Top 10 News: ଚିନ୍ତା ବଢ଼ାଉଛି ଆଳୁ ଦର, ଅଗ୍ନିବୀରଙ୍କୁ ୧୦ ରାଜ୍ୟରେ ଆରକ୍ଷଣ ସୁବିଧା ଏବଂ ଅନ୍ୟ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2356455

Top 10 News: ଚିନ୍ତା ବଢ଼ାଉଛି ଆଳୁ ଦର, ଅଗ୍ନିବୀରଙ୍କୁ ୧୦ ରାଜ୍ୟରେ ଆରକ୍ଷଣ ସୁବିଧା ଏବଂ ଅନ୍ୟ ପ୍ରମୁଖ ଖବର

Top 10 News: ଚିନ୍ତା ବଢ଼ାଉଛି ଆଳୁ ଦର, ଅଗ୍ନିବୀରଙ୍କୁ ୧୦ ରାଜ୍ୟରେ ଆରକ୍ଷଣ ସୁବିଧା ଏବଂ ଅନ୍ୟ ପ୍ରମୁଖ ଖବର

Top 10 News: ଚିନ୍ତା ବଢ଼ାଉଛି ଆଳୁ ଦର, ଅଗ୍ନିବୀରଙ୍କୁ ୧୦ ରାଜ୍ୟରେ ଆରକ୍ଷଣ ସୁବିଧା ଏବଂ ଅନ୍ୟ ପ୍ରମୁଖ ଖବର

1.ଆଳୁ ଦର ବୃଦ୍ଧିକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖା ଦେଇଛି। ଗୋଟିଏ ପଟେ ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ଲାଗି ସରକାର ନେଉଥିବା ପଦକ୍ଷେପ ଫେଲ ମାରିବା ଏବଂ ଅନ୍ୟ ପକ୍ଷରେ ପଡ଼ୋଶୀ ପଶ୍ଚିମବଙ୍ଗ ସରକାର ରାଜ୍ୟରୁ ଆଳୁ ରପ୍ତାନୀ ଉପରେ କଟକଣା ଜାରି କରିବା ହେତୁ ରାଜ୍ୟରେ ଆଳୁ ଦର ବଢ଼ିବାରେ ଲାଗିଛି।  ସରକାରୀ କର୍ତ୍ତୃପକ୍ଷ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଛନ୍ତି। ସରକାର ଆଳୁ ଦର ୩୨ ଟଙ୍କା ଭିତରେ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଥିଲା ମଧ୍ୟ ଆଳୁ ୪୦ ଉପରେ ବିକ୍ରି ହେଉଛି ।

2.ମୁଖ୍ୟମନ୍ତ୍ରୀ ଗତକାଲି ନିତି ଆୟୋଗ ବୈଠକରେ ଆଳୁ ଯୋଗାଣକୁ ନିରନ୍ତର କରିବା ଲାଗି  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ପରେ ମଧ୍ୟ ସ୍ଥିତି ସୁଧୁରି ନାହିଁ। ପଶ୍ଚିମବଙ୍ଗର ବିଭିନ୍ନ ଚେକ୍‍ ଗେଟରେ ପୁଲିସ ଅବରୋଧ କରି ଗାଡ଼ି ପକାଇ ରଖିଥିବା କହିଛନ୍ତି ବ୍ୟବସାୟୀ। 

3.ରାଜ୍ୟରେ ଆଳୁ ଉତ୍ପାଦନକୁ ନେଇ ଏବେ ପ୍ରଶ୍ନ ଉଠିଛି। ରାଜ୍ୟରେ ପ୍ରତି ବର୍ଷ ୧୪ ଲକ୍ଷ ୫୦ ହଜାର ମେଟ୍ରିକଟନ୍‍ ଆଳୁ ଆବଶ୍ୟକ ଥିବା ବେଳେ ଏଠାରେ ମାତ୍ର ୧୫୦ ମେଟ୍ରିକ୍‍ ଟନ୍‍ ଆଳୁ ଉତ୍ପାଦନ ହୋଇଥାଏ। ରାଜ୍ୟ ସରକାର ପୂର୍ବରୁ ଆଳୁ ମିଶନ ସହାୟତାରେ ଆଳୁ ଉତ୍ପାଦନ ବୃଦ୍ଧି ଓ ସଂରକ୍ଷଣ ପାଇଁ ସହାୟତା ଘୋଷଣା କରିଥିଲେ ମଧ୍ୟ ତାହାର ଠିକଣା ପରିଚାଳନା ଅଭାବ ହେତୁ ରାଜ୍ୟ୍ୟରେ ୧୦ରୁ କମ୍ ଶୀତଳ ଭଣ୍ଡାର କାର୍ଯ୍ୟାରୀ ହେଉଥିବା ଖୋଦ୍‍ ଖାଉଟି କଲ୍ୟାଣ ମନ୍ତ୍ରୀ ସ୍ୱୀକାର କରିଛନ୍ତି। 

4.ପ୍ୟାରିସ ଅଲମ୍ପିକ ଆରମ୍ଭରୁ ଭାରତକୁ ସଫଳତା ମିଳିଛି। ହକି ଲିଗ୍‍ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ହରାଇ ୩ ପଏଣ୍ଟ ହାସଲ କରିଛି। ଆଜି ବ୍ୟାଡମିଣ୍ଟନ ସିଙ୍ଗିଲ୍ସରେ ଭାରତର ପିଭି ସିନ୍ଧୁ ମାଲଡିଭ୍ସର ଫତିମା ଅବ୍‍ଦୁଲ ରଜାକ୍‍ଙ୍କୁ ଭେଟିବେ। ସ୍ୱର୍ଣ୍ଣ ପାଇଁ ଶୁଟିଂରେ ମନୁ ଭାକର ଆଜି ସିଙ୍ଗିଲ୍ସ ଇଭେଣ୍ଟରେ ଯୋଗ ଦେବେ। 

5.ରାଜ୍ୟର ତ୍ୱରାନ୍ୱିତ ଦୀର୍ଘକାଳୀନ ବିକାଶ ପାଇଁ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ନିତିଆୟୋଗ ଗଭର୍ଣ୍ଣିଂ କାଉନ୍ସିଲ୍‍ ବୈଠକରେ ଯୋଗ ଦେଇ ଶ୍ରୀ ମାଝି ରାଜ୍ୟ ପାଇଁ ୯ଟି ପ୍ରମୁଖ ଦାବି ଉଲ୍ଲେଖ କରିଛନ୍ତି। ବିଶେଷ କରି ରାଜ୍ୟରେ ବନ୍ଦର ଭିତ୍ତିକ ବିକାଶ, ଯୋଗାଯୋଗ ପାଇଁ ରେଳ ସାନ୍ଧ୍ରତା ବୃଦ୍ଧି, ଜଙ୍ଗଲ ବୃଦ୍ଧି ଲାଗି ସହାୟତା, ଏକ ସବୁଜ ଶକ୍ତି କରିଡର, ଶିଳ୍ପ ପାର୍କ, ସେମି କଣ୍ଡକ୍ଟର ପାଇଁ ଏଫଡିଆଇ ପ୍ରଭୃତିକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ 

6.ନିତି ଆୟୋଗ ବୈଠକରେ ଯୋଗ ଦେଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କହିବା ପାଇଁ ସୁଯୋଗ ଦିଆ ନଯାଇ ମାଇକ୍‍ ଅଫ୍‍ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।ମମତା ଏହହି ଅଭିଯୋଗ ସହ ଅଧାରୁ ଉଠି ଆସିଥିବା ମଧ୍ୟ କହିଛନ୍ତି। ହେଲେ ମାଇକ ଅଫ କରାଯିବା ଘଟଣାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖଣ୍ଡନ କରିଛନ୍ତି।  

7.ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ସହ ଲଢ଼ିବା ଲାଗି ଓଡ଼ିଶାରେ କାର୍ଯ୍ୟ କରୁଥିବା ୨ ହଜାର ଯବାନଙ୍କୁ ନିୟୋଜିତ କରାଯିବ। ବିଏସ୍‍ଏଫ୍‍ରେ ଏହି ଯବାନ ମାନେ କାର୍ଯ୍ୟ କରୁଛନ୍ତି। ନକ୍ସଲ ମୁକାବିଲାରେ ନିୟୋଜିତ ଏହି ଯବାନଙ୍କୁ  ବାରମ୍ବାର କଶ୍ମୀର ଘାଟିରେ ଆତଙ୍କୀ ଆକ୍ରମଣ ହେଉଥିବାରୁ ଏହି ତାହାର ମୁକାବିଲା ଲାଗି ନିୟୋଜିତ କରାଯିବ। 

8.ଓଡ଼ିଶା ପରେ ଅଗ୍ନିବୀର ଫେରନ୍ତାଙ୍କ ଲାଗି ଚାକିରି କ୍ଷେତ୍ରରେ ସଂରକ୍ଷଣ ସୁବିଧା ଦେବା ଲାଗି ଘୋଷଣା କରିଛନ୍ତି ରାଜସ୍ଥାନ, ଆସାମ ଏବଂ ଅରୁଣାଚଳ ପ୍ରଦେଶ।୨୬ ତାରିଖରେ ଓଡ଼ିଶା ସମେତ ଉତ୍ତରପ୍ରଦେଶ, ଗୁଜରାଟ ଓ ଛତିଶଗଡ଼ ସରକାର ଏହି ସୁବିଧା ଘୋଷଣା କରିଥିଲେ। ଏହା ପୂର୍ବରୁ ହରିୟାଣା ଓ ଉତ୍ତରାଖଣ୍ଡ ପକ୍ଷରୁ ଆରକ୍ଷଣ ସୁବିଧା ଘୋଷଣା କରାଯାଇଛି। 

9.ବଙ୍ଗୋପସାଗରରେ ଲଘୁଚାପ କାରଣରୁ ରାଜ୍ୟରେ ଆହୁରି ୩ ଦିନ ପ୍ରବଳ ବର୍ଷା ଆଶଙ୍କା ରହିଛି। ଉପକୂଳ ସମେତ ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା କରିଛି ପାଣିପାଗ ବିଭାଗ। ବର୍ଷା ଯୋଗୁ ବନ୍ୟା ଆଶଙ୍କା ସୃଷ୍ଟି ହୋଇପାରେ। ଏଣୁ ଜିଲ୍ଲା ସ୍ତରରେ ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର। 

10.ଋଷ ପରେ ୟୁକ୍ରେନ ଗସ୍ତରେ ଯାଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିଲାଗି ଭାରତର ଶୀର୍ଷ ବୈଦେଶିକ ବ୍ୟାପାର ସ୍ତରରେ ଆଲୋଚନା ଚାଲିଛି। ଅଗଷତ୍ଟ ୨୩ ଓ ୨୪ ତାରିଖ ଏ ଗସ୍ତ ପ୍ରାୟତଃ ସ୍ଥିର ହୋଇଛି। ତାଙ୍କରର ଏହି ଗସ୍ତ ପଶ୍ଚିମୀ ଦେଶମାନଙ୍କୁ କ୍ଷମତାରେ ଭାରସାମ୍ୟ ରକ୍ଷା ଲାଗି ଏକ ବାର୍ତ୍ତା ଦେବ ବୋଲି ଆଶା କରାଯାଉଛି।