Top 10 Night News Headlines: ସଂକ୍ଷେପରେ ପଢି ନିଅନ୍ତୁ ଦିନ ତମାମର ୧୦ ଗୁରୁତ୍ତ୍ୱପୂର୍ଣ୍ଣ ଖବର
Advertisement
Article Detail0/zeeodisha/odisha1951128

Top 10 Night News Headlines: ସଂକ୍ଷେପରେ ପଢି ନିଅନ୍ତୁ ଦିନ ତମାମର ୧୦ ଗୁରୁତ୍ତ୍ୱପୂର୍ଣ୍ଣ ଖବର

ଚୁଟକିରେ ପଢି ନିଅନ୍ତୁ ଦିନ ତମାମର ୧୦ ଗୁରୁତ୍ତ୍ୱପୂର୍ଣ୍ଣ ଖବର। 

Top 10 Night News Headlines: ସଂକ୍ଷେପରେ ପଢି ନିଅନ୍ତୁ ଦିନ ତମାମର ୧୦ ଗୁରୁତ୍ତ୍ୱପୂର୍ଣ୍ଣ ଖବର

1. ୨୨ରୁ ଘରୋଇ ମାଲିକଙ୍କ ଧାରଣା: ସରକାର ଓ ଘରୋଇ ବସ୍‍ ମାଲିକଙ୍କ ଭିତରେ ବିବାଦ ଥମୁନି। ବାରମ୍ବାର ଆଲୋଚନା ପରେ ବି କିଛି ନିଷ୍କର୍ଷ ବାହାରୁନି। ଯଦିଓ କିଛି ପ୍ରତିଶୃତି ଏଯାଏ ସରକାରଙ୍କ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇ ନାହିଁ କିନ୍ତୁ  ଯେଉଁ ଭରସା ଆଲୋଚନା ବେଳା ସରକାର ତାଙ୍କୁ ଦେଇଥିଲେ ତାହାକୁ ରକ୍ଷା କରି ନାହାନ୍ତି ବୋଲି ଅଭିଯୋଗ କରିଛି  ବସ୍‍ ମାଲିକ ସଂଘ। ଏଣୁ ୨୨ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ସମୟରେ ସଂଘ ବିଧାନସଭା ଆଗରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛି।  ଦୁର୍ଗାପୂଜା ସମୟରେ ସରକାରଙ୍କ ଉପରେ ଚାପ ପକାଇବା ଲାଗି ଘରୋଇ ବସ୍‍ ମାଲିସ ସଂଘ ପକ୍ଷରୁ ରାଜ୍ୟ ବ୍ୟାପୀ ଆନ୍ଦୋଳନ ଧମକ ଦିଆଯାଇଥିଲା। ଗୋଟିଏ ଦିନ ଆନ୍ଦୋଳନ ପରେ କିନ୍ତୁ ତାହାକୁ ପ୍ରତ୍ୟାହାର କରିଥିଲେ। ଆଲୋଚନା ପରେ ସରକାରଙ୍କ ପକ୍ଷରୁ ତାଙ୍କୁ ଦାବି ପୂରଣ ପାଇଁ ପ୍ରତିଶୃତି ଦିଆଯାଇଥିବା କହିଥିଲେ। ହେଲେ ତାହା ପୂରଣ କରା ନଯାଇ ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ‘ଲକ୍‍ମୀ’ ବସ୍‍ ଉଦ୍‍ଘାଟନ କରିବାକୁ ସ୍ଥିର କରିଥିଲେ। ଏହକୁ ନେଇ କଳାହାଣ୍ଡିରେ ଆନ୍ଦୋଳନ ଡାକରା ଦିଆଗଲା। ହେଲେ ତାହାକୁ ବି ସରକାର ଏଡ଼ାଇ ଦେବାରେ ସଫଳ ହୋଇଥିଲେ।  

2. ୧୦ ରାଜ୍ୟରେ NIAର ଚଢାଉ: ୪ଟି ଗୁରୁତର ମାମଲା ତଦନ୍ତ ଆଧାରରେ ଆଜି ଜାତୀୟ ତଦନ୍ତ ଏଜେନ୍ସି NIA ଓ ସୀମା ସୁରକ୍ଷା ବଳ ମିଶି ୧୦ଟି ରାଜ୍ୟରେ ଚଢାଉ କରିଛନ୍ତି। ଏହି ଚଢାଉରେ ରାଜ୍ୟ ପୋଲିସ ଅଧିକାରୀ ସହାୟତା କରିଛନ୍ତି। କେବଳ ରାଜ୍ୟ ନୁହେଁ, କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ଏନଆଇଏ ଚଢାଉ କରିଥିବା ଜଣାପଡ଼ିଛି।  ଦେଶର ବିଭିନ୍ନ ରାଜ୍ୟରେ ଚାଲୁଥିବା ମାନବ ଚାଲାଣ ନେଟୱାର୍କ ସମ୍ପର୍କରେ ଏନଆଇଏକୁ ସୂଚନା ମିଳିଥିଲା। ଯାହାକୁ ନେଇ ବେଶ ତତ୍ପର ଭାବେ ସକ୍ରିୟ ଭାବେ ତଦନ୍ତ ଆରମ୍ଭ କରିଥିଲା ଏନଆଇଏ। ଏହି ମାମଲାର ତଦନ୍ତ ସମୟରେ ୪୪ ଜଣଙ୍କୁ । ଭାରତ-ବାଂଲାଦେଶ ସୀମା ଦେଇ ବେଆଇନ ପ୍ରବାସୀ ଭାରତୀୟଙ୍କ ଅନୁପ୍ରବେଶକୁ ବନ୍ଦ କରିବା ଏବଂ ଭାରତରେ ମାନବ ଚାଲାଣ ନେଟୱାର୍କକୁ ଭାଙ୍ଗିବା ଏନ୍ଆଇଏ ଦ୍ୱାରା ଏହି ଅପରେସନର ଉଦ୍ଦେଶ୍ୟ ଥିଲା।

3. ଜେଲରୁ ବାହାରିଲେ ଟୁଟୁ ନାୟକ: ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ଜାମିନ୍। ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ ଟୁଟୁ ନାୟକ। ୫୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ସର୍ତ୍ତମୂଳକ ଭାବେ ଜାମିନ ଦେଇଛନ୍ତି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ। ସୂଚନା ଅନୁଯାୟୀ, ୪ ଦିନ ଜେଲରେ ରହିବା ପରେ ଓଡ଼ିଆ ସିନେମା ପ୍ରଯୋଜକ ସଞ୍ଜୟ ଓରଫ୍‍ ଟୁଟୁ ନାୟକଙ୍କୁ ଜାମିନ ମିଳିଛି। ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା ଅଭିଯୋଗରେ ଭୁବନେଶ୍ୱର ପୋଲିସ ଗତ ଶନିବାର ଦିନ ତାଙ୍କୁ ଗିରଫ କରିଥିଲା। ଦଫା ୩୫୪, ୩୪୧, ୩୨୩, ୨୯୪ ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ଆଜି ୫୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ୍ ଦିଆଯାଇଛି।

4. ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂହ: ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ରଜନୀକାନ୍ତ ସିଂହ ନିଜ ପଦବୀରୁ ଆଜି ଇସ୍ତଫା ଦେଇଛନ୍ତି। ସାଂଗଠନିକ କାର୍ଯ୍ୟରେ ମନୋନିବେଶ କରିବା ଲାଗି ସେ ନିଜ ପଦବୀରୁ ଇସ୍ତଫା ଦେଇଥିବା କହିଛନ୍ତି। ଏହି ପଦବୀ ଏକ ସାମ୍ବିଧାନିକ ପଦବୀ ହୋଇଥିବାରୁ ସେ ଦଳୀୟ ବା ସାଂଗଠନିକ କାର୍ଯ୍ୟ କରିପାରୁ ନଥିବା ପ୍ରତିକ୍ରିୟାରେ କହିଛନ୍ତି। ତେବେ ତାଙ୍କୁ ଏଯାଏ ଦଳ କୌଣସି ସାଂଗଠନିକ କାର୍ଯ୍ୟରେ ନିଯୁକ୍ତି ଦେଇ ନାହାନ୍ତି।

5. ଭିଜିଲାନ୍ସ ଜାଲରେ ସରକାରୀ ବାବୁ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକରୀ । ଭୁବନେଶ୍ବର ପିଏଚ୍ ଡ଼ିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଚଢଉ କରିଛି ଭିଜିଲାନ୍ସ। ସୂଚନା ଅନୁଯାୟୀ, ଭିଜିଲାନ୍ସ ଫାଶରେ ଛନ୍ଦି ହୋଇଛନ୍ତି ଭୁବନେଶ୍ବର ଜନସ୍ବାସ୍ଥ୍ୟ ବିଭାଗ ସୁପରିଟେଣ୍ତେଣ୍ଟ ଇଞ୍ଜିନିୟର ବିଶ୍ବବନ୍ଧୁ ପାଣିଗ୍ରାହୀ। ବୁଧବାର ଅଧୀକ୍ଷଣ ଯନ୍ତ୍ରୀଙ୍କ ଏକକାଳୀନ ୬ଟି ସ୍ଥାନରେ ରେଡ଼ କରିଛି ଭିଜିଲାନ୍ସ । ରାଜଧାନୀ ସ୍ଥିତ ଭିଏସଏସ ନଗରରେ ଥିବା ୨ଟି ବିଲ୍ଡିଂ, ରୁଦ୍ରପୁରରେ ଥିବା ଘରେ, ଭଦ୍ରକ ମଠସାହି ଓ ପୈତୃକ ଗାଁ ତୋରଣ ପଡ଼ାରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି କରାଯାଇଛି ।

6. BRCCଙ୍କୁ ବାନ୍ଧିଲା ପୁଲିସ୍‌: ମହାଙ୍ଗା ପଡିଲା ଜାଲ ସାର୍ଟିଫିକେଟରେ ଚାକିରି। ବନ୍ଧା ହେଲେ ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବ୍ଲକ ରିସୋର୍ସ ସେଣ୍ଟର କୋଡିନେଟର(ବିଆର୍‌ସିସି) ଶ୍ୟାମ ସୁନ୍ଦର ପଧାନ। ଶ୍ୟାମସୁନ୍ଦର ଡ଼ଙ୍ଗାପଥର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ଜାଲ୍‌ ବିଇଡ଼ି ସାର୍ଟିଫିକେଟ ପ୍ରଦାନ କରି ଶ୍ୟାମସୁନ୍ଦର ପଦୋନ୍ନତି ପାଇଥିଲେ। ଗତ ୨୦୧୧ ମସିହାରୁ ଗୁଡଭେଲା ବିଇଓ ଅଫିସରେ ବିଆରସିସି ଭାବେ କାମ କରୁଛନ୍ତି। ସେ ଅନେକ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହେଉଥିଲା। ଜାଲ୍‌ ସାର୍ଟିଫିକେଟ୍‌ରେ ଚାକିରି ନେଇ ଖବର ଓଡ଼ିଶା ରିପୋର୍ଟରରେ ପ୍ରକାଶ ପାଇବା ପରେ ତତ୍ପର ହୋଇଥିଲା ବଲାଙ୍ଗିର ଜିଲ୍ଲା ପ୍ରଶାସନ।

7. ଜାନୁୟାରୀରେ ବଂଶଧାରା ଚୂଡ଼ାନ୍ତ ଶୁଣାଣି:  ଓଡ଼ିଶା-ଆନ୍ଧ୍ର ପ୍ରଦେଶ ମଧ୍ୟରେ ୨୦୧୭ ମସିହାରୁ ଲାଗି ରହିଥିବା ବଂଶଧାରା ନଦୀ ବିବାଦର ଚୂଡ଼ାନ୍ତ ଶୁଣାଣି ଆସନ୍ତା ଜାନୁୟାରୀରେ ଅନୁଷ୍ଠିତ ହେବ। ଏହି ସମୟରେ ସୁପ୍ରିମ୍‍ କୋର୍ଟ ରାୟ ପ୍ରକାଶ କରିବା ସମ୍ଭାବନା ରହିଛି। ବଂଧଶଧାରା ଉପରେ ନେରେଡ଼ି ବ୍ୟାରେଜ୍‍ ନିର୍ମାଣ ନେଇ ଓଡ଼ିଶା ସୁପ୍ରିମ୍‍କୋର୍ଟଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଏହିକ୍ରମରେ ଏକ ଟ୍ରିବ୍ୟୁନାଲ୍‍ ଗଠନ ହୋଇଥିଲା। ଟ୍ରିବ୍ୟୁନାଲ୍‍ଙ୍କ ଶୁଣାଣି ଶେଷ ହୋଇ ରାୟ ପ୍ରଦାନ ହୋଇଥିଲେ ମଧ୍ୟ ଓଡ଼ିଶା ପକ୍ଷରୁ ଦାଖଲ ଲିଭ୍‍ ପିଟିସନ୍‍କୁ ଆଖିରେ ରଖି ଏହି ରାୟ ପ୍ରକାଶ କରାଯାଇ ନାହିଁ। ଉଭୟ ଆନ୍ଧ୍ର ଓ ଓଡ଼ିଶା ପକ୍ଷରୁ ବିବାଦର ଶୁଣାଣି  ୨୦୨୪ ଜାନୁୟାରୀରେ କରାଇବାକୁ ହୋଇଥିବା ଅନୁରୋଧକୁ କୋର୍ଟ ସ୍ୱୀକାର କରିଛନ୍ତି।

8. ପୁଣି ଥରେ ଟ୍ରେନ ଦୁର୍ଘଟଣା: ସମ୍ବଲପୁର-ସାରଳା ସେକ୍ସନ ମଧ୍ୟରେ ପୁଣି ଥରେ ଏକ ପାସେଞ୍ଜର ମେମୁ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ଝାରସୁଗୁଡ଼ାରୁ ସମ୍ବଲପୁର ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ନମ୍ବର ୦୮୧୬୯ ଏକ ଗାଈକୁ ଧକ୍କା ଦେବା ପରେ ଧାରଣାରୁ ଖସି ଯାଇଥିଲା। ତେବେ ଗାଈ ସହ ପିଟି ହେବା ପରେ ଲାଇନଚ୍ୟୁତ ଝାରସଗୁଡ଼ା-ସମ୍ବଲପୁର ମେମୁ ସ୍ପେଶାଲ। ନଭେମ୍ବର ୮ ତାରିଖ ବୁଧବାର ସମ୍ବଲପୁରସ୍ଥିତ ସରଲା ନିକଟରେ ଗାଈ ସହ ଧକ୍କା ହୋଇଥିଲା ମେମୁ ପାସେଞ୍ଜର ଟ୍ରେନ। ଯାହା ପରେ ଝାରସଗୁଡ଼ା-ସମ୍ବଲପୁର ମେମୁ ଟ୍ରେନ ଲାଇନଚ୍ୟୁତ ହୋଇଥିବାର ଜଣାପଡ଼ିଛି। 

9. ନମ୍ବର 1 ହେଲେ ଶୁବମନ: ବାବର ଆଜାମଙ୍କ ଗର୍ବ ଭାଙ୍ଗିଦେଲେ ଭାରତର ୨୪ ବର୍ଷୀୟ ଶୁବମନ ଗିଲ। ସଦ୍ୟ ପ୍ରାପ୍ତ ସୂଚନା ଅନୁଯାୟୀ ଶୁବମାନ ଗିଲ ଆଇସିସି ODI ର଼୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ସଦ୍ୟ ପ୍ରକାଶିତ ସୂଚନା ଅନୁଯାୟୀ ଆଇସିସି ମାନ୍ୟତା ଅନୁଯାୟୀ ଶୁଭମାନ ଗିଲ ବିଶ୍ୱର ଏକ ନମ୍ବର ODI ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସେ ବାବର ଆଜାମଙ୍କୁ ପଛରେ ପକାଇଦେଇଛନ୍ତି। ୮୩୦ ରେଟିଂ ପଏଣ୍ଟ ସହିତ ଶୁବମନ ଗିଲ ୧ ନମ୍ବର ସ୍ଥାନରେ ଅଛନ୍ତି। ତେବେଳେ କି ବାବର ଆଜାମ ୩୨୪ ରେଟିଂ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। କ୍ୱିଣ୍ଟନ୍ ଡି କକ୍ ତୃତୀୟ ସ୍ଥାନରେ ଏବଂ ବିରାଟ କୋହଲି ଚତୁର୍ଥ ସ୍ଥାନରେ ଅଛନ୍ତି।

10. ଇଂଲଣ୍ଡ ବନାମ ନେଦରଲ୍ୟାଣ୍ଡ: ଚଳିତ ବିଶ୍ୱକପର ୪୦ତମ ମ୍ୟାଚରେ ନେଦରଲ୍ୟାଣ୍ଡକୁ ୧୬୦ ରନରେ ପରାସ୍ତ କରିଛି ଇଂଲଣ୍ଡ। ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବେନ ଷ୍ଟୋକ୍ସଙ୍କ ଶତକୀୟ ଇନିଂସ (୧୦୮) ଓ ଡାଭିଡ଼ ମଲାନଙ୍କ ଅର୍ଦ୍ଧଶତକୀୟ (୮୭) ଇନିଂସ ବଳରେ ଇଂଲଣ୍ଡ ୩୩୯ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ଅନ୍ୟ ମାନଙ୍କ ମଧ୍ୟରେ କ୍ରିସ ୱକସ ୫୧ ରନ କରିଥିବା ବେଳେ ଜୋ ରୁଟ ୨୮ ରନ କରି ଆଉଟ ହୋଇଥିଲେ। ଜବାବରେ ନେଦରଲ୍ୟାଣ୍ଡ ପାଳି ଆରମ୍ଭ କରିଥିଲେ ମଧ୍ୟ ଲଜ୍ଜାଜନକ ପରାଜୟର ସମ୍ମୁଖିନ ହୋଇଥିଲା। ତେଜା ନିଦାମାନୁରୁ ସର୍ବାଧିକ ୪୧ ରନ କରିଥିବା ବେଳେ ସ୍କଟ ଇଦୱାର୍ଡସ ୩୮, ସିବ୍ରାଣ୍ଡ ଏଲଗେଲବ୍ରେଣ୍ଟ ୩୩, ୱେଲସଲି ବାରେସୀ ୩୭ ରନ କରିଥିଲେ।