Top 10 News Today:୪ ଡାକ୍ତରଙ୍କୁ ବହିଷ୍କାର, ବନ୍ଦ ହେଲା ତିନି ଦୁଆର ଓ ସକାଳର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2580118

Top 10 News Today:୪ ଡାକ୍ତରଙ୍କୁ ବହିଷ୍କାର, ବନ୍ଦ ହେଲା ତିନି ଦୁଆର ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today:୪ ଡାକ୍ତରଙ୍କୁ ବହିଷ୍କାର, ବନ୍ଦ ହେଲା ତିନି ଦୁଆର ଓ ସକାଳର ୧୦ ବଡ଼ ଖବର

1. Action on 4 Doctors in MKCG: ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍‍ କଲେଜରେ ଶୃଙ୍ଖଳା ଭଙ୍ଗ କାରଣରୁ ୪ ଜଣ ଡାକ୍ତରଙ୍କୁ ବହିଷ୍କାର କରାଯାଇଛି। ୨ ଦିନରେ ତାଙ୍କୁ ହଷ୍ଟେଲ୍‍ ଛାଡ଼ିବାକୁ କୁହାଯାଇଛି। କଲେଜଣେ ଦୁଇ ଛାତ୍ର ଗୋଷ୍ଠୀଙ୍କ ଭିତରେ ହୋଇଥିବା ଗଣ୍ଡଗୋଳକୁ ନେଇ ତାଙ୍କୁ ଦାୟୀ କରାଯାଇଛି। ଡିଏମ୍‍ଇଟିଙ୍କ ନିର୍ଦ୍ଦେଶ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଥିବା ମେଡିକାଲ୍‍ ପକ୍ଷରୁ କୁହାଯାଇଛି। 

2. ⁠again 3 Gates closed for entry to Sri Jagannatha temple : ଭିଡ଼କୁ ଦେଖି ପୁଣି ପୂର୍ବାବସ୍ଥାକୁ ଫେରିବ ଶ୍ରୀମନ୍ଦିର। ତିନ ଦୁଆରକୁ ବନ୍ଦ କରାଯିବ। କେବଳ ସିଂହ ଦ୍ୱାର ଦେଇ ଭକ୍ତ ପ୍ରବେଶ କରିବେ। ଆସନ୍ତାକାଲି ଏବଂ ନୂଆବର୍ଷର ପ୍ରଥମ ଦିନରେ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ଭକ୍ତଙ୍କ ଗହଳି ବୃଦ୍ଧି ଏବଂ ନିୟନ୍ତ୍ରଣକୁ ଆଖିରେ ରଖି ଏହି ପଦକ୍ଷେପ ନିଆଯାଇଛି। ପୂର୍ବ ସରକାର ସମୟରେ ତିନି ଦ୍ୱାର ବନ୍ଦ କରାଯାଇ  ବଡ଼ ଦାଣ୍ଡରେ ଦର୍ଶନ ପାଇଁଧାଡ଼ି ବ୍ୟବସ୍ଥା କରାଯାଇଥିଲା। ଯାହାକୁ ଏକ ରାଜନୀତିକ ପ୍ରସଙ୍ଗ ଭାବେ ଗ୍ରହଣ କରି କ୍ଷମତା ଦଖଲ ଦିନ ଚାରି ଦ୍ୱାର ଭକ୍ତଙ୍କ ଲାଗି ଉନ୍ମୁକ୍ତ କରଯାଇଥିଲା। 

3. ⁠CM assures compensation for farmers: ଅଦିନିଆ ବର୍ଷା ଯୋଗୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତାର ହାତ ବଢ଼ାଇବା ଲାଗି ସରକାର ପ୍ରତିଶୃତିବଦ୍ଧ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ରବିବାରଦିନ ବିଭିନ୍ନ ଅଞ୍ଚଳରେ କ୍ଷେତ୍ର ପରିଦର୍ଶନ କରିବା ସହ ଚାଷୀଙ୍କ ସହ କ୍ଷୟକ୍ଷତି ବାବଦରେ ଆଲୋଚନା କରିଥିଲେ। ଏହାପରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବା ନେଇ ପ୍ରତିଶୃତି ଦେଇଥିଲେ। 

4. ⁠Pranab Das Left OCA : ଓଡ଼ିଶା କ୍ରିକେଟ ଏକାଡେମୀର ସଭାପତି ପଦବୀରୁ ଇସ୍ତଫା ଦେଇଛନ୍ତି ବିଜୁ ଜନତା ଦଳ ନେତା ପ୍ରଣବ ପ୍ରକାଶ ଦାସ। ନିଜର ବ୍ୟକ୍ତିଗତ କାରଣରୁ ସେ ଏହି ପଦବୀରୁ ଇସ୍ତଫା ଦେଇଥିବା ନେଇ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି। ରବିବାରଦିନ ଏକାଡେମୀର ବାର୍ଷିକ ସାଧାରଣ ସଭାରେ ସେ ଉପସ୍ଥିତ ନଥିଲେ। ତାଙ୍କର ଇସ୍ତଫାପତ୍ରକୁ ଏହି ଅବସରରେ ଆଲୋଚନା କରାଯାଇଥିଲା। ତାଙ୍କ ଅନୁପସ୍ଥିତିରେ ଉପସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦିଆଯାଇଛି। ଫେବୃୟାରୀ ୧୦ରେ ଓଡ଼ିଶାରେ ଆନ୍ତର୍ଜାତିକ ଏକଦିବସୀୟ ଅନୁଷ୍ଠିତ ହେବାକୁଥିବାରୁ ଏହାପରେ ପରବର୍ତ୍ତୀ ନିର୍ବାଚନ ଲାଗି ପଦକ୍ଷେପ ନିଆଯିବ ବୋଲି ଓସିଏ  ସୂତ୍ରରୁ ଜଣାପଡ଼ିଛି। ୧୦ ମାସ ପୂର୍ବରୁ ପ୍ରଣବଙ୍କ ଇସ୍ତଫାକୁ ନେଇ ରାଜନୀତିକ ଚର୍ଚ୍ଚା ଆରମ୍ଭ ହୋଇଛି। 

5. ⁠Govt Pvt gives 1Crore for Dhanuyatra: ଏସିଆ ମାହାଦେଶର ସର୍ବବୃହତ୍‍ ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଷଣ ହେବାକୁ ଥିବା  ଧନୁଯାତ୍ରାଲାଗି ସରକାର ୧ କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି।  ବରଗଡ଼ର ଏହି ଧନୁଯାତ୍ରା ସ୍ଥାନୀୟ ଅଞ୍ଚଳ ସହିତ ଦେଶ ବିଦେଶର ବିଭିନ୍ନ ଅଞ୍ଚଳରୁ ଓଡ଼ିଆଙ୍କୁ ଆକର୍ଷିତ କରିଥାଏ। 

6. ⁠PM parses Vegetable farmer of Kalahandi: କୃଷି ଉତ୍ପାଦକ ଗୋଷ୍ଠୀ ମାଧ୍ୟମରେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଥିବା କଳାହାଣ୍ଡିର ପରିବା ଚାଷୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏକଦା ଦେଶରେ ମରୁଡ଼ି ପ୍ରଭାବିତ ଅଞ୍ଚଳ କଳାହାଣ୍ଡି ଦେଶରେ ଦାଦନ ଶ୍ରମିକଙ୍କ ଲାଗି ପରିଚିତ ଥିଲା। ହେଲେ ଆଜି ଏଭଳି ପରିବର୍ତ୍ତନ ସାରା ଦେଶ ପାଇଁ ଉଦାହରଣ ବୋଲି ସେ କହିଛନ୍ତି। ଏବେ ୨୦୦ରୁ ଅଧିକ ପରିବା ଚାଷୀ ସଂଗଠିତ ହୋଇଛନ୍ତି। 

7. ⁠tranquilised Zinat Togress to return similipal today: ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲ୍ଲା ଅନ୍ତର୍ଗତ ରାଣୀବନ୍ଧ ଜଙ୍ଗଲରୁ କାବୁ ହୋଇଛି ମାଇ ବାଘ ଜିନତ୍‍। ଓଡ଼ିଶାର ଶିମିଳିପାଳରୁ ଏହା ଖସି ଗତ ମାସ ହେଲା ପଶ୍ଚିମବଙ୍ଗ ଓ ଝଶଡ଼ଖଣ୍ଡ ଜଙ୍ଗଲ ବୁଲୁଥିଲା। ଏହି  ସମୟରେ ଏହାର ଶରୀରରେ ଲଗାଯାଇଥିବା ରେଡିଓ କଲାର ମାଧ୍ୟମରେ ଜିନତର କାର୍ଯ୍ୟକୁ ନିରୀକ୍ଷଣ କରାଯାଉଥିଲା। ଯେହେତୁ ଜନବସତି ଆଡ଼କୁ ଆସିବାର ଭୟ ରହିଥିଲା, ଜଙ୍ଗଲ ବିଭାଗ ଏହାକୁ ଟ୍ରାଙ୍କୁଲାଇଜ୍‍ କରି ଫେରାଇ ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା। ଟ୍ରାଙ୍କୁଲାଇଜ୍‍ କରିବା ପରେ ତାକୁ ଅଲିପୁର ଚିଡ଼ିଆଖାନାସ୍ଥିତ ପ୍ରାଣୀ ଚିକିତ୍ସାଳୟକୁ ପଠାଇଛି। ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ପୁଣିଥରେ ଜିନତକୁ ଓଡ଼ିଶା ଅଣାଯିବ ବୋଲି ସୂଚନା ମିଳିଛି। 

8. ⁠FIR against Prasant Kishore in Bihar: ବିହାରରେ ରାଜନୀତିକ ଉଷ୍ମତା ବୃଦ୍ଧି ପାାଇଛି । ନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହୋଇଥିବା ଜନସୂରଜ ଫାଉଣ୍ଡେସନ୍‍ ଅଧ୍ୟକ୍ଷ ପ୍ରଶାନ୍ତ କିଶୋର ଛାତ୍ର ଆନ୍ଦୋଳନରେ ସାମିଲ ହୋଇ ଗିରଫ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ଆନ୍ଦୋଳନରତ ଛାତ୍ରଙ୍କୁ ନେଇ ପ୍ରଶାନ୍ତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ମୁହାଁଇଥିଲେ। ଯାହାଦ୍ୱାରା ପୁଲିସ ତାଙ୍କୁ ଗିରଫ କରିଥିଲା।  ବିହାର ରାଜ୍ୟ ପ୍ରଶାସନିକ ଅଧିକାରୀ ପରୀକ୍ଷାକୁ କେନ୍ଦ୍ରକରି ଗାନ୍ଧି ମୈଦାନରେ ଛାତ୍ର ମେଳି ହୋଇଥିଲା। 

9. ⁠India Vs Australia test updates : ଅଷ୍ଟ୍ରେଲିଆର ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ଭାରତ ବନାମ ଅଷ୍ଟ୍ରେଲିଆ କ୍ରିକେଟ୍‍ ଟେଷ୍ଟ ମ୍ୟାଚ୍‍ର ଆଜି ୫ମ ତଥା ଶେଷ ଦିନ। ଭାରତ ଆଗରେ ୩୪୦ ରନ୍‍ର ଲକ୍ଷ୍ୟ ରହିଛି। ଏ ଭିତରେ ୩ ଓ୍ୱିକେଟର ପତନ ହୋଇଛି। 

10. ⁠Fog Alert in Odisha: ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଶୀତ କମିଛି। କିନ୍ତୁ କୁହୁଡ଼ି ଯୋଗୁ ରାସ୍ତାରେ ଦୃଶ୍ୟମାନତା ହ୍ରାସ ପାଇଛି। ଜାନୁୟାରୀ ୫ ତାରିଖ ଯାଏ ଏହିପରି ଶୁଷ୍କ ପାଣିପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା କାଲି ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସମ୍ବଲପୁର, କେନ୍ଦୁଝର ଏବଂ ମୟୁରଭଞ୍ଜ ପ୍ରଭୃତ ଅଞ୍ଚଳରେ ଘନକୁହୁଡ଼ି ଦେଖାଯିବାର ସମ୍ଭାବନା ରହିଥିବା  ବିଭାଗ ପକ୍ଷରୁ କୁହାଯାଇଛି।