାନକୁ ନେବା ଲାଗି ଉଦ୍ୟମ ଆରମ୍ଭ ହେବ। ଏହାସହ  ସମ୍ପୃକ୍ତ ଅଞ୍ଚଳରେ ଜରୁରୀ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲାଗି ପ୍ରଶାସିନ ତତ୍ପର ହୋଇଛି। 

ବାତ୍ୟା ପାଇଁ ଛୁଟି ବାତିଲ
5.Govt officers cannot take Leave: ସମ୍ଭାବ୍ୟ ବାତ୍ୟାକୁ ଆଖିରେ ରଖି ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଯେହେତୁ ଏହା ଏକ ଜରୁରୀକାଳୀନ ପରିସ୍ଥିତି ଏବଂ ଏହି ସମୟରେ ସରକାରୀ ଅଧିକାରୀଙ୍କ ଦାୟିତ୍ୱ ଆହୁରି ବଢ଼ିଯାଇଥାଏ ଏଣୁ ପରିସ୍ଥିତିକୁ ସାମ୍ନା କରି ସମସ୍ତ ଛୁଟିବୁ ବାତିଲ କରିଛନ୍ତି ସରକାର। ସ୍କୁଲ୍‍ଗୁଡ଼ିକ ସମ୍ପର୍କରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ କୁହାଯାଇଛି।  

ମଦ୍ରାସାରେ ସଂସ୍କୃତ
6.Sanskrit in Madrasa: ମଦ୍ରାସାରେ ପଢ଼ାଯିବ ସଂସ୍କୃତ। ଏନେଇ ଉତ୍ତରାଖଣ୍ଡ ମଦ୍ରାସା ବୋର୍ଡ ଏକ ପାଠ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି। ଗତବର୍ଷ ମଦ୍ରାସା ପିଲାଙ୍କୁ ଶିକ୍ଷାର ମୁଖ୍ୟସ୍ରୋତକୁ ଆଣିବା ଲାଗି ସିବିଏସ୍‍ଇ ପାଠ୍ୟକ୍ରମ ଆପଣାଯାଇଥିଲା। ଏଥିରେ ଭଲ ସଫଳତା ମିଳିଥିବା ମଦ୍ରାସା ଜାଣିବା ପରେ ଏବେ ସଂସ୍କୃତକୁ ଏକ ଇଚ୍ଛାଧୀନ ବିଷୟ ଭାବେ ଗ୍ରହଣ କରିବାକୁ ମଦ୍ରାସା ଚିନ୍ତା କରି ସରକାରଙ୍କ ନିକଟକୁ ଏକ ପ୍ରସ୍ତାବ ପଠାଇଛି। 

ପିଏଫଆଇରେ ୧୩ ହଜାର ସଦସ୍ୟ
7.ED File Reveals Global Spread of PFI: ପପୁଲାର ଫ୍ରଣ୍ଟ ଅଫ୍‍ ଇଣ୍ଡିଆ ( ପିଏଫଆଇ) ବିଦେଶୀ ପାଣ୍ଠି ଦ୍ୱାରା ପରିଚାଳିତ ହେଉଥିଲା। ସିଙ୍ଗାପୁର ଏବଂ ୟୁଏଇରେ ଏହାର ୧୩ ହଜାର ସଦସ୍ୟ ରହିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ ( ଇଡି) ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଏହଭଳି ଅନେକ ଦେଶରୁ ପାଣ୍ଠି ସଂଗ୍ରହ କରି ଭାରତକୁ ହାଓ୍ୱାଲା ମାଧ୍ୟମରେ ପଠାଯାଉଥିଲା। ପୁଣି ଭାରତରେ ବିଭିନ୍ନ ଏଜେନ୍ସୀ ଓ ଟ୍ରଷ୍ଟ ଆକାଉଣ୍ଟରେ ଏହାକୁ ଜମା କରାଯାଉଥିଲା। ୨୯ଟି ବ୍ୟାଙ୍କ ଆକାଉଣ୍ଟକୁ ଏଥିନେଇ ଠାବ କରାଯାଇଥିବା ଇଡି ସୂଚନାରୁ ଚଣାପଡ଼ିଛି। 

୬ ରାଜ୍ୟରେ ୫୫ ପ୍ରତିଶତ ଦୁର୍ଘଟଣା
8.55% Road accidents in Big States: ଦେଶରେ ଘଟୁଥିବା- ସମସ୍ତ ରାସ୍ତା ଦୁର୍ଘଟଣାର ୫୫% ୬ ବଡ଼ ରାଜ୍ୟରେ ଘଟୁଛି। ୨୦୨୩ ରିପୋର୍ଟ ଆଧାରରେ ଏହା ସ୍ପଷ୍ଟ ହୋଇଛି। ଏହି ୬ ବଡ଼ ରାଜ୍ୟ ହେଉଛନ୍ତିଳ ଉତ୍ତରପ୍ରଦେଶ, ତାମଲନାଡ଼ୁ, ମହାରାଷ୍ଟ୍ର କର୍ଣ୍ଣାଟକା, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ। ଏହି ଦୁର୍ଘଟଣାରେ ଦୁନକୁ ଦିନ ମୃତ୍ୟ ସଂଖ୍ୟା ମଧ୍ୟ ବଢ଼ୁଛି। ଏହିଭଳି ବର୍ଦ୍ଧିତ ସଂଖ୍ୟା ଖରାପ ରାସ୍ତା, ଖରାପ ଟ୍ରାଫିକ୍‍ ନିୟନ୍ତ୍ରଣ ଏବହ ଅଭାବୀ ଆଇନର ରୂପାୟନ  ଯୋଗୁ ହେଉଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ଏହି ତଥ୍ୟ ଅନୁସାରେ ୨୦୨୩ ମସିହାରେ ଦେଶରେ ମର୍ମନ୍ତୁଦ ଦୁର୍ଘଟଣା ଯୋଗୁ ସମୁଦାୟ ୧ଲକ୍ଷ ୭୩ ହଜାର ଲୋକଙ୍କ ପ୍ରାଣ ଯାଇଛି। ଏଥିରୁ ଏହି ୬ ରାଜ୍ୟରେ ୯୫ ହଜାର ୨୪୬ଜଣଙ୍କ ପ୍ରାଣ ଯାଇଛି। 

ଦିଲ୍ଲୀ ବିସ୍ଫୋରଣରେ ଖଲିସ୍ତାନୀର ଲିଙ୍କ
9. Delhi Blast, Police suspects Khalistani involvement: ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଥିବା ସିଆର୍‍ପିଏଫ୍‍ ସ୍କୁଲ୍‍ ହତା ପାଖରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ ଘଟିବାକୁ ପୁଲିସ ଗୁରୁତ୍ୱର ସହ ଯନେଇଛି। ଏହି ଘଟଣାରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ସମ୍ପୃକ୍ତିକୁ ନେଇ ପୁଲିସ ତଦନ୍ତ କରୁଛି। ରବିବାରଦିନ ସକାଳ ସାଢ଼େ ସାତଟା ବେଳକୁ ଏହି ବିସ୍ଫୋରଣ ଘଟିଥିଲା। ଯାହାଦ୍ୱାରା ସ୍କୁଲ୍‍ ପାଖ କିଛି ଅଞ୍ଚଳର ଦେକାନ କ୍ଷତିଗ୍ରସ୍ତ ହୋଇଥିଲା। ନିକଟରେ ଖଲିସ୍ତାନୀ ଆତଙ୍କୀଙ୍କୁ କେନ୍ଦ୍ର କରି ଭାରତ-କାନାଡ଼ା ସମ୍ପର୍କରେ ତିକ୍ତତା ଆସିଛି।

ମହିଳା ଟି୨୦ରେ ନ୍ୟୁଜିଲାଣ୍ଡ ଚାମ୍ପିଅନ
10. ICC T20 : ଆଇସିସି ମହିଳା ଟି୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୩୨ ରନ୍‌ରେ ହରାଇ ପ୍ରଥମ ଥର ଟାଇଟଲ ବିଜୟୀ ହୋଇଛି ନ୍ୟୁଜିଲ୍ୟାଣ୍ଡ। ଅନ୍ୟ ପକ୍ଷରେ ଚୋକର ନାମକୁ ପ୍ରମାଣିତ କରି କ୍ରମାଗତ ଦ୍ୱିତୀୟ ଫାଇନାଲରେ ପରାଜିତ ହୋଇଛି ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ନ୍ୟୁଜିଲାଣ୍ଡର ଆମେଲିଆ କେର୍‌ ପ୍ରଭାବୀ ବ୍ୟାଟିଂ କରିଛନ୍ତି। ଆମେଲିଆ ୪୩ ରନ୍‌ କରିଥିବା ବେଳେ ନ୍ୟୁଜିଲାଣ୍ଡ ୨୦ ଓଭରରେ ୫ ଉଇକେଟ ହରାଇ ୧୫୮ ରନ୍‌ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୯ ଉଇକେଟରେ ୧୨୬ ରନ୍‌ରେ ସୀମିତ ରହିଥିଲା