Sahara Refund: ନିର୍ବାଚନ ଋତୁ ସରିଲା, ଏବେ ଖାତାକୁ ଆସିବ ସାହାରା ଟଙ୍କା ?
Advertisement
Article Detail0/zeeodisha/odisha2287896

Sahara Refund: ନିର୍ବାଚନ ଋତୁ ସରିଲା, ଏବେ ଖାତାକୁ ଆସିବ ସାହାରା ଟଙ୍କା ?

Sahara Refund: ୨୦୨୪ ନିର୍ବାଚନ ସରିବା ସହ ଫଳାଫଳ ଆସିବା ପରେ ନୂଆ ସରକାର ଗଢା ଚାଲିଛି । ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ, ନୂଆ ସରକାର ସାହାରା ଟଙ୍କା ଫେରାଇଦେବା ପାଇଁ ବାକି ଥିବା ପ୍ରକ୍ରିୟା ଆରମ୍ଭ କରିବେ ତ ?

Sahara Refund: ନିର୍ବାଚନ ଋତୁ ସରିଲା, ଏବେ ଖାତାକୁ ଆସିବ ସାହାରା ଟଙ୍କା ?

Sahara Refund: ସାହାରା ଭାରତ ବର୍ଷରେ ଲକ୍ଷ ଲକ୍ଷ ନିବେଶକଙ୍କ ଟଙ୍କା ବହୁ ବର୍ଷ ଧରି ଆଇନଗତ ପ୍ରକ୍ରିୟାରେ ଅଟକି ରହିଥିଲା ​। କିନ୍ତୁ ମାର୍ଚ୍ଚ ୨୯, ୨୦୨୩ରେ ନିବେଶକଙ୍କ ଟଙ୍କା ଫେରସ୍ତ ପାଇଁ ନିର୍ଦ୍ଦେଶ ଆସିଥିଲା । ସୁପ୍ରିମକୋର୍ଟରେ ଦିଆଯାଇଥିବା ନିର୍ଦ୍ଦେଶକୁ ପାଳନ କରିବା ପାଇଁ ନିବେଶକଙ୍କ ଟଙ୍କା ଫେରସ୍ତ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ସାହାରା ଫେରସ୍ତ ପୋର୍ଟାଲ ୧୮ ଜୁଲାଇ ୨୦୨୩ ରେ ଆରମ୍ଭ କରାଯାଇଥିଲା । ଏହି ପୋର୍ଟାଲ ମାଧ୍ୟମରେ ଅନଲାଇନ୍ ଆବେଦନ କରିବାର ୪୫ ଦିନ ପରେ ନିବେଶକଙ୍କ ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରସ୍ତ କରାଯାଇଥାଏ ।

ଆଜି ଆସନ୍ତୁ ଜାଣିବା ସାହାରା ଟଙ୍କା ଫେରସ୍ତ ପାଇଁ ଯୋଗ୍ୟତା, ଆବଶ୍ୟକ ଡକ୍ୟୁମେଣ୍ଟ୍, ପୋର୍ଟାଲରେ ପଞ୍ଜୀକରଣ, ଲଗଇନ୍, ଆବେଦନ ପ୍ରକ୍ରିୟା ଏବଂ ଟୋଲ୍ ଫ୍ରି ହେଲ୍ପଲାଇନ ବିଷୟରେ ବିସ୍ତୃତ ସୂଚନା ସମ୍ପର୍କରେ ।

ଇଣ୍ଟରନେଟରେ ସାହାରା ରିଫଣ୍ଡ ପୋର୍ଟାଲ ନାମକ ଏକ ନକଲି ୱେବସାଇଟ୍ ରହିଛି । ତେଣୁ ଆପଣ ଯେତେବେଳେ ଅନଲାଇନରେ ଆବେଦନ କରୁଛନ୍ତି ଏବଂ ନିଜର ତଥ୍ୟ ପ୍ରଦାନ କରୁଛନ୍ତି ସେତେବେଳେ ଅସଲି ୱେବସାଇଟ୍ ଲଗଇନ୍ କରିବା ଆବଶ୍ୟକ । 

ସାହାରା ଟଙ୍କା ପ୍ରତ୍ୟାହାର କରିବା ପାଇଁ ଆବେଦନ ସୁବିଧା କେବଳ ଅନଲାଇନ୍ ମାଧ୍ୟମ ମାଧ୍ୟମରେ ଉପଲବ୍ଧ ରହିଛି । ଆପଣଙ୍କର ସମସ୍ତ ଫେରସ୍ତ ଦାବିଗୁଡିକ ଗୋଟିଏ ଥର ଏକାଠି କରି ଦାଖଲ କରିବାକୁ ହେବ । ଜଣେ ନିବେଶକ ଥରେରୁ ଅଧିକ ଆବେଦନ କରିପାରିବେ ନାହିଁ । ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଫେରସ୍ତ କେବଳ ପ୍ରଥମ ଥର ପାଇଁ ଉପଲବ୍ଧ ହେବ । ଆପଣଙ୍କର ଦାବିର ଅବଶିଷ୍ଟ ପରିମାଣ ଚଙ୍କା ପରବର୍ତ୍ତୀ କିସ୍ତିରେ ପ୍ରଦାନ କରାଯିବ । ୫୦ ହଜାର ଟଙ୍କା କିମ୍ବା ତା’ଠାରୁ ଅଧିକ ଫେରସ୍ତ ଦାବି କରିବାକୁ ପାନ୍ କାର୍ଡ ବାଧ୍ୟତାମୂଳକ କରାଯାଇଛି । ସାହାରା ଫେରସ୍ତ ପୋର୍ଟାଲରେ ସମ୍ପୂର୍ଣ୍ଣ ମାଗଣାରେ ଦାବି ଦାଖଲ କରିପାରିବେ । ଫେରସ୍ତ ଦାବି କେବଳ ଅଫିସିଆଲ୍ ୱେବସାଇଟ୍ https://mocrefund.crcs.gov.in/ ଲଗଇନ୍ କରି କରାଯାଇପାରିବ । ଅନ୍ୟ କୌଣସି ନକଲି ପୋର୍ଟାଲରେ ଆପଣ ଦାବିକଲେ ସେଥିପାଇଁ କର୍ତ୍ତୁପକ୍ଷ ଦାୟି ରହିବେ ନାହିଁ ।

ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଆଧାର ସହିତ ସଂଯୁକ୍ତ ହେବା ଆବଶ୍ୟକ । କାରଣ ଫେରସ୍ତ ଟଙ୍କା କେବଳ ଆଧାର ଲିଙ୍କ୍ ଥିବା ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ଥରେ ଦାବି ଫର୍ମ ଅପଲୋଡ୍ ହୋଇଯିବା ପରେ ଅନ୍ୟ କୌଣସି ଦାବି ଗ୍ରହଣ କରାଯିବ ନାହିଁ । ତେଣୁ ଆବେଦନ କରିବା ପୂର୍ବରୁ, ସାହାରା ଇଣ୍ଡିଆରେ ଆପଣଙ୍କର ବିନିଯୋଗ ସହିତ ଜଡିତ ସମସ୍ତ ଡକ୍ୟୁମେଣ୍ଟ ସଠିକ ଭାବେ ଯାଞ୍ଚ କରିନିଅନ୍ତୁ । ଅନଲାଇନ୍ ଆବେଦନ ସମାପ୍ତ ହେବାର ୪୫ ଦିନ ପରେ ଆପଣଙ୍କ ଟଙ୍କା ଫେରସ୍ତ ପାଇପାରିବେ ।

କେଉଁ ସାହାରା ସୋସାଇଟିରେ ବିନିଯୋଗ ହୋଇଥିବା ଟଙ୍କା ଫେରସ୍ତ ହେବ?
ଯଦି ଆପଣ ସାହାରା ଇଣ୍ଡିଆର ନିମ୍ନଲିଖିତ ୪ ଟି ସୋସାଇଟିରେ ଟଙ୍କା ବିନିଯୋଗ କରିଛନ୍ତି, ତେବେ ଆପଣ ନିମ୍ନରେ ଦିଆଯାଇଥିବା ପ୍ରକ୍ରିୟା ମାଧ୍ୟମରେ ଆପଣଙ୍କର ନିବେଶ ଫେରସ୍ତ ପାଇଁ ଦାବି କରିପାରିବେ ।

ହାମାରା ଇଣ୍ଡିଆ କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ଲିମିଟେଡ୍, କୋଲକାତା ।
ସାହାରା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ଲିମିଟେଡ୍, ଲକ୍ଷ୍ନୌ ।
ସାହାରା ୟୁନିଭର୍ସାଲ୍ ମଲ୍ଟିପର୍ପୋଜ୍ ସୋସାଇଟି ଲିମିଟେଡ୍, ଭୋପାଳ ।
ତାରା ମଲ୍ଟିପର୍ପୋଜ୍ କୋ-ଅପରେଟିଭ୍ ସୋସାଇଟି ଲିମିଟେଡ୍, ହାଇଦ୍ରାବାଦ ।

ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ, ଯେଉଁମାନେ ସାହାରା ଇଣ୍ଡିଆର ସୋସାଇଟି ହାମରା ଇଣ୍ଡିଆ କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ଲିମିଟେଡ୍ କୋଲକାତା, ସାହାରା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ଲିମିଟେଡ୍ ଲକ୍ଷ୍ନୌ, ସାହାରା ୟୁନିଭର୍ସାଲ୍ ମଲ୍ଟିପର୍ପୋଜ୍ ସୋସାଇଟି ଲିମିଟେଡ୍ ଭୋପାଳ ଏବଂ ୨୨ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଷ୍ଟାର୍ ମଲ୍ଟିପର୍ପୋଜରେ ବିନିଯୋଗ କରିଛନ୍ତି । ଯେଉଁମାନେ ଅପରେଟିଭ୍ ସୋସାଇଟି ଲିମିଟେଡ୍ ହାଇଦ୍ରାବାଦରେ ୨୯ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବିନିଯୋଗ କରିଛନ୍ତି ସେମାନେ ଏହି ପୋର୍ଟାଲ୍ ମାଧ୍ୟମରେ ବିନିଯୋଗ ହୋଇଥିବା ଟଙ୍କା ପ୍ରତ୍ୟାହାର କରିବାକୁ ଆବେଦନ କରିପାରିବେ ।

ସାହାରା ଇଣ୍ଡିଆରେ ବିନିଯୋଗ ହୋଇଥିବା ଆପଣଙ୍କ ଟଙ୍କା ଫେରସ୍ତ ପାଇଁ ଦାବି କରିବାକୁ, ଆପଣଙ୍କୁ ନିମ୍ନଲିଖିତ ଡକ୍ୟୁମେଣ୍ଟ ଆବଶ୍ୟକ

୧- ମେମ୍ୱରସିପ ନମ୍ୱର
୨- ଜମା ଖାତା ନମ୍ବର 
୩- ଆଧାର ସହିତ ସଂଯୁକ୍ତ ମୋବାଇଲ୍ ନମ୍ବର 
୪- ଜମା ପ୍ରମାଣପତ୍ର / ପାସବୁକ୍ ର ସ୍କାନ୍ ହୋଇଥିବା କପି
୫- ପାନ୍ କାର୍ଡର ସ୍କାନ୍ ହୋଇଥିବା କପି (ଯଦି ଦାବି ପରିମାଣ ୫୦ହଜାର କିମ୍ବା ତା’ଠାରୁ ଅଧିକ)
୬- ଫେରସ୍ତ ଦାବି ଫର୍ମର ସ୍କାନ୍ ହୋଇଥିବା କପି

ଆବେଦନ ପ୍ରଣାଳୀ
ସାହାରା ଇଣ୍ଡିଆରେ ବିନିଯୋଗ ହୋଇଥିବା ଟଙ୍କା ପ୍ରତ୍ୟାହାର କରିବାକୁ ସରକାର ସାହାରା ଫେରସ୍ତ ପୋର୍ଟାଲ ଆରମ୍ଭ କରିଛନ୍ତି। ଆବେଦନକାରୀମାନେ କେବଳ ଏହି ପୋର୍ଟାଲ ମାଧ୍ୟମରେ ଫେରସ୍ତ ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଫେରସ୍ତ ପାଇଁ ଆବେଦନ ପ୍ରକ୍ରିୟା ପୋର୍ଟାଲରେ ପଞ୍ଜୀକରଣ ଏବଂ ଲଗଇନ୍ ୨ଟି ଷ୍ଟେପ୍ ମାଧ୍ୟମରେ ଶେଷ ହେବ । ପୋର୍ଟାଲରେ ଅନଲାଇନ୍ ଆବେଦନ ଦାଖଲ କରିବାର ୪୫ ଦିନ ମଧ୍ୟରେ ଆପଣଙ୍କ ଟଙ୍କା ଆପଣଙ୍କ ଖାତାକୁ ଫେରିବ ।

ଯଦି ଆପଣ ଏପର୍ଯ୍ୟନ୍ତ ପଞ୍ଜିକରଣ କରିନାହାନ୍ତି ତେବେ ପ୍ରଥମେ ସାହାରା ଫେରସ୍ତ ପୋର୍ଟାଲର ଅଫିସିଆଲ୍ ୱେବସାଇଟ୍ ଖୋଲନ୍ତୁ ତାପରେ ୱେବସାଇଟର ମେନ ଫେଜରେ ଜମାକାରୀ ପଞ୍ଜିକରଣର ଲିଙ୍କରେ କ୍ଲିକ୍ କରନ୍ତୁ । ପରେ ଆପଣଙ୍କ ସ୍କ୍ରିନରେ ଖୋଲୁଥିବା ପୃଷ୍ଠାରେ, ଆପଣଙ୍କର ଆଧାର କାର୍ଡର ଶେଷ ୪ ଅଙ୍କ ଏବଂ ଆଧାର ସହିତ ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବର ଦେବାକୁ ହେବ । ଏଥିସହ Get OTP ବଟନ୍ ଉପରେ କ୍ଲିକ୍ କରନ୍ତୁ ।