Archana Nag: ଅର୍ଚ୍ଚନା ନାଗଙ୍କୁ ହତ୍ୟା ଧମକ
Advertisement
Article Detail0/zeeodisha/odisha2012603

Archana Nag: ଅର୍ଚ୍ଚନା ନାଗଙ୍କୁ ହତ୍ୟା ଧମକ

ଧମକ ଦେଇଥିବା ଦୁଇଜଣ ଯୁବକ କିଏ ବୋଲି ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଅର୍ଚ୍ଚନା କହିଛନ୍ତି ଯେ, ସେମାନେ କିଏ ଖୁବଶୀଘ୍ର ତାହାର ପର୍ଦ୍ଦାଫାସ ହେବ । ନ୍ୟାୟିକ ପ୍ରକ୍ରିୟାରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ।

Archana Nag: ଅର୍ଚ୍ଚନା ନାଗଙ୍କୁ ହତ୍ୟା ଧମକ

ଭୁବନେଶ୍ୱର: ବିଭିନ୍ନ ଅପରାଧିକ ମାମଲାରେ ଦୀର୍ଘ ୧୪ ମାସ ଜେଲରେ ରହିବା ପରେ ବାହାରକୁ ଆସିଛନ୍ତି ଅର୍ଚ୍ଚନା ନାଗ (Archana Nag) । ଜେଲରୁ ବାହାରିବା ପରେ ଧଳା ସାର୍ଟ୍, କଳା ସୁଟ୍ ପିନ୍ଧି 'କ୍ୟାପିଟାଲ୍ ଲ' କଲେଜରେ ପରୀକ୍ଷା ଦେଉଛନ୍ତି ଅର୍ଚ୍ଚନା । ଯେଉଁ ଆଇନ ବଳରେ ସେ ଏତେମାସ ଜେଲରେ ରହିଲେ ସେହି ଆଇନ ବାଟରେ ନିଜ ପାଇଁ ନିଜେ ନ୍ୟାୟ ପାଇବାକୁ ଅର୍ଚ୍ଚନା ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି । ତେବେ ଆଜି ସକାଳେ ପରୀକ୍ଷା ଦେବାପାଇଁ କଲେଜ୍ ତଥା ପରୀକ୍ଷା ହଲକୁ ଯିବା ସମୟରେ ଦୁଇଜଣ ଯୁବକ ଅର୍ଚ୍ଚନାଙ୍କୁ ହତ୍ୟା ସହିତ ମିଥ୍ୟା କେସରେ ଫସାଇବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।

ସ୍ୱାମୀ ଜଗବନ୍ଧୁଙ୍କ ସହିତ ଆଜି କ୍ୟାପିଟାଲ୍ ଲ କଲେଜକୁ ଆଇନ ପରୀକ୍ଷା (law exam) ଦେବାକୁ ଆସିଥିବା ସମୟରେ ଅର୍ଚ୍ଚନାଙ୍କୁ ହତ୍ୟା ଧମକ ଦିଆଯାଇଛି ବୋଲି ଅର୍ଚ୍ଚନା କହିଛନ୍ତି । ଏଥିସହିତ ଏକଥା ମଧ୍ୟ ଅର୍ଚ୍ଚନା କହିଛନ୍ତି ଯେ, ମୁଁ କାହାର ଧମକରେ ଡରିବା ଝିଅ ନୁହେଁ । ପରୀକ୍ଷା ସରିବା ପରେ ଅର୍ଚ୍ଚନା ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ତେବେ ଧମକ ଦେଇଥିବା ଦୁଇଜଣ ଯୁବକ କିଏ ବୋଲି ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଅର୍ଚ୍ଚନା କହିଛନ୍ତି ଯେ, ସେମାନେ କିଏ ଖୁବଶୀଘ୍ର ତାହାର ପର୍ଦ୍ଦାଫାସ ହେବ । ନ୍ୟାୟିକ ପ୍ରକ୍ରିୟାରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ।

ଅନ୍ୟପଟେ ଅର୍ଚ୍ଚନା ଏକଥା ମଧ୍ୟ କହିଛନ୍ତି ଯେ, ଜେଲରୁ ବାହାରିବା ପରେ ମୁଁ ବର୍ତ୍ତମାନ ଶାନ୍ତିରେ ରହିବାକୁ ଚାହୁଁଥିବା ସମୟରେ ମତେ ଦେଖି କିଛି ବ୍ୟକ୍ତି ସହିପାରୁନାହାନ୍ତି । ମୁଁ ସବୁବେଳେ ସତ୍ ରେ ଅଛି ସତ ହେଉଛି ମୋର ଅସ୍ତ୍ର । ମୋ ନିକଟରେ ଯାହା ପ୍ରମାଣ ଅଛି ମୁଁ ସେସବୁ କୋର୍ଟରେ ଦାଖଲ କରିବି ।

ସୂଚନାଯୋଗ୍ୟ, ସିନେ ପ୍ରଯୋଜକଙ୍କୁ ବ୍ଲାକମେଲିଂ କରିବା ସହିତ ଅନେକ ଅଭିଯୋଗରେ ଗିରଫ ହୋଇ ଜେଲ୍ ଯାଇଥିଲେ ଅର୍ଚ୍ଚନା ନାଗ । ଏହି ଘଟଣାରେ ଅନେକ ବଡ଼ ବଡ଼ ବ୍ୟବସାୟୀ, ରାଜନୈତିକ ବ୍ୟକ୍ତିବିଶେଷଙ୍କ ନାମ ସହିତ ଫଟୋ ସାମ୍ନାକୁ ଆସିଥିଲା । ଖୁବ କମ ଦିନ ମଧ୍ୟରେ କିପରି ବିରାଟ ଅଟ୍ଟାଳିକା, କାର୍ ଏବଂ କୋଟିପତି ହୋଇଥିଲେ ଅର୍ଚ୍ଚନା ସେନେଇ କମିଶନରେଟ୍ ପୋଲିସ ତଦନ୍ତ ପରେ ଇଡି ମଧ୍ୟ ମାମଲାର ହସ୍ତକ୍ଷପ କରିଥିଲା ।

Also Read- ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ଆଉ ୫ବର୍ଷ ବଢାଇଲେ ମୁଖ୍ୟମନ୍ତ୍ରୀ

Also Read- ମାଛ ଏବଂ ମାଂସ ଦୋକାନରେ ଏନଫୋର୍ସମେଣ୍ଟ ଟିମର ଚଢାଉ