Rs 2000 Notes: ୨୦୦୦ ଟଙ୍କିଆ ନୋଟ ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା ଆରବିଆଇ; ଜାରି ହେଲା ନୂଆ ଆଦେଶ
Advertisement

Rs 2000 Notes: ୨୦୦୦ ଟଙ୍କିଆ ନୋଟ ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା ଆରବିଆଇ; ଜାରି ହେଲା ନୂଆ ଆଦେଶ

Rs 2000 Notes Exchange in RBI: ଆଗାମୀ ଆର୍ଥିକ ବର୍ଷ ଆରମ୍ଭ ହେବା ପୂର୍ବରୁ ୨୦୦୦ ଟଙ୍କିଆ ନୋଟ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି ଆରବିଆଇ।

 Rs 2000 Notes: ୨୦୦୦ ଟଙ୍କିଆ ନୋଟ ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା ଆରବିଆଇ; ଜାରି ହେଲା ନୂଆ ଆଦେଶ

RBI on Rs 2000 Notes: ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ୨୦୨୪-୨୫ ଆର୍ଥିକ ବର୍ଷ। ଆସନ୍ତା ଅପ୍ରେଲ ୧ ତାରିଖ ୨୦୨୪-୨୫ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ଯାଉଥିବା ବେଳେ ବିଭିନ୍ନ କ୍ଷେତ୍ର ସହ ଜଡ଼ିତ ଅନେକ ନିୟମରେ ହେବ ପରିବର୍ତ୍ତନ। ଏହି କ୍ରମରେ ବ୍ୟାଙ୍କ ଠାରେ ୨୦୦୦ ଟଙ୍କିଆ ନୋଟ ବଦଳାଇବା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)। 
 
ଗତ ବର୍ଷ ମେ ୧୯ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରିବା ସମ୍ପର୍କରେ ଘୋଷଣା କରିଥିଲା। ଏହା ପରେ ଆରବିଆଇ ଦେଶର ବିଭିନ୍ନ ବ୍ୟାଙ୍କ ଶାଖାରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିବା କିମ୍ବା ବଦଲାଇବାକୁ ନିର୍ଦ୍ଦେଶ ଦେଇଥିଲା। ୨୦୦୦ ଟଙ୍କିଆ ନୋଟ୍ ଜମା କରିବା କିମ୍ବା ବଦଲାଇବା ପାଇଁ ଲୋକଙ୍କୁ ପର୍ଯ୍ୟାପ୍ତ ସମୟ ଯୋଗାଇ ଦିଆଯାଇଥିଲା। ଯାହାର ସମୟସୀମା ୨୦୨୩ ଅକ୍ଟୋବର ୭ ତାରିଖରେ ସମାପ୍ତ ହୋଇଥିଲା। ଏହି ସମୟ ସୀମା ଶେଷ ହୋଇଯିବା ପରେ ଲୋକେ ଆରବିଆଇ କାର୍ଯ୍ୟାଳୟକୁ ଯାଇ ୨୦୦୦ ଟଙ୍କିଆ ନୋଟ ବିନିମୟ କିମ୍ବା ଜମା କରି ପାରୁଥିଲେ। ହେଲେ ଏହି ସୁବିଧା ଆସନ୍ତା ଅପ୍ରେଲ ୧ ତାରିଖରୁ ଉପଲବ୍ଧ ହେବ ନାହିଁ। ଅର୍ଥାତ ୨୦୦୦ ଟଙ୍କିଆ ନୋଟ୍ ଜମା କିମ୍ବା ବିନିମୟ କରିବାର ସୁବିଧା ଅପ୍ରେଲ ୧ ତାରିଖରୁ ବନ୍ଦ ହୋଇଯିବ।

ଅପ୍ରେଲ୍ ୧ ତାରିଖରୁ ବଦଳାଇ ପାରିବେ ନାହିଁ ୨୦୦୦ ଟଙ୍କିଆ ନୋଟ୍
ଭାରତୀୟ ରିଜର୍ଭ ବ୍ୟାଙ୍କ ଅପ୍ରେଲ ୧ ତାରିଖରୁ ୨୦୦୦ ଟଙ୍କିଆ ନୋଟ ବଦଳାଇବା କିମ୍ବା ଜମା କରିବାର ସୁବିଧା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଅପ୍ରେଲ ୧ ତାରିଖରୁ ୨୦୦୦ ଟଙ୍କିଆ ନୋଟ୍ ବିନିମୟ କିମ୍ବା ଜମା କରିବାର ସୁବିଧା ଆରବିଆଇ ଆଞ୍ଚଳିକ କାର୍ଯ୍ୟାଳୟରେ ଉପଲବ୍ଧ ହେବ ନାହିଁ। ଆପଣଙ୍କୁ କହିରଖୁଛୁ ଯେ ଆରବିଆଇ ଏହି ସୁବିଧାକୁ କେବଳ ଗୋଟିଏ ଦିନ ଅର୍ଥାତ୍ ଅପ୍ରେଲ୍ ୧ ତାରିଖ ପାଇଁ ବନ୍ଦ କରି ଦେଇଛି। ଆରବିଆଇ କହିବା ଅନୁଯାୟୀ ଚଳିତ ବର୍ଷ ଫେବୃଆରୀ ୨୯ ତାରିଖ ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ର ପ୍ରାୟ ୯୭.୬୨ ପ୍ରତିଶତ ବ୍ୟାଙ୍କିଂ ସିଷ୍ଟମ ପାଖକୁ ଫେରି ଆସିଛି। ବଜାରରେ କେବଳ ୮୪୭୦ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ ରହିଛି।

କାହିଁକି ନିଆଗଲା ଏପରି ନିଷ୍ପତ୍ତି?
ଏନେଇ ଆରବିଆଇ ପକ୍ଷରୁ କୁହାୟାଇଛି ଯେ ଅପ୍ରେଲ ୧ ତାରିଖରେ ବ୍ୟାଙ୍କ ଶାଖାରେ ବାର୍ଷିକ ହିସାବ ସହ ଜଡିତ କାର୍ଯ୍ୟ ହେତୁ ୨୦୦୦ ଟଙ୍କିଆ ନୋଟ୍ ବିନିମୟ କିମ୍ବା ଜମା କରିବାର କୌଣସି ସୁବିଧା ମିଳିବ ନାହିଁ। ଆଗାମୀ ଦିନରେ ଅର୍ଥାତ୍ ଅପ୍ରେଲ ୨ ତାରିଖ ମଙ୍ଗଳବାର ଠାରୁ ସମଗ୍ର ଦେଶରେ ରହିଥିବା ଆରବିଆଇ ଆଞ୍ଚଳିକ କାର୍ଯ୍ୟାଳୟରେ ପୁନର୍ବାର ଏହି ସୁବିଧା ଆରମ୍ଭ କରାଯିବ। ଅପ୍ରେଲ ୨ ତାରିଖରୁ ଲୋକେ ଅହମ୍ମଦାବାଦ, ବେଙ୍ଗାଲୁରୁ, ବେଲାପୁର, ଭୋପାଳ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, ଗୌହାଟି, ହାଇଦ୍ରାବାଦ, ଜୟପୁର, ଜାମ୍ମୁ, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟନା, ଥିରୁବନନ୍ତପୁରମ୍  ସ୍ଥିତ ଆରବିଆଇ କାର୍ଯ୍ୟାଳୟକୁ ଯାଇ  ୨୦୦୦ ଟଙ୍କିଆ ନୋଟ୍ ବିନିମୟ କିମ୍ବା ଜମା କରିପାରିବେ। ଆପଣଙ୍କୁ କହିରଖୁଛୁ ଯେ ୨୦୦୦ ଟଙ୍କା ନୋଟ୍ ବିନିମୟ କିମ୍ବା ଜମା କରିବାର ସମୟ ସୀମା ୨୦୨୩ ସେପ୍ଟେମ୍ବର ୩୦ ତାରିଖରେ ଶେଷ ହୋଇଥିଲା। ଯାହାକୁ ପରେ ଗତ ବର୍ଷ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହା ପରେ ନୋଟ୍ ବିନିମୟ କରିବାର ସୁବିଧା କେବଳ ଆରବିଆଇ କାର୍ଯ୍ୟାଳୟରେ ଉପଲବ୍ଧ ହେଉଥିଲା।