Building Collapses: ୧୦ ବର୍ଷ ତଳୁ ନିର୍ମାଣ ହୋଇଥିବା ଇଟା କାନ୍ଥର ଏକ ଅଂଶ ଭୁଶୁଡି ପଡିଥିଲା ଯାହା ଫଳରେ ଏହି ଦୁର୍ଘଟଣା ଘଟିଛି ।
Trending Photos
Building Collapses: ଦିଲ୍ଲୀର ଜୟତପୁର ଅଞ୍ଚଳରେ କାନ୍ଥ ଭୁଶୁଡି ପଡିବା କାରଣରୁ ୨ଜଣଙ୍କର ମୃତ୍ୟୁ ହୋବାସହ ଜଣେ ଗୁରୁତର ଆହତ ହୋଇଛନ୍ତି । ତିନି ଜଣ ଶିଶୁ ଦୁର୍ଘଟଣାର ଶିକାର ହୋଇ ଭଙ୍ଗା କାନ୍ଥ ତଲେ ପୋତି ହୋଇ ରହିଥିଲେ । ଜଣେ ଶିଶୁ ଡାକ୍ତରଖାନାରେ ଜୀବନ ପାଇଁ ସଂଗ୍ରାମ କରୁଥିବା ଜଣା ପଡିଛି । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ଶିଶୁ ୮ ବର୍ଷର ଇଶାନ ଏବଂ ୫ ବର୍ଷର ହାମଜା ବୋଲି ସୂଚନା ମିଳିଛି । ପୋଲିସ କହିଛି ଯେ ୬ ବର୍ଷର ଶିଶୁ ରୋଶନୀକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତେ ଜୟତ୍ପୁର ଏକ୍ସଟେନ୍ସନ୍ ୨ ର ବାସିନ୍ଦା ଏବଂ ପଡ଼ୋଶୀ ।
ପିଲାମାନେ ଖେଳିବା ସମୟରେ ଦୁର୍ଘଟଣା
ପୋଲିସର କହିବା ମୁତାବକମଖାଡା କଲୋନୀରେ ନିର୍ମାଣାଧୀନ କୋଠାର ତଳ ମହଲା ଖନନ କରାଯାଉଛି। ଏହାର ପୁରୁଣା କାନ୍ଥ କଲୋନୀର ଡି ବ୍ଲକ୍ ଛକ ଆଡକୁ ରହିଥିଲା । ପିଲାମାନେ ସନ୍ଧ୍ୟା ସମୟରେ ଏଠାରେ ଖେଳୁଥିଲେ ସେହି ସମୟ ହଠାତ୍ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ପିଲାମାନଙ୍କୁ କାନ୍ଥର ଅତି ନିକଟରେ ଥିବାରୁ ଆବର୍ଜନା ତଳେ ପୋତି ହୋଇଯାଇଥିଲେ । ଦକ୍ଷିଣ ପୂର୍ବର ଡେପୁଟି କମିଶନର ରାଜେଶ ଦେବ କହିଛନ୍ତି ଯେ, ସନ୍ଧ୍ୟା ପ୍ରାୟ ୬ଟା୩୦ ସମୟରେ କାନ୍ଥ ଭୁଶୁଡ଼ିବା କାରଣରୁ ଏପରି ଘଟଣା ଘଟିଛି । ସେ ଏକଥା ମଧ୍ୟ କହିଛନ୍ତି ଯେ, "ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ କଣ୍ଟ୍ରୋଲ ରୁମ (PCR) ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିବା ଜଣାପଡିଛି।" ଘଟଣା ସ୍ଥଳଟି ଏକ ଖାଲି ପ୍ଲଟ୍ ଥିଲା ଯାହାକି ୧୦ ବର୍ଷର ପୁରୁଣା ଇଟା କାନ୍ଥ ଦ୍ୱାରା ଘେରିହୋଇ ରହିଥିଲା ଏବଂ ତାହାର ଏକ ଅଂଶ ନିଜେ ଖସିପଡିଥିଲା । ଏହି ଘଟଣା ପରେ କଲୋନୀରେ ବିଶୃଙ୍ଖଳା ଦେଖା ଦେଇଥିଲା। ଜାମିଆ ନଗରର ଅଲସିଫା ହସ୍ପିଟାଲର ଡାକ୍ତର ଇଶାନଙ୍କୁ ଏବଂ ଏଆଇଏମଏସର ଡାକ୍ତର ହାମଜାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଅଧିକାରୀ କହିଛନ୍ତି।
କଲୋନୀରେ ହଙ୍ଗାମା
ଆପଣଙ୍କୁ କହିରଖୁଛୁ ଯେ. ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ସରକାର ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ସତ୍ତ୍ୱେ ଅଭିଯୁକ୍ତ ବିଲଡର ଗତ କିଛି ଦିନ ଧରି ନିର୍ମାଣ କାର୍ଯ୍ୟ କରୁଥିଲେ। ଘଟଣା ସମ୍ପର୍କରେ ସମ୍ପୃକ୍ତ ବିଭାଗକୁ ମଧ୍ୟ ଅବଗତ କରାଯାଇଛି । ବର୍ତ୍ତମାନ ମୃତକଙ୍କ ଘରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛ । ପିତା ମାତାଙ୍କ ସମେତ ସମ୍ପର୍କୀୟଙ୍କ ଆଖିରୁ ଲୁହ ଶୁଖୁନାହିଁ ।
Also Read- Bollywood News: ଅକ୍ଷୟ କୁମାରଙ୍କ ଏହି କାମ ପାଇଁ ଅସୁବିଧାରେ ପଡିଥିଲେ କରିସ୍ମା କପୁର
Also Read- ନିର୍ବାଚନ ଆୟୋଗର ଦ୍ଵାରସ୍ଥ ହେଲା ବିଜେପି, ରାହୁଲ ଗାନ୍ଧୀଙ୍କ X ଆକାଉଣ୍ଟକୁ ତୁରନ୍ତ କରାଯାଉ ସସ୍ପେଣ୍ଡ